Browsing category

ମହାନଗର

ମୋବାଇଲ ଓ ଟଙ୍କା ଛଡାଇନେବା ମହଙ୍ଗା ପଡିଲା

ମେଣ୍ଢାଶାଳ୧୨|୬(ଏସଏସନିଉଜ)ସୋମବାର ରାଜଧାନୀ ଉପକଣ୍ଠ ୧୬ ନମ୍ବର ଜାତୀୟ ରାଜପଥର ଯାଁଳା ଅଞ୍ଚଳର ଇମ୍ଫୋଭ୍ୟାଲି ଥାନା ପୋଲିସ ଜଣେ ଯୁବକଙ୍କୁ ମାଡ ମାରି ମୋବାଇଲ ଓ ଟଙ୍କା ଛଡାଇ ନେଇ ଯାଇଥିବା ଅଭିଯୋଗରେ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଇମ୍ଫୋଭ୍ୟାଲି ଅନ୍ତର୍ଗତ ହରପୁର ଗ୍ରାମର କିଶୋର ସିଂହ (୨୩)ଓ ମଳୟ ଦଳେଇ (୨୬)। ଖବର ଅନୁଯାୟୀ ଗତ ୭ ତାରିଖ ଦିନ ଅପରାହ୍ନରେ ରଞିତ ବେହେରା ନାମକ ବ୍ୟକ୍ତି ଏବଂ […]

ଡ୍ରାଇଭରଙ୍କ ପାଇଁ ରଜଭେଟି

ଭୁବନେଶ୍ୱର,୧୨।୬(ଏସଏସନିଉଜ)ଡ୍ରାଇଭର ମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଯେଉଁ ଦାବି ନେଇ ଡ୍ରାଇଭରମାନେ ଆନ୍ଦୋଳନ କରୁଥିଲେ, ତାହାକୁ ସରକାର ପୂରଣ କରିଛନ୍ତି। ଓଡ଼ିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀକଲ୍ୟାଣ ଯୋଜନା ୨୦୨୩ ଏବଂ କଲ୍ୟାଣ ବୋର୍ଡ ଗଠନକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଦୁର୍ଘଟଣାଜନିତ ମୃତ୍ୟୁକ୍ଷେତ୍ରରେ, ମୃତ ଡ୍ରାଇଭର/ କର୍ମଚାରୀଙ୍କ ପରିବାର ଲୋକଙ୍କୁ ୪ଲକ୍ଷ ଟଙ୍କା ପ୍ରଦାନ କରାଯିବ।ଅତି ଗଭୀରଆଘାତ କ୍ଷେତ୍ରରେ ୮୦ ହଜାରଟଙ୍କା , ସ୍ଥାୟୀ ଅକ୍ଷମତା ମାମଲାରେ ମୋଟର ପରିବହନ ଡ୍ରାଇଭର କିମ୍ବା […]

ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,୧୨।୬(ଏସଏସନିଉଜ)ପ୍ରକାଶ ପାଇଲା ଯୁକ୍ତ ୩ ନାମ ଲେଖା ପାଇଁ ବିଜ୍ଞପ୍ତି।ଜୁନ୧୯ରୁ ଜୁଲାଇ୪ ପର୍ୟ୍ୟନ୍ତ ଛାତ୍ରୀଛାତ୍ର ଆବେଦନ କରିପାରିବେ lଜୁନ୍ ୧୯ତାରିଖ ଅପରାହ୍ନ ୨ଟାରୁ ଜୁଲାଇ୪ ତାରିଖ ରାତି ୧୧ଟା ୪୫ ମିନିଟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ www.samsodisha.gov.in କୁ ଯାଇ ଆବେଦନ କରିପାରିବେ lଜୁଲାଇ ୧୪ରେ ପ୍ରଥମ ପର୍ଯ୍ୟାୟ,ଜୁଲାଇ ୨୭ରେ ୨ୟ ପର୍ଯ୍ୟାୟ,ଅଗଷ୍ଟ ୩ରେ ୩ୟ ପର୍ଯ୍ୟାୟ, ଅଗଷ୍ଟ ୨୧ରେ ଚତୁର୍ଥ ପର୍ଯ୍ୟାୟ,ସେପ୍ଟେମ୍ବର ୧ ପଞ୍ଚମ ପର୍ଯ୍ୟାୟ ଏବଂ ୧୩ ସେପ୍ଟେମ୍ବରରେ ଷଷ୍ଠପର୍ଯ୍ୟାୟ ମେଧାତାଲିକା ପ୍ରକାଶ କରାଯିବ।

ଶକ୍ତିମନ୍ତ୍ରୀଙ୍କ ଘରକୁ ଟମାଟୋମାଡ଼

ଭୁବନେଶ୍ୱର,୧୨।୬(ଏସଏସନିଉଜ)ରାଜ୍ୟରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ପ୍ରସଙ୍ଗକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ତାଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଲଣ୍ଠନ ଓ ବିଞ୍ଚଣା ଧରି ପ୍ରତିବାଦ ପ୍ରଦର୍ଶନ କରିବା ସହ ଟମାଟୋ ମାଡ଼ କରିଛନ୍ତି ଛାତ୍ର କଂଗ୍ରେସକର୍ମୀ । ମନ୍ତ୍ରୀଙ୍କ ବାସ ଭବନକୁ କଂଗ୍ରେସ କର୍ମୀମାନେ ଧସେଇ ପଶିବାକୁ ଉଦ୍ୟମବେଳେ ପୋଲିସ- କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ବି ହୋଇଛି ।ଦଳପକ୍ଷରୁ ଅଭିଯୋଗ କରାଯାଇଛିଯେ, ବିଦ୍ୟୁତ୍‌ କାଟ ପ୍ରସଙ୍ଗକୁ ନେଇ ଶକ୍ତିମନ୍ତ୍ରୀ ଅବହେଳା ପ୍ରଦର୍ଶନ କରୁଛନ୍ତି ।ଏହି […]

ଭଙ୍ଗିଦେଲେ ଫଳକ!

ଭୁବନେଶ୍ୱର,୧୨।୬(ଏସଏସନିଉଜ)ପୁଣି ପଦାରେ ପଡ଼ିଲା ଜୟଦେବ ନିର୍ବାଚନ ମଣ୍ଡଳୀର ବିଜେଡି କନ୍ଦଳ।ଭାର୍ଗବୀ ନଦୀରେ ସେତୁ ନିର୍ମାଣ ପାଇଁ ଶିଳାନ୍ୟାସ ଫଳକକୁ ଭଙ୍ଗାଯାଇଛି।ଝିଣ୍ଟିଶାସନ ତେରବାଟିଆରେ ଶିଳାନ୍ୟାସ ପାଇଁ ଲାଗିଥିବା ଫଳକକୁ ଭଙ୍ଗାଯାଇଛି।ବିଧାୟକଙ୍କ ନାଁ ଥିବାରୁ ବିରୋଧୀ ଗୋଷ୍ଠୀ ଭାଙ୍ଗିଥିବା ଅଭିଯୋଗ ହେଉଛି। ବିଜେଡିର ୨ଗୋଷ୍ଠୀ ବିବାଦ ଯୋଗୁଁ ଶିଳାନ୍ୟାସ ପୂର୍ବରୁ ଭାଙ୍ଗିଛି ଫଳକ।

ଭିଜିଲାନ୍ସ ଜାଲରେ ବ୍ୟାଙ୍କ ସହାୟକ

ଭୁବନେଶ୍ୱର,୧୨।୬(ଏସଏସନିଉଜ)ଭିଜିଲାନ୍ସ ଜାଲରେ ପଡିଲେ ବ୍ୟାଙ୍କ ସହାୟକ ପ୍ରଦୀପ କୁମାର ଚନ୍ଦ୍ରକର।ଭବାନୀପାଟଣା ସେଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କ କୋମନା ବ୍ରାଞ୍ଚରେ ସେ କାର୍ଯ୍ୟ କରୁଛନ୍ତି । ବ୍ୟାଙ୍କସହାୟକ ଭାବେ କାମ କରୁଥିବା ପ୍ରଦୀପଙ୍କ ଘରେ ରେଡ୍‌ ହୋଇଛି।ଆୟବହିର୍ଭୁତ ସମ୍ପତ୍ତି ଠୁଳଅଭିଯୋଗରେ ରେଡ୍‌ କରୁଛି ଭିଜିଲାନ୍ସ।ନୂଆପଡ଼ାର ୩ଟିସ୍ଥାନରେ ଓ କୋମନାସ୍ଥିତ ବ୍ରାଞ୍ଚ୍‌ରେ ଚଢ଼ାଉ ଚାଲିଛି।

ସିବିଆଇ କବ୍‌ଜାରେ ୫କର୍ମଚାରୀ

ଭୁବନେଶ୍ୱର,୧୨।୬(ଏସଏସନିଉଜ)ବାହାନଗା ରେଳ ଦୁର୍ଘଟଣା ମାମଲାର ସିବିଆଇ ତଦନ୍ତ ଆରମ୍ଭ କରିଛି।ସିବିଆଇ କବ୍‌ଜାରେ ରେଳବିଭାଗର ୫ କର୍ମଚାରୀ ଅଛନ୍ତି।ଷ୍ଟେସନ ମାଷ୍ଟର, ବାହାନଗା ଓ ସୋରର ୨ ଟେକ୍ନିସିଆନ,ସିଗ୍ନାଲ ଜେଇ ଓ ସିଗ୍ନାଲ ଇନ୍‌ଚାର୍ଜଙ୍କୁ ପଚରା ଉଚରା କରୁଛି ସିବିଆଇ।

ନୟାପାଟଣା-ଆମ୍ବବରେଇ ବିଜୁସେତୁ

ବାରଙ୍ଗ, ୧୧ା୬ (ଏସଏସନିଉଜ) ବେଲଗଛିଆ ପଞ୍ଚାୟତର ନୟାପାଟଣା ଓ ଆମ୍ବବରେଇରୁ ଦାଢ଼ାପାଟଣା ପଞ୍ଚାୟତର ମଧୁସୂଦନପୁରକୁ ସଂଯୋଗ କରୁଥିବା ପୁରୀମେନକେନାଲ ଉପରେ ବିଜୁସେତୁ ନିର୍ମାଣ ପାଇଁ ରବିବାରଦିନ ଭୂମିପୂଜନ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ,ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଉପସ୍ଥିତ ରହି ଶିଳାନ୍ୟାସ କରିଥିଲେ।ପୂର୍ବରୁ ଥିବା ଲୁହା ସେତୁଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲା।ଫଳରେ ଯାତାୟତରେ ବହୁ ସମସ୍ୟା ସୃଷ୍ଟି ହେଉଥିଲା।ଉଭୟ ଗ୍ରାମ ଚାଷ ଜମି ସବୁ ପୁରୀ ମୁଖ୍ୟ କେନାଲ ଅପର ପାର୍ଶ୍ଵରେ […]

ରଘୂନାଥପୁରରେ ଏଥର ଜମିବ ରଜ

ବାରଙ୍ଗ,୧୧ା୬(ଏସଏସନିଉଜ)ପାଖେଇ ଆସିଲାଣି ରଜ । ଆଉ ଦୁଇ ଦିନ ପରେ ପହିଲି ରଜ । ଯାହାକୁ ନେଇ ଏବେ ଚଳ ଚଞ୍ଚଳ ଗାଁ ଠୁ ସହର । ଗାଁ ରେ କୁଆଁରୀ ଝିଅମାନେ ନୂଆ ପୋଷାକ ସାଙ୍ଗକୁ ସୁସ୍ୱାଦୁ ପିଠା ପଣା କରିବାକୁ ଲାଗିପଡିଲେଣି । ପୋଡପିଠା , ଆରିସା , ମଣ୍ଡା,ଚକୁଳି, ଛେନାପିଠା ଆଦି ବିଭିନ୍ନ ସୁସ୍ୱାଦୁ ପିଠା ର ବାସ୍ନା ରେ ମହକି ଉଠେ ଗାଁ । ତାସାଙ୍ଗକୁ ଝିଅ ମାନେ ହାତରେ ମେହେନ୍ଦି […]

ବଟାନିକାର୍ଲଗାର୍ଡେନରେ ଏକାଠିହେଲେ ବିଜେଡିକର୍ମୀ

ବାରଙ୍ଗ,୧୧।୬(ଏସଏସନିଉଜ)ରବିବାରଦିନ ବିଜୁଜନତାଦଳର ୫ପଂଚାୟତ ତରଫରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ବଟାନିକାର୍ଲଗାର୍ଡେନରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ରଘୁନାଥପୁର ,ଦାଢା, କଲ୍ୟାଣପୁର, ବରିମୁଣ୍ଡ ଓ ଇଞଣା ଆଦି୫ପଂଚାୟତର ବହୁ ବିଜେଡିକର୍ମୀ ଓ ମୁରବୀମାନେ ଯୋଗଦେଇଥିଲେ । ଯେଉଁଭଳିଭାବେ ଦଳୀୟକର୍ମୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ସହଯୋଗ ମିଳିଛି ଏହିଭଳି ସହଯୋଗ ରହିଲେ ଆଗାମିଦିନରେ ୫ପଂଚାୟତ ବିକାଶକ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିବ ବୋଲି ମୁଖ୍ୟଅତିଥିଭାବେ ଯୋଗଦେଇ ଭୁବନେଶ୍ୱର ଉତରବିଧାୟକ ଶୁସାନ୍ତକୁମାରରାଉତ କହିଥିଲୋ ଦଳୀୟକର୍ମୀମାନେ ବିଧାୟକଙ୍କୁ ପାଛୋଟି ସଭାମଂଚ ପର୍ଯ୍ୟନ୍ତ ନେଇଯାଇଥିଲେ […]