Browsing category

ମହାନଗର

ପଞ୍ଚମ ମହଲାରେ ନିଆଁ

ଭୁବନେଶ୍ୱର,୨୩।୧୧(ଏସଏସନିଉଜ)ଭୁବନେଶ୍ୱର ତମାଣ୍ଡୋ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଛି। ତମାଣ୍ଡୋ ପଞ୍ଚାୟତ ଅଫିସ ନିକଟରେ ଅଗ୍ନିକାଣ୍ଡ ହୋଇଛି।ପଞ୍ଚାୟତଅଫିସ ପାଖରେ ଥିବା ଏକ ଘରୋଇ କଲେଜରେ ନିଆଁ ଲାଗିଛି।କଲେଜର ପଞ୍ଚମ ମହଲାରେ ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା ମିଳିଛି।ଅଗ୍ନିକାଣ୍ଡରେ ୨ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ଚିକିତ୍ସା ପାଇଁ ମେଡିକାଲରେ ଭର୍ତି କରାଯାଇଛି।

ରାହୁଲଗାନ୍ଧିଙ୍କୁ ନୋଟିସ

ଭୁବନେଶ୍ୱର,୨୩।୧୧(ଏସଏସନିଉଜ)କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ।ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ପାଇଁ ନୋଟିସ ଜାରି କରାଯାଇଛି।ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ‘ପନୌତି’ ଶବ୍ଦ ବ୍ୟବହାର କରିଥିଲେ ରାହୁଲ।୨୫ ତାରିଖ ସୁଦ୍ଧା ଏନେଇ ଉତ୍ତର ରଖିବାକୁ ଇସିଙ୍କ ନିର୍ଦ୍ଦେଶ ରହିଛି।ଏନେଇ କାହିଁକି କାର୍ଯ୍ୟାନୁଷ୍ଠାନ ନହେବ , ଉତ୍ତର ଦେବାକୁ ନିର୍ଦ୍ଦେଶ ରହିଛି।

ହଠାତ ବସ୍‌ ଯାଞ୍ଚନେଇ ପ୍ରଶ୍ନଉଠାଇଲା ମାଲିକସଂଘ

ଭୁବନେଶ୍ୱର,୨୩।୧୧(ଏସଏସନିଉଜ)ହଠାତ୍‌ ସାରା ରାଜ୍ୟରେ ବସ୍‌ ଯାଞ୍ଚନେଇ ପ୍ରଶ୍ନଉଠାଇଲା ମାଲିକ ସଂଘ।ରାଜ୍ୟ ଘରୋଇବସ୍‌ ମାଲିକସଂଘ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ,କାଲି ଦାବିପୂରଣ ପାଇଁ ବିଧାନସଭା ଘେରାଉ କରିଥିଲୁ।କାଲି ଦିନତମାମ ସାରାରାଜ୍ୟରେ ବସ୍‌ କାଗଜପତ୍ର ଯାଞ୍ଚ ହୋଇଥିଲା। ଭାବୁଛୁ କିଛି ବ୍ୟୁରୋକ୍ରାଟ ବୋଧେ କହିଛନ୍ତି ଏମିତି ଡରାଇଲେ ଆମେ ଓହରିଯିବୁ।କିନ୍ତୁ ସେମାନେ ଜାଣିବା ଉଚିତ ଆକ୍ସନ ନେଲେ ରିଆକ୍ସନ ବଢ଼ିବ।ସରକାର ଯେତେ ଆକ୍ସନ ନେବେ ,ମାଲିକମାନେ ସେତେ ଏକତ୍ରିତ ହେବେ।ପୋଲିସ ଫୋନ୍‌ କଲେ ମାଲିକ ଡରୁଥିଲେ , ଏବେ […]

ଭିକାରିମୁକ୍ତ ପାଇଁ ପଦକ୍ଷେପ ନେବ ବିଏମସି

ଭୁବନେଶ୍ୱର,୨୨ା୧୧(ଏସଏସନିଉଜ) ବିଏମ୍‌ସି ଅଧୀନ ଟ୍ରାଫିକ୍ ପୋଷ୍ଟ ନିକଟରେ ଆଉ ଭିକାରୀମାନଙ୍କୁ ଆଉ ଦେଖିବାକୁ ମିଳିବନି ।ପେନ୍‌, କଣ୍ଢେଇ ହେଉ ବା ଅନ୍ୟ ଜିନିଷ ବିକ୍ରି କରିବା ବାହାନାରେ ଭିକାରୀମାନେ ଆଉ ଟ୍ରାଫିକ୍ ସିଗନାଲ୍ ପାଖରେ ରହିପାରିବେ ନାହିଁ।ଏହାକୁ ନମାନି କୈାଣସି ଭିକାରୀ ଟ୍ରାଫିକ ସିଗନାଲ ନିକଟରେ ଭିକ ମାଗନ୍ତି ତାହେଲେ ତାଙ୍କ ବିରୁଦ୍ଧରେ ବିଏମସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବ ।

ଠକିଦେଲେ ଜମିବେପାରୀ

ବାରଙ୍ଗ,୨୨ା୧୧(ଏସଏସନିଉଜ)ଜମିଯୋଗଦେଇବାକୁ କହି ୨୦ଲକ୍ଷ ନେଇ ଜମିନଦେବା ଅଭିଯୋଗରେ ନନ୍ଦନକାନନ ଥାନା ପୁଲିସ ବୁଧବାରଦିନ ଜଣେ ଜମିବେପାରୀକୁ ଗିରଫ କରି କୋର୍ଟଚାଳଣ କରିଛି ।ଜମିବେପାରୀ ଜଣଙ୍କ ହେଉଛନ୍ତି ନନ୍ଦନକାନନଥାନା ଅଧିନସ୍ଥ ରଘୁନାଥପୁରଗ୍ରାମର ଶିଖରଚଣ୍ଡିସାହିର ଆଲୋକକୁମାରରାଉତ(୪୩) । ପ୍ରକାସ ଯେ,ଆଲୋକ ରଘୁନାଥପୁର ଗାଁ ମୁଣ୍ଡରେ ଏକ ଜମିବେପାର କାର୍ଯ୍ୟାଳୟ କରି ପ୍ଲଟିଂକରି ଜମିବେପାର କରୁଛନ୍ତି । ସରୋଜ କୁମାର ରାଉତ ନାମକ ବ୍ୟକ୍ତି ଜମିକିଣିବା ଉଦ୍ଦେଶ୍ୟରେ ଆଲୋକ ସହ ଯୋଗାଯୋଗ କରିଥିଲେ ।ପରେ ଆଲୋକ ତାଙ୍କୁ ଏକ ଜମି ଦେଖାଇବା […]

ନନ୍ଦନକାନନରେ ଚାଲିଲା ବୋଟିଂ

ବାରଙ୍ଗ,୧୮।୧୧(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଗୋଟିଏ ଦିନରେ ରୋପଓ୍ବେ ଓ ବୋଟିଂ ଗଡିବା ଆରମ୍ଭ ହୋଇଛି। ପର‌୍ୟ୍ୟଟକଙ୍କପାଇଁ ବହୁ ପ୍ରତୀକ୍ଷିତଥିବା ରୋପଓ୍ବେକୁ ଶୁକ୍ରବାରଦିନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଉଦଘାଟନ କରିଥିଲେ।ଶନିବାରଠାରୁ ଏହା ବିଧିବଦ୍ଧ ଭାବେ ଚାଲିବା ଆରମ୍ଭ କରିଛି।ପ୍ରଥମ ଦିନରେ ରୋପଓ୍ବେରେ ଯିବାପାଇଁ ପର୍ଯ୍ୟଟକମାନଙ୍କ ମଧ୍ୟରେ ଉତ୍ସାହ ରହିଥିବାର ଦେଖିବାକୁ ମିଳିଥିଲା।ପ୍ରଥମ ଦିନରେ ପ୍ରାଣୀଉଦ୍ୟାନ ଓ ରାଜ୍ୟଉଭିଦ ଉଦ୍ୟାନକୁ ସଂଯୋଗ କରୁଥିବା ରୋପଓ୍ବେରେ ୫୬୪ ଜଣ ଟିକଟ କାଟି ରୋପଓ୍ବେରେ ବସି କାଞିଆହ୍ରଦର ପରିବେଶକୁ ଉପଭୋଗ କରିବା […]

ପୁଅକୁ ବଂଚାଇବାକୁଯାଇ ଦୀପାବଳିରେ ଲିଭିଗଲା ବାପାର ଜୀବନ

ବାରଙ୍ଗ,୧୨ା୧୧(ଏସଏସନିଉଜ) ଦୀପାବଳିରେ ପୁଅକୁ ବଞ୍ଚେଇବାକୁ ଯାଇ ଚାଲିଯାଇଛି ବାପାର ଜୀବନ । ଏଭଳି ଏକ ଦୁଃଖଦ ଘଟଣା କଟକ ଜିଲ୍ଲା ନରାଜ ଗାଁ କୈବର୍ତ୍ତସାହି କାଠଯୋଡି ନଦୀଘାଟରେ ଘଟିଛି ।ଘଟଣାପରେ ଭାଙ୍ଗିପଡିଛନ୍ତି ପରିବାରଲୋକ । ମୃତବ୍ୟକ୍ତି ଜଣକ ହେଉଛନ୍ତି ନରାଜଗାଁ ତେଲି ସାହିର ସରୋଜ ସାହୁ। ପ୍ରକାସ ଯେ, ସରୋଜ ସବୁ ଦିନଭଳି ରବିବାରସକାଳେ କାଠଯୋଡ଼ି ନଦୀକୁ ଗାଧୋଇବାକୁ ଯାଉଥିଲେ। ଦୀପାବଳୀ ଥିବାରୁ ସେ ତାଙ୍କ ସାନ ପୁଅକୁ ନେଇ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ତାଙ୍କ […]

ବାଣ ବଜାରରେ ଅତର୍କିତ ଚଢ଼ାଉ

ଭୁବନେଶ୍ୱର ,୧୧ା୧୧(ଏସଏସନିଉଜ) ରାଜଧାନୀରେ ବାଣ ବଜାରରେ ଚଢ଼ାଉ କରିଛି ପୋଲିସ । ରାଜଧାନୀ ଭୁବନେଶ୍ୱରରେ ବାଣ ବିକ୍ରି ଉପରେ କଡ଼ା ନଜର ରଖିଛି ପୋଲିସ । ସମସ୍ତ ନିୟମ ପାଳନ ହେଉଛି ନା ନାହିଁ ଜାଣିବାକୁ ଚାଲିଛି ଯାଞ୍ଚ ।ପ୍ରଦୂଷଣ ବୋର୍ଡ , ଅଗ୍ନିଶମ ବିଭାଗ ଓ ପୋଲିସର ମିଳିତ ଯାଞ୍ଚ କରାଯାଉଛି ।ୟୁନିଟ-୧ ହାଟରେ ଥିବା ବାଣ ଦୋକାନରେ ଯାଞ୍ଚ କଡ଼ାକଡ଼ି କରାଯାଇଥିବାବେଳେ ଅଗ୍ନି ନିର୍ବାପକ ବ୍ୟବସ୍ଥା , ସବୁଜ ବାଣ ବିକ୍ରି ହେଉଛି ନା […]

ନୂଆବର୍ଷରେ ନୂଆ ପୁଲିସ ମୁଖିଆ!

ଭୁବନେଶ୍ବର,୧୧ା୧୧(ଏସଏସନିଉଜ) ନୂଆବର୍ଷରେ ଓଡ଼ିଶାବାସୀଙ୍କୁ ନୂଆ ପୁଲିସ ମୁଖିଆ ମିଳିବାର ‌ଆଶା କରାଯାଉଛି। ଆସନ୍ତା ଡିସେମ୍ବର ୩୧ ତାରିଖରେ ଏବେକାର ପୁଲିସ ଡ଼ିଜି ସୁନୀଲ ଵଂଶଲଙ୍କ କାର‌୍ୟ୍ୟକାଳ ଶେଷ ହେବାକୁ ଯାଉଛି।ପରବର୍ତି ପୁଲିସ ଡ଼ିଜି କିଏ ହେବ ତାକୁ ନେଇ ପାୱାର କରିଡ଼ରରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ରାଜ୍ୟସରକାର ଏହାରି ଭିତରେ ନୂଆ ପୁଲିସ ଡ଼ିଜିଙ୍କ ପାଇଁ ୭ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ନାଁ ସୁପାରିସ କରିଛନ୍ତି। ସୂଚନାଯୋଗ୍ୟ, ଆଇପିଏସ୍ ସୁନୀଲ ବଂଶଲ ମୟୂରଭଂଜ ଏସପି […]

ରାତି୧୦ଟାପରେ ଫୁଟିବନାହିଁ ବାଣ

ଭୁବନେଶ୍ୱର,୧୦।୧୧(ଏସଏସନିଉଜ)ଦୀପାବଳି ପାଇଁ ମାର୍ଗଦର୍ଶିକା ଜାରି କଲା କମିସନରେଟ୍ ପୋଲିସ।ରାତି୧୦ଟା ପରେ ଫୁଟିବ ନାହିଁ ବାଣ।ସମସ୍ତେ ସବୁଜବାଣ ଫୁଟାଇବାକୁ ଅପିଲ୍ କରାଯାଇଛି।୧୨୫ ଡେସିବେଲ୍ ଠାରୁ ଅଧିକ ଶବ୍ଦର ବାଣ ଫୁଟାଇବା ଉପରେ କଟକଣା। ବେଆଇନ୍ ବାଣ ଫୁଟାଇବା ରୋକିବାକୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି।