Browsing category

ମହାନଗର

ସତର୍କକଲେ ହୀରାକୁଦ ଡ୍ୟାମକର୍ତ୍ତୃପକ୍ଷ

ହୀରାକୁଦ ,୨୧ା୭(ଏସଏସନିଉଜ) ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ଏବେ ଜଳଭଣ୍ଡାରର ଜଳସ୍ତର ୬୧୩ ଫୁଟ ରହିଥିବାବେଳେ ୧ ଲକ୍ଷ ୪୦ ହଜାର ୫୭୫ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୪୦ ହଜାର ୨୭୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।ତେବେଜୁଲାଇ ୨୩ରେ ହୀରାକୁଦରୁ ପ୍ରଥମ ବନ୍ୟାଜଳ ଛାଡ଼ିବାନେଇ ହୀରାକୁଦ ସତର୍କ କରାଇଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ ।ସମ୍ବଲପୁର, ହୀରାକୁଦ ଓ ବୁର୍ଲାରେ ମାଇକଯୋଗେ କରିଛନ୍ତି ସତର୍କ ।ବନ୍ୟା ଜଳ ଛାଡ଼ିବାବେଳେ ମହାନଦୀ ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି […]

ପିଏସଓଙ୍କୁ ଠେଲାପେଲା

କୋଣାର୍କ, ୨୧ା୭(ଏସଏସନିଉଜ) ନିମାପଡ଼ାବିଧାୟକ ସମୀରଦାଶଙ୍କ ପିଏସଓଙ୍କୁ ସାଧାରଣଲୋକ ଠେଲାପେଲା କରିଥିବାର ଜଣାପଡିଛି । ସମୀରଙ୍କୁ ଲୋକ ବିରୋଧ କରୁଥିଲା ବେଳେ ପିଏସ୍‌ଓ ଅଟକାଇବାରୁ ତାଙ୍କୁ ଲୋକମାନେ ଠେଲାପେଲା କରିଥିଲେ ।ରାସ୍ତାକାମ ଶିଳାନ୍ୟାସକାର୍ଯ୍ୟକ୍ରମକୁ ଯାଇଥିବା ସମୀରଙ୍କୁ ବିରୋଧ କରାଯାଇଥିବାର ଜଣାପଡିଛି ।ରାସ୍ତା ନିର୍ମାଣସ୍ଥଳକୁ ନେଇ ବିରୋଧକରିଥିଲେ ଚକରଡ଼ାଗାଁ ଲୋକେ ।

୨୩ରେ ହୀରାକୁଦରୁ ଛାଡ଼ିବ ପ୍ରଥମ ବନ୍ୟାଜଳ

ଭୁବନେଶ୍ୱର,୨୦।୭(ଏସଏସନିଉଜ)ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ିବାରେ ଲାଗିଛି।ଜୁଲାଇ୨୩ରେ ହୀରାକୁଦରୁ ବନ୍ୟାଜଳ ଛାଡ଼ିବା ନେଇ ସୂଚନା ମିଳିଛି।ସକାଳ ୯ଟାରେ ହୀରାକୁଦରୁ ପ୍ରଥମ ବନ୍ୟାଜଳ ଛଡ଼ାଯିବ।ମହାନଦୀ ଓ ଶାଖାଗୁଡ଼ିକରେ ବୃଦ୍ଧି ପାଇବ ଜଳସ୍ତର।ନଦୀକୁ ପ୍ରବେଶ ଉପରେ ସତର୍କ ସୂଚନା ଜାରି କରାଯାଇଛି।ହୀରାକୁଦ ବନ୍ଧର ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ପକ୍ବୟରୁ ସୂଚନା ଦିଆଯାଇଛି।

ମହିଳାଙ୍କୁ ନିବସ୍ତ୍ରକରି ରାସ୍ତାରେ ଚଳାଇବା ଘଟଣା- ବନ୍ଧାହେଲା ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ୱର,୨୦।୭ (ଏସଏସନିଉଜ)ଦୁଇ ମହିଳାଙ୍କୁ ନିବସ୍ତ୍ର କରି ମଣିପୁର ରାସ୍ତାରେ ଚଳାଇବା ଘଟଣାର ଭିଡିଓ ଗତକାଲି ସାମନାକୁ ଆସିବା ପରେ ସମଗ୍ର ଦେଶରେ ଏହାକୁ ନେଇ ହଇଚଇ ଆରମ୍ଭ lଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ତତ୍କାଳ ଘଟଣାର ଯାଞ୍ଚ ଆରମ୍ଭ କରି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ବାନ୍ଧିଛି। ଏପରି ଲଜ୍ଜାଜନକ କାଣ୍ଡ କରିଥିବା ମୁଖ୍ୟ ଅଭିଯୁକ୍ତଙ୍କ ନାମ ଖୁୟରୁମ ହେରାଦାସ ଓ ତାଙ୍କ ବୟସ ୩୨ ବର୍ଷ ବୋଲି ଜଣାଯାଇଛି ।ମଣିପୁର ପୁଲିସ୍‌ ଆଜି ସକାଳୁ […]

ଓଲଟିପଡିଲା ଟୁରିଷ୍ଟବସ

ଭଦ୍ରକ,୨୦।୭(ଏସଏସନିଉଜ) ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିପଡିଛି ତୀର୍ଥଯାତ୍ରୀ ବସ୍।ଯାହାଫଳରେ ୨୫ଜଣ ଆହତ ହୋଇଛନ୍ତି। ଭଣ୍ଡାରିପୋଖରୀ ଥାନା ପେଟ୍ରୋଲ ପମ୍ପ୍ ନିକଟରେ ଏହି ଦୁର୍ଘଟଣା ଘଟିଛି।ଏଥିରେ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି ଓ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି ।ସମସ୍ତଙ୍କୁ ମେଡିକାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। କୋଲକାତାରୁ ବସ୍ ଯୋଗେ ପୁରୀ ଯାଉଥିଲେ ୬୨ଜଣ ଯାତ୍ରୀ। ଆଜି ସକାଳ ପ୍ରାୟ ୧୦ଟା ସମୟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଲା ଶିବମ ନାମକ ଏହି […]

ଡକାୟତି କରିବାପୁର୍ବରୁ ଧରିଲା ପୋଲିସ

ଜଟଣୀ,୧୯ା୭(ଏସଏସନିଉଜ) ଡକାୟତି କରିବା ନିମନ୍ତେ ଯୋଜନା କରୁଥିବାବେଳେ ସୁଚନାପାଇ ଜଟଣୀଥାନା ପୋଲସି ମଙ୍ଗଳବାରରାତିରେ ଏକ ଡକାୟତିଦଳକୁ ଧରିବାରେ ସକ୍ଷମହୋଇଛି ।ସେମାନଙ୍କଠାରୁ ମୋଟରସାଇକେଲ, ଗୋଟିଏ ସ୍କୁଟି, ୨ଟି ଲୁହା ଛଡ, ୩ଟି ଛୁରୀ, ଗୋଟିଏ ମୋବାଇଲଫୋନ ଏବଂ କିଛି ଲଙ୍କାଗୁଣ୍ଡ ପ୍ୟାକେଟ ଜବତ କରିଛି । ପଚରାଉଚରାବେଳେ ଅଭିଯୁକ୍ତମାନେ କିଷ୍ଟକଲେଜ ନିକଟରେ ଥିବା ଏକ ପରିତ୍ୟକ୍ତଘରେ ଏକାଠିହୋଇ ଜାତୀୟ ରାଜପଥରେ ଯାତାୟାତ କରୁଥିବା ବିଭିନ୍ନଯାତ୍ରୀ ତଥା ପରିବହନଯାନ ଗୁଡିକରୁ ବଡଧରଣର ଡକାୟତି କରିବା ନିମନ୍ତେ ଯୋଜନା କରୁଥିବାକଥା ପୋଲିସ […]

କାଉଡ଼ିଆଙ୍କୁ ଗୋଡ଼ାଇ ପିଟିଲା ପୁଲିସ

ଭଦ୍ରକ,୧୮ା୭(ଏସଏସନିଉଜ) ଭଦ୍ରକଜିଲ୍ଲାର ପ୍ରସିଦ୍ଧଶୈବପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠରେ ଶ୍ରାବଣମାସର ସୋମବାରରେ ଜଳଲାଗି ପାଇଁ ହଜାର ହଜାର ଭକ୍ତ ରବିବାରରାତିରୁ ଭିଡ଼ ଲାଗିଥିଲା।ଏତେସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥିବାବେଳେ ଜଳାଭିଷେକ ପାଇଁ କାଉଡିଆଙ୍କ ଭିତରେ ଠେଲାପେଲା ହୋଇଥିଲା ।ଆଗ କିଏ ଯିବ ସେଥିପାଇଁ ଏକପ୍ରକାର ପ୍ରତିଯୋଗୀତା ଆରମ୍ଭ ହୋଇଯାଇଥିଲା ।ବାଧ୍ୟହୋଇ ଗହଳିକୁ ନିୟନ୍ତ୍ରଣକୁ ଆଣିବାପାଇଁ ଠେଲାପେଲା କରୁଥିବା କାଉଡିଆଙ୍କୁ ସାଇଜ କରିବାପାଇଁ ଓ ଭିଡ଼ ନିୟନ୍ତ୍ରଣ କରିବାପାଇଂ ପୋଲିସ ଗୋଡ଼ାଇ ଗୋଡ଼ାଇ ପିଟିଥିଲା ।ଭକ୍ତମାନେ ଶୃଙ୍ଗଳିତଭାବେ ଜଳାଭିଷେକ କରିବାପାଇଁ […]

ଖସିଲା ରାମେଶ୍ୱର ମନ୍ଦିର ଦଧିନଉତି

ଭୁବନେଶ୍ୱର,୧୫ା୭(ଏସଏସନିଉଜ) ପ୍ରଚଣ୍ଡ ଘଡଘଡି ଓ ବିଜୁଳିଶବ୍ଦରେ ରାମେଶ୍ୱର ମନ୍ଦିର ଦଧିନଉତି ୬୦ଫୁଟ୍ ତଳକୁ ଖସିପଡିଛି ଦଧିନଉତି । ଦିନପ୍ରାୟ୧୦ଟା ୧୦ମିନିଟ ସମୟରେ ମନ୍ଦିରରେ ପୁଜା ଚାଲିଥିବାବେଳେ ମନ୍ଦିରର ଦଧିନଉତି ତଳକୁ ଖସି ପଡ଼ିଥିଲା ।ଫଳରେ ପୁଜକମାନଙ୍କଠାରୁ ଆରମ୍ଭ କରି ଭକ୍ତମାନେ ଭୟଭୀତ ହୋଇପଡିଥିଲେ ।ଖବରପାଇ ମନ୍ଦିରରେ ଟେକ୍ନିକାଲଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମନ୍ଦିରରେ କୌଣସି ଫାଟ ଥାଇପରେ ବୋଲି ଅନୁମାନ କରାଯାଉଛି।

ଆନନ୍ଦବଜାରରେ ଲାଗିବ ଅବଢ଼ା ରେଟଚାର୍ଟ

ପୁରୀ,୧୫ା୭(ଏସଏସନିଉଜ)ଏଣିକି ଶ୍ରୀମନ୍ଦିର ଆନନ୍ଦବଜାରରେ ଲାଗିବ ଅବଢ଼ା ରେଟଚାର୍ଟ।ଏନେଇ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ରଞ୍ଜନକୁମାରଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୃଙ୍ଖଳା କମିଟି ବୈଠକରେ ବହୁଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆନନ୍ଦବଜାରରେ ଅଣସୁଆରଙ୍କୁ ଚିହ୍ନଟ କରିବା, ମହାପ୍ରସାଦର ରେଟ୍ ଚାଟ୍ ଲଗାଇବା, ପର‌୍ୟ୍ୟାପ୍ତ ପାନୀୟଜଳ, ହେଲ୍ପଡେସ୍କ ଗଠନ, ଆନନ୍ଦ ସଫେଇ ଓ ସ୍ୱଚ୍ଛତା ପ୍ରତି ଗୁରୁତ୍ୱ, ଜରି କାଢ଼ି ସେଡ୍ ବ୍ୟବସ୍ଥା ସହ ଅନ୍ୟାନ୍ୟ ବିଷୟଉପରେ ଆଲୋଚନା ହୋଇଛି ।ତେବେ ମହାସୁଆର ନିଯୋଗ ପକ୍ଷରୁ କରାଯାଉଥିବା ଦାବୀ ଉପରେ ପ୍ରଶାସନ ଗୁରୁତ୍ୱଦେଇ ଏକ ୧୧ଜଣିଆକୋର୍ […]

ସକ୍ରିୟମୌସୁମୀ , ଲାଗିରହିଛି ବର୍ଷା

ଭୁବନେଶ୍ୱ.୧୫ା୭(ଏସଏସନିଉଜ) ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ମୌସୁମୀ ସକ୍ରିୟ ଯୋଗୁ ରାଜ୍ୟର ଉପକୂଳ ଓ ପାର୍ଶ୍ଵବର୍ତ୍ତୀଅଞ୍ଚଳରେ ବର୍ଷା ଲାଗିରହିଛି। ଆଜି ସକାଳୁଆରମ୍ଭ ହୋଇଯାଇଛି ବର୍ଷା ।ତେବେ କଟକ ଏବଂ ଭୁବନେଶ୍ୱରରେ ଲଗାଣବର୍ଷା ଲାଗିରହିଛି ।ଅନ୍ୟପଟେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଆସନ୍ତାକାଲି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗବିଜ୍ଞାନକେନ୍ଦ୍ର ପକ୍ଷରୁ କୁହାଯାଇଛି।ଯାହାଫଳରେ ରାଜ୍ୟରେ ବର୍ଷାରପରିମାଣ ବୃଦ୍ଧିପାଇବ । ସୋମବାରଆଡ଼କୁ ସବୁଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଆସନ୍ତା ୨୪ଘଣ୍ଟା ମଧ୍ୟରେ ୧୪ଟିଜିଲ୍ଲାରେ ପ୍ରବଳବର୍ଷା ହେବାନେଇ ୟେଲୋ […]