Browsing category

ମହାନଗର

ଶଙ୍ଖଧରିଲେ ବିଜୟଙ୍କପୁଅ ଅରବିନ୍ଦ!

କେନ୍ଦ୍ରାପଡ଼ା,୭।୩(ଏସଏସନିଉଜ) ଆଜି ବରିଷ୍ଠ ବିଜେପିନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଧିବଦ୍ଧ ଭାବେ ବିଜେଡିରେ ସାମିଲ୍‌ ହୋଇଛନ୍ତି।ଦଳର ରାଜ୍ୟସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଶଙ୍ଖଭବନଠାରେ ଅରବିନ୍ଦ ଶଙ୍ଖ ଧରିଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପରଠୁ ବିଜୟ ବିଜେପି ରାଜନୀତିରୁ ନିଜକୁ ଦୂରେଇ ରଖିବାସହ ପ୍ରାୟ ଦୁଇବର୍ଷ ହେବ ଅରବିନ୍ଦଙ୍କୁ ପାଟକୁରା ନିର୍ବାଚନ ମଣ୍ତଳୀରେ ସକ୍ରିୟ ଭାବେ ବୁଲାବୁଲି କରୁଥିବା ଲକ୍ଷ୍ୟ କରାଯାଇଥିଲା।ଆଗାମୀଦିନରେ ରାଜନୀତି କରିବେ ବୋଲି ସ୍ପଷ୍ଟ କରିଥିଲେ ମଧ୍ୟ କେଉଁଦଳରେ ମିଶିବେ […]

ପୋଲିସବାରାକରୁ ବନ୍ଧୁକ ଚୋରି !

ଭୁବନେଶ୍ୱର,୬।୩(ଏସଏସନିଉଜ)ଭୁବନେଶ୍ବର ସପ୍ତମ ବାଟାଲିଅନରୁ ବନ୍ଧୁକଚୋରି ଅଭିଯୋଗ ଆସିଛି।ରାଷ୍ଟ୍ରପତିଙ୍କ ଡ୍ୟୁଟିରେ ଥିବା ଯବାନଙ୍କ ବନ୍ଧୁକ ଚୋରି ହୋଇଥିବାର ଜଣାପଡିଛି।ଗତ ୧୦ରେ ରାଷ୍ଟ୍ରପତିଙ୍କ ଡ୍ୟୁଟି ପାଇଁ ଭୁବନେଶ୍ବର ଆସିଥିଲେ। ରାଇଫଲ ଓ ଗୁଳି ଚୋରି ନେଇ ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗପରେ ତଦନ୍ତ ଆରମ୍ଭ କରିଛି ପୋଲିସ।

ଆଜିଠୁ ନବମଶ୍ରେଣୀ ପରୀକ୍ଷା

ଭୁବନେଶ୍ୱର,୬।୩(ଏସଏସନିଉj)ଆଜିଠୁ ନବମ ଶ୍ରେଣୀ ପରୀକ୍ଷା,ମାଧ୍ୟମିକଶିକ୍ଷା ପରିଷଦ ପରିଚାଳିତ ଉଚ୍ଚବିଦ୍ୟାଳୟରେ ପରୀକ୍ଷା ଆରମ୍ଭ ହୋଇଛି। ମଧ୍ୟମାବିଦ୍ୟାଳୟରେ ମଧ୍ଯ ନବମଶ୍ରେଣୀ ପରୀକ୍ଷା ଆରମ୍ଭ ହିଇଛି।୧୩ତାରିଖ ଯାଏଁ ନିଜ ବିଦ୍ୟାଳୟରେ ଅନୁଷ୍ଠିତ ହେବ ପରୀକ୍ଷା ବୋଲି ଜଣାପଡିଛି।

ଉପରମୁହାଁ ହେବ ପାରଦ

ଭୁବନେଶ୍ୱର,୬।୩(ଏସଏସନିଉଜ)ଉପାନ୍ତରୁ ଉପକୂଳ ସବୁଠି ଉପରମୁହାଁ ହେବ ପାରଦ।ସ୍ବାଭାବିକଠାରୁ ୩ ରୁ ୫ ଡିଗ୍ରୀପର୍ଯ୍ୟନ୍ତ ତାପମାତ୍ରା ବଢିବ।ବର୍ତ୍ତମାନ ରାଜ୍ୟରେ ପଶ୍ଚିମାଝଡ ସକ୍ରିୟ ଥିବାବେଳେ ଉପକୂଳ ଓଡ଼ିଶାରେ ଏକ ଗୁରୁଚାପ ବଳୟସୃଷ୍ଟି ହୋଇଛି।ଏହାର ପ୍ରଭାବରେ ଆସନ୍ତା ୪ଦିନପର୍ଯ୍ୟନ୍ତ ରାଜ୍ୟରେ ଖରା ଛାଇରେଖେଳ ଦେଖିବାକୁ ମିଳିବବୋଲି ପାଣିପାଗବିଭାଗ ଆକଳନ କରିଛି।

ବନ୍ଦହେଲା Facebook!

ଭୁବନେଶ୍ୱର,୫।୩(ଏସଏସନିଉଜ)ବନ୍ଦ ହେଲା ଫେସବୁକ, କାମକରୁନି ଲକ୍ଷଲକ୍ଷ ୟୁଜରଙ୍କ ଫେସବୁକ ଆକାଉଣ୍ଟ।ପୁଣିଥରେ ମେଟାର ଫେସବୁକକୁ ନେଇ ଦେଖାଦେଇଛି ସମସ୍ୟା । ସର୍ଭରଡାଉନ୍ ଯୋଗୁଁ ଲଗ୍ ଇନ୍ ସହ ଆକାଉଣ୍ଟରେ ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲକ୍ଷଲକ୍ଷ ୟୁଜର ।ଏନେଇ ଟ୍ୱିଟରରେ ଅନେକ ୟୁଜର ପ୍ରଶ୍ନ କରିଥିଲେ ମଧ୍ୟ ମେଟା ତରଫରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ତେବେ କିଛି ୟୁଜର ଫେସବୁକ ସହିତ ଇନଷ୍ଟାଗ୍ରାମ ସର୍ଭର ମଧ୍ୟ ଡାଉନ୍ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ।

ଜନବିରୋଧୀ ବ୍ୟକ୍ତିଙ୍କୁ ନେଉଛି BJP !

ଭୁବନେଶ୍ୱର,୩ା୩(ଏସଏସନିଉଜ)ବିଜେଡିମୁଖପାତ୍ର ସ୍ବୟଂପ୍ରକାଶ ମହାପାତ୍ରଙ୍କ BJPରେ BJD ନେତାଙ୍କ ସାମିଲ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିମୁଖପାତ୍ର ସ୍ବୟଂପ୍ରକାଶ ମହାପାତ୍ର ।ସେଏକ ପ୍ରେସମିଟ୍ ରେ କହିଛନ୍ତି ଯେ, ନୂଆନେତା ତିଆରିକରିବାରେ ବିଜେପି ସକ୍ଷମନୁହେଁ ।୨୦୧୯ ତୁଳନାରେ ୨୪ରେ ନୈରାଶ୍ୟଜନକ ପ୍ରଦର୍ଶନ କରିବBJP ।ଜନବିରୋଧୀ ବ୍ୟକ୍ତିଙ୍କୁ ଦଳରେ ମିଶାଉଛି ବିଜେପି ।୨୦୧୯ ଫର୍ମୁଲାକୁ ଆପଣାଉଛି ବିଜେପି ବୋଲି ସ୍ବୟମ ପ୍ରକାଶ କହିଛନ୍ତି ।ସେପୁଣି କହିଛନ୍ତି ବିଜେଡିରୁ ତଡ଼ାଖାଇଥିବା ନେତାଙ୍କୁ ବିଜେପି ଆପଣାଉଛି ।ଟିକେଟ ସମ୍ଭବନା ନ ଥିବା ନେତାଙ୍କୁ ସାମିଲ କରୁଛି […]

ନନ୍ଦନକାନନରେ ସିଜେଡଏ ଟିମ

ବାରଙ୍ଗ,୨ା୩(ଏସଏସନିଉଜ) ଶନିବାର ସକାଳୁ ନନ୍ଦନକାନନରେ ଆସି ପହଁଚିଛନ୍ତି କେନ୍ଦ୍ରିୟ ଚିଡିଆଖାନା କର୍ତୁପକ୍ଷଙ୍କ ଏକ ଦୁଇଜଣିଆ ପ୍ରତିନିଧିଦଳ ।ଏହିପ୍ରତିନିଧିଦଳ ଆସିବାର ପୁର୍ବ ସୁଚନା ଆସିଥିବାରୁ ନନ୍ଦନକାନନ କର୍ତୁପକ୍ଷ ପୁର୍ବପ୍ରସ୍ତୁତିମୁାବକ ସଜାଗ ହୋଇରହିଥିଲେ । ପ୍ରତି୩ବର୍ଷର ବ୍ୟବଧାନରେ କେନ୍ଦ୍ରିୟ ଚିଡିଆଖାନା ପକ୍ଷରୁ ଦେଶରେ ଥିବା ବିଭିର୍ଣ ଚିଡିଆଖାନାକୁ ଯାଇ ଅନୁଧ୍ୟାନ କରାଯାଇଥାଏ ।କେନ୍ଦ୍ରିୟ ଚିଡିଆଖାନା କର୍ତୁପକ୍ଷଙ୍କ ନିତୀନୀୟମ ଓ ସର୍ତାବଳୀକୁ ଅନୁପାଳନ କରି ଚିଡିଆଖାନା କିପରି ଚାଲୁଛି ଆସିଥିବା ଦଳ ଏହାକୁ ଅନୁଧ୍ୟାନ କରି ଫେରିବାପରେ କେନ୍ଦ୍ରିୟ ଚିଡିଆଖାନାକର୍ତୁପକ୍ଷଙ୍କ ପାଖରେ […]

ପ୍ରଥମପର୍ଯ୍ୟାୟ ପ୍ରାର୍ଥୀତାଲିକା ଘୋଷଣା କଲା ବିଜେପି

ଭୁବନେଶ୍ୱର,୨ା୩(ଏସଏସନିଉଜ)ପ୍ରଥମପର୍ଯ୍ୟାୟ ପ୍ରାର୍ଥୀତାଲିକା ଘୋଷଣା କରିଛି ବିଜେପି । ପ୍ରଥମପର୍ଯ୍ୟାୟରେ ୧୯୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି ।୧୬ ରାଜ୍ୟ ଏବଂ ୨ କେନ୍ଦ୍ରଶାସିତ ଅଞ୍ଚଳରୁ ୧୯୫ ଜଣପ୍ରାର୍ଥୀ ହୋଇଛନ୍ତି ।ଏଥିମଧ୍ୟରେ ଉତ୍ତର ପ୍ରଦେଶରୁ ସର୍ବାଧିକ ୫୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି ବିଜେପିର ପ୍ରଥମପର୍ଯ୍ୟାୟ ତାଲିକାରେ ୩୪ କେନ୍ଦ୍ରମନ୍ତ୍ରୀ ଓ ଲୋକସଭାର ବାଚସ୍ପତି ସ୍ଥାନ ପାଇଛନ୍ତି ।ଏହି ତାଲିକାରେ ୪୭ ଯୁବନେତା ଓ ୨୮ ଜଣ ମହିଳାଙ୍କୁ ସାମିଲ କରାଯାଇଛି । ବାରଣାସୀରୁ ଲଢ଼ିବେ […]

ପଦ୍ମ ଧରିବେ ରାଜୁଦାସ

ଭୁବନେଶ୍ୱର,୨।୩(ଏସଏସନିଉଜ)ବିଜେପିରେ ଯୋଗ ଦେବେ ପୂର୍ବତନ ବିଧାୟକ ରାଜେନ୍ଦ୍ରଦାସ।ଧାମନଗରର ପୂର୍ବତନବିଧାୟକ ରାଜେନ୍ଦ୍ର ଦାସ ପଦ୍ମଧରିବେ।ଆସନ୍ତା ୪ତାରିଖରେ ବିଜେପିରେ ଯୋଗଦେବେ କହିଲେ ରାଜୁ।ଧାମନଗର ଉପନିର୍ବାଚନ ବେଳେ ଚର୍ଚ୍ଚାରେ ଥିଲେ ରାଜେନ୍ଦ୍ରଦାସ।ଅବନ୍ତୀଦାସଙ୍କୁ ବିଜେଡ଼ିପ୍ରାର୍ଥୀ କରିବାରୁ ବିଦ୍ରୋହୀ ସାଜିଥିଲେ।ପରେ ସ୍ୱାଧିନଭାବେ ନାମାଙ୍କନ କରିଥିଲେ,ବିଜେଡ଼ି ନିଲମ୍ବିତ କରିଥିଲା।

ଆସୁଛି ସେଣ୍ଟ୍ରାଲ ଆର୍ମଡ଼ ପୋଲିସଫୋର୍ସ

ଭୁବନେଶ୍ୱର,୨।୩(ଏସଏସନିଉଜ)ନିର୍ବାଚନପୂର୍ବରୁ କଡ଼ା ସୁରକ୍ଷା ପାଇଁ ଓଡିଶା ଆସୁଛି ସେଣ୍ଟ୍ରାଲ ଆର୍ମଡ଼ ପୋଲିସ ଫୋର୍ସ।ନିର୍ବାଚନପୂର୍ବରୁ ମୁତୟନ ହେବେ ୭୫ପ୍ଲାଟୁନ ଫୋର୍ସ।ଆଜି ଓଡ଼ିଶାରେ ପହଞ୍ଚିବେ ୧୫ ପ୍ଲାଟୁନଫୋର୍ସ।ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିବେ ୬୦ ପ୍ଲାଟୁନଫୋର୍ସ ବୋଲି ସୂଚନାଦେଲେ ଆଇନଶୃଙ୍ଖଳା ଏଡିଜି ସଞ୍ଜୟକୁମାର।ଗଞ୍ଜାମ , ସମ୍ବଲପୁର ,ଅନୁଗୁଳ ପ୍ରଥମେ ଗସ୍ତ କରିବାର ସମ୍ଭାବନା ରହିଛି।ପରିସ୍ଥିତି ଅନୁଯାୟୀ ଫୋର୍ସ ଆହୁରି ବଢ଼ିପାରେ।ନିର୍ବାଚନ କମିଶନଙ୍କ ଆବଶ୍ୟକତା ମୁତାବକ ନିୟୋଜିତ ହେବେ ବୋଲି ସୂଚନାଦେଲେ ଆଇନଶୃଙ୍ଖଳା ଏଡିଜି।