ପୁଅକୁ ବଂଚାଇବାକୁଯାଇ ଦୀପାବଳିରେ ଲିଭିଗଲା ବାପାର ଜୀବନ

ବାରଙ୍ଗ,୧୨ା୧୧(ଏସଏସନିଉଜ) ଦୀପାବଳିରେ ପୁଅକୁ ବଞ୍ଚେଇବାକୁ ଯାଇ ଚାଲିଯାଇଛି ବାପାର ଜୀବନ । ଏଭଳି ଏକ ଦୁଃଖଦ ଘଟଣା କଟକ ଜିଲ୍ଲା ନରାଜ ଗାଁ କୈବର୍ତ୍ତସାହି କାଠଯୋଡି ନଦୀଘାଟରେ ଘଟିଛି ।ଘଟଣାପରେ ଭାଙ୍ଗିପଡିଛନ୍ତି ପରିବାରଲୋକ । ମୃତବ୍ୟକ୍ତି ଜଣକ ହେଉଛନ୍ତି ନରାଜଗାଁ ତେଲି ସାହିର ସରୋଜ ସାହୁ।
ପ୍ରକାସ ଯେ, ସରୋଜ ସବୁ ଦିନଭଳି ରବିବାରସକାଳେ କାଠଯୋଡ଼ି ନଦୀକୁ ଗାଧୋଇବାକୁ ଯାଉଥିଲେ। ଦୀପାବଳୀ ଥିବାରୁ ସେ ତାଙ୍କ ସାନ ପୁଅକୁ ନେଇ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ତାଙ୍କ ପୁଅ ନଦୀର ଚୋରାବାଲିରେ ଫସି ବୁଡ଼ି ଯାଇଥିଲେ। ପୁଅକୁ ବଞ୍ଚାଇବାକୁ ଯାଇ ସରୋଜ ମଧ୍ୟ ନଦୀର ଚୋରାବାଲିରେ ଫସି ଯାଇଥିଲେ।ସେହି ସମୟରେ ସେଠାରେ ଗାଧୋଉଥିବା କିଛି ମହିଳା ଲୁଗା ପକାଇ ସରୋଜଙ୍କ ପୁଅକୁ ଉଦ୍ଧାର କରିଥିଲେ। କିନ୍ତୁ ସରୋଜ ବୁଡ଼ି ଯାଇଥିଲେ। କିଛି ମତ୍ସ୍ୟଜୀବୀ ସରୋଜଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଗୋଡ଼ିସାହି ଫାଣ୍ଡି ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି।

 

Comments (0)
Add Comment