ନନ୍ଦନକାନନରେ ନୂଆ ଅତିଥି

ବାରଙ୍ଗ,୨୫।୧୦(ଏସଏସନିଉଜ) ପାଖେଇ ଆସିଲାଣି ପର୍ଯ୍ୟଟନ ଋତୁ । ପର୍ଯ୍ୟଟକମାନଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ନନ୍ଦନକାନନ କର୍ତ୍ତୁପକ୍ଷ ନୂଆନୂଆ ଜୀବଜନ୍ତୁ ଆଣିବା ପ୍ରକିୟା ଆରମ୍ଭ କରିଛନ୍ତି । କିଛି ମାସ ପୂର୍ବରୁ ହୁଗୁଲ ଗିବନ କୁ ନନ୍ଦନକାନନ କୁ ଆଣିବା ପରେ ପୁଣି ବୁଧବାରଦିନ ପ୍ରାଣୀ ଉଦ୍ୟାନକୁ ନୂଆକରି ଦୁଇଟି କାସୁୱାରି ପକ୍ଷୀକୁ କ୍ରୟ କରାଯାଇ ଅଣାଯାଇଛି ।ସେମାନଙ୍କ ମଧ୍ୟରେ ଗୋଟିଏ ଅଣ୍ଡିରା ଏବଂ ଗୋଟିଏ ମାଈ କାସୁୱାରି ଅଛନ୍ତି। ଏହି ପକ୍ଷୀ ଆସିବା ପରେ ପ୍ରଥମେ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ କ୍ୱାରେଟାଇନିରେ ଡାକ୍ତରଙ୍କ ନଜର ବନ୍ଦୀରେ ରଖାଯାଇଛି ।ସେମାନଙ୍କୁ ୨୦ -୩୦ଦିନପାଇଁ କ୍ୱାରେଟାଇନି ରେ ରଖିବାପରେ ଏନକ୍ଲୋଜରରେ ଛଡାଯିବ ବୋଲି ସୂଚନା ମିଳିଛି ।ଏହି ପ୍ରଜାତିର ପକ୍ଷୀମାନେ ସାଧାରଣତଃ ନିଉଗୁନିଆ ଓ ଅଷ୍ଟ୍ରେଲିଆରେ ବହୁଳଭାବେ ଦେଖାଦିଆନ୍ତି।ପକ୍ଷୀମାନଙ୍କ ମଧ୍ୟରେ ଏମାନେ ମାରାତ୍ମକ ହୋଇଥାନ୍ତି।ସେମାନେ ସେମାନଙ୍କ ପଞ୍ଝା ସାହାଯ୍ୟରେ ମଣିଷକୁ ଆକ୍ରମଣ କରିଥାନ୍ତି।ତେବେ କାସୁୱାରିକୁ କିଣିବା ପାଇଁ କେତେଟଙ୍କା ଖର୍ଚ୍ଚ କରାଯାଇଛି ସେ ବିଷୟରେ ସୂଚନା ଦିଆଯାଇନାହିଁ।

Comments (0)
Add Comment