ଆଖିବୁଜିଲା ୱାଲାବି

ବାରଙ୍ଗ,୧୧।୩(ଏସଏସନିଉଜ) ଶୁକ୍ରବାର ଦିନ ଗୋଟିଏ ଦିନରେ ୩ଟି ବିରଳଜନ୍ତୁ ମୃତ୍ୟୁବରଣ କରିଥିବାର ତିନିଦିନ ନପୂରୁଣୁ ପୁଣି ଗୋଟିଏ ୱାଲାବିର ଚିକିତ୍ସାଧିନ ଅବସ୍ଥାରେ ସୋମବାର ମୃତ୍ୟୁ ହୋଇଛି ।ତେବେ ବାରମ୍ବାର ପ୍ରାଣୀଉଦ୍ୟାନ ନନ୍ଦନକାନନରେ ଜୀବଜନ୍ତୁଙ୍କ ମୃତ୍ୟୁ ଜନ୍ତୁବିଭାଗର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି ।
ସୂଚନାଯୋଗ୍ୟଯେ , ପ୍ରାଣୀ ଉଦ୍ୟାନକୁ ଗତ ୨୦୨୩ ମସିହା ଡିସେମ୍ବରମାସ ୨୩ ତାରିଖରେ ହାଇଦ୍ରାବାଦର ଏକ ଘରୋଇ ଫାର୍ମରୁ ଗୋଟିଏ ହଳେ ୱାଲାବୀ କିଣାହୋଇ ଆସିଥିଲା । ଏଠାକୁ ଆସିବାର କିଛିଦିନ ପରେ ଅଣ୍ଡିରାୱାଲାବି ଅସୁସ୍ଥ ହୋଇପଡ଼ିଥିଲା।ପ୍ରାଣୀଉଦ୍ୟାନ ଚିକିତ୍ସକ ଚିକିତ୍ସା କରିଥିଲେ ସୁଦ୍ଧା ସ୍ୱାସ୍ଥରେ ଉନ୍ନତି ପରିଲକ୍ଷିତ ହୋଇନଥିଲା ।ମାର୍ଚ୍ଚ ୭ତାରିଖଦିନ ଅଣ୍ଡିରା ୱାଲାବି ଗୁରୁତର ଅସୁସ୍ଥ ହୋଇପଡ଼ିଥିଲା ।ୱାଲାବିଟିକୁ ବାଧ୍ୟହୋଇ ପରିସରରେ ଥିବା ଚିକିତ୍ସାଳୟକୁ ଅଣାଯାଇ ସାଲାଇନ ଲଗାଯାଇ ତାର ରକ୍ତନମୁନା ସଂଗ୍ରହ କରାଯାଇ ଓୟୁଏଟିକୁ ପରୀକ୍ଷାପାଇଁ ପଠାଯାଇଥିଲା ।ଏସବୁସତ୍ତ୍ୱେ ବଞ୍ଚେଇପାରିଲେନି ଡାକ୍ତର। ଶେଷରେ ମୃତ୍ୟୁ ସହ ସଂଗ୍ରାମକରି ସୋମବାର ସକାଳେ ଆଖିବୁଜିଲା ୱାଲାବି ।ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ବ୍ୟବଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସୂଚନା ମିଳିଛି। ତେବେ ଏହି ୱାଲାବିର ମୃତ୍ୟୁ ପରେ ସାଥିହରା ହୋଇପଡିଛି ମାଇ ୱାଲାବି ।ଏହି ଘଟଣାପରେ ଡାକ୍ତରଙ୍କ ରୋଗଚିହ୍ନଟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି

Comments (0)
Add Comment