Browsing category

ମହାନଗର

ବାବା ଧବଳେଶ୍ବରଙ୍କ ପୀଠ

ଖୁଣ୍ଟୁଣୀ, ୨୩।୨(ଏସଏସନିଉଜ)ଆସନ୍ତା ୮ତାରିଖ ମହାଶିବରାତ୍ରି(ଜାଗର)ରେ ବାବାଧବଳେଶ୍ୱରଙ୍କ ପୀଠରେ ରାତି ସାଢ଼େ୧ଟାରେ ଉଠିବ ମହାଦ୍ୱୀପ। ବାବାଙ୍କ ପ୍ରସିଦ୍ଧଜାଗରଯାତ୍ରାରେ ପ୍ରବଳ ଜନସମାରମ ହେବାର ଥିବାରୁ ଭକ୍ତମାନଙ୍କ ସୁରକ୍ଷା ଓ ମନ୍ଦିରର ନୀତିକାନ୍ତି ସୁଚାରୁରୁପେ କରିବା ପାଇଁ ଆଠଗଡ଼ ଦେବୋତ୍ତରପ୍ରଶାସନ ପକ୍ଷରୁ ଶୁକ୍ରବାର ମଧ୍ୟାହ୍ନରେ ଧବଳେଶ୍ବରଙ୍କପୀଠରେ ଥିବା ସଭାଗୃହରେ ଏକ ପ୍ରସ୍ତୁତିବୈଠକ ଅନୁଷ୍ଠିତ ହୋଇଯାଇଛି ।ପୂଜକ ସମାଜ ସମ୍ପାଦକ ନରେନ୍ଦ୍ରକୁମାରପଣ୍ଡା ସଭାପତିତ୍ୱ କରିଥିବାବେଳେ ଆଠଗଡ଼ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ପରିଚାଳନା କରିଥିଲେ।ବୈଠକ ରେ ହୋଇଥିବା ନିଷ୍ପତିମୁତାବକ ଧବଳେଶ୍ୱରଙ୍କ ପୀଠରେ ରାତି […]

ବେଆଇନ ଚୋରାବାଲି ଚାଳଣ

ବାରଙ୍ଗ,୨୩।୨(ଏସଏସନିଉଜ)ବୁଧବାର ବିଳମ୍ବିତ ରାତିରେ ଗୋଡିସାହିଫାଣ୍ଡି ପୋଲିସ ବେଆଇନଭାବେ ଚୋରାରେ ବାଲିଚାଲଣ କରୁଥିବା ୨ଟି ହାଇୱାକୁ ଜବତ କରିଥିବାବେଳେ ପୁଣି ଗୁରୁବାର ରାତିରେ ବାରଙ୍ଗପୋଲିସ ୨ଟିହାଇୱାକୁ ଜବତ କରିଛି।ବାରଙ୍ଗ ପୋଲିସ ଗୁରୁବାର ବିଲମ୍ଭିତରାତିରେ ତ୍ରିଶୂଳିଆ ଛକରେ ବ୍ଳକି କରିଥିବାବେଳେ ମୁଣ୍ଡମୁହାଣ ପଟୁ ଦୁଇଟି ବାଲିବୋଝେଇ ହାଇୱା ଆସୁଥିଲା।ପୋଲିସ ସେମାନଙ୍କୁରୋକି ବାଲିପରିବହନ କରିବାର କାଗଜ ପତ୍ର ମାଗିବାରେ ଚାଳକ ଦେଖାଇପାରିନଥିଲା।ଫଳରେ ଓଡ଼ି୩୩ଏବି୮୭୭୬ ଓ ଓଡ଼ି୩୩ ଏଇ୯୫୮୦ ନମ୍ବର ହାଇୱାଦୁଇଟିକୁ ଜବତକରି ଥାନାକୁ ଆଣି ଥିଲା।ଶୁକ୍ରବାର ପୋଲିସ ନୋଟିସ କରି ଚାଳକ […]

ପରୀକ୍ଷା ପୂର୍ବରୁ ଚାଲିଗଲା ପିଅନଙ୍କ ଜୀବନ

  ବାରଙ୍ଗ,୨୩।୨(ଏସଏସନିଉଜ)ନନ୍ଦନକାନନ ଥାନା ଅଧିନସ୍ତ ଗଣ୍ଡରପୁରହାଇସ୍କୁଲରେ ଶୁକ୍ରବାର ଏକ ଦୁଃଖଦଘଟଣା ଘଟିଯାଇଛି।ସ୍କୁଲରେ କାର୍ଯ୍ୟରତ ଥିବା ସମୟରେ ପିଅନ ପ୍ରଣବସାହୁ(୩୪)ଙ୍କର ହୃଦଘାତରେ ମୃତ୍ୟ ହୋଇଥିବା ନେଇ ନନ୍ଦନକାନନ ପୁଲିସ ସୂଚନା ଦେଇଛି।ସୂଚନାଅନୁସାରେ ଆଜି ସ୍କୁଲରେ ମାଟ୍ରିକ ପରୀକ୍ଷା ଥିଲା।ପ୍ରଣବ ସକାଳ ପ୍ରାୟ ୭ଟା ସୁଦ୍ଧା ନିତ୍ୟକର୍ମ ସାରି ଗଣ୍ଡରପୁର ହାଇସ୍କୁଲଗଡା ଛକରୁ ଜଲଖିଆ ଖାଇ ପ୍ରଧାନଶିକ୍ଷକଙ୍କ ସହ ମିଶି ପିଲାଙ୍କ ପରୀକ୍ଷାପାଇଁ କାର୍ଯ୍ୟ କରୁଥିଲେ।ଏହି ସମୟରେ ତାଙ୍କ ଛାତିରେ କଷ୍ଟହେବା ନେଇ ପ୍ରଧାନ ଶିକ୍ଷକଙ୍କୁ କହୁଥିଲେ।ପ୍ରଧାନଶିକ୍ଷକ ତାଙ୍କୁ ଆରାମ […]

ଖେଲୋ ଇଣ୍ଡିଆରେ ପ୍ରତ୍ୟାଶାଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର,୨୩।୨(ଏସଏସନିଉଜ) ଉତ୍କଳ ବିଶ୍ୱ ବିଦ୍ୟାଳୟ କ୍ରୀଡାପରିଷଦ ନିର୍ଦେଶକ ଡ଼. ବିଜୟ କୁମାରସୁନ୍ଦରାୟ ଶୁକ୍ରବାରଦିନ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଖେଲୋଇଣ୍ଡିଆ ସନ୍ତରଣ ପ୍ରତିଯୋଗିତାରେ ପ୍ରଶଂସନୀୟ ସଫଳତା ପାଇଥିବା ପ୍ରତ୍ୟାଶା ରାୟଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିବା ସହ ଅଭିନନ୍ଦନ ଜଣାଇଛନ୍ତି। ପ୍ରତ୍ୟାଶା 50,100,200mts Back strok, 400mts free styleରେ ୪ସ୍ବର୍ଣ୍ଣ, 200 mts free styleରେ ରୌପ୍ୟ ଓ 400 mts IM ରେ ବ୍ରୋଞ୍ଜ ପଦକଜିତି ଉତ୍କଳ ବିଶ୍ୱବିଦ୍ୟାଳୟ ସହ ଜାତୀୟ ସ୍ତରରେ ଓଡ଼ିଶାକୁ ଗୌରବୀନ୍ୱିତ […]

୪ରେ ଘୋଷଣାହେବ ନିର୍ବାଚନତାରିଖ !

ଭୁବନେଶ୍ୱର,୨୩।୨(ଏସଏସନିଉଜ) ସାରା ଦେଶରେ ଆରମ୍ଭ ହୋଇଯାଇଛି ନିର୍ବାଚନୀଚର୍ଚ୍ଚା।କେବେ ହେବ ନିର୍ବାଚନ ଓ କିଏ ପାଇବ ଟିକେଟ।ତେବେ ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ମାର୍ଚ୍ଚ ୪ରେ ନିର୍ବାଚନ ତାରିଖ ଘୋଷଣା ହେବାନେଇ ଭାରତୀୟ ନିର୍ବାଚନ କମିସନର ପ୍ରସ୍ତୁତି ଆରମ୍ଭ କରିଛନ୍ତି ବୋଲି କୁହାଯାଉଛି।ଏହାଭିତରେ ବିଭିନ୍ନ ରାଜ୍ୟ ଭ୍ରମଣ କରି ନିର୍ବାଚନ କମିସନର ନିର୍ବାଚନ ପ୍ରସ୍ତୁତି ଉପରେ ସମୀକ୍ଷା କରିବାରେ ଲାଗିଛନ୍ତି। ଯେହେତୁ ଜୁନମାସରେ ସରକାରଙ୍କ କାର୍ଯ୍ୟକାଳ ଶେଷ ହେଉଛି ତା ପୂର୍ବରୁ ନିର୍ବାଚନ କାର୍ଯ୍ୟ ଶେଷ କରିବାକୁ […]

ସ୍ୱାବଲମ୍ବୀ କାରିଗରଙ୍କ ପ୍ରାପ୍ୟ ବଢ଼ିଲା

ଭୁବନେଶ୍ୱର,୨୩।୨(ଏସଏସନିଉଜ)ସ୍ୱାବଲମ୍ବୀ କାରିଗର ମାନଙ୍କ ପ୍ରାପ୍ୟ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।ପାରିଶ୍ରମିକ ୪ ହଜାର ଟଙ୍କାରୁ ୬ ହଜାର ୫ ଶହ ଟଙ୍କାକୁ ବୃଦ୍ଧି ହୋଇଛି।ଏହାଦ୍ୱାରା ୧୩ ହଜାର ସ୍ୱାବଲମ୍ବୀ କାରିଗର ଉପକୃତ ହେବେ ବୋଲି ଜଣାପଡିଛି।

ଆନ୍ଦୋଳନରୁ ଓହରିଲେ ଅଗ୍ନିଶମକର୍ମଚାରୀ

ଭୁବନେଶ୍ୱର,୨୩।୨(ଏସଏସନିଉଜ)ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।ଆନ୍ଦୋଳନ ପ୍ରତ୍ୟାହାର କଲେ ଅଗ୍ନିଶମ କର୍ମଚାରୀ।କାର୍ଯ୍ୟରେ ଯୋଗ ଦେବେ କହିଲେ ଆନ୍ଦୋଳନରତ କର୍ମଚାରୀ।ଏସ୍‌ମା ଓ ବାଧ୍ୟତା ମୂଳକ ଅବସର ଚେତାବନୀ ପାଇଁ ଓହରିଲେ ବୋଲି ଜଣାପଡିଛି।

କମିଲା ପାରଦ,ହେବ ବର୍ଷା!

ଭୁବନେଶ୍ୱର,୨୩।୨(ଏସଏସନିଉଜ)ରାଜ୍ୟରେ କମିଲା ପାରଦ ।ଯାହାଫଳରେ ୨୮ ଯାଏଁ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷାର ସମ୍ଭାବନା ରହିଛି।ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବାବେଳେ କାଲି ୧୮ଟିସହରରେ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ଥିଲା। , ସୋନପୁର ଥିଲା ରାଜ୍ୟର ଉତ୍ତପ୍ତ ସହର । ସୋନପୁରରେ ୩୬.୩ ଡିଗ୍ରୀ ପାରଦ ରେକର୍ଡ କରାଯାଇଥିବାର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପୁରୁଣାଐତିହ୍ୟ ଭଙ୍ଗା ଯାଇପାରିବନି

କଟକ,୨୩।୨(ଏସଏସନିଉଜ)ବାରବାଟୀ ଷ୍ଟାଡିୟମ ନବୀକ ରଣ ପାଇଁ ସମ୍ପୂର୍ଣ୍ଣ ଭଙ୍ଗାଯିବା ନିଷ୍ପତ୍ତି ପ୍ରସଙ୍ଗ ଉପରେ ପ୍ରେସ୍‌ମିଟରେ ବିରୋଧ କଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ।ସେ କହିଲେ ଯେ,ଓସିଏ ଓ ରାଜ୍ୟ ସରକାର ଷ୍ଟାଡିୟମ୍ ଭଙ୍ଗାଯିବା ନିଷ୍ପତ୍ତି ବଦଳାନ୍ତୁ।ଷ୍ଟାଡିୟମ୍ ସହ ପୁରୁଣା ଐତିହ୍ୟ ଜଡ଼ିତ ରହିଛି।ସମ୍ପୂର୍ଣ୍ଣ ଭଙ୍ଗା ଯାଇପାରିବନି।ଅନ୍ୟତ୍ର ନିର୍ମାଣ କରାଯାଇ ପାରିବ ଓ କାହିଁକି ଭଙ୍ଗାଯିବ ବୋଲି ପ୍ରଶ୍ନ କରିଛନ୍ତି।

ବିଜେପିରେ ମିଶିଲେ ଗୋପାଳପୁର ବିଧାୟକ

ଭୁବନେଶ୍ୱର,୨୧।୨(ଏସଏସନିଉଜ)ବିଜେପିରେ ମିଶିଲା ପରେ ରାଜ୍ୟ ସରକାରଙ୍କ ଉପରେ ପୁଣି ଥରେ ବର୍ଷିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ସେ କହିଛନ୍ତି, ବର୍ତ୍ତମାନ ପରିବର୍ତ୍ତନର ସମୟ ଆସିଛି । ରାଜ୍ୟରୁ ନବୀନ ସରକାର ହଟାଇବାର ଆବଶ୍ୟକତା ରହିଛି ।ଅନ୍ଧ ମୂକ ବଧିର, ଗର୍ବୀ, ଅହଙ୍କାରୀ ସରକାର ହଟାଇବା,ଏକଛତ୍ରବାଦୀ ସରକାର ହଟାଇ, ଲୋକତନ୍ତ୍ର ସରକାର ଆଣିବାର ସମୟ ଆସିଯାଇଛି।ବିଜେପିକୁ ଥରଟିଏ ସୁଯୋଗ ଦିଅନ୍ତୁ, ନୂଆ ସରକାର ଆଣନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି।