Browsing category

ମହାନଗର

ରାଜ୍ୟସ୍ତରୀୟ ତମାଣ୍ଡୋ କପ୍ ଫୁଟବଲ

ମେଣ୍ଢାଶାଳ, ୨୧ା୧୨(ଏସଏସନିଉଜ) ତମାଣ୍ଡୋ ମିନିଷ୍ଟଡିୟମରେ ଚାଲିଥିବା ୨୭ତମ ରାଜ୍ୟସ୍ତରୀୟ ତମାଣ୍ଡୋ କପ୍ ଫୁଟବଲ ଟୁର୍ଣ୍ଣାମେଟଂର ସେମିଫାଇନାଲରେ ଅନୁଗୁଳର ଏକେ କ୍ଲବ ପତାକା ଦଳ ପ୍ରବେଶ କରିଛି । ଦଳ ୪-୩ ଟାଇବ୍ରେକର ଗୋଲ ବ୍ୟବଧାନରେ ଫୁଲବାଣୀରରେବଣା ନୂଆଗାଁ କ୍ଲବକୁ ହରାଇ ଏହି ସଫଳତା ପାଇଛି । ଉଭୟେ ଦଳ ଚିତାକର୍ଷକ ଖେଳ ପ୍ରଦର୍ଶନ କରିଥିବା ବେଳେ ଖେଳର ୬ମିନିଟରେ ଫୁଲବାଣୀ ଦଳର ମିଥୁନ ସାହୁ ଦଳୀୟ ପାସରୁ ଏକ ଗୋଲଦେଇ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ । […]

ଉଦ୍‌ଯାପିତ ହେଲା ବାର୍ଷିକକ୍ରିଡା

ବାରଙ୍ଗ,୨୧ା୧୨(ଏସଏସନିଉଜ) ମେଣ୍ଢାଶାଳ ସରକାରୀ ଉଚ୍ଚବିଦ୍ୟାଳୟର ଦୁଇଦିନିଆ ବାର୍ଷିକକ୍ରିଡାପ୍ରତିଯୋଗୀତା ବୁଧବାରଦିନ ଉଦଯାପିତ ହୋଇଯାଇଛି ।ଏହି ପ୍ରତିଯୋଗୀତାରେ ବିଦ୍ୟାଳୟର ୩ଶହ ଛାତ୍ରୀଛାତ ବିଭିର୍ଣ ପ୍ରତିଯୋଗୀତାରେ ଭାଗନେଇଥିଲେ ।ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ରତ୍ନମଞରୀବିଶ୍ୱାଳ କ୍ରିଡାପତାକା ଉତୋଳନକରି ଏହାକୁ ଉଦଘାଟନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଭରତଚନ୍ଦ୍ରରାଉତରାୟ,ମହେନ୍ଦ୍ରକୁମାରପ୍ରଧାନ,ରମେଶବେହେରାଙ୍କ ସମେତ ବିଦ୍ୟାଳୟ ପରିଚାଳନାକମିଟିର କର୍ମକର୍ତାମାନେ ଉପସ୍ଥିତ ଥିଲେ ।ଉଦଯାପନୀ ଦିବସରେ ସିନିୟରବାଳକବିଭାଗରେ ଶୁଭାଶିଷ ମହାପାତ୍ର,ବାଳିକାବିଭାଗରେ ଅନିତାସିଂହ ଚମ୍‌ଡିୟାନ ହୋଇଥିଲେ ।ଆସନ୍ତା ଜାନୁୟାରୀରେ ବିଦ୍ୟାଳୟରେ ପୁରସ୍କାରବିତରଣୀ କରାଯିବ ବୋଲି ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

ବିଜ୍ଞାପନ ହୋର୍ଡିଂରୁ ୪ ଘଣ୍ଟାପରେ ଉଦ୍ଧାରହେଲେ ମୁକ୍ତିକାନ୍ତ ବିଶ୍ବାଳ

ଭୁବନେଶ୍ୱର, ୨୧ା୨୨(ଏସଏସନିଉଜ)ଶିଶୁଭବନ ଛକରେଥିବା ଏକ ବିଜ୍ଞାପନ ହୋର୍ଡିଂ ଉପରେ ଚଢି ରାଉରକେଲାର ଯୁବକ ମୁକ୍ତିକାନ୍ତ ବିଶ୍ବାଳ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ସୁରକ୍ଷିତଭାବେ ତାଙ୍କୁ ଉଦ୍ଧାର କରାଯାଇଛି । ୪ ଘଣ୍ଟାକାଳ ଉଦ୍ୟମ କରି ଶେଷରେ ଅଗ୍ନିଶମବାହିନୀତାଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟ ପରୀକ୍ଷାପାଇଁ ରାଜଧାନୀ ଚିକିତ୍ସାଳୟ ପଠାଇଛିା ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ରାଉରକେଲାରୁ ଚାଲିଚାଲି ଭୁବନେଶ୍ୱର ଆସି ନିରାଶହେବାରୁ ଏହାର ପ୍ରତିବାଦରେ ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ମୁକ୍ତିକାନ୍ତ ଅଭିନବ ପ୍ରତିବାଦ ସ୍ୱରୁପ ଆତ୍ମହତ୍ୟା ଉଦ୍ୟମ କରିଥିଲେ।ଏପରିକି ହାତରେ […]

କରୋନାକୁନେଇ ପୁଣି ବଢିଲା ଚିନ୍ତା !

ଭୁବନେଶ୍ୱର, ୨୧ା୨୨(ଏସଏସନିଉଜ) କରୋନାକୁନେଇ ଏବେ ପୁଣି ଚିନ୍ତାବଢିବା ଆରମ୍ଭ ହେଲାଣି । ଚୀନରେ ମହାମାରୀ କରୋନା ତାର ତାଣ୍ଡବ ଜାରି ରଖିଥିବା ବେଳେ ଏହାକୁ ନଜରରେ ରଖି ଭାରତ ସରକାର ସତର୍କ ହୋଇଯାଇଛନ୍ତିା କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନ ଭାରିଆଣ୍ଟ BF.7  କୁନେଇ ଏବେ ଚିନ୍ତା ବଢିଛି । ଗୁଜରାଟରେ ୨ ଜଣ ଓ ଓଡ଼ିଶାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବାନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏବେ ଭିଡ଼କୁ ଗଲେ ମାସ୍କ ପିନ୍ଧିବାକୁ […]

ଜାନୁଆରୀ ୧୭ରୁ ବସ୍ ଧର୍ମଘଟ!

ଭୁବନେଶ୍ୱର, ୨୧ା୨୨(ଏସଏସନିଉଜ) ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଜାନୁଆରୀ ୧୭ତାରିଖରୁ ୮ ଦଫା ଦାବିନେଇ ବସ ଧର୍ମଘଟ କରିବାକୁ ଯାଉଛି । ସ୍କ୍ରାପ୍ ପଲିସି ଉଚ୍ଛେଦ ସହିତ ୮ ଦଫା ଦାବୀ ୧୬ତାରିଖ ସୁଦ୍ଧା ପୁରଣ ନହେଲେ ୧୭ରୁ ବସ୍ ଗଡ଼ିବନି ବୋଲି ଧମକ ଦେଇଛି ବସ୍ ମାଲିକ ସଂଘ।

ଓଲଟିଲା କୋଇଲାବୋଝେଇ ଗାଡି

ବାରଙ୍ଗ,୨୦ା୧୨(ଏସଏସନିଉଜ)ସୋମବାର ବିଳମ୍ଭିତ ରାତିରେ ବାରଙ୍ଗଥାନା ଅଧିନସ୍ଥ ପାଟପୁରଗାଁ ମୁଣ୍ଡରେ ଦୁର୍ଘଟଣାଘଟି ଓଆର-୧୯ଏଫ-୩୬୯୭ନଂ ୪୦୭କୋଇଲାବୋଝେଇଗାଡିଟି ଓଲଟିପଡି କ୍ୟାବିନ ଓ ବଡି ଅଲଗାହୋଇଯାଇଛି । ଗାଡିଚାଳକ ଗୁରୁତରଆହତ ହୋଇଥିବାବେଳେ ଦ୍ରୁତଗତିରେ ଆଠଗଡରୁ ଗୋଡିସାହି ଫାଣ୍ଡିଦେଇ କୋଇଲାନେଇ ବାରଙ୍ଗ ଇଟାଭାଟିକୁ ଆସୁଥିବାବେଳେ ଭାରସମ୍ୟହରାଇ ଗାଡିଟି ରାସ୍ତାପାଶ୍ୱର୍ରେ ଥିବା ଇଲେକ୍ଟ୍ରିଖୁଂଟରେ ମାଡ ହୋଇଯାଇଥିଲା ।ଯାହାଫଳରେ ଗାଡଟି ଓଲଟିପଡି ବଡି ଓ କ୍ୟାବିନ ଦୁଇଟାଯାକ ସମ୍ପୁର୍ଣ ଅଲଗାହୋଇଯାଇଥିଲା । ଗୁରୁତରଆହତ ଅବସ୍ଥାରେ ଗାଡିଚାଳକକୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଚିକିସ୍ାପାଇଁ କଟକବଡମେଡିକାଲକୁ ପଠାଇଛନ୍ତି ।ଅନ୍ୟପଟେ […]

ସାମ୍ବାଦିକଙ୍କ ସଚ୍ଚୋଟତା

ବାରଙ୍ଗ,୨୦ା୧୨(ଏସଏସନିଉଜ) ବାରଙ୍ଗଅଂଚଳର”ସମାଜ’ ସାମ୍ବାଦିକ ଜଣେ ମହିଳା ବଙ୍ଗୀୟ ପର‌୍ୟ୍ୟଟକଙ୍କୁ ହଜିଯାଇଥିବା ଭ୍ୟାନିଟ ବ୍ୟାଗ ଫେରାର ସାଧୁତାର ପରିଚୟ ଦେଇଛନ୍ତି। କଲିକତା ବାବୁଘାଟ ଅଳଞ୍ଚର ସୁନଦା ଚାଟାର୍ଜୀ ଓ ତାଙ୍କ ସ୍ବାମୀ ଜି.ଚାଟାର୍ଜୀ ପରିବାର ସଦସ୍ୟଙ୍କ ସହିତ ନନ୍ଦନକାନନ ପ୍ରାଣୀଉଦ୍ୟାନ ମଙ୍ଗଳବାରଦିନ ବୁଲିବାକୁ ଆସିଥିଲେ।ବୁଲାବୁଲି କରି ଘରକୁ ଫେରୁଥିବାବେଳେ ନନ୍ଦନକାନନ ମୁଖ୍ୟଛକ ଠାରେ ଥିବା ପିଙ୍କି ହୋଟେଲରେ ମଧ୍ୟାନ୍ନ ଭୋଜନ କରିଥିଲେ।ପରେ ମହିଳା ଜଣକ ହୋଟେଲ ପାଖରେ ଥିବା ଏକ ସ୍କୁଟି ଗାଡି ସିଟ୍ ଉପରେ ଭ୍ୟାନିଟ୍ ବ୍ୟାଗ […]

ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୨୦/୧୨(ଏସଏସନିଉଜ)ଡିଜିପିଙ୍କ ନିର୍ଦ୍ଦେଶପରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ ।  ଜେଲରେ କେମିତି ମଲା ଗୋବିନ୍ଦ ।ଏହି ଘଟଣାଉପରୁ ପରଦା ଉଠାଇବାପାଇଁ ତଦନ୍ତ କରିବ କ୍ରାଇମବ୍ରାଞ୍ଚା କ୍ରାଇମବ୍ରାଞ୍ଚର୧୦ ଜଣିଆ ଟିମ୍ ଦେବ ରିପୋର୍ଟାଅନ୍ୟପଟେଗୋବିନ୍ଦ ସାହୁର ଶବ ବ୍ୟବଚ୍ଛେଦ ପାଇଁ ବୁର୍ଲାରୁ ଆସୁଛନ୍ତି ସ୍ପେଶାଲ ଟିମ୍। ବୁର୍ଲା ଭିମସାର FMT ବିଭାଗର ୨ ବିଶେଷଜ୍ଞ ଡାକ୍ତର ବଲାଙ୍ଗିର ଯାଉଛନ୍ତି। FMT ଜଣେ ପ୍ରଫେସର ଓ ଜଣେ ଆସୋସିଏଟ ପ୍ରଫେସର ଆସିଛନ୍ତି ।

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ବିଜେପିସାଂସଦ

ଭୁବନେଶ୍ୱର,୨୦/୧୨(ଏସଏସନିଉଜ)କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଲେ ଓଡ଼ିଶାର ବିଜେପି ସାଂସଦ। ଧାନକିଣା ଦୁର୍ନୀତି ଓ ଚାଷୀସମସ୍ୟା ନେଇ ହସ୍ତକ୍ଷେପ ଲୋଡ଼ିଲେ। କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ପରେ ସାଂସଦ ବସନ୍ତ ପଣ୍ଡା ପ୍ରତିକ୍ରିୟାରେ କହିଲେ ଖରିଫ ଋତୁରେ ୫.୫୪ ଲକ୍ଷ ଏକରଜମି ଭୂତଜମି ବୋଲି ଚିହ୍ନଟ ହୋଇଛିାଚାଷ ନ ହେଇ ଚାଷ ହୋଇଥିବା ରିପୋର୍ଟ କଲା କିଏ ବୋଲି ପ୍ରଶ୍ନ କଲେ ବସନ୍ତ। ୧୭୧୫ କୋଟିର ଏମ୍ଏସ୍ପି ସହାୟତା ପାଇବାକୁ ଷଡ଼ଯନ୍ତ୍ର ହୋଇଛି। ମଣ୍ଡି କର୍ମଚାରୀଙ୍କ ସହ ଅସାଧୁ ମେଣ୍ଟ କରାଯାଉଛି […]

ଗାଡିଚୋରକୁ ଧରିଲା ପୋଲିସ

ଭୁବନେଶ୍ୱର,୨୦।୧୧(ଏସଏସ ନିଉଜ)ରଙ୍ଗକାମକରୁଥିବା ବ୍ୟକ୍ତି ଜଣଙ୍କ ନାଗେଶ୍ଵର ଟାଙ୍ଗୀ ଅଞ୍ଚଳରେ ଥିବା ଜଣେ ଆଡଭୋକେଟଙ୍କ ଘର ସମୁଖରେ ନିଜ ଟିଭିଏସ ଆପାଚେ ବାଇକକୁ ପାର୍କିଂ କରି ଭିତରକୁ ରଙ୍ଗ କରିବାକୁ ଯାଇଥିଲେ।ଏହିସମୟରେ ଜଣେ ଆସି ଉକ୍ତ ବାଇକକୁ ସେଠାରୁ ଚୋରୀ କରି ନେଇଯାଇଥିଲେ । ବାହାରେ ଗାଡି ଷ୍ଟାର୍ଟ ହେବା ଶବ୍ଦ ଶୁଣି ଗାଡିମାଲିକ ବାହାରକୁ ଆସି ନିଜ ଗାଡିଟିକୁ ଜଣେ ଚୋରୀ କରି ନେଇ ଯାଉଥିବା ଦେଖିବାକୁ ପାଇଥିଲେ । ସେ ତୁରନ୍ତ ଏ ଘଟଣା ନେଇ […]