Browsing category

ମହାନଗର

ନବୀନ ନିବାସରେ କୋରାପୁଟ ସମୀକ୍ଷା

ଭୁବନେଶ୍ୱର,୨୦ା୩(ଏସଏସନିଉଜ) ନବୀନ ନିବାସରେ କୋରାପୁଟ ସଂସଦୀୟ କ୍ଷେତ୍ରର ସମୀକ୍ଷା ଆରମ୍ଭ ହୋଇଛି ।ନିର୍ବାଚନୀ ପ୍ରସ୍ତୁତି ନେଇ ଚାଲିଛି ସମୀକ୍ଷା ବୈଠକାଏହି ବୈଠକରେ ଅତନୁ ସବ୍ୟସାଚୀ ନାୟକ, ଜଗନ୍ନାଥ ସାରକା, ପିତମ ପାଢ଼ୀ ଉପସ୍ଥିତ ଅଛନ୍ତି ।ତାଙ୍କ ସହ ଭାସ୍କର ରାଓ, ଦିବ୍ୟଶଙ୍କର ମିଶ୍ର ଓ ରବି ନନ୍ଦଙ୍କ ସହ ବରିଷ୍ଠନେତାମାନେ ଉପସ୍ଥିତ ଥିବାର ଜଣାପଡିଛି ।

ପୂର୍ବତନ ଅଧ୍ୟକ୍ଷଙ୍କ ପାଇଁ ଶୋକସଭା

ବାରଙ୍ଗ,୨୦ା୩(ଏସଏସନିଉଜ) ସ୍ଥାନୀୟ ବାରଙ୍ଗସ୍ଥ କୁଞ୍ଜବିହାରୀ ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ବିରଜାକାନ୍ତ ତ୍ରିପାଠୀଙ୍କ ଗତକାଲି ସନ୍ଧ୍ୟାରେ ପରଲୋକ ହୋଇଯାଇଛି ।ଏହି ପରିପେକ୍ଷୀରେ ମହାବିଦ୍ୟାଳୟ ଅଧକ୍ଷ ଶ୍ରୀ ପ୍ରତାପ କୁମାର ସ୍ୱାଇଁ ଙ୍କ ଅଧକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବିରଜା ସାରଙ୍କ ସମୟରେ ଅନେକ ଉନୟନମୂଳକ କାର‌୍ୟ୍ୟକ୍ରମକୁ ଯଥା ଇୟୁଜିସିରେ ମହାବିଦ୍ୟାଳୟକୁ ସାମିଲ କରିବା କାର୍ଯ୍ୟ ମନେପକାଇ ତାଙ୍କ ଆତ୍ମାର ସଦଗତି କାମନା କରାଯାଇଥିଲା ।ଏହି ସଭାରେ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ୨ […]

ଅସୁସ୍ଥ ହେଲା ହେଟାବାଘ

ବାରଙ୍ଗ,୧୯ା୩(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନର ୨୫ ନମ୍ୱର ଏନକ୍ଲୋଜରରେ ରହୁଥିବା ଗୋଟିଏ ଅଣ୍ଡିରା ହେଟାବାଘ ଅସୁସ୍ଥ ହୋଇଥିବା ଜଣାପଡିଛି । ବାଘଟି ଠିକ୍ ସେ ଖିଆପିଆ କରୁନଥିବା ବେଳେ ଗୋଟିଏ ସ୍ଥାନରେ ପଡିରହୁଥିଲା । ଏନକ୍ଲୋଜରରେ କାମ କରୁଥିବା କର୍ମଚାରୀ ଏହା ଦେଖି କର୍ତ୍ତୁପକ୍ଷଙ୍କୁ ଖବର ଜଣାଇଥିଲେ । କର୍ତ୍ତୁପକ୍ଷ ଏହି ହେଟା ବାଘକୁ ପ୍ରାଣୀ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଇ ଡାକ୍ତରଙ୍କ ନଜର ବନ୍ଦିରେ ରଖାଯାଇଥିବା ସୂଚନା ମିଳିଛି । ଏବେ ପ୍ରାଣୀଉଦ୍ୟାନରେ ୫ଟି ହେଟା ବାଘ […]

ଟ୍ରାଏଲବେଳେ ଖସିପଡିଲା ରୋପୱେ ବଗି

ବାରଙ୍ଗ,୧୯ା୩(ଏସଏସନିଉଜ)ଦୀର୍ଘ ଦିନ ବ୍ୟବଧାନ ପରେ ପୁଣି ରୋପୱେ ଚାଲୁଥିବା ସମୟରେ ମଙ୍ଗଳବାରଦିନ ଅଘଟଣ ଘଟିଛି । ଗୋଟିଏ ବଗି ତାର ସହ ଖସିପଡ଼ି କାଞ୍ଜିଆ ହ୍ରଦରେ ପଡିଥିଲା । ହେଲେ ବଗିରେ କେହି ପର୍ଯ୍ୟଟକ ବସିନଥିବା ଜଣାପଡିଛି । ଏଠାରେ ପ୍ରଶ୍ନ ଉଠେ, ଯଦି ଏହି ବଗି ରେ ପର୍ଯ୍ୟଟକ ବସିଥାନ୍ତେ ଆଉ ଦୁର୍ଘଟଣା ଘଟିଥାନ୍ତା ଏଥିପାଇଁ କିଏ ଦାୟୀ ରହିଥାନ୍ତେ । ନନ୍ଦନକାନନ କର୍ତ୍ତୁପକ୍ଷ ନା ଠିକା ନେଇଥିବା ସଂସ୍ଥା । ସୂଚନାଯୋଗ୍ୟ ଯେ , […]

କଂଗ୍ରେସ ଛାଡ଼ିଲେ ଖଡିଆଳ ବିଧାୟକ

ଭୁବନେଶ୍ୱର,୧୯ା୩(ଏସଏସନିଉଜ)କଂଗ୍ରେସ ଛାଡ଼ିଲେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀାସେ କଂଗ୍ରେସ ପ୍ରାଥମିକସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।ଆସନ୍ତାକାଲି ବିଜେଡିରେ ସାମିଲ ହେବା ସମ୍ଭାବନା ରହିଥିବାର ଜଣାପଡିଛି ।ଅନ୍ୟପଟେ କଂଗ୍ରେସ ଛାଡ଼ିବା ପରେ ଅଧିରାଜ ପାଣିଗ୍ରାହୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତ ଯେ,ଖଡ଼ିଆଳବାସୀଙ୍କ ମତାମତକୁ ନେଇ କଂଗ୍ରେସ ଛାଡ଼ିଛି ।କେଉଁ ଦଳକୁ ଯିବି କାଲି କାର‌୍ୟ୍ୟକର୍ତ୍ତାଙ୍କ ସହ ଆଲୋଚନା କରି କହିବି ।୨୦୨୪ରେ ନିଶ୍ଚିତ ଖଡ଼ିଆଳରୁ ନିର୍ବାଚନ ଲଢ଼ିବି ।ଓଡ଼ିଶାରେ କଂଗ୍ରେସ ଭଲ ସ୍ଥିତିରେ ନାହିଁ, ଦୁର୍ବଳ ହୋଇଛି ଓ କଂଗ୍ରେସରେ […]

ମାଦୁର୍ଗାଣୀଦେବୀଙ୍କ ଜନ୍ମୋସ୍‌ବ ପାଳିତ

ମେଣ୍ଢାଶାଳ,୧୯ା୩(ଏସଏସନିଉଜ) ମଙ୍ଗଳବାରଦିନ ପବିତ୍ର ଫଗୁଦଶମୀଅବସରରେ ମେଣ୍ଢାଶାଳସ୍ଥିତ ଶାନ୍ତିକୈାଶଲ୍ୟା କଲ୍ୟାଣମଣ୍ଡପଠାରେ ୧୩ବର୍ଷପୁର୍ବେ ପ୍ରତିଷ୍ଠିତ ମା ଦୁର୍ଗାଣୀଦେବୀଙ୍କ ମନ୍ଦିରଠାରେ ତ୍ରୟୋଦଶବାର୍ଷିକ ଜନ୍ମାସ୍‌ବ ମେଣ୍ଢାଶାଳ ସରପଂଚ କୈାଶଲ୍ୟାବଳିୟାରସିଂହଙ୍କ ପୈାରହତ୍ୟରେ ଅନୁଷ୍ଠିତ ହୋଇଯାଇଛି ।ପ୍ରତ୍ୟୁଷରୁ ମାଙ୍କ ସ୍ନାନାଦୀ ସମାପନପରେ ନବବସ୍ତ୍ର ପରିଧାନ,ପୁଜାର୍ଜନାକରାଯାଇଥିଲା । କରାଯାଇଥିବା ହୋମରେ କର୍ତିୀଭାବେ ନିଳାନ୍ଦ୍ରୀ ବଳିୟାରସିଂହ ବସିଥିଲେ । ସୁରେନ୍ଦ୍ରବାହିନିପତିଙ୍କଦ୍ୱାରା ହୋମପୁଜା କରାଯାଇଥିଲା ।ଅପରାହ୍ନରେ ଖିରୋଦମହାପାତ୍ରଙ୍କ ପରିଚାଳନାରେ ପ୍ରସାଦସେବନର କାର୍ଯ୍ୟକ୍ରମ କରାଯାଇଥିଲା ।ଗ୍ରାମପଂଚାୟତର ସମସ୍ତ ୱାର୍ଡସଭ୍ୟସଭ୍ୟା,ବିଶିଷ୍ଟବ୍ୟକ୍ତି , ଗ୍ରାମମୁରବୀ ଓ ଶତାଧିକ ମହିଳାମାନେ ଏଥିରେ ଯୋଗଦେଇ ପ୍ରସାଦସେବନ କରିଥିଲେ […]

ଡିଜିପିଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷ

ଭୁବନେଶ୍ବର,୧୮।୩(ଏସଏସନିଉଜ) ନିର୍ବାଚନ ପ୍ରସ୍ତୁତି ନେଇ ଡିଜିପିଙ୍କ ଅଧ୍ୟକ୍ଷତାରେ ହୋଇଛି ବୈଠକ।ଏହି ବୈଠକ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଡିଜି କ୍ୟାମ୍ପ ଅଫିସରେ କରାଯାଇଛି।ଏଥିରେ ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି, ଆଇନ ଶୃଙ୍ଖଳା ଏଡିଜି, SIW ଡିଆଇଜି ପ୍ରମୁଖ ପଦାଧିକାରୀ ମାନେ ଉପସ୍ଥିତ ଥିଲେ।ଅନ୍ୟପଟେ ଏହି ବୈଠକରେ ଭିସିରେ ସାମିଲ ହୋଇଥିଲେ ସବୁ ଜିଲ୍ଲାର ଏସ୍‌ପି।

ପରକୀୟାକୁ ବିରୋଧ କରିବାରୁ ହତ୍ୟା!

ଭୁବନେଶ୍ବର,୧୮।୩(ଏସଏସନିଉଜ) ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହୋଇଥିବା ଯୁବକଙ୍କ ମୃତ୍ୟୁ ହୋଇଛି।-କାଲି ସଂଧ୍ୟାରୁ ଉଦ୍ଧାର ଯୁବକଙ୍କ ଆଜି ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି।ବାଲିପାଟଣା ମହଲା ସାହିରେ ପିଟିପିଟି ହତ୍ୟା ଅଭିଯୋଗ ହୋଇଛି।ସଂପର୍କୀୟ ଭାଇ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକ।ମୃତକଙ୍କ ପତ୍ନୀଙ୍କୁ ଅଶ୍ଳୀଳ ମେସେଜ ଦେଉଥିଲେ, ବିରୋଧ ଯୋଗୁଁ ହତ୍ୟା କାଣ୍ଡ ଘଟିଛି ବୋଲି ଅଭିଯୋଗ ହିଅଛି।ଘଟଣାପରେ ଅଭିଯୁକ୍ତ ଫେରାର ହୋଇଯାଇ ଥିବାବେଳେ ୨ ସହଯୋଗୀଙ୍କୁ ଅଟକ ରଖି ପୋଲିସ ଜେରା ଆରମ୍ଭ କରିଛି।

ବ୍ୟାଙ୍କଗଲା ମହାପ୍ରଭୁଙ୍କ ୩୯କୋଟି

ପୁରୀ,୧୮।୩(ଏସଏସନିଉଜ) ଶ୍ରୀମନ୍ଦିରର ୩୯ କୋଟି ୨୧ ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା ହୋଇଛି।୭.୮୦% ସୁଧ ହାରରେ ୩୬ କୋଟି ୩ ଲକ୍ଷ ଜମା ନେଲା କାନାରାବ୍ୟାଙ୍କ।୩ କୋଟି ୧୮ ଲକ୍ଷକୁ ୭.୫୫% ସୁଧ ହାରରେ ନେଲା ବ୍ୟାଙ୍କ ଅଫ ବରୋଦା।

ସରିଲା ବୈଠକ

ଭୁବନେଶ୍ୱର,୧୮।୩(ଏସଏସନିଉଜ)ପୁରୀ ସଂସଦୀୟକ୍ଷେତ୍ର ନେତାଙ୍କୁ ନେଇ ବୈଠକ ଶେଷ ହୋଇଛି।ନବୀନ ନିବାସରେ BJD ସୁପ୍ରିମୋଙ୍କ ସହ ହୋଇଥିଲା ବୈଠକ।ବୈଠକ ପରେ ବିଧାୟକ ଅରୁଣ ସାହୁ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ସବୁ ନିର୍ବାଚନମଣ୍ଡଳୀରେ BJD ଶକ୍ତି ବୃଦ୍ଧି କରାଇବା,ଜନ ସାଧାରଣ ପାଖକୁ ଯିବା କାର୍ଯ୍ୟକୁ ତ୍ବରାନ୍ବିତ କରିବା,ସାଙ୍ଗଠନିକ ପ୍ରକ୍ରିୟାକୁ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଦେଇଛନ୍ତି।ଏହାସହ ପୁରୀ ସଂସଦୀୟକ୍ଷେତ୍ର ନେଇ ବିସ୍ତୃତ ଆଲୋଚନା ହୋଇଛି।ଲୋକଙ୍କ ନିକଟତର ହେବାକୁ ରୋଡ଼ ମ୍ୟାପ ପ୍ରସ୍ତୁତ ହୋଇଛି।ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନା […]