ଶଙ୍ଖଧରିଲେ ବିଜୟଙ୍କପୁଅ ଅରବିନ୍ଦ!

କେନ୍ଦ୍ରାପଡ଼ା,୭।୩(ଏସଏସନିଉଜ) ଆଜି ବରିଷ୍ଠ ବିଜେପିନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଧିବଦ୍ଧ ଭାବେ ବିଜେଡିରେ ସାମିଲ୍‌ ହୋଇଛନ୍ତି।ଦଳର ରାଜ୍ୟସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଶଙ୍ଖଭବନଠାରେ ଅରବିନ୍ଦ ଶଙ୍ଖ ଧରିଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପରଠୁ ବିଜୟ ବିଜେପି ରାଜନୀତିରୁ ନିଜକୁ ଦୂରେଇ ରଖିବାସହ ପ୍ରାୟ ଦୁଇବର୍ଷ ହେବ ଅରବିନ୍ଦଙ୍କୁ ପାଟକୁରା ନିର୍ବାଚନ ମଣ୍ତଳୀରେ ସକ୍ରିୟ ଭାବେ ବୁଲାବୁଲି କରୁଥିବା ଲକ୍ଷ୍ୟ କରାଯାଇଥିଲା।ଆଗାମୀଦିନରେ ରାଜନୀତି କରିବେ ବୋଲି ସ୍ପଷ୍ଟ କରିଥିଲେ ମଧ୍ୟ କେଉଁଦଳରେ ମିଶିବେ ତାହା ଚର୍ଚ୍ଚାରେ ରହିଥିଲା।ସେହିଭଳି ଏହା ପୂର୍ବରୁ ଦିବଙ୍ଗତ ନଳିନୀମହାନ୍ତିଙ୍କ ପୁଅ ଅଂଶୁମାନମହାନ୍ତି ମଧ୍ୟ ବିଜେଡିରେ ସାମିଲହୋଇଛନ୍ତି ।ଏହାଫଳରେ ବିଜେଡି କେନ୍ଦ୍ରାପଡାରେ ନିଜକୁ ଆହୁରି ଶକ୍ତିଶାଳୀ କରିପାରିଛି ବୋଲି ଜଣାପଡିଛି।

Comments (0)
Add Comment