Browsing category

ମହାନଗର

ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ଗ୍ରାମବାସୀ

ମେଣ୍ଢାଶାଳ , ୧୫/୧୨(ଏସଏସନିଉଜ) ମେଣ୍ଢାଶାଳ ଗ୍ରାମପଂଚାୟତ ଅଧିନସ୍ଥ ଗିରିଙ୍ଗାପୁଟ ଗ୍ରାମର ଭିଟାମାଟି କୁ ବଞ୍ଚେଇବା ନିମନ୍ତେ ଜିଲ୍ଲାପାଳଙ୍କ ନିକଟରେ ଗିରିଙ୍ଗାପୁଟ ଗ୍ରାମର ୫୦ ରୁ ଉର୍ଦ୍ଧ ପୁରୁଷ ଓ ମହିଳାମାନେ ଅଭିଯୋଗ ଜଣାଇଛନ୍ତି । । ଗିରିଙ୍ଗାପୁଟ ଗାଁର କିଛି ଗରିବଲୋକ ସରକାରୀଜାଗାରେ ଦୀର୍ଘ ଦିନଧରି ବାସକରି ଆସୁଛନ୍ତି । ସେମାଙ୍କୁ ଏବେ ଉଛେଦ କରାଯିବା ଘଟଣାକୁ ଗ୍ରାମବାସୀମାନେ ବିରୋଧ କରୁଛନ୍ତି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

ପ୍ରେମିକ ସହ ବୋହୁ ଫେରାର

ଭୁବନେଶ୍ବର,୧୫/୧୨(ଏସଏସ ନିଉଜ)ଶ୍ବଶୁରକୁ ତାଲା ପକାଇ ପ୍ରେମିକ ସହ ଫେରାର ହୋଇଗଲା ବୋହୂ। ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଫେରାର ହୋଇଗଲା ବୋହୂ। ଭୁବନେଶ୍ବର ଗଙ୍ଗନଗର ଅଞ୍ଚଳର ଏହି ଘଟଣା ଘଟିଛି। ଏୟାର ଫିଲ୍ଡ ଥାନାରେ ଅଭିଯୋଗ କରିଛନ୍ତି ସ୍ବାମୀ ପ୍ରଦୀପ ନାୟକ।ଗତ ଫେବୃଆରୀ ୧୧ରେ ପ୍ରଦୀପ ନାୟକ ବିବାହ କରିଥିଲେ ।

ରାଜଧାନୀରେ ମହିଳାଙ୍କୁ ଗଣଦୁଷ୍କର୍ମ !

ଭୁବନେଶ୍ୱର,୧୪/୧୨(ଏସଏସ ନିଉଜ)ରାଜଧାନୀରେ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବାର ଅଭିଯୋଗ ଆସିଛି।ଜନ୍ମଦିନ ପାର୍ଟିରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି।ସ୍ବାମୀ ନଥିବା ବେଳେ ଗଣଦୁଷ୍କର୍ମ କରିଥିଲେ ୩ ଅଭିଯୁକ୍ତ। ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ମଞ୍ଚେଶ୍ବର ଥାନା ପୋଲିସ।ପୋଲିସ ସାମ୍ନାରେ ଦୋଷ ସ୍ବୀକାର କଲେ ଅଭିଯୁକ୍ତି ।

୧୧ଗ୍ରାମ ବ୍ରାଉନସୁଗାର ସହ ଜଣେ ଗିରଫ

ବାରଙ୍ଗ,୧୩/୧୨(ଏସଏସନିଉଜ)ନନ୍ଦନକାନନଥାନା ପୋଲିସ ସୋମବାରରାତିରେ ରଘୁନାଥପୁରଗାଁମୁଣ୍ଡ ଏକ ଆପାର୍ଟମେଣ୍ଟନିକଟରେ ଥିବା କେକଦୋକାନ ପାଖରୁ ୧୧ଗ୍ରାମବ୍ରାଉନାଉଗାର ସହ ବିକ୍ରେତାକୁ ଗିରଫ କରିଛି।ଗିରଫ ଯୁବକ ହେଲେ ଚନ୍ଦ୍ରଶେଖରପୁର ଥାନା ଅଧିନସ୍ଥ ପଟିଆ ଦୋଳମଣ୍ଡପସାହିର ଇନ୍ଦ୍ରଜିତ ସାହୁ । ପ୍ରକାସ ଯେ, ଥାନାଅଧିକାରୀ ବିଶ୍ୱରଞନନାୟଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଟିମ୍ ନନ୍ଦନକାନନଥାନା ଅନ୍ତର୍ଗତ ଜେଡ-୧ ଆପାର୍ଟମେଣ୍ଟ ସାମ୍ନାରେ ଥିବା ମାଇମୋରେ ବେକେରି ଦୋକାନ ନିକଟରେ ଚଢଉ କରିବା ସହିତ ସାଧାରଣଲୋକଙ୍କୁ ବିକ୍ରି ନିମନ୍ତେ ବେଆଇନଭାବରେ ବ୍ରାଉନସୁଗାରପାଖରେ ରଖିଥିବା ଅଭିଯୋଗରେ ଇନ୍ଦ୍ରଜିତ ସାହୁଙ୍କୁ ଗିରଫ […]

ଇଞ୍ଚେ ବି କେହି ନେଇପାରିବେନି

ଭୁବନେଶ୍ୱର,୧୩/୧୨(ଏସ ଏସ ନିଉଜ)ଚୀନ ସେନାଙ୍କ ଅନୁପ୍ରବେଶ ଉଦ୍ୟମ ପ୍ରସଙ୍ଗରେ ସଂସଦ ବାହାରେ ପ୍ରତିକ୍ରିୟା ରଖିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହା ।କଂଗ୍ରେସ ଶାସନ ସମୟରେ ହିଁ ଚୀନ ଭାରତୀୟ ଅଞ୍ଚଳକୁ ମାଡ଼ି ବସିଥିଲା। ମୋଦି ସରକାରରେ କେହି ଗୋଟିଏ ଇଞ୍ଚ ବି ନେଇପାରିବେ ନାହିଁ ବୋଲି କହିଛନ୍ତି।

କୁହୁଡ଼ି ଯୋଗୁ ଦୁର୍ଘଟଣା

ଭୁବନେଶ୍ୱର,୧୩/୧୨(ଏସଏସନିଉଜ) କଟକ ଓ ଭୁବନେଶ୍ୱରରେ ଘନ କୁହୁଡ଼ିର ଆସ୍ତରଣ ଯୋଗୁଁ ୫୦ ମିଟର ଦୂରକୁ ଦେଖି ହେଉନଥିଲା ।ଯାହାଫଳରେ ଯାତାୟାତ ପାଇଁ ଗାଡ଼ି ଚଳାଚଳରେ ଅସୁବିଧାସୃଷ୍ଟି ହୋଇଥିଲା ।ଘନକୁହୁଡିଯୋଗୁଁ ଜଗତସିଂହପୁର ତିର୍ତ୍ତୋଲ ଓଳଗଦାରେ ଦୁର୍ଘଟଣା ମଧ୍ୟ ଘଟିଛି । ବିଲ ଭିତରକୁ ମାଡିଯିବା ପରେ ଓଲଟି ପଡ଼ିଛି ବୋଲେରୋ। ଦୁର୍ଘଟଣାରେ ୧୨ଜଣ ଆହତ ହୋଇଥିବାବେଳେ , ୨ଜଣ ଶିଶୁ ଗୁରୁତର ଆହତ ହୋଇନ୍ତିାଉପକୂଳଓଡ଼ିଶାରେ ଅନୁଭୂତ ହୋଇଛି ଘନକୁହୁଡି ବିଭିନ୍ନ ସ୍ଥାନରେ ଦୃଶ୍ୟମାନଦୂରତା ୧୦୦ମିଟରତଳେ ରହିଛି । ଘନକୁହୁଡ଼ି […]

ସୀମା ବିବାଦ

ଭୁବନେଶ୍ୱର,୧୩/୧୨(ଏସଏସନିଉଜ) ସୀମା ବିବାଦ ଯୋଗୁ ବୈଠକ ଡାକିଲେ ରାଜନାଥ ।ଅରୁଣାଚଳ ତଓ୍ୱାଙ୍ଗରେ ଭାରତ-ଚୀନ୍ ସେନା ମୁହାଁମୁହିଁ ପରେ ଜରୁରୀକାଳୀନ ବୈଠକ ଡାକିଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି ବୈଠକରେ ଉପସ୍ଥିତ ରହିବେ ବୈଦେଶିକ ମନ୍ତ୍ରୀ, ସିଡିଏସ୍ ଓ ୩ ସେନାର ମୁଖ୍ୟ ।ସିଡିଏସ୍ ଜେନେରାଲ ଅନୀଲ ଚୌହ୍ୱାନ୍ ସାମିଲ ହେବେ । ବୈଦେଶିକ ମନ୍ତ୍ରୀ ଓ ସଚିବ ଉପସ୍ଥିତ ରହିବେ । ଡିସେମ୍ବର ୯ରେ ଉଭୟ ପକ୍ଷର ସୈନିକ ଧସ୍ତାଧସ୍ତି ହୋଇଥିଲେ ।

ଶପଥ ନେଲେ ବର୍ଷା

ଭୁବନେଶ୍ୱର,୧୨/୧୨(ଏସଏସ ନିଉଜ)ବିଧାୟିକା ଭାବେ ଶପଥ ନେଲେ ବର୍ଷା ସିଂ ବରିହା।ବର୍ଷାଙ୍କୁ ଶପଥ ପାଠ କରାଇଲେ ବାଚସ୍ପତି ବିକ୍ରମ ଆରୁଖ।ଗତ ୮ରେ ପଦ୍ମପୁର ଉପନିର୍ବାଚନରେ ବିଜୟୀ ହୋଇଥିଲେ ବର୍ଷା।

ପୋଡ଼ିଗଲା ଛାତ୍ରୀନିବାସ

କୋଇଡା,୧୨/୧୨(ଏସଏସ ନିଉଜ) ଆଦିବାସୀ ଛାତ୍ରୀ ନିବାସରେ ଅଗ୍ନିକାଣ୍ଡ ଘଟିଛି। ୨ ଶହ ଅନ୍ତେବାସୀ ରହୁଥିବା ଛାତ୍ରୀ ନିବାସରେ ନିଆଁ ଲାଗିଛି । ପିଲାଙ୍କ ବହି, ଖାତା ଓ ଆସବାସପତ୍ର ହୁତୁହୁତୁ ହୋଇ ଜଳୁଛି । କେଉଁ ପରିସ୍ଥିତିରେ ନିଆଁ ଲାଗିଲା ସ୍ପଷ୍ଟ ହୋଇନ ଥିବାବେଳେ ଅନ୍ତେବାସୀ ସୁରକ୍ଷିତ ଥିବାର ଜଣାପଡିଛି ।

ମୋବସ୍ ରୁ୪୨ହଜାରଟଙ୍କା ଲୁଟ୍

ଭୁବନେଶ୍ୱର,୧୨/୧୨(ଏସଏସ ନିଉଜ)ମୋବସ୍ ରୁ ୪୨ ହଜାର ଟଙ୍କା ଲୁଟ୍ ଅଭିଯୋଗ ହୋଇଛି।ବାଣୀବିହାରରୁ ବରମୁଣ୍ଡା ଯିବା ବେଳେ ଲୁଟର ଶିକାର ହୋଇଛନ୍ତି ଦମ୍ପତି। ଲୁଟ୍ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ଦମ୍ପତି।