Browsing category

ମହାନଗର

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୧ତାରିଖ ରବିବାର । ସୁର୍ଯ୍ୟୋଦୟ- ଘ୫/୪୦/୫୭,ସୂର୍ଯ୍ୟାସ୍ତ- ଘ୫/୩୨/୯ ଆଶ୍ବିନମାସ,କୃଷ୍ଣପକ୍ଷ,ଆଦିତ୍ୟବାସ,ତିଥି- ଦ୍ବିତୀୟା ଦିବା ଘ୯/୪୬ମିପର୍ଯ୍ୟନ୍ତ ତଦନ୍ତ ତୃତୀୟା।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ, ଦିବା ଘ୯/୪୬ମିପରେ ଆଗ୍ନେୟକୋଣରେ। ବିଷ୍ଟିକରଣ ଦୋଷ ହେତୁ ସୂର୍ଯ୍ୟୋଦୟରୁ ଦିବା ଘ୯/୪୬ମି ମଧ୍ୟେ ଉତ୍ତରଦିଗ, ବାୟୁକୋଣ, ପଶ୍ଚିମଦିଗକୁ ତ୍ୟାଗ, ଦିବା ଘ୯/୪୬ମି ପରେ ରାତ୍ରି ଘ୮/୩୮ମି ମଧ୍ୟେ ଅଗ୍ନିକୋଣ, ପୂର୍ବଦିଗ ଓ ଐଶାନ୍ୟକୋଣକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର–ମେଷରାଶିର ଘାତଚନ୍ଦ୍ର।ଘାତବାର-ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ। ମହାଳୟା ବିଧିରେ ହେବ।ନିଷିଦ୍ଧଖାଦ୍ୟ-ବୋଇତାଳୁ ଦିବା […]

ବଢ଼ିଲା ୨ହଜାରଟଙ୍କିଆ ନୋଟବଦଳ ଅବଧି

ଭୁବନେଶ୍ୱର,୩୦ା୯(ଏସଏସନିଉଜ) ବଢ଼ିଲା ୨ହଜାର ଟଙ୍କିଆ ନୋଟ ବଦଳ ଅବଧି ।ଅକ୍ଟୋବର ୭ ଯାଏ ନୋଟ ବଦଳାଇ ପାରିବେ ଲୋକୋବ୍ୟାଙ୍କରେ ୨ ହଜାର ଟଙ୍କିଆ ନୋଟ ବଦଳ କରିହେବାଆଜି ସରୁଥିଲା ୨ ହଜାର ଟଙ୍କିଆ ନୋଟ ବଦଳ ଅବଧିାସପ୍ତାହେ ବଦଳ ଅବଧି ବଢ଼ାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କା ୭ ପରେ ୨ ହଜାର ଟଙ୍କିଆ ନୋଟ ଏକ କାଗଜ ଖଣ୍ଡରେ ପରିଣତ ହେବାକୁ ଯାଉଛି ।

ବଢ଼ିଲା ମାଟ୍ରିକ ଫର୍ମପୂରଣ ଅବଧି

ଭୁବନେଶ୍ୱର,୩୦ା୯(ଏସଏସନିଉଜ)ଘୁଞ୍ଚିଲା ମାଟ୍ରିକ ଓ SOSC ପରୀକ୍ଷା ପାଇଁ ଫର୍ମ ପୂରଣ ଶେଷ ତାରିଖ ।ଅକ୍ଟୋବର ୫ ଯାଏ ଛାତ୍ରଛାତ୍ରୀ କରିପାରିବେ ଫର୍ମ ପୂରଣାSOSCରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାାଏହା ପରେ ଆଉ ଅବଧି ବଢ଼ିବନି ବୋଲି ବୋର୍ଡକର୍ତ୍ତୃପକ୍ଷ କହିଛନ୍ତି ।

ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୁଷ୍ମାନ ସ୍ୱାସ୍ଥ୍ୟମେଳା

ମେଣ୍ଢାଶାଳ,୩୦ା୯(ଏସଏସନିଉଜ) ଭୁବନେଶ୍ୱରବ୍ଲକ ଅଧିନସ୍ଥ ମେଣ୍ଢାଶାଳ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଶନିବାରଦିନ ଆୟୁଷ୍ମାନ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି ।ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟଚିକିସ୍‌କ ଡ.ମୋହନ ହେମ୍ରମଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟମେଳାକୁ ଖୋର୍ଦ୍ଧାଜିଲ୍ଲା ମୁଖ୍ୟଚିକିସା ଅଧିକାରୀ ଡ,ଆର୍ତବନ୍ଧୁନାୟକ ପ୍ରଦୀପପ୍ରଜ୍ୱଳନକରି ଉଦ୍‌ଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିଭି୍‌ନ୍ନପ୍ରକାରର ରୋଗର ବିଶେଷଜ୍ଞ ଡାକ୍ତରମାନେ ଯୋଗଦେଇ ପରାମର୍ଶ,ପରୀକ୍ଷା ଓ ମାଗଣା ଔଷଧ ରୋଗୀମାନଙ୍କୁ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ୪୦ଜଣ ସ୍ୱାସ୍ଥ୍ୟକର୍ମୀ ସହାୟତା ପ୍ରଦାନ କରିଥିଲେ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

ଶୋଇଥିବାବେଳେ ମାଡିଗଲା କାର

ଭୁବନେଶ୍ବର, ୩୦ା୯(ଏସଏସନିଉଜ) ରାଜମହଲ ଛକ ଫୁଟପାଥରେ ଶୋଇଥିବା ଶ୍ରମିକ ଉପରେ ମାଡ଼ିଯାଇଛି କାର । ଦ୍ରୁତ ଗତିରେ ଗାଡ଼ି ମାଡ଼ିଯିବା ଯୋଗୁଁ ରାସ୍ତା କଡ଼ରେ ଶୋଇଥିବା ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥବାବେଳେ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି ।ଅନ୍ୟପଟେ ସିସିଟିଭିକୁ ଯାଞ୍ଚ କରି ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

୧ନଂହାଟ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ

ଭୁବନେଶ୍ବର, ୩୦ା୯(ଏସଏସନିଉଜ) ଭେଣ୍ଡିଂଜୋନ୍‌ଓ ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ (ୟୁନିଟ୍‌୧ ହାଟ) ବିବାଦ ଯୋଗୁ ୧ନଂହାଟ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ ହୋଇଛି ।ଭେଣ୍ଡିଂଜୋନ୍‌ବ୍ୟବସାୟୀମାନେ ମାଡ଼ି ବସିଥିବାଅଞ୍ଚଳ ଉଚ୍ଛେଦଦାବିରେ ୟୁନିଟ୍‌୧ହାଟକୁ ବ୍ୟବସାୟୀସଂଘ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦରଖିଛି। ବ୍ୟବସାୟୀମାନେ ବିଏମ୍‌ସିକାର୍ଯ୍ୟାଳୟ ଓ ୟୁନିଟ୍‌୧ହାଟ ସମ୍ମୁଖରେ ଧାରଣା ଦେଇଛନ୍ତି। ବିଏମ୍‌ସି ପକ୍ଷରୁ ଏଦୀଗରେ ଆଲୋଚନା ପାଇଁ କୁହାଯାଇଥିବାବେଳେ ମଙ୍ଗଳବାର ପର‌୍ୟ୍ୟନ୍ତ ହାଟ ବନ୍ଦରହିବ ବୋଲି ସଂଘକହିଛି।

ଆଜିଠୁ ୫ଦିନ ଯାଏ ବର୍ଷା

ଭୁବନେଶ୍ବର,୩୦ା୯(ଏସଏସନିଉଜ)ସକ୍ରିୟ ହୋଇଛି ଲଘୁଚାପ। ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପୂର୍ବ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହୋଇ ଏକ ସୁଦୃଶ ଲଘୁଚାପରେ ପରିଣତ ହୋଇଛି।ଯାହାଫଳରେ ଆଜିଠୁ ୫ଦିନ ଯାଏ ବର୍ଷା ହେବ ବୋଲି ପାଣିପାଗବିଭାଗ ପକ୍ଷରୁ କୁହାଯାଇଛି ।ଆଜିଠାରୁ ଆଗାମୀ ୫ଦିନପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଅକ୍ଟେବର ୧ରୁ ୪ ତାରିଖ ପର୍ଯ୍ୟନ୍ତ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହ ପୁର, ଢ଼େଙ୍କାନାଳ, କଟକ, ବାଲେଶ୍ବର, […]

ମାକୁ ମାରିବାକୁ ଉଦ୍ୟମକରି ଗିରଫହେଲା ପୁଅ

ବାରଙ୍ଗ,୨୯ା୯ (ଏସଏସନିଉଜ) ପୁଅ ଜନ୍ମହେବା ପରେ ଖୁସିରେ ଝୁମି ଉଠିଥିଲେ ପରିବାର। ଭାବିଥିଲେ ପୁଅ ବଡ ହେଲେ ବୃଦ୍ଧ ବୟସରେ ପିତାମାତାଙ୍କ ସାହାରା ବନିବ। ହେଲେ ସମୟ ଗଡିବା ସହ ପିତାଙ୍କ ମୃତ୍ୟୁ ଘଟିଲା। ପୁଅ ବଡ ହେବ ପରେ ମାଙ୍କ ସାହାରା ହେବ ବଦଳରେ ବିଭିନ୍ନ ଅପରାଧିକକାର୍ଯ୍ୟକଳାପରେ ଲିପ୍ତ ରହିଲା। ଯାହା ପରିବାର ପାଇଁ ଏକ ବୋଝ ବନିଗଲା। ଏତିକିରେ ପୁଅର ମନ ବୁଝିଲାନି ଯେ ନିଜର ଜନ୍ମ କଲା ମାକୁ ଟଙ୍କା ମାଗିବାରୁ ମା […]

ମଧୁପୁର ଓ ମେଣ୍ଢାଶାଳରେ ଇନ୍ଦୁପୁର୍ଣିମା

ବାରଙ୍ଗ,୨୯ା୯(ଏସଏସନିଉଜ)ମଧୁପୁର ଗାଁରେ ସବୁବର୍ଷଭଳି ଚଳତବର୍ଷ ଇନ୍ଦୁପୁର୍ଣିମା ଓ ଭାଗବତ ଜନ୍ମୋସ୍‌ବ ମହାସମାରୋହର ସହ ପାଳିତ ହୋଇଯାଇଛି ।ଏଥିନିମନ୍ତେ ସକାଳୁ ହୋମଯଜ୍ଞ ଆରମ୍ଭ ହୋଇ ସନ୍ଧ୍ୟା ସମୟରେ ଶେଷ ହୋଇଥିଲା ।ରାତିରେ ଭଜନସମାରୋହ ସହ ପ୍ରଭୂଙ୍କ ନାମକିର୍ତନ କରାଯାଇଥିଲା ।ମଧୁପୁର ଗ୍ରାମବାସୀମାନଙ୍କ ଦ୍ୱାରା ଆୟୋଜିତ ଏହି ଉସ୍‌ବରେ ଆଖପାଖ ଗ୍ରାମର ବହୁ ଶ୍ରଦ୍ଦାଳୁମାନେ ଯୋଗଦେଇଥିଲେ ।ଶେଷରେ ଗ୍ରାମବାସୀମାନଙ୍କଦ୍ୱାରା ପ୍ରସାଦସେବନର ବ୍ୟବସ୍ଥା ହୋଇଥିଲା ।ସେହିଭଳିଭାବେ ମେଣ୍ଢାଶାଳଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଭଗବତବାସୁଦେବଙ୍କ ମନ୍ଦିରରେ ଚଳିତବର୍ଷ ସବୁବର୍ଷପରି ଭଗବତଜନ୍ମୋସ୍‌ବ ମହାସମାରୋହରସହ ପାଳିତ ହୋଇଯାଇଛି […]

କେନାଲରାସ୍ତାରେ ପଡିଥିବା ମହିଳାଙ୍କୁ…

  ବାରଙ୍ଗ, ୨୭।୯ (ଏସଏସ ନିଉଜ) ମଙ୍ଗଳବାର ବିଲମ୍ଭିତ ରାତିରେ ଷଣ୍ଢପୁର ଗ୍ରାମ ନିକଟରୁ ଗୁରୁତର ଅବସ୍ଥାରେ ଜଣେ ଆଦିବାସୀ ମହିଳାଙ୍କୁ ପୋଲିସ ଉଦ୍ଧାରକରି ଚିକିତ୍ସା ପାଇଁ କଟକ ବଦମେଡିକାଲକୁ ପଠାଇଛି । ପ୍ରକାଶଯେ ମଙ୍ଗଳବାର ବିଳମ୍ବିତ ରାଟିରେ ଷଣ୍ଢପୁର ଗ୍ରାମ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା କଡରେ ଗୁରୁତର ଅବସ୍ଥାରେ ଜଣେ ଆଦିବାସୀ ମହିଳା ଚେତାଶୂନ୍ୟ ଅବସ୍ଥାରେ ପଡିଥିଲା।ମହିଳା ପିନ୍ଧିଥିବା ଶାଢୀ କେତେକାଂଶ ରେ ଚିରି ଯାଇଥିବାବଳେ ମୁଣ୍ଡରେ ଗଭୀର ଆଘାତ ଲାଗି […]