Browsing category

ମହାନଗର

ତମାଣ୍ଡୋ କପ୍ ଫୁଟବଲ- ଗଣ୍ଡରପୁର ୟୁନାଇଟେଡ ବିଜୟୀ

ମେଣ୍ଢାଶାଳ ୧୭ା୧୨ଏସଏସନିଉଜ) ତମାଣ୍ଡୋ ମିନିଷ୍ଟାଡିୟମରେ ଖେଳାଯାଉଥିବା ରାଜ୍ୟସ୍ତରୀୟ ୨୭ତମ ତମାଣ୍ଡୋ କପ ଫୁଟବଲ ଟୁର୍ଣ୍ଣାମେଟଂର ୨ୟ ଦିନର ଖେଳରେ ଗଣ୍ଡରପୁରୁର ୟୁନାଇଟେଡ ୟୁଥ ସ୍ପୋର୍ଟ କ୍ଲବ ବିଜୟୀ ହୋଇଛି । ଏହି ବିଜୟସହ ଦଳ ଟୁର୍ଣ୍ଣାମେଟଂର କ୍ୱାର୍ଟରରେ ପ୍ରବେଶ କରିଛି । ଦଳ ୫-୦ ଗୋଲ ବ୍ୟବଧାନରେ ବୃହତ ବିଜୟ ହାସଲ କରିଛି । ଆଜି ଗଣ୍ଡରପୁରର ୟୁନାଇଟେଡ ଦଳ ଓ ଖୋର୍ଦ୍ଧାର ଡାଇମଣ୍ଡ କ୍ଲବ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏଥିରେ ଗଣ୍ଡରପୁର ଦଳର ଅଭିଶେଖ […]

ଚୋରି କରିବାକୁ ଆସି ଦୋକାନୀ ହାତରେ ଧରାପଡିଲା ଚୋର

ବାରଙ୍ଗ,୧୭/୧୨(ଏସଏସନିଉଜ)ଚନ୍ଦକା ଥାନା ଅଧିନସ୍ତ କାଟେଣି ଛକରେ ଥିବା ଏକ ଭେରାଇଟ ଦୋକାନରୁ ଗୁରୁବାର ରାତିରେ ଚୋରି କରିବାକୁ ଉଦ୍ୟମ କରି ଦୋକାନିମାନଙ୍କ ହାତରେ ଚୋର ଧରାପଡିଛି।ଗତ କିଛି ମାସ ଧରି କାଟେଣି ଛକରେ ଥିବା ଦୋକାନ ଗୁଡିକରୁ ଚୋରି ହେଉଥିବାରୁ ବ୍ୟବସାୟୀମାନଙ୍କ ପାଇଁ ଚିନ୍ତା ବଢି ଯାଇଥିଲା।ଯାହାଫଳରେ ପୋଲିସ ଉପରୁ ଭରସା ଉଠାଇଦେଇ ବ୍ୟବସାୟୀମାନେ ରାତିରେ ଦୋକାନ ଜଗିବା ଆରମ୍ଭ କରିଥିଲେ। ପ୍ରକାଶ ଯେ, ଚନ୍ଦକା ଥାନା ଅନ୍ତର୍ଗତ କାଟେଣି ଛକରେ ଥିବା ଅନେକ ଗୁଡିଏ ଦୋକାନରୁ […]

ଟୁରିଷ୍ଟଙ୍କ ମନିପର୍ସରୁ ଟଙ୍କା ଚୋରି କରି ଧରାପଡିଲେ ଯୁବକ

ବାରଙ୍ଗ,୧୭/୧୨(ଏସଏସନିଉଜ) ନନ୍ଦନକାନନ ବସଷ୍ଟାଣ୍ଡରେ ଥିବା ଏକ ଟୁରିଷ୍ଟ ବସରୁ ଥୁଆ ହୋଇଥିବା ମନିପର୍ସରୁ ସାଢେ୪ହାଜରେ ଟଙ୍କା ଚୋରି କରି ନେଇଯାଇଥିବା ଚୋରକୁ ପୋଲିସ ଧରିବାରେ ସକ୍ଷମ ହୋଇଛି।ଧରାପଡିଥିବା ଚୋର ହେଉଛି ନନ୍ଦନଜାନନ ବସଷ୍ଟାଣ୍ଡ ପଛପଟ ଟାଙ୍ଗିବସ୍ତିରେ ରହୁଥିବା ଖୋରଧା ଗୋଳବାଇ ଗ୍ରାମରଜୟକୃଷ୍ଣ ସାମନ୍ତରାୟ ଓରଫ ଦୁଖା ।ପୋଲିସ ୨୦୨/ ୨୨କେଶନମ୍ବର ରେ ଏକ ମକଦମା ରୁଜୁ କରି ଦୁଖାକୁ ଶନିବାରଦିନ କୋର୍ଟଚାଲଣ କରିଛି। ପ୍ରକାଶ ଯେ,ଶନିବାର ଦିନ ନନ୍ଦନକାନନ ବୁଲିବାକୁ ଆସିଥିବାପର୍ଯ୍ୟଟକ ତାଙ୍କ ଟୁରିଷ୍ଟ ବସକୁ ନନ୍ଦନକାନନ […]

୧୩ରେ ରାଉରକେଲାରେ ବିଶ୍ବକପ ହକି

ଭୁବନେଶ୍ୱର,୬/୧୨(ଏସଏସନିଉଜ)ଜାନୁଆରୀ ୧୩ରେ ରାଉରକେଲାରେ ବିଶ୍ବକପ ହକିର ଉଦଘାଟନୀ ଉତ୍ସବ ହେବ। ୧୧ରେ ବାରବାଟୀ ଷ୍ଟାଡିୟମରେହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ । ପ୍ରତି ପଞ୍ଚାୟତରେ ହକିର ମାହୋଲ ସୃଷ୍ଟି କରିବାକୁ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ବାପଘର ଯାଇଛନ୍ତି ମହାଲକ୍ଷ୍ମୀ!

ପୁରୀ,୧୬/୧୨(ଏସଏସନିଉଜ)ଆଜି ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ ନୀତି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଥିବା ବେଳେ ଏହି ନୀତି ଦୀର୍ଘ ଏକ ମାସ ଧରି ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ। ଏହି ଏକ ମାସ ମା ମହାଲକ୍ଷ୍ମୀ ବାପ ଘରକୁ ଯିବାର ଵିଧି ପରମ୍ପରା ଥିବାରୁ ମାସକ ପର୍ଯ୍ୟନ୍ତ ମାତା ଯଶୋଦା ପହିଲି ଭୋଗରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସକାଳୁ ସକାଳୁ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିଛନ୍ତି!

ଜାନୁଆରୀରେ JEE , ମେରେ ନିଟ୍.

ଭୁବନେଶ୍ୱର,୧୬/୧୨(ଏସଏସନିଉଜ) ୨୦୨୩-୨୪ ଶିକ୍ଷା ବର୍ଷର ପ୍ରମୁଖ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ଘୋଷଣା କାର୍ଯ୍ୟସୂଚୀ ଘୋଷଣା କଲା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ (NTA) ବଜାନୁଆରୀରେJEE ମେନ୍ ସେସନ୍-୧ , ଏପ୍ରିଲରେ JEE ମେନ୍ ସେସନ-୨ବଜାନୁଆରୀ ୨୪ , ୨୫ , ୨୭ , ୨୮ , ୨୯ , ୩୦ ଓ ୩୧ରେ ହେବ ପରୀକ୍ଷା ।ଏପ୍ରିଲ ୬ , ୮ , ୧୦ , ୧୧ ଓ ୧୨ରେ ହେବ JEE ମେନ୍ ସେସନ-୨ ।ଆସନ୍ତା ବର୍ଷ […]

ମହାନଦୀପଠାରେ ବିଦେଶୀ ପକ୍ଷୀ ମଡକ!

ବାରଙ୍ଗ,୧୬/୧୨(ଏସଏସନିଜ) ବାରଙ୍ଗ ବ୍ଲକ୍ ଅନ୍ତର୍ଗତ ମୁଣ୍ଡଳୀ ବ୍ୟାରେଜ ମହାନଦୀପଠାରେ ଶୁକ୍ରବାରଦିନ ବିଦେଶୀପକ୍ଷୀମାନେ ମରିପଡିଥିବାର ଦେଖିବାକୁ ମିଳିଛି ।ଏହି ପକ୍ଷୀମାନେ କିପରି ମଲେ ଓ କାହିଁକି ମଲେ ତାହା ଜଣାପଡିନାହିଁ ।ସ୍ଥାନୀୟ ମତ୍ସ୍ୟଜୀବୀମାନେ ଫେରୁଥିବାବେଳେ ଏକକାଳିନ ୧୪ଟି ହଳଦିଆ ପାଦ ସବୁଜ କପୋତ ମରିପଡିଥିବାର ଦେଖିବାକୁ ପାଇଥିଲେ ।ପରେ ଖବରପାଇ ଡମପଡା ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ଆସି ପହଁଚିଥିଲେ ।କର୍ମଚାରୀମାନେ ମୃତ୍ୟୁର କାରଣ ଜାଣିବାପାଇଁ ପକ୍ଷୀମାନଙ୍କର ମୃତଦେହକୁ ଓୟୁଏଟିକୁ ବ୍ୟବଛେଦପାଇଁ ପଠାଇବା ସହ ମହାନଦୀର ମୁଣ୍ଡଲୀ ବ୍ୟାରେଜ […]

ତମାଣ୍ଡୋକପ ଫୁଟବଲ ଉଦ୍ଘାଟିତ

ମେଣ୍ଡାଶାଳ, ୧୬/୧୨(ଏସଏସନିଉଜ) ରାଜ୍ୟସ୍ତରୀୟ ୨୭ତମ ତମାଣ୍ଡୋ କପ ଫୁଟବଲ ଟୁର୍ଣ୍ଣାମେଟଂ ଉଦଘାଟିତ ହୋଇଯାଇଛି । ଆଜି ଭୁବନେଶ୍ୱରର କିଶୋର କ୍ଲବ ଓ ଜଟଣୀର ଉତ୍କଳ ସ୍ପୋଟିଂ ମଧ୍ୟରେ ଖେଳାଯାଇଥିବା ଉଦଘାଟନୀ ମ୍ୟାଚରେ କିଶୋର କ୍ଲବ ବାଜିମାତ କରିଛି । ଦଳ୨-୦ଗୋଲରେ ଉତ୍କଳ ସ୍ପୋଟିଂକୁ ହରାଇ ପରବର୍ତିପର୍ଯ୍ୟାୟକୁ ଉନ୍ନିତ ହୋଇଛି । ଦଳର ୧୭ନଂ ଜର୍ସୀରେ ଖେଳୁଥିବା ପପୁ ମାଝି ପ୍ରଥମାର୍ଦ୍ଧର୫ମିନିଟ ସମୟରେ ଦଳୀୟ ପାଶରୁ ଗୋଟିଏ ଗୋଲ ଦେଇ ଦଳକୁ ଆଗୁଆ କରିଥିଲେ । ସେହିପରି ପପୁ […]

ଆକାଶରେ ଦେଖାଗଲା ଉଜ୍ଜ୍ୱଳ ଆଲୋକ

ଭୁବନେଶ୍ୱର,୧୫/୧୨(ଏସଏସନିଉଜ) ଆଜି ବାଲେଶ୍ୱରରେ ଥିବା ଅବଦୁଲ କଲାମଦ୍ୱୀପରୁ ମହାଅସ୍ତ୍ର ମିସାଇଲ ଅଗ୍ନି-୫ ପରୀକ୍ଷଣ ହୋଇଛି । ଏହାର ଏକ ଝଲକ ସାରା ଓଡ଼ିଶାରେ ଆଜି ଦୃଶ୍ୟମାନ ହୋଇଥିଲା । ଆକାଶରେ ଏକ ଆଲୋକ ପୁଞ୍ଜ ହେଲିକପ୍ଟର ଭଳି ଶବ୍ଦକରି ଆଜିସନ୍ଧ୍ୟାରେ ଉଡ଼ୁଥିବାର ଦେଖିବାକୁ ମିଳିଥିଲା ।ଉକ୍ତ ଆଲୋକ ପୁଞ୍ଜର ପଛପଟୁ ବାହାରୁଥିବା ଉଜ୍ଜ୍ୱଳ ଆଲୋକ ଚାରିଆଡ଼କୁ ଆଲୋକିତ କରିଦେଇଥିଲା ।ଯାହାଫଳରେ ରାଜ୍ୟତମ।ମ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା । ଏହାକୁ ନେଇ ଲୋକମାନଙ୍କ ମନରେ ନାନା […]

୧୩୨କେଜି ଭାଙ୍ଗ ଜବତ

ବାରଙ୍ଗ,୧୫/୧୨(ଏସଏସନିଉଜ)କଟକ ଅବକାରୀବିଭାଗ ଗୁରୁବାରଦିନ ନରାଜମାର୍ଥାପୁର ଷ୍ଟେସନରୁ ୧୩୨କେଜି ଭାଙ୍ଗ ଜବତ କରିବାସହ ଜଣେ ମହିଳାଙ୍କୁ ଗିରଫ କରିଛନ୍ତି ।ଗିରଫ ମହିଳାହେଲେ ଯାଜପୁରଟାଉନଥାନା ଅଧିନସ୍ଥ ମୁଣ୍ଡମାଳା ଗ୍ରାମର ସଂଜୁବେହେରା ।ଅବକାରୀବିଭାଗ କୈାଣସିସୁତ୍ରରୁ ଖବରପାଇ ନରାଜମାର୍ଥାପୁର ଷ୍ଟେସନ ଉପରେ ଚଢଉ କରି ସଂଜୁଙ୍କଠାରୁ ଦୁଇଟିବ୍ୟାଗ ଓ ଦୁଇଟି ମୁଣିରେ ଭର୍ତି ୧୩୨କେଜି ଭାଙ୍ଗକୁ ଜବତ କରିବାସହ ମହିଳାଙ୍କୁ ଗିରଫକରିଥିଲା । ଏହି ଭାଙ୍ଗ ବିହାରରୁ ଆସିଥିବାର ପଚରାଉଚରାବେଳେ ମହିଳାଜଣଙ୍କ ଅବକାରୀବିଭାଗ ଆଗରେ ମାନିଥିବାବେଳେ ଜବତ ଭାଙ୍ଗର ଆନୁମାନିକ ମୁଲ୍ୟ ୧ଲକ୍ଷ୩୨ହଜାରେ […]