Browsing category

ମହାନଗର

ଚାଲିଛି ଜେରା

ଭୁବନେଶ୍ୱର,୩୦।୧(ଏସଏସ ନିଉଜ)ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସଙ୍କୁ କ୍ରାଇମବ୍ରାଞ୍ଚ ଜେରା ଆରମ୍ଭ କରିଛି। ସୁନ୍ଦରଗଡ଼ ରିଜର୍ଭ ଅଫିସରେ ପଚରାଉଚରା ଚାଲୁଛି। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା କରୁଛନ୍ତି ଜେରା। ଗତକାଲି ରାତିରେ ୨ ଘଣ୍ଟା ଜେରା କରାଯାଇଥିଲା। ଗୋପାଳ ଦାସଙ୍କ ହ୍ୟାଣ୍ଡସ୍ୱପ ନେଇଛି କ୍ରାଇମବ୍ରାଞ୍ଚ।

ନବଦାସ ଅମର ରହେ

ଭୁବନେଶ୍ୱର,୩୦।୧(ଏସଏସ ନିଉଜ)ଶ୍ମଶାନରେ ନବଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇଛି। ଦିଆଗଲା ଗାର୍ଡ ଅଫ ଅନର । ଖେରୁଆଲ ଶ୍ମଶାନ ଜନସମୁଦ୍ର ରେ ପରିଣତ ହୋଇଛି । ନବଦାସ ଅମରରହେ ଧ୍ବନୀରେ ପ୍ରକମ୍ପିତ ହୋଇଛି ସେହି ଅଂଚଳ।ଝାରସୁଗୁଡ଼ା ଖେରୁଆଲ ଶ୍ମଶାନରେ ନବଙ୍କ ଅନ୍ତିମ ସଂସ୍କାର କରାଯାଉଥିବା ବେଳେ 5Tସଚିବ ଭି କେ ପାଣ୍ଡିଆନ୍ ଓ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସନେଟ ବିଜେଡିର ବହୁ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଗୁଳିମାଡ଼ରେ ଉଡ଼ିଗଲା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରାଣବାୟୁ

ଭୁବନେଶ୍ୱର,୨୯ା୧(ଏସଏସନିଉଜ)ଗୁଳିମାଡରେ ଶେଷରେ ଜୀବନ ହରାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ । ତାଙ୍କୁ ଅତିନିକଟରୁ ପୋଲିସ ଏଏସଆଇ ଗୁଳି ଚଳାଇବାଫଳରେ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଝାରସୁଗୁଡ଼ା ହସ୍ପିଟାଲକୁ ନିଆଯାଇଥିଲା ।ସେଠାରେ ନବଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଏୟାରଲିପ୍ଟ କରାଯାଇ ଭୁବନେଶ୍ୱର ଆପୋଲୋ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୀର୍ଘସମୟ ଚିକିତ୍ସା କରାଯିବାପରେ ତାଙ୍କୁ ମୃତ ଘୋଷଣାକରିଛନ୍ତି ଡାକ୍ତର ।

ଏୟାରଲିଫ୍ଟ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୨୯।୧(ଏସଏସ ନିଉଜ)ମନ୍ତ୍ରୀ ନବ ଦାସଙ୍କୁ ଏୟାରଲିଫ୍ଟ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏୟାରଲିଫ୍ଟ କରାଯିବ।ଏୟାର ଲିଫ୍ଟ କରି ଭୁବନେଶ୍ୱର ଆଣିବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଛି।ଅନ୍ୟପଟେASI ଗୋପାଳଦାସ ମନ୍ତ୍ରୀଙ୍କୁ ଗୁଳି କରିଛନ୍ତି ବୋଲି କହିଛନ୍ତି ବ୍ରଜରାଜନଗର SDPO ଗୁପ୍ତେଶ୍ୱର ଭୋଇ।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ

ଭୁବନେଶ୍ୱର,୨୯।୧(ଏସଏସ ନିଉଜ)ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ବ୍ରଜରାଜନଗର ଗାନ୍ଧୀ ଛକରେ ଗୁଳିମାଡ ହୋଇଛିl ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ସମୟରେ ତାଙ୍କୁ ଗୁଳିମାଡ ହୋଇଥିବା ମିଳିଛି ସୂଚନା l ତାଙ୍କ ଛାତିରେ ଗୁଳିମାଡ ହୋଇଥିବା ସୂଚନା ମିଳିଛି l କିଏ ଓ କାହିଁକି ଗୁଳିମାଡ କରିଛି ତାହା ଜଣାପଡିନଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି l

ଆତ୍ମରକ୍ଷା ପ୍ରଶିକ୍ଷଣଶିବିର ଉଦଯାପିତ

ବାରଙ୍ଗ,୨୯।୧(ଏସଏସ ନିଉଜ)ବାରଙ୍ଗ କୁଞ୍ଜବିହାରି ମହାବିଦ୍ୟାଳୟ ପରିସରରେ ଚଳିତମାସ ୧୬ ତାରିଖରୁ ଆରମ୍ଭ ହୋଇଥିବା ଛାତ୍ରୀ ମାନଙ୍କ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଶନିବାର ଦିନ ଉଦଯାପିତ ହୋଇଯାଇଛି ।ଏହିଅବସରରେ ମହାବିଦ୍ୟାଳୟ ଅଧକ୍ଷ ପ୍ର. ପ୍ରତାପକୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରଶାସନିକଅଧିକାରୀ ଡ଼. ଲିପିପୁଷ୍ପା ନାୟକ, ଅନିଲ ପାଢ଼ୀ, ଡ଼. ପୁଷ୍ପରାଣୀ ସତପଥି, ରୋସେଳିନ ଦେବି ପ୍ରମୁଖ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ପିଲାମାନଙ୍କୁ ପ୍ରମାଣପତ୍ର ଓ ଆତ୍ମରକ୍ଷା ପୁସ୍ତିକା ରିଆକ୍ଟ ପ୍ରଦାନ […]

ଯୁବତୀକୁ ଅସଦଆଚରଣ କରି ବନ୍ଧାହେଲେ ଯୁବକ

ବାରଙ୍ଗ,୨୮ା୧(ଏସଏସନିଉଜ)ଜଣେ ଯୁବତୀକୁ ଅସଦଆଚରଣ କରିବା ଅଭିଯୋଗରେ ନନ୍ଦନକାନନଥାନାପୋଲିସ ଶନିବାରଦିନ ଆକାଶମଣ୍ଡଳ ନାମକ ଯୁବକକୁ ଗିରଫକରି କୋର୍ଟଚାଳଣ କରିଛି ।ଶୁକ୍ରବାରଦିନ ଜଣେ ଯୁବତୀ ଓ ତାର ତିନିଜଣ ସହଯୋଗୀ ମିଶି ପାର୍ଟିକରିବାପାଇଁ ଆୟୋଜନ କରିଥିଲେ । ଆୟୋଜନମୁତାବକ ସମସ୍ତେ ନନ୍ଦନକାନନଥାନା ଅଧିନସ୍ଥ ରୟାଲଲାଗୁନ ଫ୍ଲାଟରେ ଭଡାରେରହୁଥିବା ଜଣେ ପରିଚିତ ବନ୍ଧୁଙ୍କ ରୁମକୁ ଯାଇଥିଲେ । ପାର୍ଟିଚାଲିଥିବା ସମୟରେ ଆକାଶମଣ୍ଡଳ ନାମକ ଯୁବକ ଏକାନ୍ତରେ କିଛି ବ୍ୟକ୍ତିଗତକଥା ହେବାର ବାହାନାକରି ଯୁବତୀକୁ ଅନ୍ୟ ଏକ ରୁମକୁ ନେବା ସହିତ ସେଠାରେ […]

ଦୀପଷ୍ଟାଣ୍ଡରେ ଅଘଟଣ

ପୁରୀ,୨୮।୧(ଏସଏସନିଉଜ) ଶ୍ରୀମନ୍ଦିର ପରିସର ସୂର୍ଯ୍ୟମନ୍ଦିର ପାଖ ପାଟଅଗଣା ଦୀପ ଷ୍ଟାଣ୍ଡରେ ଅଘଟଣ ଘଟିଛି lଦୀପରୁ ନିଆଁଲାଗି ଜଣେ ମହିଳାଭକ୍ତ ଆହତହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି lଉକ୍ତ ମହିଳାଜଣଙ୍କ ଭୁବନେଶ୍ୱରର ବୋଲି ଜଣା ପଡିଛି। ସେ ଦର୍ଶନପାଇଁ ପୁରୀ ଯାଇଥିଲେ ।

ଆଜିଠାରୁ ଖଣ୍ଡଗିରି ଯାତ୍ରା

ଭୁବନେଶ୍ୱର,୧୮।୧(ଏସଏସ ନିଉଜ)ଆଜିଠାରୁ ଖଣ୍ଡଗିରି ଯାତ୍ରା ଆରମ୍ଭ ହେବାକୁ ଯାଉଛି।ଏଥିପାଇଁ କମିଶନରେଟ୍ ପୋଲିସପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛିl ଖଣ୍ଡଗିରି ଓ ଉଦୟଗିରିକୁ ସଂଯୋଗ କରୁଥିବା ରାସ୍ତାରେ ଯାତାୟାତକୁ କଟକଣା କରାଯାଇଛି।ଚଳିତଥର ୬ଟି ଯାତ୍ରାପାର୍ଟି ଯାତ୍ରା ପରିବେଷଣ କରିବାକୁଥିବାବେଳେ ରାତି ୧୦ଟାପରେ ବାହାରେ କେହିବି ପ୍ରଚାର କରିପାରିବେନି ଯାତ୍ରା ପାର୍ଟି l

ଆରପାରିରେ ଡଃ ହୁସେନରବି ଗାନ୍ଧୀ

ଭୁବନେଶ୍ୱର,୨୮।୧(ଏସଏସ ନିଉଜ)ବିଶିଷ୍ଟ ଲେଖକ, କବି ଓ ରାଜନେତା ଡଃ ହୁସେନ ରବି ଗାନ୍ଧୀଙ୍କ ଦେହାନ୍ତ ହୋଇଛି।ସେ ରାଜ୍ୟ ସାହିତ୍ୟଏକାଡେମୀର ପୂର୍ବତନସଭାପତି, ଉତ୍କଳ ପ୍ରସଙ୍ଗର ପୁର୍ବତନସମ୍ପାଦକ, ବିଶିଷ୍ଟକବି, ସାହିତ୍ୟିକ ଓ ରାଜନେତା ଥିଲେ।କଟକ ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ହୁସେନ ରବିଗାନ୍ଧୀଙ୍କୁ ୭୫ ବର୍ଷ ହୋଇଥିଲା।ସେ ଗତକିଛିଦିନ ଧରି ଅସୁସ୍ଥ ଥିଲେ। ତେବେ ଗତକାଲିଠାରୁ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା।