Browsing category

ମହାନଗର

ବଡ ବଜେଟ୍ ଆଣୁଛନ୍ତି ମୋହନ ସରକାର

ଭୁବନେଶ୍ବର, ୧୮ା୭(ଏସଏସନିଉଜ)ରାଜ୍ୟରେ ପ୍ରଥମ ଥର ବିଜେପି ସରକାର ଗଠନ କରିବା ପରେ ଆସନ୍ତା ୨୫ ତାରିଖରେ ବଜେଟ୍ ଆଣିବାକୁ ଯାଉଛି ମୋହନ ସରକାର। ଏଥର ଓଡିଶା ବଜେଟ୍ ଆକାର ଛୁଇଁପାରେ ୩ ଲକ୍ଷ କୋଟି।ଏନେଇ ଲୋକସେବା ଭବନରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ନିଷ୍ପତ୍ତି ହେଇଛି। ପୂର୍ଣ୍ଣାଙ୍ଗ ବଜେଟ୍ ଚିଠା ପ୍ରସ୍ତାବ ଉପରେ ମୋହର ବାଜିଥିବା ନେଇ ସୂଚନା ମିଳିଛି।ଆସନ୍ତା ୨୨ ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏଥର ଅଧିବେଶନରେ ମୋହନ ସରକାର ନିଜର […]

ପଦ୍ମକେଶରୀପୁର ଗଣ୍ଡଗୋଳ ଘଟଣା

ଭୁବନେଶ୍ବର, ୧୮ା୭(ଏସଏସନିଉଜ) ମଂଚେଶ୍ୱରଥାନା ଅଧିନସ୍ଥ ପଦ୍ମକେଶରୀପୁର ଗ୍ରାମରେ ୬ତାରିଖରାତିରେ ସୁଧକାରବାରକୁନେଇ ପୁଣିଥରେ ଅଶଆନ୍ତ ହୋଇପଡିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା ।ତଳ ଓ ଉପରସାହି ଦୁଇଗୋଷ୍ଠି ମଧ୍ୟରେ ଛକାପନ୍‌ଝା ହୋଇ ପଥର, ଇଟା, ବୋତଲ ପକାପକି ଆରମ୍ଭ ହୋଇଯାଇଥିଲା ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବାକୁ ନାକେଦମ ହେବାକୁ ପଡିଥିଲା ।ପୋଲିସ ତୁରନ୍ତ ଗାଁରେ ଫ୍ଲାଗ ମାର୍ଚ କରିଥିଲା ।ପରବର୍ତିସମୟରେ ଗାଁରେ ଅବସ୍ଥା ସ୍ୱାଭାବିକ ହୋଇଥିଲ।। ପଦ୍ମକେଶରୀପୁର ଗଣ୍ଡଗୋଳ ଘଟଣାରେ ଆଉ ୨ […]

ରତ୍ନଭଣ୍ଡାର ମରାମତି ନିତାନ୍ତ ଆବଶ୍ୟକ- ଗଜପତି

ପୁରୀ, ୧୮ା୭(ଏସଏସନିଉଜ)ରତ୍ନଭଣ୍ଡାର ମରାମତି ନିତାନ୍ତ ଆବଶ୍ୟକ ବୋଲି କହିଲେ ଗଜପତି ମହାରାଜା। ରତ୍ନଭଣ୍ଡାର ଦେଖି ଫେରିଲା ପରେ ଗଜପତି ମହାରାଜା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତ ରତ୍ନଭଣ୍ଡାର ସଂପୂର୍ଣ୍ଣ ଖାଲି ହେଲା ପରେ ଲେଜର ସ୍କାନିଂ କରାଯିବ।ଭିତରେ ଆଉ କିଛି ନାହିଁ ବୋଲି ସ୍ପଷ୍ଟ ହେଲା ପରେ ASIକୁ ହସ୍ତାନ୍ତର କରାଯିବ। ବାହାର ଏବଂ ଭିତର ରତ୍ନଭଣ୍ଡାର ମରାମତି ନିତାନ୍ତ ଆବଶ୍ୟକ। କେଉଁ କାଳରୁ ଓ କେବେ ମରାମତି ହୋଇଥିଲା , କେହି ଜାଣନ୍ତିନି। ୧୯୭୧ରୁ ଏଏସ୍‌ଆଇ ଦାୟିତ୍ବ […]

ରଥପାଇଁ ଆସିଥିଲେ ବାଟୁଳି ଗ୍ୟାଙ୍ଗ

ଭୁବନେଶ୍ୱର,୧୮ା୭(ଏସଏସନିଉଜ)କମିଶନରେଟ ପୋଲିସ କବଜାରେ ବାଟୁଳି ଗ୍ୟାଙ୍ଗ।୪ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ।ତାମିଲନାଡୁରୁ ଆସି କଟକ ଭୁବନେଶ୍ୱରରେ ଲୁଟ କରୁଥିଲେ।ଟାର୍ଗେଟରେ ଥିଲା ପାର୍କିଂରେଥିବା କାର , ମୋ-ବସ୍ ଓ ଭିଡ଼।ବାଟୁଳି ସାହାଯ୍ୟରେ କାର କାଚ ଭାଙ୍ଗି ଲୁଟୁଥିଲେ ଏହି ଗ୍ୟାଙ୍ଗ।ମୋ ବସ୍‌ରେ ପଶି ମୋବାଇଲ ଲୁଟ୍ କରନ୍ତି।ପୁରୀ ରଥଯାତ୍ରା ପାଇଁ ଭୁବନେଶ୍ୱର ଆସିଥିଲେ ଏହି ଗ୍ୟାଙ୍ଗ।୭ଦିନରେ ଭୁବନେଶ୍ୱରରେ ୨ଟି ଓ କଟକରେ ଗୋଟେ ଲୁଟ୍ କରିଛନ୍ତି।ରଥଯାତ୍ରା ବେଳେ ପୁରୀ ଯାଇଥିଲେ କି ନାହିଁ ତଦନ୍ତ […]

ପୁଣି ବଡ଼ ଟ୍ରେନ ଦୁର୍ଘଟଣା

ଭୁବନେଶ୍ୱର,୧୮ା୭(ଏସଏସନିଉଜ)ପୁଣି ବଡ଼ଧରଣର ରେଳ ଦୁର୍ଘଟଣା ଉତ୍ତର ପ୍ରଦେଶରେ ଘଟିଛି । ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲା ନିକଟରେ ଦିବ୍ରୁଗଡ-ଚଣ୍ଡିଗଡ଼ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଚଣ୍ଡିଗଡ଼-ଦିବ୍ରୁଗଡ ଏକ୍ସପ୍ରେସର ଛଅଟି କୋଚ୍ ଲାଇନଚ୍ୟୁତ ହୋଇଛି । ଅନେକ ଗୁଡ଼ିଏ ବଗି ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି ।ତେବେ ଏହି ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳୁଛି । ତେବେ ସରକାରୀ ଭାବେ ଆହତଙ୍କ ସଂଖ୍ୟା ତିନି ରହିଛି । […]

ଶ୍ରୀଶ୍ରୀ ସାଇ ସୋମନାଥଦେବଙ୍କ ସପ୍ତମବାର୍ଷିକ ବିଶ୍ଵଶାନ୍ତିମହାଯଜ୍ଞ

ବାରଙ୍ଗ,୧୭/୭ (ଏସଏସନିଉଜ); ରାଜଧାନୀ ଉପକଣ୍ଠ କଲ୍ୟାଣପୁର ପଞ୍ଚାୟତର ଗଣ୍ଡରପୁର ଗ୍ରାମରେ ଶ୍ରୀ ଶ୍ରୀ ସାଇ ସୋମନାଥ ଦେବଙ୍କ ସପ୍ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଯାଇଛି। ବୁଧବାର ଠାରୁ ଆସନ୍ତା ଶନିବାର ପର୍ଯ୍ୟନ୍ତ ୪ଦିନ ଧରି ବାବାଙ୍କ ପୀଠରେ ଯଜ୍ଞ ଚାଲିବ। ବୁଧବାର ଯଜ୍ଞର ପ୍ରଥମ ଦିନରେ ଅଞ୍ଚଳର ଶତାଧିକ ମାନସିକଧାରୀ ପ୍ରାଚୀନ ପ୍ରାଚୀନଦୀ ଧାରରୁ ବିରାଟ କଳସ ଶୋଭାଯାତ୍ରାରେ ବାହାରି ବାବାଙ୍କ ପୀଠରେ ଜଳାଭିଷେକ କରିଥିଲେ। ଗୁରୁବାର ଦ୍ଵିତୀୟ ଦିନରେ ସୂର୍ଯ୍ୟପୂଜା, ଅଗ୍ନି ସ୍ଥାପନ ଏବଂ […]

ଏସସିବିରେ ବିବାଦ

କଟକ,୧୭ା୭(ଏସଏସନିଉଜ) ରୋଗୀଙ୍କୁ ରକ୍ତ ଦେବାକୁ ନେଇ କଟକ ଏସସିବି ମେଡିକାଲରେ ନର୍ସିଂ ଅଫିସର ଏବଂ ହାଉସ ସର୍ଜନ ମୁହାଁମୁହିଁ ଘଟଣାରେ ହାଉସ ସର୍ଜନ ଆନ୍ଦୋଳନ ଜାରି ରଖିଛନ୍ତି।ତେବେ ଏହି ବିବାଦ ପ୍ରସଙ୍ଗରେ ହାଉସ୍ ସର୍ଜନଙ୍କକାର୍ଯ୍ୟବନ୍ଦକୁ ସମର୍ଥନ କରିଛନ୍ତି ଡାକ୍ତର ଛାତ୍ର ସଂଘ, ଜୁନିୟର ଡାକ୍ତର ସଂଘ ଏବଂ ଏସସିବି ଡାକ୍ତର ସଂଘ।ଜରୁରୀ ସେବାକୁ ଛାଡ଼ିଦେଲେ ଚିକିତ୍ସା କାମରେ ଯୋଗଦେବେ ନାହିଁ ବୋଲି କହିଛନ୍ତି ୨୫୦ ହାଉସ ସର୍ଜନ। ଆନ୍ଦୋଳନ ଯୋଗୁଁ ରୋଗୀ ସେବାରେ ବାଧା ସୃଷ୍ଟି ହୋଉଛି।ଅନ୍ୟପଟେ […]

ମହାପ୍ରଭୁଙ୍କ ସୁନାବେଶ ପାଇଁ ବଡ଼ଦାଣ୍ଡ ଲୋକାରଣ୍ୟ

ପୁରୀ, ୧୭ା୭(ଏସଏସନିଉଜ) ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ସାରି ଶ୍ରୀମନ୍ଦିର ସିଂହଦ୍ୱାରକୁ ବାହୁଡ଼ିବା ପରେ ଆଜି ଅପରୂପ ଓ ଅନନ୍ୟ ସୁନାବେଶରେ ଦର୍ଶନ ଦେଇଛନ୍ତି ମହାବାହୁ। ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ବୁଧବାର ସିଂହଦ୍ୱାରରେ ଦଣ୍ଡାୟମାନ ତିନିରଥରେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରମଣୀୟ ସୁନାୀବେଶ ଅନୁଷ୍ଠିତ ହୋଇଛି। ଏଥିପାଇଁ ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି। ଭକ୍ତଙ୍କ ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଡାକରେ ଆଜି ବି ଖଣ୍ଡମଣ୍ଡଳ ପ୍ରକମ୍ପିତ ହୋଇଛି। ବର୍ଷକ […]

୫ ଦିନ ଯାଏ ପ୍ରବଳ ବର୍ଷା

ଭୁବନେଶ୍ୱର,୧୭ା୭(ଏସଏସନିଉଜ) ଆସନ୍ତା ୫ଦିନ ପାଇଁ ରାଜ୍ୟରେ ପ୍ରବଳ ବର୍ଷା ହେବ। ଏଥିପାଇଁ ଦକ୍ଷିଣ ଓଡ଼ିଶାର ୭ ଜିଲା ଗଜପତି, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଏବଂ ମାଲକାନଗିରିକୁ ୟେଲୋ ଓ୍ବାର୍ନିଂ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦୁଇଟି ଲଘୁଚାପ ପ୍ରଭାବରେ ବଢ଼ିବ ବର୍ଷା ପରିମାଣ। ବର୍ତ୍ତମାନ ଦକ୍ଷିଣ ଛତିଶଗଡ଼ ଓ ସଂଲଗ୍ନ ବିଦର୍ଭ ଉପରେ ରହିଛି ଲଘୁଚାପ । ୧୯ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଥିବାର […]

ଇନଷ୍ଟାଗ୍ରାମରେ ପ୍ରେମନିବେଦନ,ପରେ ବ୍ଲାକମେଲିଂ

ଭୁବନେଶ୍ୱର,୧୭ା୭(ଏସଏସନିଉଜ) ପୀଡ଼ିତା ଜଣକ ବାଲିଅନ୍ତା ଥାନା ଅଞ୍ଚଳରେ ରୁହନ୍ତି । ରାଜା ଓ ରାଜୁ ଦୁଇ ଅଭିଯୁକ୍ତ ପରସ୍ପରର ବନ୍ଧୁ ହୋଇଥିବା ବେଳେ, ସମସ୍ତ କାର୍ଯ୍ୟରେ ପରସ୍ପରକୁ ସାହାଯ୍ୟ କରନ୍ତି ଏବଂ ଉଭୟ ମିଶି “ତ୍ରିଶକ୍ତି ଫାଉଣ୍ଡେସନ” ନାମରେ ଏକ ସଂସ୍ଥା ପରିଚାଳନା କରନ୍ତି । ଅଭିଯୁକ୍ତ ଅକ୍ଷୟ ଦାସ ଓରଫ ରାଜା ଏବଂ ଏସକେ ଆକ୍ରମ ଓରଫ ରାଜୁ ପୀଡ଼ିତାଙ୍କୁ ଇନଷ୍ଟାଗ୍ରାମ ଜରିଆରେ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇ ଥିବା ବେଳେ ପୀଡ଼ିତା ଜଣକ ସେମାନଙ୍କ ଫ୍ରେଣ୍ଡ […]