ନକଲି ବାବା ଗିରଫ

କଟକ,୨୮।୪(ଏସଏସନିଉଜ) କଟକରୁ ନକଲି ବାବା ଗିରଫ ହୋଇଛନ୍ତି। ଗିରଫ ବାବା ହେଉଛନ୍ତି ସେକ ଆଶାପାକ ।ତାଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ। ଗୁଣି ଗ୍ୟାରେଡି କରି ଲୋକଙ୍କ ଠାରୁ ଠକୁ ଥିଲା ଭଣ୍ଡ ମୁଲାନା। ଜଣେ ମହିଳାଙ୍କଠାରୁ ୬୨ଲକ୍ଷ ଟଙ୍କା ଠକିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ତା ଠାରୁ ନଗଦ ୨ଲକ୍ଷ ୭୬ହଜାର ଟଙ୍କା ଜବତ କରିବାସହ ଦୁଇଟି ଦାମୀକାର , ଗୋଟିଏ ବୁଲେଟ ଏବଂ ବହୁ ଦାମୀ ମୋବାଇଲ ଜବତ କରିଛି ପୋଲିସ। ମହିଳାଙ୍କଘରୁ ପ୍ରେତଆତ୍ମା ବାହାର କରିବାକୁ କହି  ମହିଳାଙ୍କୁ ଠକି ଥିବାନେଇ ବାବାଙ୍କ ନାମରେ ଥାନାରେ ଅଭିଯୋଗ ହୋଇଥିଲା ।

Comments (0)
Add Comment