Browsing category

ମହାନଗର

ଶ୍ରୀମନ୍ଦିରରେ ଠେଲାପେଲା

ପୁରୀ,୧୦।୧୧(ଏସଏସନିଉଜ) ଶ୍ରୀମନ୍ଦିରରେ ଠେଲାପେଲାରେ ୩୦ ଆହତ ହୋଇଛନ୍ତି।ମଙ୍ଗଳାଳତୀ ସମୟରେ ଠେଲାପେଲାରୁ ୩୦ରୁ ଅଧିକ ଶ୍ରଦ୍ଧାଳୁ ଓ ହବିଷ୍ୟାଳି ଆହତ ହୋଇଥିବାର ଜଣାପଡିଛି।ଘଣ୍ଟିଦ୍ବାର ଓ ସାତପାହାଚ ନିକଟରେ ଠେଲାପେଲା ହୋଇଥିଲା। ଆହତ ମହିଳାଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କଟାଯାଇଛି। କେତେକ ଅଣନିଶ୍ବାସୀ ହୋଇପଡିଥିବା ବେଳେ କେତେକଙ୍କ ଗୋଡ଼ରେ ଆହତ ହୋଇଥିବାର ଜଣାପଡିଛି।

ଦୀପାବଳୀରେ ଫୁଟିବନାହିଁ ବାଣ

ଭୁବନେଶ୍ୱର,୭ା୧୧(ଏସଏସନିଉଜ)ଏଥର ଦୀପାବଳୀରେ ଫୁଟିବନାହିଁ ବାଣ । ଢୋଢା ଶବ୍ଦ ଏଥର ଶୁଣିବାକୁ ମିଳିବନାହିଁ । ବାଣ ଫୁଟାଇବା ଉପରେ କଟକଣା ଲଗାଇଲେ ସୁପ୍ରିମକୋର୍ଟ । ସବୁ ରାଜ୍ୟରେ କଟକଣା ଲଗାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ବାୟୁ ଏବଂ ଶବ୍ଦ ପ୍ରଦୂଷଣ ରୋକିବାକୁ ପଦକ୍ଷେପ ରାଜ୍ୟ ନେବ ବୋଲି କୁହାଯାଇଛି ।ଏହିଭଳିରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦୀପାବଳୀରେ ବାଣ ଫୁଟିବା ଉପରେ ସୁପ୍ରିମକୋର୍ଟ ଯେଉଁ କଟକଣା ଲଗାଇଛନ୍ତି ତାହା ସାରା ଦେଶରେ ଲାଗୁ […]

ପୂର୍ବତନବାଚସ୍ପତି ମହେଶ୍ବରମହାନ୍ତିଙ୍କ ପରଲୋକ

  ପୁରୀ,୭।୧୧(ଏସଏସନିଉଜ) ବରିଷ୍ଠ ରାଜନେତା ତଥା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ଘଟିଛି। ନଭେମ୍ବର ପହିଲାରୁ ଭୁବନେଶ୍ବରର କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଭୋର ୩.୨୫ରେ ବିୟୋଗ ହୋଇଛି।୧୯୯୫ରୁ ମସିହାରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ୫ ଥର ବିଧାୟକ ନିର୍ବାଚିତ ହୋଇଥିଲେ ମହେଶ୍ବର ମହାନ୍ତି । ପ୍ରଥମେ ଜନତା ଦଳରୁ ୧୯୯୫ରେ ସେ ବିଧାୟକ ହୋଇଥିଲେ । ସେ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ କ୍ରମାଗତ ଭାବେ ବିଜେଡିରୁ ବିଧାୟକ ହୋଇ ପୁରୀରୁ ପ୍ରତିନିଧିତ୍ବ କରି […]

୨୮ରେ ରତ୍ନଭଣ୍ଡାର ସ୍କାନିଂ

ପୁରୀ,୪।୧୧(ଏସଏସ ନିଉଜ)କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଅର୍ଥାତ ୨୮ତାରିଖରେ ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ।ଏଏସଆଇକୁ ମିଳିଲା ଅନୁମତି । ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ।ପର୍ଯ୍ୟାୟକ୍ରମେସ୍କାନିଂ କରାଯାଇ କେଉଁଠି ରହିଛି ଫାଟ ତାହା ଜଣାପଡ଼ିବ।ଟେକ୍ନିକାଲ କମିଟି ସହ ଆଲୋଚନା ପରେ ନିଷ୍ପତ୍ତି ହୋଇଥିବାର ସୂଚନା ମିଳିଛି।

ନଭେମ୍ବର୬ରୁ ଜୟପୁରକୁ ଉଡ଼ିବ ଦ୍ବିତୀୟବିମାନ

ଭୁବନେଶ୍ୱର,୪ା୧୧(ଏସଏସନିଉଜ)ଭୁବନେଶ୍ବରରୁ କୋରାପୁଟର ଜୟପୁରକୁ ଉଡ଼ିବ ବିମାନ ।ସେବା ଯୋଗାଇବ ଇଣ୍ଡିଆ ୱାନଏୟାର କମ୍ପାନି ।ସୋମବାର ଓ ଶୁକ୍ରବାର ଦିନକୁ ୨ଥର ଉଡ଼ାଣ ଭରିବ ।ଆର୍ଥିକସହାୟତା ଯୋଗାଇବେ ରାଜ୍ୟ ସରକାର ।ଗତବର୍ଷ ମୁଖ୍ୟମନ୍ତ୍ରୀ ପ୍ରଥମ ବିମାନସେବା ଆରମ୍ଭ କରିଥିଲୋଖୁବ୍‌ଶୀଘ୍ର ଭୁବନେଶ୍ବରରୁ ଅନ୍ୟସହରକୁ ଉଡ଼ିବ ବିମାନ ।ସୁରତ, ଡେରାଡୁନ, ଚଣ୍ଡିଗଡ଼ ଓ ଜମ୍ମୁକୁ ଉଡ଼ିପାରେ ବିମାନ ।ଭୁବନେଶ୍ୱରରୁ ଏସବୁ ସହରକୁ ଖୁବଶୀଘ୍ର ଉଡ଼ିପାରେ ବିମାନା ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଲେ ବିମାନ ବନ୍ଦର ନିର୍ଦ୍ଦେଶକ ।ସୁରତ ପାଇଁ ସ୍ଲଟ୍ ଦେବାକୁ […]

ଛତୁଚାଷ ତାଲିମନେଲେ ମହିଳା ଓ ଚାଷୀ

ମେଣ୍ଢାଶାଳ,୪ା୧୧(ଏସଏସନିଉଜ)ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଯୋଜନା ମାଧ୍ୟମରେ ଭୁବନେଶ୍ୱରବ୍ଲକସ୍ତରୀୟ ଉଦ୍ୟାନକୃଷିବିଭାଗ ତରଫରୁ ମେଣ୍ଢାଶାଳଗ୍ରାମପଂଚାୟତ ସଭାଗୃହରେ ଦିନିକିଆ ଛତୁଚାଷ ତାଲିମ ଶିବିର ଶନିବାରଦିନ ଅନୁଷ୍ଠିତହୋଇଯାଇଛି ।ଭୁବନେଶ୍ୱରବ୍ଲକକୃଷିବିଭାଗ ପକ୍ଷରୁ ଆୟୋଜିତ ଏହିତାଲିମଶିବିରରେ ସହକାରୀଉଦ୍ୟାନକୃଷିଅଧିକାରୀ ୟୁକେଚନ୍ଦ୍ରିକା ପୈାରହିତ୍ୟ କରିଥିଲେ ।ଏହିଶିବିରରେ ମେଣ୍ଢାଶାଳ ସରପଂଚ କୈାଶଲ୍ୟା ବଳିୟାରସିଂହ ଅତିଥିଭାବେ ଯୋଗଦେଇରୋଜଗାରକ୍ଷମ ସହ ପରିବାର ଚଳାଇବାପାଇଁ ଏହାଏକ ପକୃଷ୍ଠ ମାଧ୍ୟମ ବୋଲି କହିଥିଲେ ।ଉଦ୍ୟାନବିଭାଗ କର୍ମଚାରମାନଙ୍କ ମଧ୍ୟରେ ରାକେଶରୋଶନଶତପଥି,ଡ,ଭୁବନାନନ୍ଦ ଅଧିକାରୀ, ମିତାଲିମିଶ୍ର. ସ୍ମିତାମହାପାତ୍ର ପ୍ରମୁଖ ଶିବିରରେ ଛତୁଚାଷ, ରୋଗପୋକ ନିଦାନ,ଫୁଲଚାଷ,୍‌ଯାନ୍ତ୍ରିକକରଣ ଓ ଏହାର ଆମଦାନୀକୁନେଇ […]

ଜାନୁଆରି ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା

ପୁରୀ,୩ା୧୧(ଏସଏସନିଉଜ)ଜାନୁଆରି ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ଲୋକାର୍ପଣ କରିବେ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ। ଜାନୁଆରି ୧୨ ତାରିଖରୁ ହୋମଯଜ୍ଞ ଆରମ୍ଭ ହୋଇ ୫ ଦିନ ଚାଲିବ ।ଏହାପରେ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା କରାଯିବ। ୫ ଦିନ ଧରି ଭବ୍ୟ କାର‌୍ୟ୍ୟକ୍ରମର ଆୟୋଜନ କରାଯିବ ବୋଲି ସେ କହିଛନ୍ତି । ଗଜପତି ମହାରାଜା ଦିବ୍ୟସିଂହ ଦେବ।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର […]

ଓଡିଶା-ଆନ୍ଧ୍ରସୀମାରେ ଟ୍ରେନ୍ ଦୁର୍ଘଟଣା

ଭୁବନେଶ୍ୱର,୨୯।୧୦(ଏସଏସନିଉଜ)ଓଡିଶା-ଆନ୍ଧ୍ର ସୀମାରେ ଟ୍ରେନ୍ ଦୁର୍ଘଟଣା ଘଟିଛି ।ରବିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଆଲମଣ୍ଡା- କାଣ୍ଟାକାପାଲିରେ ଏହି ଦୁର୍ଘଟଣା ଘଟିଛି ।ବିଶାଖାପାଟଣା-ପଲାସା ଓ ବିଶାଖାପାଟଣା-ରାୟଗଡା ଟ୍ରେନ୍ ଦୁର୍ଘଟଣା ହେବା ଯୋଗୁ ୬ ଜଣଙ୍କ ମୃତ୍ୟୁ ଘଟିଥିବାନେଇ ସରକାରୀ ସୂତ୍ରରୁ କୁହାଯାଇଛି। ତେବେ ଆଗକୁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି ଜଣାପଡିଛି । ବିଜୟନଗରମର ଆଲମଣ୍ଡା-କଣ୍ଟକପାଲି ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଗୋଟିଏ ଟ୍ରେନକୁ ଅନ୍ୟ ଟ୍ରେନଟି ପଛପଟୁ ଧକ୍କା ଦେଇଛି । ଟ୍ରେନ୍ ଧକ୍କା ଦେବା […]

ସେଞ୍ଚୁରୀପଦକ ହାସଲ କଲା ଭାରତ

ଭୁବନେଶ୍ୱର,୨୮।୧୦(ଏସଏସନିଉଜ)ପାରା ଏସିଆନରେ ସେଞ୍ଚୁରୀପଦକ ଭାରତ ହାସଲ କରିପାରିଛି।ହାଙ୍ଗଝୌ ଏସୀୟ କ୍ରୀଡ଼ାରେ ଇତିହାସ ରଚିଛି ଭାରତ। ସ୍ୱର୍ଣ୍ଣ ସହ ଭାରତର ପଦକ ସଂଖ୍ୟା ଶହେ ଛୁଇଁଛି।ସେଥିମଧ୍ୟରେ ୨୬ ସ୍ୱର୍ଣ୍ଣ , ୨୯ ରୌପ୍ୟ ଓ ୪୫ ବ୍ରୋଞ୍ଜ ସହ ଶହେ ପଦକ ରହିଛି।ସଫଳତା ପାଇଁ କ୍ରୀଡ଼ାବିତ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୧୮ରେ ସର୍ବାଧିକ ୭୨ ପଦକ ଜିତିଥିଲା ଭାରତ।

ବିଜେପିର ଅମୃତକଳସ ଶୋଭାଯାତ୍ରା

ଭୁବନେଶ୍ୱର,୨୮।୧୦(ଏସଏସନିଉଜ)ଅମୃତ କଳସ ଧରି ବିଜେପିର ଶୋଭାଯାତ୍ରା ଆରମ୍ଭ ହୋଇଛି।ମୋମାଟି ମୋଦେଶ କାର୍ଯ୍ୟକ୍ରମ ପାଇଁ ବିଜେପି ପକ୍ଷରୁ ଶୋଭାଯାତ୍ରା କରାଯାଇଛି।ରାଜ୍ୟ କାର୍ଯ୍ୟାଳୟରୁ ମାଷ୍ଟରକ୍ୟାଣ୍ଟିନ ଛକ ଯାଏ ଏହି ଶୋଭାଯାତ୍ରା ଯାଇଛି। ଅମୃତ କଳସ ଧରି ଶୋଭାଯାତ୍ରାରେ ବାହାରିଛନ୍ତି ବିଜେପିନେତା ଓ କର୍ମୀ।ସ୍ୱତନ୍ତ୍ର ଟ୍ରେନ୍‌ରେ ଅମୃତ କଳସ ଧରି ଦିଲ୍ଲୀ ଯିବେ କର୍ମୀ। ୩୧ତାରିଖରେ ଦିଲ୍ଲୀରେ ଅମୃତ ବାଟିକାର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ।