Browsing category

ମହାନଗର

୮ଜିଲ୍ଲାରେ ଘନକୁହୁଡ଼ି ସମ୍ଭାବନା

ଭୁବନେଶ୍ୱର,୩ା୧(ଏସଏସନିଉଜ)ଆଜି ରାତି ଓ କାଲି ସକାଳେ ୮ଟି ଜିଲ୍ଲାର କିଛି ସ୍ଥାନରେ ଘନ କୁହୁଡ଼ି ହେବା ସମ୍ଭାବନା ରହିଛି । କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ସୋନପୁର , ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼ରେ ଘନ କୁହୁଡ଼ି ସମ୍ଭାବନା ଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଆଉ ଉପାସ ରହିବେନି ପ୍ରଭୁଲିଙ୍ଗରାଜ

ଭୁବନେଶ୍ୱର,୩।୧(ଏସଏସନିଉଜ)ଆଉ ଉପାସ ରହିବେନି ପ୍ରଭୁ ଲିଙ୍ଗରାଜ ।ସ୍ୱାଭାବିକ ହୋଇଛି ନୀତିକାନ୍ତି। ତୁଟିଛି ୩ ଦିନ ଧରି ଚାଲିଥିବା ଅଚଳାବସ୍ଥା ।ସର୍କିଟହାଉସ ବୈଠକରେ ବାହାରିଥିଲା ସମାଧାନ ।ଜିଲ୍ଲାପାଳଙ୍କ ପ୍ରତିଶ୍ରୁତିପରେ ବ୍ରାହ୍ମଣନିଯୋଗ ଓ ପୂଜାପଣ୍ଡା ନିଯୋଗ ପକ୍ଷରୁ ନିତିକାନ୍ତି ଆରମ୍ଭ ହୋଇଛି ,ନୂଆବର୍ଷଦିନ ଦୁଇ ସେବାୟତଗୋଷ୍ଠୀଙ୍କ ମଧ୍ୟରେ ଭୋଗମାରା ହେବାକୁ ନେଇ ଦେଖାଦେଇଥିଲା ବିବାଦ । ପରେ ମହାପ୍ରଭୁଙ୍କ ୩ଦିନ ଧରି ନୀତିକାନ୍ତି ବନ୍ଦ ରହିଥିଲା ।

AIIMSକୁ ରେଫରହେଲେ ସାଂସଦ ପ୍ରତାପଷଡ଼ଙ୍ଗୀ

ଭୁବନେଶ୍ୱର,୩।୧(ଏସଏସନିଉଜ) ବାଲେଶ୍ୱରFM ମେଡିକାଲରେ ଚିକିସ୍‌ଧିନ ଥିବା ବାଲେଶ୍ୱରସାଂସଦ ପ୍ରତାପଷଡ଼ଙ୍ଗୀ ସାମାନ୍ୟ ସୁସ୍ଥ ହେବାପରେ ତାଙ୍କୁ ଡିସ୍ଚାର୍ଜ କରାଯିବା ସହ ଭୁବନେଶ୍ୱର ଏମ୍ସକୁ ରେଫର୍ କରାଯାଇଛି। ନିମୋନିଆରେ ପୀଡ଼ିତ ହେବାପରେ ଗତକାଲିFM ମେଡିକାଲ୍ ICU ରେ ପ୍ରତାପ ଷଡ଼ଙ୍ଗୀଙ୍କୁ ଭର୍ତ୍ତି କରାଯାଇଥିଲା।୩ଦିନ ପୂର୍ବେ ସାଂସଦଙ୍କୁ ଥଣ୍ଡା ଓ କାଶ ହୋଇଥିଲା। ତେବେ ଗତକାଲି ତାଙ୍କଛାତିରେ ଯନ୍ତ୍ରଣା ହେବାସହ ଅଧିକ ଅସୁସ୍ଥଲାଗିବାରୁ ସନ୍ଧ୍ୟା ୬ଟାରେ ICUରେ ଭର୍ତ୍ତି କରାଯାଇଥିଲା।

ଉଚ୍ଚଶିକ୍ଷାନୁଷ୍ଠାନରେ ଲାଗିବ ଏଲସିଡ଼ିସ୍କ୍ରିନ

ଭୁବନେଶ୍ୱର,୩।୧(ଏସଏସନିଉଜ)ହକି ବିଶ୍ୱକପପାଇଁ ନୂଆ ନିଷ୍ପତ୍ତି ନେଇଛନ୍ତି ରାଜ୍ୟସରକାର ।ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନରେ ଲାଗିବ ଏଲସିଡ଼ି ସ୍କ୍ରିନ ।ଚଳିତ ପୁରୁଷ ହକି ବିଶ୍ୱକପର ମ୍ୟାଚକୁ ଦେଖିବା ପାଇଁ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ କଲେଜ ସ୍ତରରେ ବଡ଼ଏଲସିଡି ସ୍କ୍ରିନ ଲାଗିବ ।ଏହା ମାଧ୍ୟମରେ ଉଦଘାଟନୀ ମ୍ୟାଚଠାରୁ ଆରମ୍ଭ କରି ଉଦଯାପନୀ ଉତ୍ସବକୁ ପ୍ରସାରିତ କରାଯିବ ।ଏହାଦ୍ୱାରା ଉଚ୍ଚଶିକ୍ଷାନୁଷ୍ଠାନର କ୍ୟାମ୍ପସମାନଙ୍କରେ ରହୁଥିବା ଛାତ୍ରଛାତ୍ରୀ ହକିରମଜା ଉଠାଇପାରିବେ । ୧୩ତାରିଖରୁ ୨୯ତାରିଖପର୍ଯ୍ୟନ୍ତ ରାଜ୍ୟରେ ଆରମ୍ଭହେବ ହକିବିଶ୍ୱକପ ।

ରଣଜୀ ଟ୍ରଫିରେ ୪ର୍ଥ ମ୍ୟାଚ୍ ଖେଳିବାକୁ ଯାଉଛି ଓଡ଼ିଶା

ଭୁବନେଶ୍ୱର,୩।୧(ଏସଏସନିଉଜ) ଚଳିତ ଋତୁର ପ୍ରଥମଶ୍ରେଣୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫିରେ ୪ର୍ଥ ମ୍ୟାଚ୍ ଖେଳିବାକୁ ଯାଉଛି ଓଡ଼ିଶା ।ଆଜିଠାରୁ ଟାଙ୍ଗୀର ଡ୍ରିମ୍ସ ଗ୍ରାଉଣ୍ଡରେ ଗ୍ରୁପ୍ ‘ଏ’ରେ ଥିବା ସବୁଠାରୁ ଦୁର୍ବଳ ଦଳ ନାଗାଲାଣ୍ଡ ବିପକ୍ଷରେ ଓଡ଼ିଶା ଏହି ମ୍ୟାଚ୍ ଖେଳିବ।ଘରୋଇ ପଡ଼ିଆରେ ଏହା ଓଡ଼ିଶା ଦଳର ହେବ ୩ୟ ମ୍ୟାଚ୍ ।

ପାର୍କରେ ରଖାଗଲା ଜାନକୀଙ୍କ ଟୟୋଟା

ଖୋର୍ଦ୍ଧା,୩ା୧(ଏସଏସନିଉଜ) ପାର୍କରେ ରଖାଗଲା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କକାର୍। ଜାନକୀଙ୍କ ପ୍ରିୟଟୟୋଟା କାର୍ ଖୋର୍ଦ୍ଧା ଜେବିପାର୍କରେ ରଖାଗଲା। ସର୍ବସାଧାରଣ ଦେଖିବା ପାଇଁ ପାର୍କରେରହିଲା ଜେବିଙ୍କ କାର୍। ୯୬ତମ ଜୟନ୍ତୀ ଅବସରରେ ପାର୍କରେ ରଖାଯାଇଛି ଜାନକୀଙ୍କ ପ୍ରିୟ କାର୍

ଆସିଲା ନୂଆ କୋଭିଡ୍ ଗାଇଡଲାଇନ୍

ଭୁବନେଶ୍ୱର,୩।୧(ଏସଏସନିଉଜ) ନୂଆ ଭାରିଆଣ୍ଟ୍ ସଂକ୍ରମଣ ବଢ଼ିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନୂଆ ଗାଇଡଲାଇନ୍ ଜାରି କରିଛି। ଏହି ନୂଆ ନିୟମ ଅନୁସାରେ, କୋଭିଡ୍ ବ୍ୟାପିଥିବା ୬ଟି ହାଇରିସ୍କ ଦେଶ ଚୀନ, ସିଙ୍ଗାପୁର, ହଂକଂ, କୋରିଆ, ଥାଇଲାଣ୍ଡ ଓ ଜାପାନରୁ ଆସୁଥିଲେ ଆଗୁଆ ଟେଷ୍ଟିଂ କରିବା ବାଧ୍ୟତାମୂଳକ କରାଯାଈଛି ।

୨ସୂତ୍ରୀ ଫର୍ମୁଲାରେ ରାଜ୍ୟବିଜେପି: ଧର୍ମେନ୍ଦ୍ର

ଭୁବନେଶ୍ୱର,୩।୧(ଏସଏସନିଉଜ) ୨ସୂତ୍ରୀ ଫର୍ମୁଲାରେ ରାଜ୍ୟବିଜେପି କାର‌୍ୟ୍ୟକ୍ରମ ଚଳାଇବାନେଇ ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ଦେଇଛନ୍ତି ।୧ନଂ ଫର୍ମୁଲାରେ ରାଜ୍ୟର ୩୭ହଜାର ବୁଥ୍ ସଂଗଠନ ସୁଦୃଢ଼ କରାଯିବା୨ନଂ ଫର୍ମୁଲାରେ ରାଜ୍ୟସରକାରଙ୍କ ବିରୋଧରେଥିବା ଜନଅସନ୍ତୋଷ ଲୋକଙ୍କପାଖକୁ ନେବାା ଆଗୁଆନିର୍ବାଚନ ସଂପର୍କରେ ମତଦେଇ କହିଲେ ଧର୍ମେନ୍ଦ୍ରାଆଗୁଆ ନିର୍ବାଚନକଥା ଶୁଣୁଛୁ , ଆମେ ସେଥିପାଇଁ ପ୍ରସ୍ତୁତ ଅଛୁ.ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଆସିବେ ବୋଲି କିଥିଲେ ।

ଇଡିରେ ହାଜରହେଲେ ପ୍ରମୋଦସ୍ୱାଇଁ

ଭୁବନେଶ୍ୱର,୩।୧(ଏସଏସନିଉଜ) ଅର୍ଚ୍ଚନା ନାଗ ମାମଲାରେ ପୁଣି ଇଡିରେ ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁ ହାଜର ହୋଇଛନ୍ତି। ତୃତୀୟଥର ପାଇଁ ଇଡିରେ ହାଜରହେଲେ ପ୍ରମୋଦସ୍ୱାଇଁ। ଅର୍ଚ୍ଚନା ନାଗ ମାମଲାରେ ଅର୍ଥ କାରବାରନେଇ ଜେରା କରୁଛି ଇଡିା

୫ତାରିଖରେ ଓଡ଼ିଶାରେ ହୋଇପାରେ ୫-ଜିସେବା

ଭୁବନେଶ୍ୱର,୩।(ଏସଏସନିଉଜ)ଆସନ୍ତା ୫ ତାରିଖରେ ଓଡ଼ିଶାରେ ୫-ଜି ସେବା ଆରମ୍ଭ ହୋଇପାରେ । ୫ଜି ସେବା ଆରମ୍ଭ ନେଇ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଯୋଗାଯୋଗ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗ ଦେଇପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ଆସିଲା ସୂଚନା କ୍ଷତେବେ ଏ ନେଇ ଶୀଘ୍ର ସୂଚନା ମିଳିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।