ପୋଖରୀକୁ ଖସିପଡିଲା ବସ୍‌

ଭୁବନେଶ୍ୱର,୨୩ା୭(ଏସଏସନିଉଜ) ଶନିବାରଦିନ ବାଂଲାଦେଶ ଝଲାକାଠି ଛତ୍ରକୋଣ୍ଡା ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପୋଖରୀକୁ ବସଟି ଖସିପଡିଛି ।ଫଳରେ ୭ଜଣ ଶିଶୁଙ୍କ ସମେତ ୧୭ ଜଣଯାତ୍ରୀଙ୍କ ମୃତ୍ୟୁ ଘଟିଥିବାର ଜଣାପଡିଛି।ଦୁର୍ଘଟଣାରେ ୩୫ଜଣ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ସ୍ମୃତି ପରିବହନ’ ନାମକ ଏକବସ ୭୦ଜଣ ଯାତ୍ରୀଙ୍କୁଧରି ଭଣ୍ଡାରିଆ ଉପଜିଲାରୁ ପିରୋଜପୁରରୁ ଅଭିମୁଖେ ଯାତ୍ରା କରୁଥିଲା ।ବସଟି ଏକ ଅଟୋକୁ ସାଇଡ୍ ଦେବାକୁ ଯାଇ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପୋଖରୀକୁ ଖସି ପଡ଼ିଥିଲା ।

Comments (0)
Add Comment