Browsing category

ମହାନଗର

୬ ସୁଦ୍ଧା ଘୂର୍ଣ୍ଣିବଳୟ !

ଭୁବନେଶ୍ୱର,୨ା୫(ଏସଏସନିଉଜ)ବଙ୍ଗୋପସାଗରରେ ୬ତାରିଖସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ଦେଖାଦେଇଛି। ଘୂର୍ଣ୍ଣିବଳୟପ୍ରଭାବରେ ଏକ ଲଘୁଚାପକ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ସୃଷ୍ଟିର ୪୮ଘଣ୍ଟା ପରେ ହୋଇପାରେ ଲଘୁଚାପ କ୍ଷେତ୍ରାଲଘୁଚାପକ୍ଷେତ୍ର ସୃଷ୍ଟି ସମ୍ଭାବନାନେଇ ପାଣିପାଗବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ରହିବକି ନା ତାହା ସ୍ପଷ୍ଟ ହୋଇନି ବୋଲି ପାଣିପାଗବିଭାଗ ପକ୍ଷରୁ କୁହାଯାଇଛି ।

ଇସ୍ତଫା ଦେଲେ ଶରଦ ପାୱାର !

ଭୁବନେଶ୍ୱର,୨ା୫(ଏସଏସନିଉଜ)ମହାରାଷ୍ଟ୍ରର ପୂର୍ବତନମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଶରଦପାୱାର ନିଜଦଳ ରାଷ୍ଟ୍ରବାଦୀ କଂଗ୍ରେସପାର୍ଟି (ଏନସିପି)ର ସଭାପତିପଦରୁ ଇସ୍ତଫା ଘୋଷଣା କରିଛନ୍ତି। ହଠାତ୍ ପାୱାରଙ୍କ ଇସ୍ତଫା ଘୋଷଣା ମହାରାଷ୍ଟ୍ରସମେତ ସମଗ୍ରଦେଶରେ ଚର୍ଚ୍ଚାରବିଷୟ ପାଲଟିଛି। ମହାରାଷ୍ଟ୍ର ରାଜନୀତିର ଚାଣକ୍ୟ ଭାବେ ପରିଚିତ ଶରଦ ପାୱାର ଦଳର ସଭାପତି ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ କିଏ ତାଙ୍କର ଉତ୍ତରାଧିକାରୀ ଭାବେ ଦାୟିତ୍ଵ ନେବ ସେନେଇ କୌଣସି ସୂଚନା ମିଳିନାହିଁ।ଦେଶର ଅନ୍ୟତମ ବିରୋଧୀ ନେତା ଶରଦ ପାୱାର କଂଗ୍ରେସ ଠାରୁ ଅଲଗା ହୋଇ ନିଜର […]

ତ୍ରିଶୁଳିଆ ଛକରୁ ୧୦ଲକ୍ଷଟଙ୍କାର ଗଞେଇ ଜବତ

ବାରଙ୍ଗ,୨ା୫(ଏସଏସନିଉଜ)ଏକ୍ସସାଇଜ କମିଶନରଙ୍କ ନିର୍ଦ୍ଦେଶ ମୁତାବକ ସୋମବାରଦିନ ଅବକାରୀ ବିଭାଗର ରାଜ୍ୟ ଫ୍ଲାଇଙ୍ଗସ୍ୱାର୍ଡ ତ୍ରିଶୁଳିଆ ଛକପାଖରେ ଚଢାଉକରି କାରରେ ଆସୁଥିବା ୧୦୦କେଜି ଗଞେଇକୁ ଜବତକରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ।ସେମାନେ ହେଲେ ବାଙ୍କୀଥାନା ଅଧିନସ୍ଥ ପାଥପୁର ଗ୍ରାମର ଦିବାକର ବିଶ୍ୱାଳ ଓ ଶ୍ରିଧରସ୍ୱାଇଁ । ବିଶେଷସୁତ୍ରରୁ ଖବରପାଇ ଅବକାରୀ ବିଭାଗ ରାଜ୍ୟ ଫ୍ଲାଇଙ୍ଗସ୍ୱାର୍ଡ ଇନ୍ସପେକ୍ଟର ରୋସନ୍ ଇସୁ ହାସଦାଙ୍କ ନେତୃତ୍ୱରେ ଏକ ୧୪ ଜଣିଆଟିମ ସୋମବାର ଦିନ ତ୍ରିଶୁଳିଆ ଛକରେ ଜଗିରହିଥିଲା ।ଏହି ସମୟରେ ବାଙ୍କି […]

ପିକ୍ଅପ୍ ପଛକୁ ପିଟିଲା ମୋବସ୍

ଖୋର୍ଦ୍ଧା,୩୦ା୪(ଏସଏସନିଉଜ) ପିକ୍ଅପ୍ ପଛକୁ ମୋ ବସ୍ ପିଟିଦେଇଥିବାରୁ ୧୦ଜଣ ଆହତ ହୋଇଥିବାର ଜଣାପଡିଛି ।ଏନ୍ଏଚ୍-୧୬ ମକୁନ୍ଦପ୍ରସାଦ ନିକଟରେ ଏହି ଦୁର୍ଘଟଣା ଘଟିଛି ।ପିକ୍ଅପ୍‌ରେ ଥିବା ୨ଜଣ ଗୁରୁତର ଆହତ ହୋଇଥିବାବେଳେ ୮ଜଣ ବସ୍ ଯାତ୍ରୀ ଆହତ ହୋଇଛନ୍ତି ।ସମସ୍ତ ଆହତଙ୍କୁ ଖୋର୍ଦ୍ଧାଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।  

ଭଗବତୀନଗର ପ୍ରିମିୟରଲିଗ୍ ମ୍ୟାଚ୍ ଉଦଯାପିତ

ବାରଙ୍ଗ,୩୦।୪(ଏସଏସନିଉଜ)ଭୁବନେଶ୍ବରବ୍ଲକ୍ ଅନ୍ତର୍ଗତ ଦାଢାପଞ୍ଚାୟତର ଭଗବତୀ ନଗର ଗ୍ରାମମୁଣ୍ଡ ଖେଳ ପଡିଆରେ ରବିବାର ଅପରାହ୍ନ ସମୟରେ ସିଦ୍ଧ୍ୟସାଧୁ ହୁଙ୍କାଗୋସାଇଁ କ୍ରିକେଟ୍ କ୍ଲବ ଆନୁକୂଲ୍ୟରେ ଚାଲିଥିବା ପ୍ରଥମବାର୍ଷିକ ଭଗବତୀନଗର ପ୍ରିମିୟର ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।ଶେଷ ଦିନରେ ଅନୁଷ୍ଟିତ ଫାଇନାଲମ୍ୟାଚ୍ ବ୍ଲାକ୍ କୋବ୍ରା ସହିତ ଗୋଲଡେନ୍ ଷ୍ଟାର ମଧ୍ୟରେ ହୋଇଥିଲା।ଏଥିରେ ଗୋଲଡେନ୍ ଷ୍ଟାର ଦଳ ଟଚ୍ ଜିତି ପ୍ରଥମେ ବ୍ୟାଟିଂ କରି ୮ଓଭରରେ ୭ଓ୍ବିକେଟ ବିନିମୟରେ ୫୦ ରନ ସଂଗ୍ରହ କରିଥିଲା।ପ୍ରତିପକ୍ଷ ବ୍ଲାକ୍ କୋବ୍ରା ଦଳ ୮ଓଭରରେ ୬ଓ୍ବିକେଟ […]

କାଞ୍ଜିଆନେଲା ଯୁବକର ଜୀବନ

ବାରଙ୍ଗ,୩୦।୪(ଏସଏସନିଉଜ) ରବିବାର ସକାଳେ କାଞ୍ଜିଆ ହ୍ରଦରେ ଭାସୁଥିବାବେଳେ ଜଣେ ଯୁବକର ମୃତଦେହକୁ ଉଦ୍ଧାର କରିଛି ନନ୍ଦନକାନନଥାନା ପୋଲିସ।ମୃତକ ହେଉଛନ୍ତି ଢେଙ୍କାନାଳ ଭୁବନ ଅଂଚଳର ଅପନି ବେହେରା(୩୫) ଓରଫ କାଳିଆ।ସେ ଜଗନ୍ନାଥମନ୍ଦିର ପଛପଟ ଟାଙ୍ଗି ଉପରେ ରହୁଥିବା ଭଉଣୀଭିଣେଇଙ୍କ ପାଖରେ ରହୁଥିଲା। ପ୍ରକାଶଯେ,କାଳିଆ ସବୁଦିନ ଭଳି ରବିବାର ସକାଳେ କାଞ୍ଜିଆ ହୃଦକୁ ଗାଧୋଇବାକୁ ଯାଇ ଥିଲେ।ଗୋଡ଼ ଖସିଯିବାରୁ ସେ ଗାଧୋଇବା ବେଳେ ବୁଡି ଯାଇଥିବାର ଅନୁମାନ କରାଯାଉଛି।କିଛି ସମୟପରେ ଟାଙ୍ଗି ଉପରେ ରହୁଥିବା କିଛି ଯୁବକ ଗାଧୋଇବାକୁ କାଞ୍ଜିଆକୁ […]

ବ୍ରିଜ୍ ତଳେ ଶୋଇଛି କୁମ୍ଭୀର

କଟକ,୨୯।୪(ଏସଏସନିଉଜ)ଧବଳେଶ୍ୱର ବ୍ରିଜ୍ ତଳେ ଶୋଇଛି କୁମ୍ଭୀର ।ନଇପଠା ବାଲିରେ କୁମ୍ଭୀରକୁ ଦେଖି ଛାନିଆ ହୋଇଯାଇଛନ୍ତି ଲୋକେ।କୁମ୍ଭୀରଟି କେଉଁଆଡୁ ଏଠାକୁ ଆସିଲା ତାହା ଏଠାରେ ପ୍ରଶ୍ନବାଚି ସୃଷ୍ଟି କରିଛି।ତେବେ କାହାର କ୍ଷୟକ୍ଷତି ହୋଇନଥିବା ବେଳେ କୁମ୍ଭୀରକୁ ନେଇ ଛନକା ପଶିଯାଇଛି।

ନକଲି ବାବା ଗିରଫ

କଟକ,୨୮।୪(ଏସଏସନିଉଜ) କଟକରୁ ନକଲି ବାବା ଗିରଫ ହୋଇଛନ୍ତି। ଗିରଫ ବାବା ହେଉଛନ୍ତି ସେକ ଆଶାପାକ ।ତାଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ। ଗୁଣି ଗ୍ୟାରେଡି କରି ଲୋକଙ୍କ ଠାରୁ ଠକୁ ଥିଲା ଭଣ୍ଡ ମୁଲାନା। ଜଣେ ମହିଳାଙ୍କଠାରୁ ୬୨ଲକ୍ଷ ଟଙ୍କା ଠକିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ତା ଠାରୁ ନଗଦ ୨ଲକ୍ଷ ୭୬ହଜାର ଟଙ୍କା ଜବତ କରିବାସହ ଦୁଇଟି ଦାମୀକାର , ଗୋଟିଏ ବୁଲେଟ ଏବଂ ବହୁ ଦାମୀ ମୋବାଇଲ ଜବତ କରିଛି ପୋଲିସ। […]

ମେଣ୍ଢାଶାଳ ସେବାସମବାୟ ସମିତିର ସମୀକ୍ଷା ବୈଠକ

ବାରଙ୍ଗ,୨୮।୪(ଏସଏସନିଉଜ) ମେଣ୍ଢାଶାଳଠାରେ ଥିବା ଖୋର୍ଦ୍ଧା କେନ୍ଦ୍ରବ୍ୟାଙ୍କ ଶାଖା ସମବାୟ ସମିତି ସଭାଗୃହରେ ଶୁକ୍ରବାର ଦିନ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ସମିତି ସଭାପତି ମହିନ୍ଦ୍ର କୁମାର ପ୍ରଧାନ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଅଭିଷେକ ସିଂ ସାମନ୍ତ,ସିଇଓ ବନଶ୍ରୀ ମଲିକ, ଜିଏମ ସନ୍ଦୀପ ପଟନାୟକ,ମେଣ୍ଢାଶାଳ ଶାଖା ପରିଚାଳିକା ନିଳିମା ଦାସ , ସୁପ୍ରଭାଇଜର ସନ୍ତୋଷ କୁମାର ମଙ୍ଗରାଜ ପ୍ରମୁଖ ଯୋଗ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ମେଣ୍ଢାଶାଳଶାଖା ଅଧୀନରେ ଥିବା ୬ଗୋଟି ସେବାସମବାୟସମିତିର […]

୩ଘଣ୍ଟା ପାଇଁ ୟେଲୋୱାର୍ଣ୍ଣିଂ

ଭୁବନେଶ୍ୱର,୨୮।୪(ଏସଏସ ନିଉଜ)୩ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।ଘଡ଼ଘଡ଼ି ସହ ବର୍ଷା ନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।୩ ଘଣ୍ଟାପାଇଁ ୟେଲୋୱାର୍ଣ୍ଣିଂ ଜାରି କରାଯାଇ ଥିବା ଜିଲ୍ଲା ହେଉଛି ନୟାଗଡ଼ , ଖୋର୍ଦ୍ଧା , କଟକ , ଢେଙ୍କାନାଳ,କେନ୍ଦ୍ରାପଡ଼ା , ଯାଜପୁର , ଭଦ୍ରକ କୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରିକରିଛି।