ରାତିରେ ଖୋଲିବ ନନ୍ଦନକାନନ!

ରବିବାର ନିଷ୍ପତି

ବାରଙ୍ଗ,୯ା୩(ଏସଏସନିଉଜ)ପ୍ରାଣିଉଦ୍ୟାନ ନନ୍ଦନକାନନ ରାତିବେଳା ଖୋଲିବାକୁ ଯାଉଛି ।ଏଥର ପର୍ଯ୍ୟଟକମାନେ ରାତିରେ ମଧ୍ୟ ଜୀବଜନ୍ତୁ ମାନଙ୍କୁ ଦେଖିବାର ସୁଯୋଗ ପାଇବେ ।ଏଥିନିମନ୍ତେ ନନ୍ଦନକାନନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।ବିଭିର୍ଣ ଜୀବଜନ୍ତୁ ଏନକ୍ଲୋଜର ଆଗରେ ଓ ରାସ୍ତାରେ ଆଲୋକିକରଣର ବ୍ୟବସ୍ଥା କରାଯାଉଛି ।ଏଥି ନିମନ୍ତେ ଶନିବାରଦିନ ନନ୍ଦନକାନନର କର୍ତୁପକ୍ଷଙ୍କ ଉପସ୍ଥିତିରେ ପରୀକ୍ଷାମୁଳକଭାବେ ଅନୁଧ୍ୟାନ କରାଯାଇଥିବାର ଜଣାପଡିଛି ।ତେବେ ଏହି ସୁବିଧା କେବଳ ରବିବାରଦିନ ଉପଲବ୍ଧ ହୋଇପାରିବା ।ପ୍ରାଥମିକପର୍ଯ୍ୟାୟରେ ରବିବାର ରାତି୭ରୁ୯ଟା ଦୁଇଘଂଟା ପର୍ଯ୍ୟନ୍ତ ପର୍ଯ୍ୟଟକମାନେ ଏହି ସୁବିଧା ପାଇପାରିବେ ।ନନ୍ଦନକାନନ ପକ୍ଷରୁ କରାଯାଇଥିବା ଏହି ଯୋଜନା ଫଳପ୍ରଦ ହେଲେ ରବିବାରପରେ ଅନ୍ୟଦିନମାନଙ୍କରେ ମଧ୍ୟ ଏହିଭଳିସୁବିଧା ପର୍ଯ୍ୟଟକମାନଙ୍କୁ ମିଳୀବାର ନିଷ୍ପତି ହୋଇପାରେ ।କରାଯାଇଥିବା ଯୋଜନା ମୁତାବକ ସର୍ବନିମ୍ନ ୨୫ରୁ୩୦ଜଣ ପର୍ଯ୍ୟଟକଙ୍କୁ ଏହି ସୁବିଧା ମିଳିପାରିବ ।ଏଥିପାଇଁ ଅନଲାଇନରେ ଟିକେଟ କାଟିବା ସହ ଜଣଙ୍କ ପିଛା ୨୫୦ଟଙ୍କା ଦେବାକୁପଡିବ ।ନନ୍ଦନକାନନରେ ରାତିରେ ବୁଲିବାନିମନ୍ତେ ଟିକେଟ କାଟିଥିବା ପର୍ଯ୍ୟଟକମାନେ ପହଁଚିବାପରେ ନନ୍ଦନକାନନ ପକ୍ଷରୁ ସେମାନଙ୍କୁ ଏକ ବେଟାରୀ ଗାଡିରେ ସ୍ୱତନ୍ତଭାବେ ନିିର୍ଦ୍ଦାରିତ ହୋଇଥିବା ନିଦ୍ଧିଷ୍ଟ ପଶୁପକ୍ଷୀମାନଙ୍କୁ ଦେଖାଇବାର ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି ।ତେବେ ଏହିଭଳିି ଯୋଜନା ନନ୍ଦନକାନନ ପକ୍ଷରୁ ହାତକୁନିଆଯାଇଥିବାବେଳେ କେବେ ପର୍ଯ୍ୟଟକମାନେ ରାତିରେ ବୁଲିପାରିବେ ଓ କଣକଣ ବ୍ୟବସ୍ଥା ରହିବ ତାହା ରବିବାରଦିନ ଜଣାପଡିବବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ସନତକୁମାରଏନ କହିଛନ୍ତି ।

Comments (0)
Add Comment