ପ୍ରଫୁଲ୍ଲ ସାମଲଙ୍କୁ ୮ଘଣ୍ଟା ଜେରା!

ଭୁବନେଶ୍ୱର,୨୮।୨(ଏସଏସନିଉଜ)୮ ଘଣ୍ଟା ପରେ ଇଡି ଅଫିସ୍‌ରୁ ବାହାରିଲେ ବିଧାୟକ ପ୍ରଫୁଲ୍ଲ ସାମଲ।ଇଡି ଅଫିସ୍‌ରୁ ବାହାରିବାପରେ ପ୍ରଫୁଲ୍ଲ ସାମଲଙ୍କ ପ୍ରତିକ୍ରିୟା ରଖିଲେ।ଇଡି ଯାହା ତଦନ୍ତ କରୁଛି, ସବୁ ତଥ୍ୟ ଇଡି ଆଗରେ ରଖିଛି।ଇଡିର ତଦନ୍ତକୁ ସଂପୂର୍ଣ୍ଣ ସହଯୋଗ କରୁଛି କହିଲେ ପ୍ରଫୁଲ୍ଲ।ବରପଦା ଇଂଜିନିୟରିଂ କଲେଜଜମି ମାମଲାରେ ହାଜର ହୋଇଥିଲେ।ପ୍ରଫୁଲ୍ଲ ଏବଂ ତାଙ୍କ ପୁଅଙ୍କୁ ହାଜର ପାଇଁ ନୋଟିସ କରିଥିଲା ଇଡି।ନୋଟିସ ଅନୁସାରେ ଆଜି ଦିନ ସାଢ଼େ ୧୧ଟାରେ ହାଜର ହୋଇଥିଲେ ପ୍ରଫୁଲ୍ଲ।

Comments (0)
Add Comment