Browsing category

ମହାନଗର

ହୀରାକୁଦର ଖୋଲିଲା ଆଉ ୪ଟି ଗେଟ

ଭୁବନେଶ୍ୱର,୨୫ା୭(ଏସଏସନିଉଜ) ଉପରମୁଣ୍ଡରେ ଜଳସ୍ତର ବଢ଼ିବାରୁ ହୀରାକୁଦରୁ ରବିବାର୫ଟି, ଗତକାଲି୪ଟି ଓ ଆଜି ୩ଟିଗେଟ ଖୋଲାଯାଇଛି ।ସମୁଦାୟ ୧୨ଟିଗେଟଦେଇ ଜଳ ନିଷ୍କାସିତହେଉଛି ।ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିବାରୁ ହୀରାକୁଦର ଜଳସ୍ତର ବଢ଼ିବାରେ ଲାଗିଛି ।ରବିବାରସକାଳେ ଜଳସ୍ତର ୬୧୫ ଫୁଟ୍ ଅତିକ୍ରମ କରିବାପରେ ଗେଟ ଖୋଲାଯାଇଥିଲା ।

ଖୋଲିଲା ହୀରାକୁଦ ଡ୍ୟାମ୍ ଗେଟ୍

ସମ୍ବଲପୁର,୨୩ା୭(ଏସଏସନିଉଜ) ଉପରମୁଣ୍ଡରେ ବର୍ଷାଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରୁ ଡ୍ୟାମକର୍ତ୍ତୃପକ୍ଷ ବନ୍ୟାଜଳ ଛାଡିବାନେଇ ନିଷ୍ପତ୍ତି ନେଇଛନ୍ତି ।ଚଳିବର୍ଷର ପ୍ରଥମ ବନ୍ୟାଜଳ ହୀରାକୁଦ ଡ୍ୟାମର ୫ଟାସ୍ଲୁଇସ୍‍ ଗେଟ୍‍ ଦେଇ ଆଜି ପ୍ରବାହିତ ହୋଇଛି । ପୂଜାର୍ଚ୍ଚନାପରେ ୭ନମ୍ବରଗେଟ୍‍ ଦେଇ ପ୍ରଥମେ ବନ୍ୟାଜଳ ସକାଳ ୯ଟାରେ ନିଷ୍କାସନ କରାଯାଇଛି। ପର‌୍ୟ୍ୟାୟକ୍ରମେ ଆଉ ୪ଟି ଗେଟ୍ ଖୋଲାଯିବ ବୋଲି ଜଣାପଡିଛି । ଶନିବାର ଜଳସ୍ତର ୬୧୪.୪୩ ଫୁଟ୍‌ରେ ପହଂଚିଥିଲା। ଆଜି ସକାଳେ ଜଳସ୍ତର ୬୧୫ ଫୁଟ୍ ଅତିକ୍ରମ କରିବା ପରେ […]

ଦିଅରକୁ ବାହାହେଲେ ଭାଉଜ

ସୁବର୍ଣ୍ଣପୁର , ୨୩ା୭(ଏସଏସନିଉଜ) ସ୍ୱାମୀଙ୍କ ସାମ୍ନାରେ ଦିଅର ନାଁରେ ମଥାରେ ସିନ୍ଦୂର ପିନ୍ଧିଛନ୍ତି ସ୍ତ୍ରୀ । ସ୍ୱାମୀଙ୍କ ଉପସ୍ଥିତିରେ ଦିଅର ଭାଉଜଙ୍କର ବିବାହ ହୋଇଛି ।ଏହିଭଳିଘଟଣା ବୀରମହାରାଜପୁରବ୍ଲକ୍ ଅନ୍ତର୍ଗତ ସୁବଳୟାଥାନା ଅଞ୍ଚଳରେ ଘଟିଛି। , ଅନୁଗୁଳଜିଲ୍ଲା ସାମସିଙ୍ଗାଗାଁର ଜଣେଯୁବତୀ ୩ବର୍ଷ ତଳେ ସୁବଳୟାଥାନାଅନ୍ତର୍ଗତ ସାନକିରାସିରାଗାଁର ଜଣେଯୁବକଙ୍କୁ ବୈଦିକରୀତିରେ ବିବାହ କରିଥିଲେ। ଏହାଭିତରେ ଖଣ୍ଡହତାପଞ୍ଚାୟତର ବରଘାଟଗାଁର ସର୍ମ୍ପକିୟ ସ୍ୱାମୀଙ୍କ ମାଉସୀପୁଅ ଭାଇଙ୍କ ସହ ପ୍ରେମସମ୍ପର୍କ ଗଢ଼ିଉଠିଥିଲା। ସପ୍ତାହକତଳେ ଉଭୟ ଘରୁଫେରାର ହୋଇଯାଇଥିଲେ। ପରିବାର ଲୋକେ ସୁବଳୟାଥାନାରେ ଅଭିଯୋଗ ପରେ […]

ପୋଖରୀକୁ ଖସିପଡିଲା ବସ୍‌

ଭୁବନେଶ୍ୱର,୨୩ା୭(ଏସଏସନିଉଜ) ଶନିବାରଦିନ ବାଂଲାଦେଶ ଝଲାକାଠି ଛତ୍ରକୋଣ୍ଡା ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପୋଖରୀକୁ ବସଟି ଖସିପଡିଛି ।ଫଳରେ ୭ଜଣ ଶିଶୁଙ୍କ ସମେତ ୧୭ ଜଣଯାତ୍ରୀଙ୍କ ମୃତ୍ୟୁ ଘଟିଥିବାର ଜଣାପଡିଛି।ଦୁର୍ଘଟଣାରେ ୩୫ଜଣ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ସ୍ମୃତି ପରିବହନ’ ନାମକ ଏକବସ ୭୦ଜଣ ଯାତ୍ରୀଙ୍କୁଧରି ଭଣ୍ଡାରିଆ ଉପଜିଲାରୁ ପିରୋଜପୁରରୁ ଅଭିମୁଖେ ଯାତ୍ରା କରୁଥିଲା ।ବସଟି ଏକ ଅଟୋକୁ ସାଇଡ୍ ଦେବାକୁ ଯାଇ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପୋଖରୀକୁ ଖସି ପଡ଼ିଥିଲା ।

ଜଳିଗଲା ଏକ ବଖରାଘର

ମେଣ୍ଢାଶାଳ,୨୨ା୭(ଏସଏସନିଉଜ) ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ପ୍ରଧାନସାହିରେ ଶୁକ୍ରବାର ବିଳମ୍ଭିତ ରାତିରେ ବିଦ୍ୟୁତସର୍ଟସର୍କିଟ ହୋଇ ଏକ ବଖରାଘର ସହ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଘରୋଇ ଜିନିଷପୋଡି ନଷ୍ଟ ହୋଇଯାଇଛି ।ରବୀନ୍ଦ୍ରଜେନାଙ୍କ ଘରେ ବିଦ୍ୟୁତ ସଟସର୍କିଟ ହୋଇ ତାଙ୍କ ରେଫ୍ରିଜେଟର ପ୍ରଥମେ ନିଆଁ ଓ ଧୂଆଁ ବାହାରିଥିଲା । ପରେଘରେଥିବା ଆସବାସପତ୍ର. ୨୦ହଜାରେଟଙ୍କାମୁଲ୍ୟର ସାହିକୋଠଘର ମାଇକି ଓ ମେସିନ , ତିରିଶହଜାର ଟଙ୍କାର ନୂଆଘର କାମହେବା ପାଇଁ ରଖାଯାଇଥିବା ଚାରିପେଟି ୱାରିଙ୍ଗ କପରତାର. ପନ୍ଦରହଜାର ଟଙ୍କାର ପ୍ଲମର ପାଇପି ପୋଡି […]

ନନ୍ଦନକାନନ ପୁଲିସର ସଚେତନତା ବୈଠକ

ବାରଙ୍ଗ,୨୨ା୭(ଏସଏସନିଉଜ) ଶନିବାର ସନ୍ଧ୍ୟାରେ ନନ୍ଦନକାନନଥାନା ପକ୍ଷରୁ ପୁଲିସ ସଚେତନତା ବୈଠକ ଦାଢାପଞ୍ଚାୟତର ଡ୍ରିମଭିଲାଠାରେ ଅନୁଷ୍ଟିତ ହୋଇଯାଇଛି।ଏଥିରେ ଦାଢାପଂଚାୟତର ପଦାସାହି,ବାଲିପଡା,କେନ୍ଦୁପାଟଣା ଓ ଡ୍ରିମଭିଲାର ବହୁ ସଚେତନ ନାଗରିକ , ବୃଦ୍ଧିଜୀବୀ ,ଲୋକପ୍ରତିନିଧିମାନେ ଯୋଗଦେଇଅଞ୍ଚଳର ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।ଦାଢା ପଞ୍ଚାୟତ ଅଞ୍ଚଳରେ ପୁଲିସ ପେଟ୍ରୋଲିଂକୁ କଡାକଡି କରିବା ସହ ବିଭିନ୍ନ ଅସାମାଜିକ କାର‌୍ୟ୍ୟକଳାପ ରୋକିବା,ଦେଶିମଦବେପାରକୁ ବନ୍ଦ କରିବା ଓ ନନ୍ଦନକାନନ ପଦାସାହି ରାସ୍ତାରେ ଆଲୋକୀକରଣ ସହ ପଦାସାହି କେନ୍ଦୁପାଟଣା ଗ୍ରା୍ମ୍ୟ ରାସ୍ତାର […]

ବେଟ୍ୟାରୀଚୋରକୁ ଧରିଲା ପୋଲିସ

ଜଟଣୀ,୨୨ା୭(ଏସଏସନିଉଜ) ଥୁଆହୋଇଥିବା ଟ୍ରକରୁ ବ୍ୟାଟାରୀ ଚୋରୀକରିବା ଅଭିଯୋଗରେ ଜଟଣୀପୋଲିସ ଶନିବାରଦିନ ଖୋଲାଦ୍ୱାର ମଠସାହିର ଲିପୁ ଓରଫ ବିଶ୍ୱଜିତ ସେଠୀନାମକ ଯୁବକକୁ ବେଲପଡାଛକରୁ ଗିରଫ କରି ୨୬୧/୨୩କେଶନଂରେ ଏକ ମକଦ୍ଦମାରୁଜୁକରି କୋର୍ଟଚାଳଣ କରିଛନ୍ତି । ପ୍ରକାସ ଯେ, ଶଙ୍କର୍ଷଣ ମହାପାତ୍ର ନାମକ ବ୍ୟକ୍ତି କରିଥିବା ଅଭିଯୋଗ ଅନୁଯାୟୀ ତାଙ୍କର ଟ୍ରକ ଗୁଡିକୁ ବେଲପଡାସ୍ଥିତ ବାଟମହାବୀରମନ୍ଦିର ନିକଟରେ ପାର୍କ କରିରଖନ୍ତି । ଗତ ୧୪ତାରିଖ ସନ୍ଧ୍ୟାରେ ସେ ଟ୍ରକଗୁଡିକୁଦେଖିବାପାଇଁ ଯାଇଥିବାବେଳେ ବିଶ୍ୱଜିତ ସହ ଅନ୍ୟ୨ଜଣ ଟ୍ରକରୁ ବ୍ୟାଟେରୀ ଚୋରୀ କରୁଥିବାର […]

ଝୁଲନ୍ତା ମୃତଦେହ ଉଦ୍ଧାର

କଟକ ,୨୨ା୭(ଏସଏସନିଉଜ)କଟକ ଗୋପାଳପୁର କାଜିପାଟଣା ହନୁମାନମନ୍ଦିର ନିକଟରେଥିବା ଏକ ଗ୍ରୋସରିଦୋକାନରେ ଏକ ପିଲାର ଆତ୍ମହତ୍ୟା ଦେଖିବାକୁ ମିଳିଛି । ରାତି ହେଲେ ସେହି ପିଲା ଜଣକ ଦୋକାନରେ ସବୁଦିନପରି ଜଗାରଖା କରିବାପାଇଁ ଶୋଇବାକୁ ଯାଇଥାଏ । ଆଜିସକାଳୁ ଝୁଲନ୍ତା ଅବସ୍ଥାରେ ତାକୁ ଦେଖିବାକୁ ମିଳିଥିଲା । ତାକୁକେହି ଦୁବୃତମାରି ଟାଙ୍ଗିଦେଇ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରାଯାଉଥିବାର ଆଲୋଚନା ହେଉଛି ।    

କାଲି ଥାନାରୁ ଫେରାରହେଲା, ଆଜି ମହାନଦୀରୁ ମିଳିଲା

କଟକ, ୨୨ା୭(ଏସଏସନିଉଜ) ଗତକାଲି କ୍ୟାଣ୍ଟନମେଣ୍ଟ ପୁଲିସ ହେପାଜତରୁ ଫେରାର ହୋଇଥିବା ଶଙ୍କର୍ଷଣ ବେହେରା ଓରଫ ବବୁଲର ମୃତଦେହକୁ ଯୋବ୍ରା ନିକଟରେ ଭାସୁଥିବାବେଳେ ଉଦ୍ଧାର କରାଯାଇଛି । ଭୁବନେଶ୍ବରରେ ଫାଷ୍ଟଫୁଡ୍ ବ୍ୟବସାୟ କରୁଥିବା ଶଙ୍କର୍ଷଣକୁ ବିଡ଼ାନାସୀ ପୁଲିସ ୧୯ ତାରିଖ ସକାଳେ ଏକ ଚୋରି ମାମଲାରେ ଘରୁ ଉଠାଇନେଇ ତାନିକଟରୁ ଏଲ୍‌ସିଡି ଟିଭି ଓ ଗ୍ୟାସ୍ ସିଲିଣ୍ଡର ଜବତକରି ତାକୁ ଅଟକ ରଖିଥିଲା । ଭୋରସମୟରେ ସେ ପୁଲିସକର୍ମଚାରୀଙ୍କୁ ଧକ୍କାଦେଇ ଫେରାର ହୋଇଆସି ମହାନଦୀକୁ ଡେଇଁପଡ଼ିଥିଲାା ଅଗ୍ନିଶମ ବିଭାଗର […]

ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ପାଇଁ ସଚେତନତା

ବାରଙ୍ଗ,୨୧ା୭ (ଏସଏସନିଉଜ) ବାରଙ୍ଗ ସ୍ଥିତ ଝୁନଝୁନୱାଲା ବିଦ୍ୟାପୀଠରେ ଦାଢ଼ାପାଟଣା ସ୍ଵାସ୍ଥ୍ୟ ଉପକେନ୍ଦ୍ର ପକ୍ଷରୁ ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ସଚେତନତା କାର‌୍ୟ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।ଏହି କାର‌୍ୟ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ତମାଖୁ ବର୍ଜନ ଶପଥପାଠ କରାଯିବା ସହ ଧୁମ୍ରଯୁକ୍ତ ତମାଖୁ ଏବଂ ଧୁମ୍ରବିହୀନ ତମଖୁ ସେବନ ଠାରୁ ଦୁରେଇ ରହିବା ପାଇଁ ପ୍ଲା କାର୍ଡ ଏବଂ ଶ୍ରେଣୀ ଗୃହରେ ସ୍ମାର୍ଟ ବୋର୍ଡ ମାଧ୍ୟମରେ ସଚେତନତା କରାଯାଇଥିଲା।ଏହାସହ ବିଦ୍ୟାଳୟ ପରିସରରେ ଏକ ରାଲି ମଧ୍ୟ ଆୟୋଜନ କରାଯାଇଥିଲା।ଏହି କାର‌୍ୟ୍ୟକ୍ରମରେ ମହିଳା […]