Browsing category

ମହାନଗର

୪ରୁ ସର୍ବଭାରତୀୟ ଗଣ୍ଡରପୁରକପ୍ ଫୁଟବଲଟିର୍ଣାମେଂଟ

ବାରଙ୍ଗ,୩୦/୧୧(ଏସଏସନିଉଜ)ସବୁବର୍ଷ ଭଳି ଚଳିତବର୍ଷ ୨୦ତମ ଆମନ୍ତ୍ରଣୀୟ ସର୍ବଭାରତୀୟ ଗଣ୍ଡରପୁରକପ୍ ଫୁଟବଲଟିର୍ଣାମେଂଟ ଗଣ୍ଡରପୁରଠାରେ ଥିବା ବିଜୁପଟ୍ଟନାୟକମିନିଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ।ୟୁନାଇଟେଡ ୟୁଥ୍‌କ୍ଲବ ଗଣ୍ଡରପୁର ଆନୁକୁଲ୍ୟରେ ୪ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ ୮ଦିନଧରି ଚାଲିବ ଓ ୧୧ତାରିଖରେ ଫାଇନାଲମ୍ୟାଚ ହେବ ।ସହରାଂଚଳ ଓ ଗ୍ରାମାଚଂଳ ନାମରେ ଦୁଇଟି ପର୍ଯ୍ୟାୟରେ ଏହି ମ୍ୟାଚ କରାଯିବ । ଗ୍ରାମାଂଚଳମ୍ୟାଚ ଦିନ୧୨ ଟାରେ ଆରମ୍ଭ ହେବାସହ ସହରାଂଚଳମ୍ୟାଚ ଅପରାହ୍ନ୩ଟାରେ ଆରମ୍ଭ ହେବା ଗ୍ରାମାଂଚଳରେ ୧୬ଟିଦଳ ଓ ସହରାଚଂଳରେ ୮ଟି ଦଳ […]

ବାଲ୍ୟବିବାହକୁ ରୋକିଲା ଚାଇଲ୍ଡଲାଇନ

ମେଣ୍ଢାଶାଳ,୩୦/୧୧(ଏସଏସନିଉଜ)ଚନ୍ଦକାଥାନା ଅଧିନସ୍ଥ ସୁନ୍ଦରପୁର ମୁଣ୍ଡାସାହିରେ ବୁଧବାର ଦିନ ବାଲ୍ୟବିବାହ ହେଉଥିବାବେଳେ ଖବରପାଇ ଚାଇଲ୍ଡଲାଇନ ଚଢଉକରି ବିବାହକୁ ବନ୍ଦ କରିବାସହ ନାବାଳିକାକୁ ଉଦ୍ଧାର କରିଛି ।ମୁଣ୍ଡାସାହିର ସ୍ୱାଧିନସିଂ (୧୯) ନାମକ ଯୁବକ ସେହି ଗାଁର ଜଣେ ହାଇସ୍କୁଲରେ ପଢୁଥିବା ୧୬ବର୍ଷିୟା ଝିଅସହ ବିବାହ କରୁଥିଲା ।ଉଭୟପରିବାର ମିଶି ଏହି ବିବାହ ଉସ୍‌ବ ଆୟୋଜନ କରିଥିଲେ ।ବିବାହ କାର୍ଯ୍ୟ ଆରମ୍ଭ ହେଉଥିବାବେଳେ କୈାଣସି ସୁତ୍ରରୁ ସୁଚନାପାଇଁ ଭୁବନେଶ୍ୱର ଚାଇଲ୍ଡଲାଇନର ସଦସ୍ୟମାନେ ପୋଲିସ ସହାୟତାରେ ବିବାହସ୍ଥଳରେ ପହଁଚିବାସହ ହେଉଥିବା ବିବାହ କାର୍ଯ୍ୟକୁ […]

ଆଜି ପ୍ରଥମପର୍ଯ୍ୟାୟ ମତଦାନ

ଭୁବନେଶ୍ୱର,୧/୧୨(ଏସଏସନିଉଜ) ଗୁଜୁରାଟ ବିଧାନସଭାର ଆଜି ପ୍ରଥମପର୍ଯ୍ୟାୟ ମତଦାନ । ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ ଭୋଟ ଗ୍ରହଣ ହେବ । । ୧୯ ଜିଲ୍ଲାର ୮୯ ଆସନ ପାଇଁ ସକାଳ ୮ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟ ରେ ୭୮୮ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ୨ କୋଟି ୩୯ ଲକ୍ଷରୁ ଅଧିକ ଭୋଟର ଭୋଟ ଦେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ ଭୋଟ […]

ବିପଦରେସଙ୍କୁଳ ଅବସ୍ଥାରେ ରେଳବାଇ ସୁରକ୍ଷାବାଡ

ବାରଙ୍ଗ,୨୮/୧୧(ଏସଏସନିଉଜ)ବାରଙ୍ଗଥାନା ନିକଟସ୍ଥ ରେଳବାଇ ଓଭରବ୍ରିଜର ସୁରକ୍ଷାବାଡ଼ଟି ଅଜଣାଗାଡି ଧକ୍କାରେ ଅର୍ଦ୍ଧଭଗ୍ନ ଅବସ୍ଥାରେ ରହି ରାସ୍ତାଉପରକୁ ଢଳି ରହିଥିବାରୁ ପଥଚାରୀଙ୍କ ପାଇଁ ବିପଦ ସୃଷ୍ଟିକରିବାକୁ ଯାଉଛି ।ରବିବାରବିଳମ୍ବିତ ରାତିରେ କୌଣସି ଏକ ଅଜଣାଗାଡି ଏହି ସୁରକ୍ଷାବାଡଟିକୁ ଧକ୍କାଦେଇଥିବାରୁ ଏହାର ଅଧାଅଂଶ ଭାଙ୍ଗି କଟକ-ଭବନେଶ୍ବର ମୁଖ୍ୟରାସ୍ତ। ଉପରକୁ ଅତି ବିପଦସଂଙ୍କୁଳ ଅବସ୍ଥାରେ ଝୁଲିରଛି ।ଏହାକେତେବେଳେ ଯେ,ତଳେ ପଡିବ ତାହା କହିବା କଷ୍ଟସାଧ୍ୟ ହୋଇଥିବାବେଳେ ଏହା ସାଧାରଣଲୋକଙ୍କ ପାଇଁ ବିପଦକୁ ଆମନ୍ତ୍ରଣ କରିଥିବାର ଦେଖିବାକୁ ମିଳିଛି ।ବାରଙ୍ଗ ରାସ୍ତାଏବେ ଜନବହୁଳରାସ୍ତାଭାବେ ପରିଚିତ […]

ବାରଙ୍ଗରେ ହମ୍ପସ ସାଜୁଛି କାଳ

ବାରଙ୍ଗ,୨୮/୧୧(ଏସଏସନିଉଜରାସ୍ତାରେ ହମ୍ପସଥିବା ସ୍ଥାନରେ ସୁଚନାଫଳକ କିମ୍ବା ଧଳା ଚିହ୍ନ ଦିଆଯାଇନଥିବାରୁ ସୋମବାର ସକାଳେ ଦୁଇଟି କାର ମଧ୍ୟରେ ଧକ୍କାହୋଇଛି ।ଏଥିରେ ଗୋଟିଏ କାରରେ ଥିବା ବରସମେତ ୫ଜଣ ଓ ଅନ୍ୟଏକ କାରରେ ଥିବା ୩ଜଣ ସାମାନ୍ୟ ଆହତ ହୋଇଛନ୍ତି । ଭୁବନେଶ୍ୱରରୁ କଟକ ଅଭିମୁଖେ ଓଡ଼ି୦୫ପି୧୮୮୧ନଂକାରରେ ବିବାହପାଇଁ ବର ଯାଉଥିବାବେଳେ କୃଷ୍ଣଶରଣପୁର ଗ୍ରାମ ବାଉଁଝୋରି ମନ୍ଦିର ନିକଟରେ ରାସ୍ତାରେ ହମ୍ପସ ଥିବା ଜାଣିନପାରି ଚାଳକ ହଠାତ ବ୍ରେକ ମାରିଥିଲେ।ଠିକ୍ ସେହି ସମୟରେ ପଛରୁ ଆସୁଥିବା ଓଡ଼ି୦୨ବିଡବଲ୍ୟୁ୦୧୦୯ନଂକାରଟି ବର […]

ସାଂସଦ ପ୍ରତାପଷଡ଼ଙ୍ଗୀଙ୍କ ଗାଡ଼ି ଯାଞ୍ଚ

ଭୁବନେଶ୍ୱର,୨୮/୧୧(ଏସଏସନିଉଜ) ସାଂସଦ ପ୍ରତାପଷଡ଼ଙ୍ଗୀଙ୍କ ଗାଡ଼ି ଅଟକାଇ ଯାଞ୍ଚ କରିଛି ପୋଲିସା ପଦ୍ମପୁର ପ୍ରଚାରପାଇଁ ଗଲାବେଳେ ରାସ୍ତାରେଅଟକାଇଥିଲା ପୋଲିସ । ଗାଡ଼ିଯାଞ୍ଚକୁ ସହଯୋଗ କରିବାସହ ପୋଲିସକୁ ପ୍ରଶ୍ନ କଲେ ପ୍ରତାପ । ଏତେଗାଡ଼ି ଯାଞ୍ଚ ହେଉଥିବାସତ୍ତ୍ୱେ ଟଙ୍କା କିଭଳି ଯାଉଛି ବୋଲି ପଚାରିଥିଲେ ।

କଲେଜ ଛାତ୍ରୀଙ୍କୁ ଧକ୍କାଦେଲା ବାଲିବୋଝେଇ ଟ୍ରକ

କଟକ ,୨୫/୧୧(ଏସଏସନିଉଜ) ଶୁକ୍ରବାରଦିନ ତନିଟା ସମୟରେ ଖଲର୍ଦା ବଜାର ଉପରେ ବାଲିବୋଝେଇ ହାଇୱା ଜଣେ କଲେଜଛାତ୍ରୀଙ୍କୁ ଧକ୍କାଦେଇଛି ।ନନ୍ଦନକାନନଥାନାଅର୍ନ୍ତଗତ ବାଲିପଡା ଗ୍ରାମର ଶୁଭଲକ୍ଷ୍ମୀ ପଢୀଆରୀ ନାମକ ଛାତ୍ରୀ ଗୋବିନ୍ଦପୁର କଲେଜରେ ପଢୁଥିଲେ ।ଆଜି ତାଙ୍କ ସ୍କୁଟି ନଂ ଓଡି-୦୫-ବିସି-୯୩୯୦ ଯୋଗେ ଘରକୁ ଫେରୁଥିବାବେଳେ ଗୋବିନ୍ଦପୁରଥାନା ଅନ୍ତର୍ଗତ ସିମଳଦା ବାଲିଘାଟରୁ ବାଲି ବୋଝେଇକରି ପ୍ରତାପନଗରୀ ଅଭିମୁଖେ ଆସୁଥିବା ଓଡ୧୮ଏଫ-୨୦୦୨ନମ୍ବର ହାଇୱାଟି ଖଲର୍ଦ୍ଧା ବଜାର ଉପରେ ସ୍କୁଟିକୁ ପଛପଟରୁ ଧକ୍କାଦେଇଥିଲା ।ଫଳରେ ଛାତ୍ରୀ ଜଣଙ୍କୁ ଗୁରୁତର ଅହତ ହୋଇଥିବାବେଳେ ସ୍ଥାନୀୟ […]

ପ୍ରଶାସନକୁ ଗ୍ରାମବାସୀଙ୍କ ବିରୋଧ

ମେଣ୍ଢାଶାଳ,୨୫/୧୧(ଏସଏସନିଉଜ) ମେଣ୍ଢାଶାଳଫାଣ୍ଡି ଅଧିନସ୍ଥ ବିଝଂଗିରି ଗ୍ରାମରେ ଥିବା ଏକ ସରକାରୀଜାଗାକୁ ଜବରଦଖଲ ମୁକ୍ତ କରିବାକୁ ଆସି ଶୁକ୍ରବାରଦିନ ପ୍ରଶାସନକୁ ଖାଲି ହାତରେ ଫେରିବାକୁ ପଡିଛି ।ଗ୍ରାମବାସୀମାନେ ବିରୋଧ କରିବାରୁ ବାଧ୍ୟ ହୋଇ ପ୍ରଶାସନ ଫେରିଯାଇଛି ।ଏହି ଗ୍ରାମରେ ଶବରପ୍ରଧାନ ନାମକ ବୟକ୍ତି ସରକାରିଜାଗାକୁ ଦଖଲରେ ରଖିଥିବାନେଇ ସେହିଗ୍ରାମର ଅନ୍ୟଜଣେ ବ୍ୟକ୍ତି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ ।ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜଟଣୀତହସିଲଦାର, ଛତାବର ଆରଆଇ ,ଯୋନ-୫ଏସିପି ରମେଶ ଚନ୍ଦ୍ରବିଶୋଇ ,ମେଣ୍ଢାଶାଳ ଫାଣ୍ଡିଅଧିକାରୀ ମାନଗୋବିନ୍ଦ ନାୟକ ସଦଳବଳେ ୧ପ୍ଲାଟୁନ […]

ଏକାଠି ହେଲେ ନବନିର୍ବାଚିତ ସଭାପତି

ମେଣ୍ଢାଶାଳ,୨୫/୧୧(ଏସଏସନିଉଜ) ଖୋର୍ଦ୍ଧା କେନ୍ଦ୍ରସମବାୟବ୍ୟାଙ୍କ ମେଣ୍ଢାଶାଳ ଶାଖାରେ ଶୁକ୍ୱବାରଅପରାହ୍ନରେ ସେବାସମବାୟର ନବନିର୍ବାଚିତ ସଭାପତିମାନେ ଏକାଠି ହୋଇଥିଲେ ।ସମସ୍ତଙ୍କୁ ଶାଖାତରଫରୁ ଶାଖାପରିଚାଳକ ସସ୍ମିତାନାୟକ ଉତରୀୟ ଓ ପୁଷ୍ପଗୁଛ ଦେଇ ସମ୍ମାନୀତ କରିଥିଲେ । ଏହିଅବସରରେ ବ୍ୟାଙ୍କର ଅବସରପ୍ରାପ୍ତ ପ୍ରଶାସକ ଶଶିଶେଖରରଥଙ୍କ ପୈାରହିତ୍ୟରେ ଶାଖା ପରିସରରେ ଆୟୋଜିତ ସଭାରେ ସଭାରେ ବ୍ୟାଙ୍କ ସହ ସହଯୋଗ ରକ୍ଷାକରି କାର୍ଯ୍ୟକଲେ ଅଂଚଳର ଚାଷୀମାନେ ଉପକୃତ ହୋଇପାରିବେ ବୋଲି ମେଣ୍ଢାଶାଳ ସେବାସମବାୟ ସମିତି ସଭାପତି ମହେନ୍ଦ୍ରକୁମାରପ୍ରଧାନ ଓ ସନ୍ତୋକୁମାରମଙ୍ଗରାଜ ମତବ୍ୟକ୍ତ କରିଥିଲେ ।ଏଥିରେ ଶାଖାଅଧିନରେ ଥିବା […]

କାନଧରି ଆଣ୍ଠେଇଲେ

ଭୁବନେଶ୍ୱର,୨୫/୧୧(ଏସ ଏସନିଉଜ) ବିଧାନସଭା ଆଗରେ କାନଧରି ଆଣ୍ଠେଇ ଆନ୍ଦୋଳନ କରିଛନ୍ତି lମୃତ ସରକାରୀ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କ ଏହିଭଳି ଅଭିନବ ଆନ୍ଦୋଳନ ହୋଇଛି lମୃତ କର୍ମଚାରୀଙ୍କ ସ୍ଥାନରେ ଚାକିରିରେ ଥଇଥାନ ଦାବିରେ ଆନ୍ଦୋଳନ କରିଛନ୍ତି।୪ଦିନ କାଳ ଧାରଣାରେ ବସିବା ପରେ କାନଧରି ଆଣ୍ଠେଇକରି କରିଛନ୍ତି ପ୍ରତିବାଦ ।