Browsing category

ମହାନଗର

ଗାଈଚୋରି କରି ନେଉଥିବା ବେଳେ ଧରିଲା ପୋଲିସ

ବାରଙ୍ଗ, ୨୪/୬ (ଏସଏସନିଉଜ ) ଶୁକ୍ରବାର ବିଳମ୍ବିତ ରାତିରେ ବାରଙ୍ଗଥାନା ପୋଲିସର ଦୁଇଟି ଦଳ ରାସ୍ତାବ୍ଳକିଂ କରି ଚେକିଂ କରୁଥିବାବେଳେ ଗାଈ ଚୋରିଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଥିଲେ।ସେମାନେ ହେଲେ ବିଡ଼ାନାସିଥାନା ଅଧିନସ୍ତ ତୁଳସୀପୁର ଅଂଚଳର ଏସକେ ୱାଜିଦ(୩୭), ସୟିଦ ବାବୁ (୨୮), ମଙ୍ଗଳାବାଗଥାନା ଅଧୀନ କେଶପୁରର ସେକ ଉସମାନ(୪୪), ସେକ ରିୟାଜ଼ (୩୦)। ପ୍ରକାଶ ଯେ,ବାରଙ୍ଗ ଥାନା ଅଧିକାରୀ ଆକାଶ ଚନ୍ଦ୍ର ରଣାଙ୍କ ନିର୍ଦ୍ଦେଶରେ ଗୋଡିସାହି ଫାଣ୍ଡି ଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ତ୍ରିଶୂଳିଆ ବଜାର ଏବଂ […]

୪୦ଲିଟର ଦେଶୀମଦ ସହ ସ୍କୁଟି ଜବତ

ମେଣ୍ଢାଶାଳ,୨୩ା୬(ଏସଏସନିଉଜ) ଚନ୍ଦକାଥାନା ପୁଲିସ ବେଆଇନ ଦେଶୀମଦ ବିକ୍ରୟ କରୁଥିବା ଅଭିଯୋଗରେ ସୁର୍ଯ୍ୟଦିଗି ନାମକ ବ୍ୟକ୍ତିଙ୍କୁ ଗିରଫ କରି୨୦୯/୨୩କେଶନଂରେ ଏକ ମକଦ୍ଦମାରୁଜୁକରି ଶୁକ୍ରବାରଦିନ କୋର୍ଟଚାଳଣ କରିଛନ୍ତି ।ପୋଲିସ ତାଠାରୁ ୪୦ଲିଟରଦେଶୀମଦକୁ ଜବତ କରିଛନ୍ତି ।ବିଶେଷସୁତ୍ରରୁ ଖବରପାଇ ଥାନାରପେଟ୍ରୋଲିଙ୍ଗ ଟିମ୍ ଡେରାସ ଡ୍ୟାମରୁ ନୋଧୁରା ମଧ୍ୟରେ ଥିବା କାଳୁ ଫାର୍ମହାଉସ ନିକଟରେ ଚଢଉ କରିବା ସହ ସର୍ବସାଧାରଣରେ ବେଆଇନ ଦେଶୀ ମଦ ବିକ୍ରି ଅଭିଯୋଗ ସୁର୍ଯ୍ୟଦିଗିକୁ ଗୁରୁବାର ରାତିରେ ଗିରଫ କରିଥିଲେ ।ପୋଲିସ ୪୦ଲିଟରଦେଶୀମଦ ସହ ଓଡି୩୩-ଏବି-୭୮୦୫ନଂ ବାଇକକୁ ଜବତ […]

ବନ୍ଦହେବ କି ଆଞ୍ଚଳିକଖେଳ ଓ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ?

ମେଣ୍ଢାଶାଳ,୨୨|୬(ଏସଏସନିଉଜ )ରାଜଧାନୀ ଭୁବନେଶ୍ବରରେ ପ୍ରସ୍ତାବିତ ଟାଉନ୍ ପ୍ଲାନିଙ୍ଗ୍ ସ୍ମିମରେ ଭୂବନେଶ୍ବର ବ୍ଲକର ତମାଣ୍ଡୋ ମିନି ଷ୍ଟାଡିୟମ ସହିତ ଶ୍ମଶାନ ଏବଂ ଖଟିଖିଆ ଗରିବ ବସ୍ତିଟିଏ କ୍ଷତି ହେଉଛି । ଯାହାକୁ ନେଇ ବୁଧବାର ଶିବ ଶକ୍ତି କ୍ଲବ୍ ଘରେ ଏକ ଆଲୋଚନା ସଭାରେ ସ୍ଥିର ହୋଇଛି କି ଯେହେତୁ ରାର୍ଯ୍ୟ ସରକାର ଏକଛତ୍ରବାଦ ନୀତି ଆପଣେଇ କୋର୍ଟକୁ ସନମ୍ମାନ ନ ଦେଇ ଖେଳ ପଡିଆ ଅଧିଗ୍ରହଣ କରିବାକୁ ଯାଉଛନ୍ତି ଯଦି ଏଥିରୁ ନିବୃତ ନ ରହିବେ ତେବେ […]

କାର-ଟ୍ରକ ମୁହାଁମୁହିଁ

ବାରଙ୍ଗ,୨୧।୬ (ଏସଏସନିଉଜ) ବାରଙ୍ଗ ତ୍ରିଶୁଳିଆ ଛକରେ ବୁଧବାର ଅପରାହ୍ନରେ ଏକ ସଡକ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଦମ୍ପତି। ଖବରରୁ ପ୍ରକାଶ ଯେ, ବୁଧବାର ଅପରାହ୍ନ ସମୟରେ ତ୍ରିଶୁଳିଆରୁ ବାଲିକୁଦା ଅଭିମୁଖେ ଯାଉଥିବା ଓଆର-୦୫-ବି-୨୫୫୫ ନମ୍ବର ଟ୍ରକକୁ ବାମପଟେ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ଆର-୦୫- ଜେଡ-୪୯୫୫ ନମ୍ବର କାରଟି ଟ୍ରକର ବାମପଟେ ଧକ୍କା ହୋଇ ଟ୍ରକ୍ ସମ୍ମୁଖକୁ ଚାଲିଆସିଥିଲା।ଘଟଣାସ୍ଥଳରେ କାର ଭିତରେ ଥିବା ଦମ୍ପତି ସାମାନ୍ୟ ଆହତ ହୋଇଥିବା ବେଳେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। […]

ରଜରେ ଫିକା ପଡ଼ିଲା ନନ୍ଦନକାନନ

ବାରଙ୍ଗ, ୧୬ା୬(ଏସଏସନିଉଜ) ଚଳିତ ବର୍ଷ ରଜରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଫିକା ପଡିଛି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି । ନନ୍ଦନକାନନରେ ଚଳିତବର୍ଷ ଶେଷରଜରେ ଆଶାନୁପାତ ପର୍ଯ୍ୟଟକଙ୍କ ସମାଗମ ହୋଇନଥିଲା। ଅତ୍ୟାଧିକ ଗରମ ସାଙ୍ଗକୁ ଗୁଳୁଗୁଳି ସତ୍ତ୍ବେ ରଜ ତିନି ଦିନରେ ମୋଟ ୪୯ ହଜାର ୧୧ଜଣପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସିଥିଲେ।ପ୍ରଥମ ରଜରେ ୧୨ହଜାର ୮୩୬ଜଣ,ଦ୍ବିତୀୟ ରଜରେ ୨୧ହଜାର ୫୫୧ ଜଣ ଓ ଶେଷରଜରେ ୧୪ ହଜାର ୬୨୪ […]

ମହିମାପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର

ଭୁବନେଶ୍ୱର,୧୫।୬(ଏସଏସନିଉଜ)ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦି ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର। କାୟାକଳ୍ପ ରେ ଆସିବ ପୁରା ପରିବର୍ତ୍ତନ। ଗତ ମେ ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ 5Tସଚିବ ଭି କେ ପାଣ୍ଡିଆନ୍ ମହିମା ପୀଠ ପରିଦର୍ଶନ କରି ସାଧୁ ସନ୍ଥ ଓ ଭକ୍ତମାନଙ୍କ ସହିତ ପୀଠର ସମ୍ପୂର୍ଣ୍ଣ ରୁପାନ୍ତର ବିଷୟରେ ଆଲୋଚନା କରିଥିଲେ ଏବଂ ୧୫ ଦିନ ଭିତରେ ପ୍ରକଳ୍ପ ରିପୋର୍ଟ ଦେବା ପାଇଁ ପରାମର୍ଶ ଦେଇଥିଲେ ।ଏହି ପରାମର୍ଶ ଅନୁସାରେ ଜିଲ୍ଲାପାଳ ଆଜି ୧୧୨ କୋଟି […]

ଆରମ୍ଭ ହେଲା ତଦନ୍ତ

ବାରଙ୍ଗ,୧୪ା୬(ଏସଏସନିଉଜ) ପ୍ରାଣୀଉଦ୍ୟାନନନ୍ଦନକାନରେ ଟ୍ରାନ୍ସର୍ଫମର ଫାଟିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଟ୍ରାନ୍ସର୍ଫମର କେମିତି ଫାଟିଲା ସେ ନେଇ ତନାଘନା ଜୋର୍ ଦାର ଚାଲିଛି । ବୁଧବାରଦିନ ବିଦ୍ୟୁତବିଭାଗର ୪ ଜଣିଆ ଦଳ ନନ୍ଦନକାନନ ପରିଭ୍ରମଣ କରି ଫେରିଛନ୍ତି । ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ସୂଚନା ଥାଉକି ଯେ, ରୋପଓ୍ବେ ପୁନଃକାର‌୍ୟ୍ୟ କ୍ଷମ ପାଇଁ ନୂତନ ଟ୍ରାନ୍ସର୍ଫମରକୁ ୩୧କେଭି ବିଦ୍ୟୁତ୍ ସଂଯୋଗ କରାଯାଇଥିଲା। ମଙ୍ଗଳବାର ଦିନ […]

ପହିଲିରଜରେ ନନ୍ଦନକାନନରେ କମିଲେ ପର୍ଯ୍ୟଟକ

ବାରଙ୍ଗ,୧୪।୬(ଏସଏସନିଉଜ) ବୁଧବାର ପହିଲି ରଜରେ ନନ୍ଦନକାନନରେ ପର୍ଯ୍ୟଟକ ସମାଗମ ଲାଗିରହିଥିଲା । ହେଲେ ଚଳିତ ବର୍ଷ ଗତ ବର୍ଷ ତୁଳନାରେ ପର୍ଯ୍ୟଟକ ଙ୍କ ସଂଖ୍ୟା କମିଥିବା ଦେଖିବାକୁ ମିଳିଥିଲା। ପୂର୍ବରୁ ରଜ ପାଇଁ ସଜେଇ ହୋଇରହିଥିଲା ନନ୍ଦନକାନନ। ସକାଳୁ ସକାଳୁ ନନ୍ଦନକାନନ ଖୋଲାହେବା ପରେ ଧିରେ ଧିରେ ପର୍ଯ୍ୟଟକ ଙ୍କ ଭିଡ଼ ରହିଥିଲା । ପ୍ରାଣୀଉଦ୍ୟାନ ଭିତରେ ବାଘ,ସିଂହ, ଭାଲୁ, ଜିରାଫ୍,ସିମ୍ପାଜି,ପାଦଚଲା ବିହଙ୍ଗ ସରଣୀ ସହ ୪ ସଫାରୀର ମଜ୍ଜା ଉଠାଇଥିଲେ ପର୍ଯ୍ୟଟକ। ହେଲେ ବୋଟିଂ ବନ୍ଦ […]

ହାଇୱାପଛକୁ ପିଟିଲା କାର,୪ ଗୁରୁତର

ବାରଙ୍ଗ,୧୪/୬ (ଏସଏସନିଉଜ) ବାରଙ୍ଗ ଥାନା ଅନ୍ତର୍ଗତ ତ୍ରିଶୁଳିଆ ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କାର ଚାଳକ ହଇୱା ପଛକୁ ଧକ୍କା ଦେବାରୁ କାରରେ ଥିବା ୪ଜଣ ଗୁରୁତର ହୋଇଛନ୍ତି।ସେମାନେ ସମସ୍ତେ ଗଞ୍ଜାମ ଅଞ୍ଚଳର ବୋଲି ସୂଚନା ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଙ୍କୁ ଡାକ୍ତରଖାନା ପଠାଇଛି।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଅପରାହ୍ନ ପ୍ରାୟ ୨.୩୦ ସୁଦ୍ଧା ଭୁବନେଶ୍ଵର ରୁ କଟକ ଅଭିମୁଖେ ଆସୁଥିବା ଓଡ଼ି-୩୩-ଟି-୪୬୫୬ ମାରୁତି କାରଟି ତ୍ରିଶୁଲିଆ […]

କଳାକାରମାନେ ପାଳିଲେ ଲୋକକଳା ଦିବସ

ବାରଙ୍ଗ,୧୪।୬(ଏସଏସନିଉଜ) ବୁଧବାର ଦିନ ବାରଙ୍ଗ ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ଲୋକକଳା ଦିବସ ପାଳିତ ହୋଇଯାଇଛି।ସଂଘର ଉପାଧକ୍ଷ ଗୁରୁଚରଣ ଷଡଙ୍ଗୀ ଓ କୋଷାଧ୍ୟ ହୃଦାନନ୍ଦ ବେଉରାଙ୍କ ନେତୃତ୍ୱରେ ବାରଙ୍ଗ ଅଂଚଳର କଳାକାର ମାନେ କନକ ଦୁର୍ଗା ମନ୍ଦିରରେ ଏକାଠି ହୋଇଥିଲେ।ସେଠାରେ କଳାକାର ମାନଙ୍କର ଭବିଷ୍ୟତ ଜୀବନ ଜୀବିକାକୁ ନେଇ ଆଲୋଚନା କରାଯାଇ ଥିଲା।ପରେ ୧୦୦ରୁ ଉର୍ଦ୍ଧ୍ବ ପାରମ୍ପରିକ କଳାକାରମାନେ ଏକାଠି ହୋଇ ଶୋଭାଯାତ୍ରାରେ ମନ୍ଦିରଠାରୁ ବାରଙ୍ଗ ବ୍ଲକ ପର୍ଯ୍ୟନ୍ତ ଯାଇଥିଲେ।କଳା ବଞ୍ଚିବ ଓ କଳାକାର ବଂଚିବେ […]