Browsing category

ମହାନଗର

ରିଲିଜହେଲା ରୁଷୀୟଫିଲ୍ମ ‘ଦ ଚ୍ୟାଲେଞ୍ଜ’ରଟ୍ରେଲର

ଭୁବନେଶ୍ୱର,୩ା୧(ଏସଏସନିଉଜ)ରିଲିଜ୍ ହୋଇଛି ରୁଷୀୟ ଫିଲ୍ମ ‘ଦ ଚ୍ୟାଲେଞ୍ଜ’ର ଟ୍ରେଲର କ୍ଷଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନରେ ସୁଟିଂ ହୋଇଥିବା ଫିଲ୍ମକୁ ନେଇ ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଛି।୨୦୨୧ମସିହାରେ ୧୨ଦିନଧରି ମହାକାଶରେ ଫିଲ୍ମର ସୁଟିଂହୋଇଥିଲା କ୍ଷଆସନ୍ତା ଅପ୍ରେଲ ୨୩ତାରିଖରେ ଏହି ଫିଲ୍ମ ରିଲିଜ ହେବ ବୋଲି ସୂଚନା ମିଲିଛି ।  

ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୨ା୧(ଏସଏସନିଉଜ) ରାଜଧାନୀଉପକଣ୍ଠ କୋରଡ଼କଣ୍ଟା ଶିବମନ୍ଦିର ପାଖରେଥିବା ଏକ କଲୋନୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାରହୋଛି। ପ୍ରାଥମିକ ତଦନ୍ତରୁ ମହିଳାଙ୍କୁ ହତ୍ୟା କରାଯାଇଥିବାର ଜଣାପଡିଛି।ମୃତ ମହିଳା ଜଣଙ୍କ ଜଣେ ଶ୍ରମିକ ହୋଇଥିବାବେଳେ ତାଙ୍କ ନାମ ସରିତା ନାୟକ ଏବଂ ତାଙ୍କଘର ନୟାଗଡ଼ ବାଣୀଗୋଚ୍ଛା ଅଞ୍ଚଳରେ ବୋଲି ଜଣାପଡିଛି। ଖବରପାଇ ମଞ୍ଚେଶ୍ୱରପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଛି ।  

ବିଶ୍ବକପ ହକିପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଭୁବନେଶ୍ୱର,୨ା୧(ଏସଏସନିଉଜ) ବିଶ୍ବକପ ହକି ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ । ମମତା ଜରୁରୀ କାମରେ ବ୍ୟସ୍ତଥିବାରୁ ପଶ୍ଚିମବଙ୍ଗ ଅର୍ଥ ଓ ସ୍ବାସ୍ଥ୍ୟମନ୍ତ୍ରୀ ଚନ୍ଦ୍ରିମାଭଟ୍ଟାଚାର୍ଯ୍ୟଙ୍କୁ ନିମନ୍ତ୍ରଣ ଦେଇଛନ୍ତି ମନ୍ତ୍ରୀ ଶ୍ରୀକାନ୍ତସାହୁା

ହକିପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଭୁବନେଶ୍ୱର,୨ା୧(ଏସଏସନିଉଜ)ବିଶ୍ବକପ ହକିପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ନିମନ୍ତ୍ରଣ କରାଯାଇଛି ।ମୁଖ୍ୟମନ୍ତ୍ରୀଙ୍କ ତରଫରୁ ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇ ସେଠାକୁ ଯାଇ ପଞାବ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି ।

ଜୟପୁର ରାଜପରିବାରର ଶେଷ ରାଣୀଙ୍କ ପରଲୋକ

ଜୟପୁର, ୨ା୧(ଏସଏସନିଉଜ) ଜୟପୁର ରାଜପରିବାରର ଶେଷରାଣୀଙ୍କ ଜୟପୁରସ୍ଥିତ ରାଜପ୍ରାସାଦରେ ଗତକାଲି ବିଳମ୍ବିତ ରାତିରେ ହେଲା ପରଲୋକ ଘଟିଛି ।ଶେଷରାଣୀ ରମାକୁମାରୀ ଦେବୀଙ୍କର ୯୦ବର୍ଷରେ ପରଲୋକ ହୋଇଛି ।

୫ ଦିନଯାଏ କମିବ ଶୀତ

ଭୁବନେଶ୍ୱର,୨ା୧(ଏସଏସନିଉଜ)ରାଜ୍ୟରେ ୫ ଦିନଯାଏ କମିବ ଶୀତର ପ୍ରକୋପା ଆସନ୍ତା ୨ ଦିନ ଯାଏଁ ରହିବ ଘନ କୁହୁଡ଼ି ।ଆସନ୍ତା ୪-୫ ଦିନଯାଏ ରାତିତାପମାତ୍ରା ୩ରୁ୪ ଡିଗ୍ରୀ ବଢ଼ିଯିବ ।ଫଳରେ ରାଜ୍ୟରେ ଶୀତର ବିଶେଷ ପ୍ରଭାବ ରହିବନି । କିନ୍ତୁ ଘନ କୁହୁଡ଼ି ପଡ଼ିବାନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛିା ।  

କୁମ୍ଭୀର ଗଣନାପାଇଁ ଭିତରକନିକା ବନ୍ଦ

କେନ୍ଦ୍ରାପଡ଼ା, ୨ା୧(ଏସଏସନିଉଜ)ଜାନୁଆରୀ ୪ରୁ ୧୪ ତାରିଖ ପର୍ୟ୍ୟନ୍ତ ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକାା ଭିତରକନିକା ଜାତୀୟଉଦ୍ୟାନ ଓ ଜାତୀୟଉଦ୍ୟାନ ବାହାରେଥିବା ନଦୀନାଳ ଗୁଡିକରେ କୁମ୍ଭୀରଗଣନା ଆରମ୍ଭ ହେବାଏଣୁ ଏହାକୁ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ।

ଆଜିଠାରୁ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ୍ ମନା

ପୁରୀ,୧ା୧(ଏସଏସନିଉଜ) ଆଜିଠାରୁ ପୁରୀ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ୍ ମନା ନିୟମ ଲାଗୁ ହୋଇଛି। ସେବାୟତମାନେ ଶ୍ରୀମନ୍ଦିର ସିଂହଦ୍ବାର ଓ ଦକ୍ଷିଣ ଦ୍ବାର ନିକଟରେ ଥିବା ଦୁଇଟି କେନ୍ଦ୍ରରେ ମୋବାଇଲ ଜିମା ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବେ।ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଓ ଭିଡିଓ ଭାଇରାଲ୍ ପରେ ଶେଷରେ ଶ୍ରୀମନ୍ଦିର ପ୍ରଶାସନ କଡ଼ା ଆଭିମୁଖ୍ୟ ପୋଷଣ କରିଛି। ଶ୍ରୀମନ୍ଦିର ସେବାୟତ, ଅଧିକାରୀମାନେ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ ପରିବର୍ତେ କ୍ୟାମେରା ନଥିବା ଫୋନ୍ କି-ପ୍ୟାଡ୍ […]

ପୂର୍ଣ୍ଣଦର୍ଶକରେ ଖେଳାଯିବ ହକି ବିଶ୍ୱକପ୍

ପୁରୀ,୧ା୧(ଏସଏସନିଉଜ) ହକିବିଶ୍ୱକପ୍ ନେଇ ମୁଖ୍ୟସଚିବ ସୁରେଶମହାପାତ୍ରଙ୍କ ସୂଚନା ଅନୁସାରେ ପୂର୍ଣ୍ଣଦର୍ଶକରେ ଖେଳାଯିବ ହକି ବିଶ୍ୱକପ୍ର ସବୁ ମ୍ୟାଚ୍ । ରାଉରକେଲା ଷ୍ଟାଡିୟମରେରହିବେ ୧୬ ଟିମା ହେଟେଲ ତାଜ୍ ଗ୍ରୁପ୍ କରିବ ମ୍ୟାନେଜମେଣ୍ଟ ବ୍ୟବସ୍ଥା ଓ କୌଣସି ବାଧ୍ୟତାମୂଳକ ଗାଇଡ୍ଲାଇନ୍ ରହିବନାହିଁ କେବଳ କେବଳ ପରାମର୍ଶ ବୋଲି ସୁଚନା ଦେଇଛନ୍ତି ।

ମୋବସରୁ ୬ମୋବାଇଲ ଚୋରି!

କଟକ ,୧ା୧(ଏସଏସନିଉଜ) ମୋ ବସରୁ ୬ଟି ମୋବାଇଲ ଚୋରି ନେଇ ନନ୍ଦନକାନନଥାନାରେ ଅଭିଯୋଗ ହୋଇଛି । ନନ୍ଦନକାନନରୁ କଟକ ଯିବା ବାଟରେ ୧୮ ନମ୍ବର ବସରୁ ଚୋରି ହୋଇଛିାଜୁଡିସିଆଲ ଏକାଡେମୀ ପାଖରେ ମୋବାଇଲ ନଥିବା ଜାଣିବାକୁ ପାଇଲେ ଯାତ୍ରୀାଏହାପରେ ନନ୍ଦନକାନନଥାନାକୁ ଆସି ଅଭିଯୋଗ କରିଛନ୍ତି ।