Browsing category

ମହାନଗର

CISF ନଜରରେ ଅଯୋଧ୍ୟା ବିମାନବନ୍ଦର

ଭୁବନେଶ୍ବର,୧୦।୧(ଏସଏସନିଉଜ)ନବନିର୍ମିତ ଅଯୋଧ୍ୟା ବିମାନ ବନ୍ଦର ସୁରକ୍ଷା ଦାୟିତ୍ବ ନେଇଛି CISF।ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ବିମାନ ବନ୍ଦର ସୁରକ୍ଷା ଦାୟିତ୍ବ ହସ୍ତାନ୍ତର ହୋଇଛି।ଆସନ୍ତା କିଛିଦିନ ମଧ୍ୟରେ ଆବଶ୍ୟକ CISF ୟୁନିଟ୍ ମୁତୟନ ହେବ। ୨୨ରେ ପ୍ରାଣପ୍ରତିଷ୍ଠା ଉତ୍ସବରେ ବହୁ ବିଶିଷ୍ଟବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଇସ୍ତଫାଦେଲେ ବଳଭଦ୍ର ମାଝୀ

ଭୁବନେଶ୍ୱର,୮ା୧(ଏସଏସନିଉଜ) ଆଉ କିଛିମାସ ପରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ।ଏବେଠାରୁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଅଙ୍କ କଷିବା ଆରମ୍ଭ କଲେଣି ।ଏହାରିଭିତରେ କଳାହାଣ୍ଡି ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ବଳଭଦ୍ର ମାଝୀ ବିଜେଡିରୁ ଇସ୍ତଫା ଦେଇଥିବାର ଜଣାପଡିଛି ।ଦଳରେ ଚରମ ଅବହେଳା ସାଙ୍ଗକୁ ବିଜେଡିରେ କୋଟେରୀ ରାଜ୍ ଚାଲିଥିବାନେଇ ଅଭିଯୋଗ ଉଠାଇଛନ୍ତି ବଳଭଦ୍ର । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାସହ ବିଜେଡି ସୁପ୍ରିମୋଙ୍କୁ ଇସ୍ତଫା ପତ୍ର ପଠାଇଥିବା […]

ଭୋଜିରେ ଗଣ୍ଡୋଗଳ,୩କୋର୍ଟଚାଳଣ

ବାରଙ୍ଗ,୮ା୧(ଏସଏସନିଉଜ)ରବିବାରଦିନ ବଟାନିକାର୍ଲଗାର୍ଡେନରେ ଭୋଜିକୁନେଇ ଉପୁଜିଥିବା ଗଣ୍ଡୋଗଳ ଘଟଣାରେ ନନ୍ଦନକାନନଥାନା ପୋଲିସ ସୋମବାରଦିନ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଳଣ କରିଛି ।ସେମାନେ ହେଲେ ପଦାସାହି ଭଗବତୀନଗର ଗ୍ରାମର ଦିପକସାମଲ ,କିରଣସାମଲ (ମନୁଆ),ଆନନ୍ଦସାମଲ । ପ୍ରକାସ ଯେ,ରବିବାରଦିନ ବଟାନିକାର୍ଲ ଗାର୍ଡେନରେ କଟକ ଅଂଚଳର ରାଜେନ୍ଦ୍ରସାହୁ, ସାଦ ଅହମଦ , ଦେବଦତ୍ତ ମହାପାତ୍ର ଓ ତାଙ୍କ ସହଯୋଗୀମାନେ ଓ ପଦାସାହି ଭଗବତୀନଗରର ଦିପକସାମଲ ,କିରଣସାମଲ(ମନୁଆ),ଆନନ୍ଦସାମଲ ଓ ତାଙ୍କ ସହଯୋଗୀମାନେ ଭୋଜି କରୁଥିଲେ ।ଭୋଜିକୁ ନେଇ ଉଭୟଗୋଷ୍ଠିଙ୍କ ମଧ୍ୟରେ ବିବାଦ ଓ […]

ଷ୍ଟ୍ରାଇକରୁ ଓହରିଲେ ରାଜ୍ୟ ଡ୍ରାଇଭର ସଂଘ

ଭୁବନେଶ୍ୱର,୬ା୧(ଏସଏସନିଉଜ) ଆନ୍ଦୋଳନରୁ ଓହରିଛନ୍ତି ରାଜ୍ୟ ଡ୍ରାଇଭର ସଂଘ । ଏ ନେଇ ଡ୍ରାଇଭର ସଂଘ ପକ୍ଷରୁ ସୁଚନା ଦିଆଯାଇଛି ।ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଅନ୍ଦୋଳନରୁ ଓହରିଛି ରାଜ୍ୟ ଡ୍ରାଇଭର ସଂଘ । ଏଥିନିମନ୍ତେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନରୁ ଓହରିବାକୁ ଆହ୍ୱାନ ଦେଇଛନ୍ତିସଭାପତି ପ୍ରଶାନ୍ତ ମେଣ୍ଡୁଲି ।ସେ କହିଛନ୍ତି ରାଜ୍ୟ ସରକାର ଆମ ଦାବି ଶୁଣିଛନ୍ତି, ତେଣୁ ଆନ୍ଦୋଳନରୁ ଓହରିଲୁ । ସୋମବାର କେନ୍ଦ୍ର ଆଇନ ବିଷୟରେ ଆଲୋଚନା କରିବୁ । ଅନ୍ୟ ୨୮ ରାଜ୍ୟ […]

ଥାନାପାଖରୁ ଟେକିନେଲେ

ମେଣ୍ଢାଶାଳ,୪ା୧(ଏସଏସନିଉଜ)ଗୁରୁବାର ରାତିରେ ଚନ୍ଦକାଥାନାପାଖରୁ ଏକ କାରରେ ଆସି ଜଣେ ଯୁବକକୁ ଅପହରଣ କରିନେଇ ଥିବାର ଜଣାପଡିଛି ।ଅପହରଣର ଶିକାର ହୋଇଥିବା ଯୁବକ ହେଉଛନ୍ତି ଏହିଥାନା ଅଧିନସ୍ଥ ଦାରୁଠେଙ୍ଗଗ୍ରାମର ଆଶିଷ ରଞ୍ଜନ ବେହେରା(୨୨)।ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଅପହରଣ କରାଯାଇଥିବାର ଅନୁମାନ କରାଯାଉଥିବାବେଳେ ସାଙ୍ଗରେ ଥିବା ଆଶିଷଙ୍କ ସାଙ୍ଗ ଅଲ୍ପକେ ବର୍ତିଯାଇଛନ୍ତି ।ଘଟଣାପରେ ସାଙ୍ଗ ଜଣଙ୍କ ଥାନାରେ ଜଣାଇବାପରେ ପୋଲିସ ତଦନ୍ତ ଆରମ୍ଭ କରିବାସହ ଆଶିଷକୁ ପାତ୍ରପଡା ଅଂଚଳରୁ ଉଦ୍ଧାର କରି ଥାନାକୁଆଣି ପଚରାଉଚରା ଆରମ୍ଭ କରିଛି ।ତେବେ ଅପହରଣକାରୀଙ୍କୁ […]

କ୍ଷମା ମାଗିଲେ ବିଧାୟକ

ଭୁବନେଶ୍ୱର,୪ା୧(ଏସଏସନିଉଜ) ଏନସିପିରବିଧାୟକ ଜିତେନ୍ଦ୍ର ଆହ୍ୱାଡ୍ ଗତବୁଧବାର ମହାରାଷ୍ଟ୍ରର ଶିରଡିରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭଗବାନ ଶ୍ରୀରାମଙ୍କୁ ମାଂସାହାରୀ ବୋଲି ମନ୍ତବ୍ୟ ଦେଇଥିଲେ ।ମହାରାଷ୍ଟ୍ରର ନେତା ଜିତେନ୍ଦ୍ର ଆହ୍ୱାଡ୍ ଭଗବାନ ଶ୍ରୀରାମଙ୍କୁ ମାଂସାହାରୀ କହିଥିଲେ । ନେତାଙ୍କ ଏଭଳି ମନ୍ତବ୍ୟ ପରେ ମହାରାଷ୍ଟ୍ରରେ ରାଜନୀତି ସରଗରମ ହୋଇଛି।ଏନସିପି (ଶରଦ ପାୱାର ଗୋଷ୍ଠୀ)ର ବିଧାୟକ ଜିତେନ୍ଦ୍ର ଆହ୍ୱାଡ୍ ଗତବୁଧବାର ମହାରାଷ୍ଟ୍ରର ଶିରଡିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏଠାରେ ସେ ଭଗବାନ ଶ୍ରୀରାମଙ୍କୁ ମାଂସାହାରୀ ବୋଲି କହିଥିଲେ ।ସେ […]

କଂଗ୍ରେସରେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ

ଭୁବନେଶ୍ବର,୪।୧(ଏସଏସନିଉଜ) ଭାଇ ମୁଖ୍ୟମନ୍ତ୍ରୀ କିନ୍ତୁ ଭଉଣୀ ଏବେ ବିରୋଧୀ ଶିବିରରେ ଦେଖିବାକୁ ମିଳିଛି ।ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ୱାଇ.ଏସ୍‌. ଶର୍ମିଲା ।ଦୀର୍ଘଦିନର ବିବାଦ ପରେ ଶେଷରେ କଂଗ୍ରେସକୁ ବାଛି ନେଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ କଂଗ୍ରେସର ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଓ କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀଙ୍କ ଉପସ୍ଥିତିରେ ଶର୍ମିଲାଙ୍କୁ ଔପଚାରିକ ଭାବେ କଂଗ୍ରେସ ପାର୍ଟିରେ ସାମିଲ କରାଯାଇଛି । ଏହି ଅବସରରେ ତାଙ୍କ ଦଳ ‘ୱାଇଏସ୍‌ଆର୍ ତେଲେଙ୍ଗାନା ପାର୍ଟି’ ମଧ୍ୟ […]

ଆନ୍ଦୋଳନକୁ ଓହ୍ଲାଇବ ରାଜ୍ୟ ଡ୍ରାଇଭରସଂଘ

ଭୁବନେଶ୍ୱର,୪ା୧(ଏସଏସନିଉଜ)କେନ୍ଦ୍ର ସରକାରଙ୍କ ହିଟ ଆଣ୍ଡ ରନକୁ ନେଇ ହୋଇଥିବା ନୂଆ ଆଇନ୍ କୁନେଇ ଆଜିଠାରୁ ଡ୍ରାଇଭର ସଂଘର ସମଗ୍ର ଭାରତରେ ଷ୍ଟିୟରିଂ ଛାଡ ଆନ୍ଦୋଳନ ଡାକରା ଦିଆଯାଇଛି ।ଏଥିରେ ରାଜ୍ୟଡ୍ରାଇଭର ମହାସଂଘ ସାମିଲ ହେବାକୁ ଯାଉଛି । ନୂଆଆଇନ୍ ଅନୁସାରେ ହିଟ୍ ଏଣ୍ଡ ରନ୍ ପାଇଁ ୧୦ ବର୍ଷ ପର‌୍ୟ୍ୟନ୍ତ ଜେଲ ଦଣ୍ଡ ସହ ୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ ଓ ଦୀର୍ଘଦିନ ଧରି ରାଜ୍ୟସରକାରଙ୍କ ନିକଟରେ କରାଯାଇଥିବା ଦାବିକୁ ନେଇ ଓଡିଶାର ସମସ୍ତ ଡ୍ରାଇଭରମାନେ […]

ବଢିଲା ଚିନ୍ତା

ବାରଙ୍ଗ,୩ା୧(ଏସଏସନିଉଜ)ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ନୂଆ ବର୍ଷରେ ନୂଆଅତିଥି ଆସୁଆସୁ ଦିନକପରେ ଆଖିବୁଜିଛି । କୁଜିହରିଣ ଏନକ୍ଲୋଜରରେ ରହୁଥିବା ଏକ କୁଜିହରିଣ ମଙ୍ଗଳବାର ଦିନ ଗୋଟିଏ ଶାବକକୁ ଜନ୍ମ ଦେଇଥିଲା । ମା ଓ ଛୁଆ ସୁସ୍ଥ ଥିବାବେଳେ ଡ଼ାକ୍ତରଙ୍କ ନଜରବନ୍ଦିରେ ରହିଥିଲା । ହେଲେ ଛୁଆଟି ବୁଧବାର ଦିନ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା । ପଶୁଚିକିତ୍ସକମାନେ ତାର ଚିକିତ୍ସା ଜାରି ରଖିଥିଲେ ବି ତାକୁ ବଞ୍ଚେଇ ପାରିନଥିଲେ। ଶେଷରେ କୁଜିହରିଣ ଶାବକଟି ଆଖିବୁଜିଥିଲା । ସେହିପରି ହାତୀସଫାରୀରେ […]

ମହିଳାଙ୍କୁ ମାଡମାରି ଗିରଫହେଲେ ପଡୋଶୀ

ମେଣ୍ଢାଶାଳ,୩ା୧(ଏସଏସନିଉଜ)ଚନ୍ଦକାଥାନାଅଧିନସ୍ଥ ସିମିଳିପାଟଣା ଗ୍ରାମରେ ପ୍ରାଚୀର ଭଙ୍ଗାକୁନେଇ ଦୁଇପଡୋଶୀଙ୍କ ମଧ୍ୟରେ ହୋଇଥିବା ଗଣ୍ଡୋଗଳ ଘଟଣାରେ  ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଳଣ କରିଛି ।ଗିରଫହୋଇଥିବା ବ୍ୟକ୍ତି ହେଉଛନ୍ତି ସିମିଳିପାଟଣାର କେଦାର ରଣସିଂ । ପ୍ରକାସ ଯେ, କେଦାରରଣସିଂ ଓ ନିରୁପମାରାଉତ ଉଭୟ ପଡୋଶୀ ଅଟନ୍ତି । ଗତ୧୭ତାରିଖରେ କେଦାର ଏକ ଗାଡିନେଇ ମହିଳାଙ୍କ ଘରଆଗରେ ଥିବା ପ୍ରାଚୀରକୁଭାଙ୍ଗିଦେଇଥିଲେ ।ମହିଳାଜଣଙ୍କ ବୁଧବାର ଘରକୁଫେରି କେଦାରଙ୍କ ପାଖକୁଯାଇ ପ୍ରାଚୀରଭାଙ୍ଗିବାନେଇ ପଚାରିଥିଲେ । ଏଥିରେ କେଦାର ରାଗିଯାଇ ମହିଳାଙ୍କୁ ଗୋଟିଏ ଠେଙ୍ଗାରେ ଆକ୍ରମଣକରି […]