Browsing category

ମହାନଗର

ଆଖିବୁଜିଲା ୱାଲାବି

ବାରଙ୍ଗ,୧୧।୩(ଏସଏସନିଉଜ) ଶୁକ୍ରବାର ଦିନ ଗୋଟିଏ ଦିନରେ ୩ଟି ବିରଳଜନ୍ତୁ ମୃତ୍ୟୁବରଣ କରିଥିବାର ତିନିଦିନ ନପୂରୁଣୁ ପୁଣି ଗୋଟିଏ ୱାଲାବିର ଚିକିତ୍ସାଧିନ ଅବସ୍ଥାରେ ସୋମବାର ମୃତ୍ୟୁ ହୋଇଛି ।ତେବେ ବାରମ୍ବାର ପ୍ରାଣୀଉଦ୍ୟାନ ନନ୍ଦନକାନନରେ ଜୀବଜନ୍ତୁଙ୍କ ମୃତ୍ୟୁ ଜନ୍ତୁବିଭାଗର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି । ସୂଚନାଯୋଗ୍ୟଯେ , ପ୍ରାଣୀ ଉଦ୍ୟାନକୁ ଗତ ୨୦୨୩ ମସିହା ଡିସେମ୍ବରମାସ ୨୩ ତାରିଖରେ ହାଇଦ୍ରାବାଦର ଏକ ଘରୋଇ ଫାର୍ମରୁ ଗୋଟିଏ ହଳେ ୱାଲାବୀ କିଣାହୋଇ ଆସିଥିଲା । ଏଠାକୁ ଆସିବାର କିଛିଦିନ […]

ବିଧବାମହିଳାଙ୍କୁ ହତ୍ୟାକଲା କିଏ?

  ବାରଙ୍ଗ,୧୧।୩ (ଏସଏସନିଉଜ)ରବିବାର ବିଳମ୍ଭିତରାତିରେ ଗୋଡିସାହିଫାଣ୍ଡି ଅଧିନସ୍ଥ ବାରଶିଙ୍ଗା ଗ୍ରାମରେ ଜଣେ ମହିଳାଙ୍କୁ ଦୁର୍ବୁତମାନେ ବିଭସ୍‌ଭାବେ ହତ୍ୟା କରିଛନ୍ତି ।ଘରପାଖରେ ଥିବା ଗୁହାଳଘର ନିକଟରେ ଅର୍ଦ୍ଧଲଗ୍ନଅବସ୍ଥାରେ ମୃତଦେହଟି ପଡିଥିବାବେଳେ ପାଖରେ ରକ୍ତଲଗା କାଠଫାଳିଆ, ମାଙ୍ଗଡାପଥର ଓ ଆର୍ଜବେଷ୍ଟରେ ରକ୍ତଛିଟା ଲାଗିଥିବାର ଦେଖିବାକୁ ମିଳିଥିଲା । ସୋମବାରସକାଳୁ ଏହା ଜଣାପଡିବାପରେ ଦେଖଣାହାରୀଙ୍କ ଭୀଡ ଲାଗିରହିଥିଲା ।ଖବରପାଇ ବାରଙ୍ଗଥାନା ଓ ଗୋଡିସାହି ପୋଲିସ ସାଇଂଟିଫିକଦଳ ସହିତ ସନ୍ଧାନୀକୁକୁର ନେଇ ତଦନ୍ତଆରମ୍ଭ କରିଥିଲେ ମଧ୍ୟ ହତ୍ୟାର ପକୃତ କାରଣ ଜାଣିପାରିନଥିବାର ଜଣାପଡିଛି […]

କୁକୁର ମୁହଁରୁ ଉଦ୍ଧାର ହେଲା ହରିଣ

ବାରଙ୍ଗ,୧୧।୩ (ଏସଏସନିଉଜ) ସୀତାରାମ ବଜାର ନିକଟସ୍ଥ ଲେବର କଲୋନୀରୁ ସୋମବାର ସକାଳୁ ସ୍ଥାନୀୟ ଲୋକମାନେ ଏକ ହରିଣକୁ ଉଦ୍ଧାର କରିଛନ୍ତି ।ସୋମବାର ସକାଳ ପ୍ରାୟ ୬ଟା ସୁଧା ଏକ ହରିଣଟି ଖାଦ୍ୟ ଅନ୍ୱେଷଣରେ ନନ୍ଦନକାନନ ଜଙ୍ଗଲପଟୁ ଜନବସତି ଅଭିମୁଖେ ଚାଲି ଆସିଥିଲା। କିଛି ବୁଲା କୁକୁର ହରିଣଟିକୁ ଆକ୍ରମଣ କରି ଲହୁ ଲୁହାଣ କରିଦେଇଥିଲେ।ହରିଣଟି ଗୁରୁତର ଆହତ ଅବସ୍ଥାରେ ଲେବର କଲୋନୀ ଭିତରକୁ ପଶିଆସିଥିଲା।ଏହାପରେ ସ୍ଥାନୀୟ ଲୋକମାନେ ହରିଣଟିକୁ ବୁଲା କୁକୁରଙ୍କଠାରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି […]

୫୭ଲିଟର ଦେଶିମଦ ଜବତ

ବାରଙ୍ଗ,୧୧।୩ (ଏସଏସନିଉଜ)ଗତକିଛିଦିନହେବ ନନ୍ଦନକାନନଥାନାପୋଲିସ ଦେଶୀମଦଚଢାଉ ଉପରେ ଗୁରୁତ୍ୱଦେବାସହ ମଦ ବେପାରରେ ରୋକ ଲଗାଇବାପାଇଁ ଆକ୍ସନ ମୁଡରେ ରହିଥିବାର ଦେଖିବାକୁମିଳିଛି ।ରବିବାର ଦିନ ପୁଣି ଖବରପାଇ ଗଣ୍ଡରପୁର ଗ୍ରାମର ଗଣେଶ ରାଉତ ନାମକ ବ୍ୟକ୍ତି ଘରେ ମଦ ବିକୁଥିବାବେଳେ ଚଢଉକରି ୧୨୪ଟି ଛୋଟବଡ ପ୍ଲାଷ୍ଟିକବୋତଲରେ ବିକ୍ରି ଉଦ୍ଦେଶ୍ୟରେ ଥିବା ୫୭ଲିଟର ଦେଶିମଦ ସହ ନଗଦ ୩୩ଶହ ଟଙ୍କା ଜବତ କରିଥିଲା ।୬୫/୨୪କେଶନଂରେ ପୋଲିସ ଏକ ମକଦ୍ଦମାରୁଜୁକରି ସୋମବାରଦି ଗଣେଶକୁ କୋର୍ଟଚାଳଣ କରିଛି ।

ପ୍ରଶାନ୍ତଙ୍କ ପାଇଁ ପ୍ରତାପଙ୍କ ପ୍ରଚାର

ଭୁବନେଶ୍ୱର,୧୦।୩(ଏସଏସନିଉଜ)ପାଖେଇ ଆସିଲାଣି ନିର୍ବାଚନ।ତେବେ ବିଜେଡି- ବିଜେପି ମେଣ୍ଟ ହେବ କି ଏକାଏକା ଲଢ଼ିବେ ଏହାକୁନେଇ ଚର୍ଚ୍ଚା ଜୋର ଧରିଛି ।ଏହାରିଭିତରେ ପ୍ରତାପ ଜେନାଙ୍କ ଭାଷଣ ସରଗରମ ଆଲୋଚନା ହେଉଛି।ମେଣ୍ଟ ଚର୍ଚ୍ଚା ଭିତରେ ଦଳ ଘୋଷଣା କରିବା ପୂର୍ବରୁ ସାଲେପୁରପାଇଁ ପ୍ରଶାନ୍ତ ବେହେରାଙ୍କୁ ପ୍ରାର୍ଥୀ କରିଦେଲେ ବିଧାୟକ ପ୍ରତାପ ଜେନା। ଗତକାଲି ସାଲେପୁର ମାଳଶାସନରେ ଆୟୋଜିତ ଏକ ସଭାରେ ପ୍ରତାପ କହିଛନ୍ତି ପ୍ରଶାନ୍ତ ବେହେରା ଏଥର ୫୦ ହଜାର ଭୋଟରେ ଜିତିବେ। ସାଲେପୁର ବିଧାୟକ ପ୍ରଶାନ୍ତବେହେରାଙ୍କ ପାଇଁ ପ୍ରଚାର […]

ନିର୍ବନ୍ଧପାର୍ଟିରୁ ଗିଫ୍ଟବ୍ୟାଗ ଲୁଟ୍‌!

ଭୁବନେଶ୍ୱର,୧୦।୩(ଏସଏସନିଉଜ)ଅତିଥୀ ବେଶରେ ଆସି ନେଇଗଲେ ୧୫ଲକ୍ଷ ଟଙ୍କାର ସୁନା ଅଳଙ୍କାର।ଜୟଦେବ ବିହାର ଥିବା ଏକ ତାରକା ହୋଟେଲରେ ଚାଲିଥିଲା ନିର୍ବନ୍ଧ।ମୈତ୍ରୀବିହାର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।ସିସିଟିଭିରୁ ୨ଜଣଙ୍କୁ ଚିହ୍ନଟ କରିଛି ପୋଲିସ।

ସବୁ ଆସନପାଇଁ ପ୍ରସ୍ତୁତି କରୁଛୁ

ଭୁବନେଶ୍ୱର,୧୦।୩(ଏସଏସନିଉଜ)ବିଜେପି ରାଜ୍ୟନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ବିଧାନସଭା ହେଉ କିମ୍ବା ଲୋକସଭା ସବୁ ଆସନ ପାଇଁ ଆମେ ପ୍ରସ୍ତୁତି କରୁଛୁ।ଗୋଟିଏ ଗୋଟିଏ ଆସନପାଇଁ ଚର୍ଚ୍ଚା ହୋଇଛି। ମେଣ୍ଟ ଚର୍ଚ୍ଚାକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ଲତା କହିଛନ୍ତି ଆପଣମାନେ ଚର୍ଚ୍ଚା କରୁଛନ୍ତି, ଆମେ ନୁହେଁ, ସବୁ ଆସନ ପାଇଁ ଆମେ ପ୍ରସ୍ତୁତ ବୋଲି କହିଛନ୍ତି।

ସ୍କୁଲକର୍ମଚାରୀଙ୍କୁ ମିଳିବ ସାମୟିକଛୁଟି

ଭୁବନେଶ୍ୱର,୧୦।୩(ଏସଏସନିଉଜ)ଅନୁଦାନପ୍ରାପ୍ତ ସ୍କୁଲ କର୍ମଚାରୀଙ୍କୁ ମିଳିବ ୧୫ଦିନର ସାମୟିକ ଛୁଟି।ଶିକ୍ଷକ ଓ ଅଣଶିକ୍ଷକଙ୍କୁ ବର୍ଷକୁ ମିଳିବ ୧୫ ଦିନର ସାମୟିକ ଛୁଟି।ମହିଳାକର୍ମଚାରୀଙ୍କୁ ମିଳିବ ୧୮୦ ଦିନର ସବୈତନିକ ମାତୃତ୍ୱ ଛୁଟି ବୋଲି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ। ଏହାଦ୍ୱାରା ୩୩ହଜାର ୪୨୦ଶିକ୍ଷକ ଓ ଅଣଶିକ୍ଷକ ଉପକୃତ ହେବେ ବୋଲି ଜଣାପଡିଛି।

EDଚଢ଼ାଉରେ ୩୦ଲକ୍ଷ ଜବତ

ଭୁବନେଶ୍ୱର,୧୦।୩(ଏସଏସନିଉଜ)ED ଚଢ଼ାଉରେ ମିଳିଲା ୩୦ଲକ୍ଷ ନଗଦଟଙ୍କା।୨କେଜି ଓଜନର ସୁନା ବି ମିଳିଲା।ଯାହାରମୂଲ୍ୟ୧. ୨୪କୋଟି ଟଙ୍କା ହେବ।କେନ୍ଦୁଝର ଯୋଡ଼ାରେ ଇଡି ଚଢାଉ ବେଳେ ମିଳିଲା ଟଙ୍କା।ଦୀପକଗୁପ୍ତା ଓ ସହଯୋଗୀଙ୍କ ୧୨ଟି ସ୍ଥାନରେ ହୋଇଥିଲା ରେଡ୍ ।ବିଦେଶୀକାର୍, ସମ୍ପତ୍ତି, ଆପତ୍ତିଜନକ କାଗଜପତ୍ର ଜବତ ହୋଇଛି।

ରାତିରେ ଖୋଲିବ ନନ୍ଦନକାନନ!

ବାରଙ୍ଗ,୯ା୩(ଏସଏସନିଉଜ)ପ୍ରାଣିଉଦ୍ୟାନ ନନ୍ଦନକାନନ ରାତିବେଳା ଖୋଲିବାକୁ ଯାଉଛି ।ଏଥର ପର୍ଯ୍ୟଟକମାନେ ରାତିରେ ମଧ୍ୟ ଜୀବଜନ୍ତୁ ମାନଙ୍କୁ ଦେଖିବାର ସୁଯୋଗ ପାଇବେ ।ଏଥିନିମନ୍ତେ ନନ୍ଦନକାନନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।ବିଭିର୍ଣ ଜୀବଜନ୍ତୁ ଏନକ୍ଲୋଜର ଆଗରେ ଓ ରାସ୍ତାରେ ଆଲୋକିକରଣର ବ୍ୟବସ୍ଥା କରାଯାଉଛି ।ଏଥି ନିମନ୍ତେ ଶନିବାରଦିନ ନନ୍ଦନକାନନର କର୍ତୁପକ୍ଷଙ୍କ ଉପସ୍ଥିତିରେ ପରୀକ୍ଷାମୁଳକଭାବେ ଅନୁଧ୍ୟାନ କରାଯାଇଥିବାର ଜଣାପଡିଛି ।ତେବେ ଏହି ସୁବିଧା କେବଳ ରବିବାରଦିନ ଉପଲବ୍ଧ ହୋଇପାରିବା ।ପ୍ରାଥମିକପର୍ଯ୍ୟାୟରେ ରବିବାର ରାତି୭ରୁ୯ଟା ଦୁଇଘଂଟା ପର୍ଯ୍ୟନ୍ତ ପର୍ଯ୍ୟଟକମାନେ ଏହି ସୁବିଧା ପାଇପାରିବେ […]