Browsing category

ମହାନଗର

ପାଇଖାନାଟାଙ୍କିରେ ମିଳିଲା ୧୨ଖଣ୍ଡ କାଗଜ!

ଭୁବନେଶ୍ୱର,୨।୧(ଏସଏସ ନିଉଜ)ନବଦାସ ହତ୍ୟା ଘଟଣାରେ ପାଇଖାନା ଟାଙ୍କିରୁ କାଗଜ ଟୁକୁଡ଼ା ପାଇଛି କ୍ରାଇମବ୍ରାଞ୍ଚ।ଝାରସୁଗୁଡ଼ା ଏୟାରପୋର୍ଟଥାନା ପାଇଖାନା ଟାଙ୍କିରୁ ମିଳିଛି କାଗଜ।ପାଇଖାନାଟାଙ୍କି ତାଡ଼ି କାଲିଠାରୁ ଖୋଜାଖୋଜି କରୁଥିଲା କ୍ରାଇମବ୍ରାଞ୍ଚ।ନାଲିରଙ୍ଗରେ ଇଂରାଜୀ ଓ ଓଡ଼ିଆରେ ଲେଖା କାଗଜ ମିଳିଥିବା ସୂଚନା ମିଳିଛି। ମିଳିଥିବା କାଗଜ ଟୁକୁଡ଼ା ଗୋପାଳର ହୋଇଥିବା ମିଳିଲା ସୂଚନା ରହିଛି।ହତ୍ୟାକାଣ୍ଡଦିନ ଗୋପାଳକୁ ଏୟାରପୋର୍ଟ ଥାନାରେ ଅଟକ ରଖାଯାଇଥିଲା।ଥାନାରେ ଥିବା ବେଳେ ପାଇଖାନା ଯାଇ କାଗଜକୁ ଫ୍ଲସ୍ କରି ଦେଇଥିଲା।ଜେରାକାଳରେ କାଗଜ କଥା ଜଣାପଡ଼ିବା ପରେ ଖୋଜୁଥିଲା କ୍ରାଇମବ୍ରାଞ୍ଚ।

ନୂତନ ତାଲିମକେନ୍ଦ୍ର ଉଦଘାଟିତ

ମେଣ୍ଢାଶାଳ,୧।୨ (ଏସଏସନିଉଜ) ଛତାବର ପାଖରେ ଥିବା ମହାତ୍ମାଗାନ୍ଧୀ ଜେଲ ଏକାଡେମୀ ପରିସରରେ ମଙ୍ଗଳବାର ଦିନ ଏକ ନୂତନ ତାଲିମ କେନ୍ଦ୍ର ଉଦଘାଟିତ ହୋଇଯାଇଛି।ଏହାକୁ ଆନୁଷ୍ଠାନିକଭାବେ ଜେଲ ବିଭାଗ ଡିଜି ମନୋଜ କୁମାର ଛାପ୍ରା ଉଦଘାଟନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଡିଆଇଜି ଶୁଭକାନ୍ତ ମିଶ୍ର, ଡେ଼ପୁଟି ଡ଼ାଇରେକ୍ଟର ମନୋଜ କୁମାର ମହାଳିକ,ଆଡ଼ସିନାଲ ଡ଼ାଇରେକ୍ଟର ବିରକିଶୋର ଦାସ,ଆସିଷ୍ଟାଣ୍ଡ ଡ଼ାଇରେକ୍ଟର (ଟ୍ରେନିଂ) ସମୀର କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ତାଲିମ ଗ୍ରହଣ କରିଥିବା ଜେଲ ବିଭାଗ କର୍ମଚାରୀଙ୍କୁ ଜେଲସଂସ୍କାର ଉପରେ […]

ବାଇକ ସହ ଦେଶୀମଦକୁ ଧରିଲା ପୋଲିସ

ମେଣ୍ଢାଶାଳ,୩୧ା୧(ଏସଏସନିଉଜ)ବାଙ୍କୀଅଂଚଳରୁ ଧାରାବାହିକଭାବେ ଦେଶୀଚୋରାମଦ ଆସୁଥିବାର ଖବର ପାଇ ମେଣ୍ଢାଶାଳଫାଣ୍ଡି ପୋଲିସ ଗତକାଲି ରାତିରେ ଅଚାନକ ଚଢାଉକରି ଅଙ୍ଗାରପଡାଗ୍ରାମପଂଚାୟତର ମହୁଲବଜାରଛକଠାରେ ଥିବା ମହାବୀର ମନ୍ଦିରଠାରେ ମଦବିକ୍ରି କରୁଥିବା ସମୟରେ ଜଣଙ୍କୁ ଗିରଫକରିଛି ।ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ବାଙ୍କୀତୁଳସିପୁରନିକଟ ପଳାଶୁଣୀଗ୍ରାମର ରବିନ୍ଦ୍ରକୁମାରସାହୁାତାଙ୍କଠାରୁ ଓଡି୦୨-ଜିଡି-୮୬୮୧ନଂବାଇକ ସମେତ ୩୦୦ପ୍ୟାକେଟ ମଦପାଉଜ ଓ ବ୍ଲାଡରରେ ଥିବା ୨୪ଲିଟର ଦେଶୀମଦକୁ ଜବତ କରି ପୋଲିସ ୪୦/୨୩କେଶନଂରେ ଏକ ମକଦ୍ଦମାରୁଜୁକରି ମଙ୍ଗଳବାରଦିନ କୋର୍ଟଚାଳଣ କରିଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

ସବରେଜିଷ୍ଟ୍ରାରଅଫିସ ପାଖରେ ଅଗ୍ନିକାଣ୍ଡ

କଟକ,୩୧।୧(ଏସଏସନିଉଜ) କଟକ ସବରେଜିଷ୍ଟ୍ରାର ଅଫିସ୍ ପାଖରେ ଅଗ୍ନିକାଣ୍ଡ ଘଟିଛି ।ନିଆଁଲିଭାଇବାକୁ ୨ଟି ଦମକଳ ବାହିନୀ ପହଞ୍ଚିଥିବାବେଳେ ନିଆଁ ଲାଗିବାର କାରଣ ଜଣାପଡିନାହିଁ।

ଯୁକ୍ତ୩ରେ ସାମିଲ ହେବ NCC

ଭୁବନେଶ୍ୱର,୩୦ା୧(ଏସଏସନିଉଜ) ଆସନ୍ତା ଶିକ୍ଷାବର୍ଷରୁ ଯୁକ୍ତ୩ରେ ସାମିଲ ହେବ NCC। ଯୁକ୍ତ୩ର ଜେନେରାଲ ଇଲେକ୍ଟିଭ୍ ସିଲାବସ୍‌ରେ ସାମିଲ ହେବ। ଯୁକ୍ତ ୩ରେ NCCକୁ ସାମିଲନେଇ ଉଚ୍ଚଶିକ୍ଷାବିଭାଗ ପକ୍ଷରୁ ନିର୍ଦ୍ଦେଶ ଆସିଛି। ସବୁ କୁଳପତି , ସ୍ୱୟଂଶାସିତ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ଚିଠିରେ ଏହା ଦର୍ଶାଯାଇଛି ।  

ରିମାଣ୍ଡରେ ଆସିବ ଗୋପାଳ

ଭୁବନେଶ୍ୱର,୩୦ା୧(ଏସଏସନିଉଜ) ଦୋଷ ସ୍ବୀକାର କରିଛି ନବକିଶୋରଦାସ ହତ୍ୟାଅଭିଯୁକ୍ତ ଏଏସଆଇ ଗୋପାଳକୃଷ୍ଣ ଦାସ । ଅଧିକ ତଥ୍ୟ ସଂଗ୍ରହପାଇଁ ରିମାଣ୍ଡଆବେଦନ ସହ ସାକ୍ଷୀଙ୍କ ବୟାନରେକର୍ଡ କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାା

ବାଇକକୁ ପିଟିଲା ଥରଗାଡି,୨ଗୁରୁତର

ବାରଙ୍ଗ,୩୦ା୧(ଏସଏସନିଉଜ) ବାରଙ୍ଗଥାନା ଅନ୍ତର୍ଗତ ବଙ୍ଗାଳୀସାହି ନିକଟ ନନ୍ଦନକାନନ ବାରଙ୍ଗମୁଖ୍ୟ ରାସ୍ତାରେ ସୋମବାରରାତିରେ ଏକ କାର ଧକ୍କାରେ ୨ଜଣ ଗୁରୁତର ହୋଇଛନ୍ତି।ଗୁରୁତର ୨ଜଣ ହେଉଛନ୍ତି ଉକ୍ତଥାନା ବଙ୍ଗାଳୀସାହିର ଲାଳନ ଦାସ(୨୮) ଏବଂ ତାଙ୍କ ପୁତୁରା ସତ୍ୟେନ୍ଦ୍ର ସିଂ (୧୪)। ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଡ଼ାକ୍ତରଖାନା ପଠାଇଛନ୍ତି। ସୁଚନାମୁତାବକ ଲାଳନ ନିଜ ପୁତୁରାଙ୍କୁଧରି କଟକ ବଡ଼ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ନିଜମାଙ୍କୁ ଦେଖାକରି ନିଜର ବାଇକ(ଓଡ଼ି-୦୫-ଇ-୧୯୮୫) ଯୋଗେ ଘରକୁ ଫେରିବା ସମୟରେ ରାତି ପ୍ରାୟ ୭.୩୦ ସୁଦ୍ଧା ବଙ୍ଗାଳୀସାହି ନିକଟସ୍ଥ ବାଇପାସରେ […]

ଗୋପାଳ ଦାସଙ୍କ ଗଲା ଚାକିରି

ଝାରସୁଗୁଡ଼ା,୩୦ା୧(ଏସଏସନିଉଜ) ଚାକିରିରୁ ବିଦାହୋଇଛନ୍ତି ମନ୍ତ୍ରୀ ନବଦାସଙ୍କ ହତ୍ୟା ଅଭିଯୁକ୍ତ ପୋଲିସ ଇଝଓ ଗୋପାଳକୃଷ୍ଣ ଦାସ । ଝାରସୁଗୁଡ଼ା ଏସ୍‌ପି ଗୋପାଳଙ୍କୁ ଚାକିରିରି ବରଖାସ୍ତ କରିଛନ୍ତି। ଗତକାଲିଠାରୁ ଅଟକ ଥିବା ଗୋପାଳ ଦାସଙ୍କୁ ଆଜି ଗିରଫ କରାଯାଇଛି ବୋଲି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି।

ହ୍ୟୁମାନ-ଶ୍ରୀୟା ବିବାଦର ସମାଧାନ ହେଲା

ଭୁବନେଶ୍ୱର,୩୦।୧(ଏସଏସ ନିଉଜ)ହ୍ୟୁମାନ-ଶ୍ରୀୟା ବିବାଦର ସମାଧାନ ହୋଇଛି।ସେମାନଙ୍କ ମଧ୍ୟରେ ଥିବା ମନୋମାଳିନ୍ୟର ଅନ୍ତ ଘଟିଛି। ସ୍ୱାମୀସ୍ତ୍ରୀଙ୍କ କଳି ତୁଟିଛି।ବିବାଦର ସମାଧାନ ଓ ଆପୋସ ବୁଝାମଣା ହୋଇଛି ବୋଲି କହିଛନ୍ତି ହ୍ୟୁମାନ। ଏଣିକି ସେମାନେ ଏକାଠି ରହିବେ ବୋଲି କହିଛନ୍ତି ହ୍ୟୁମାନଙ୍କ ମାଆ।

ବିଏମ୍‌ସି ଡେପୁଟିକମିଶନର ଥାନାରେ ଅଟକ

ଭୁବନେଶ୍ୱର,୩୦।୧(ଏସଏସ ନିଉଜ)ଜଣେ ଯୁବତୀଙ୍କୁ ଦୁର୍ବବ୍ୟବହାର ଓ ବ୍ଲାକମେଲିଂ ଅଭିଯୋଗରେ ବିଏମ୍‌ସି ଡେପୁଟି କମିଶନର ଭୁବନେଶ୍ୱର ଲିଙ୍ଗରାଜ ଥାନାରେ ଯୋଗେଶ୍ୱର ନାୟକ ହେଲେ ଅଟକ ରହିଥିବାର ଜଣାପଡିଛି ।