ଆସୁଛି ଜାଗର

ସଜେଇ ହେଲାଣି ମାଯୋଗମାୟା

କଳାହାଣ୍ଡି,୨୮।୨(ଏସଏସନିଉଜ)କଳାହାଣ୍ଡି ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧଶକ୍ତିପୀଠ କେସିଙ୍ଗା ଗୁର୍ଜିମୁଣ୍ଡାଠାରେ ଅବସ୍ଥାପିତ କରିଛନ୍ତି ଜଗତଜନନୀ ମାଯୋଗମାୟା।ମାଙ୍କ ଟିକିଏକରୁଣା ଓ କୃପାପାଇବାପାଇଁ ପ୍ରତିଦିନ ଦୁରଦୂରାନ୍ତରୁ ଧାଇଁ ଆସିଥାନ୍ତିଭକ୍ତ।ଏହି ପୀଠରେ ୧୨ଯାତ୍ରାରେ ୧୩ପର୍ବ ଭଳି ମହାଶିବରାତ୍ରି ଓ ରୁଦ୍ରଯଜ୍ଞ ବଡ଼ପର୍ବ ଅଟେ।ତେଣୁ ଏହି ପର୍ବରେ ରାଜ୍ୟର ବିଭିର୍ଣଜିଲାରୁ ପ୍ରବଳ ଭକ୍ତମାନଙ୍କ ସମାଗମ ହୋଇଥାଏ।ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା ଟ୍ରଷ୍ଟ ଓ ସ୍ଥାନୀୟପ୍ରଶାସନ ପକ୍ଷରୁ ଭକ୍ତମାନଙ୍କ ସୁରକ୍ଷା ନେଇ ବିଭିର୍ଣପ୍ରକାର ବନ୍ଦୋବସ୍ତ କରାଯାଇଥାଏ।ଏଠାରେ ଦିନିକିଆମେଳା ଅର୍ଥାତ କିଣାବିକାର ପସରା ଖୋଲାଯାଇଥାଏ।ତେବେ ଚଳିତବର୍ଷ ଏହାକୁ ଆଧିକ ଆକର୍ଷଣୀୟ ଓ ଆଧ୍ୟାତ୍ମିକତାଭାବ ସୃଷ୍ଟି କରିବାପାଇଁ ଟ୍ରଷ୍ଟପକ୍ଷରୁ ଉଦ୍ୟମ ଆରମ୍ଭ କରଯାଇଛି।ରଙ୍ଗବେରଙ୍ଗରେ ସଜେଇ ହେବାରେ ଲାଗିଛି ମାଙ୍କପୀଠ।ଆସନ୍ତା ମାର୍ଚ୍ଚ ୭ତାରିଖରୁ ୧୨ତାରିଖ ପଯ୍ୟନ୍ତ ଶ୍ରୀଶ୍ରୀ ପାତାଳେଶ୍ୱରମହାଦେବ ଓ ଯୋଗମାୟା ଶକ୍ତିପୀଠରେ ମହାଶିବରାତ୍ରି ଓ ରୁଦ୍ରଯଜ୍ଞ ଉତ୍ସବ ମହାସମାରୋହରେ ପାଳିତ ହେବାକୁ ଯାଉଛି।୬ଦିନବ୍ୟାପୀ ହେବାକୁ ଥିବା ଏହି ଉତ୍ସବର ପ୍ରତ୍ୟକ ସନ୍ଧ୍ୟାରେ ନାମିଦାମୀ ପ୍ରବଚକମାନଙ୍କଦ୍ୱାରା ପ୍ରବଚନ ଓ ଭଜନସମାରୋହ ସହ ହରିହାଟର ବ୍ୟବସ୍ଥା ଟ୍ରଷ୍ଟ ପକ୍ଷରୁ କରାଯାଇଛି ।ଷଷ୍ଠଦିନ ମା ବାଜାବାଣ, ଘଣ୍ଟଘଣ୍ଟି,ହରିବୋଲ ହୁଳହୁଳିର ବିରାଟ ପଟୁଆରରେ ଆଖପାଖ୭ଖଣ୍ଡ ଗ୍ରାମ ପରିକ୍ରମାକରି ମନ୍ଦିରକୁ ଫେରିଥାନ୍ତି।ସେଠାରେ ଉପସ୍ଥିତ ଭକ୍ତମାନଙ୍କୁ ଅଶ୍ରୀବାଦ ଦେଇସାରିବାପରେ ମାଙ୍କଯାତ୍ରା ସମାପନ ହୋଇଥାଏ।

Comments (0)
Add Comment