Browsing category

ମହାନଗର

ତହସିଲ ଅଫିସ ଘେରିଲେ ଗ୍ରାମବାସୀ

ବାରଙ୍ଗ, ୧୯/୧୧ (ଏସଏସନିଉଜ) ଶନିବାର ଦିନ ସଦର ଥାନା ଅନ୍ତର୍ଗତ ତଳବାଡ ମୌଜାରେ ଥିବା ଗୋଚର ଜମିକୁ ଜବର ଦଖଲକାରୀଙ୍କ କବଳରୁ ମୁକ୍ତ କରିବା ଦାବିନେଇ ଗ୍ରାମବାସୀମାନେ ବାରଙ୍ଗ ତହସିଲକାର୍ଯ୍ୟାଳୟ କୁ ଘେରିଛନ୍ତି। ସୂଚନା ଅନୁଯାୟୀ ନଗରୀ ଗ୍ରାମପଂଚାୟତର ଦଳବାଡ଼ ଗ୍ରାମ ସମ୍ମୁଖରେ ଥିବା ଗୋଚର ଜମିକୁ ଜବର ଦଖଲକାରୀଙ୍କ କବଳରୁ ମୁକ୍ତ କରିବାକୁ ଗ୍ରାମବାସୀମାନେ ଦାବି କରି ଆସୁଥିଲେ ।କିଛି ପ୍ରଭାଶାଳୀ ବ୍ୟକ୍ତ ଗୋଚର ଜମିକୁ ଜବରଦଖଲ କରି ସେଥିରେ ଯୋରଜବରଦସ୍ତ ରାସ୍ତା ନିର୍ମାଣ କରିଥିଲେ […]

ରାସ୍ତାରେ ଶିକ୍ଷକ ସଂଘ

ବାରଙ୍ଗ, ୧୯/୧୧ (ଏସଏସନିଉଜ) ମିଳିତ ପ୍ରାଥମିକ ମହାସଂଘ ତରଫରୁ ବାରଙ୍ଗ ବ୍ଳକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ତିନିଦଫା ଦାବୀ ସମ୍ବଳିତ ଏକ ଦାବୀପତ୍ର ବାରଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନକରିଛନ୍ତି ।ଶନିବାର ଦିନ ମଧୁବନ ଛକରୁ ମିଳିତ ପ୍ରାଥମିକ ମହାସଂଘର ଶିକ୍ଷକ ଶିକ୍ଷୟିତ୍ରୀମାନେ ଦିନିଦଫା ସମ୍ବଳିତ ଦାବୀକୁ ନେଇ ନାରା ଦେଇ କଟକ ଭୁବନେଶ୍ବରର ମୁଖ୍ୟ ରାସ୍ତାରେ ଶୋଭାଯାତ୍ରାରେ ଯାଇ ତ୍ରିଶୂଳିଆ ଛକ ନିକଟସ୍ଥ ନରଣପୁରସ୍ଥିତ ବାରଙ୍ଗ ମଣ୍ଡଳଶିକ୍ଷାଅଧିକାରୀ କାର୍ଯ୍ୟାଳୟରେ ପହଁଚିଥିଲେ ।୩ଦଫା ଦାବି ମଧ୍ୟରେ […]

ନନ୍ଦନକାନନରେ କାମୁଡୁଛି ମାଙ୍କଡ

ବାରଙ୍ଗ,୧୯/୧୧(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଶନିବାର ଅପରାହ୍ନରେ ବୁଲା ଜଙ୍ଗଲୀ ମାଙ୍କଡ କାମୁଡାରେ ଜଣେ ମହିଳା ବଙ୍ଗୀୟପର‌୍ୟ୍ୟଟକ ଗୁରୁତର ଆହତ ହୋଇଥିବା ଜଣାପଡିଛି।ଆହତ ମହିଳା ଜଣକ ଓ୍ବେଷ୍ଟବେଙ୍ଗଲ ଅଞ୍ଚଳର ମୀନା ଚାଟାର୍ଜୀ (୫୧)।ସେ ପରିବାରଙ୍କ ସହିତ ଆଜି ନନ୍ଦନକାନନ ବୁଲିବାକୁ ଆସିଥିଲେ।ନନ୍ଦନକାନନ ବୁଲିସାରି ଫେରୁଥିବାବେଳେ ନନ୍ଦନକାନନ ମୁଖ୍ୟ ଫାଟକ ନିକଟରେ ଏକ ବୁଲା ପାତିମାଙ୍କଡ ତାଙ୍କ ପାଖକୁ ଦୈାଡିଯାଇଥିଲା।ସେ ପାଟିକରିବାରୁ ମାଙ୍କଡ ତାର ଭ୍ୟାନିଟ ବ୍ୟାଗକୁ ଛଡାଇବାକୁ ଚେଷ୍ଟାକରିଥିଲା।ଏହି ସମୟରେ ପାତି ମାଙ୍କଡ ତାର ପଛପଟ କାନ୍ଦକୁ କାମୁଡି […]

ନନ୍ଦନକାନନରେ ଉଡ଼ନ୍ତା ମୂଷା

ବାରଙ୍ଗ,୧୯/୧୧(ଏସଏସନିଉଜ) ନନ୍ଦନକାନନକୁ ଆସିଛି ଉଡ଼ନ୍ତା ଗୁଣ୍ଡୁଚି ମୂଷା । ଏହି ଉଡନ୍ତା ଗୁଣ୍ଡୁଚିମୂଷାଟି ଖୋର୍ଦ୍ଧା ଅଞ୍ଚଳରୁ ପିପୁଲ ଫର ଅନିମଲର ଜଣେ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର ହୋଇ ଶନିବାର ଦିନ ଚିକିତ୍ସା ପାଇଁ ପ୍ରାଣୀଉଦ୍ୟାନରେ ଛଡାଯାଇଥିବାର ଜଣାପଡିଛି ।ଏହି ବିରଳ ପ୍ରଜାତିର ଉଡ଼ନ୍ତା ମୂଷାଟିର ଡାହାଣ ପଟ ଡେଣାରେ କ୍ଷତ ହୋଇଥିବା ବେଳେ ଆହତ ଅବସ୍ଥାରେ କର୍ମଚାରୀଜଣଙ୍କ ଉଦ୍ଧାର କରିଥିଲେ । ମୂଷାଟିର ହୋଇଥିବା କ୍ଷତକୁ ଡ୍ରେସିଂ କରାଯାଇ ଆଇସିୟୁରେ ରଖାଯାଇଥିବାର ଜଣାପଡିଛି।ନନ୍ଦନକାନନର ଚିକିତ୍ସକ ମାନଙ୍କଦ୍ୱାରା ପ୍ରାଣିଚିକିତ୍ସାଳୟ […]

ମିଳିଲା ବାରହାର ମୃତଦେହ

ମେଣ୍ଢାଶାଳ, ୨୦/୧୧ (ଏସଏସନିଉଜ) ଯାମୁଝରସ୍ଥିତ ବିଜୁପଟ୍ଟନାୟକ ମୁକ୍ତାକାଶ କାରଶ୍ରମ ପରିସର ରେ ଏକ ଦନ୍ତା ବାରାହାର ପଚା ଶବ ପଡିଥିବା ଦେଖାଯାଇଥିଲା । ଶୁକ୍ରବାରଦିନ କିଛି ଅନ୍ତେବାସୀ ଦେଖିବାପରେ ଜେଲରଙ୍କ ଦୃଷ୍ଟିକୁ ଆଣିଥିଲେ। ଜେଲ ତରଫରୁ ବନବିଭାଗକୁ ଖବର ଦିଆଯିବାପରେ ଶନିବାର ସକାଳେ ହଳଦିଆ ରେଞ୍ଜର କର୍ମଚାରୀମାନେ ଆସି ଘଟଣାସ୍ଥଳରେ ପହଁଚିଥିଲେ ।ଏହାପରେ ବନବିଭାଗ କର୍ମଚାରୀମାନେ ମେଡିକାଲ ଅଫିସରଙ୍କୁ ନେଇ ଘଟଣା ସ୍ଥଳରେ ମୃତବାରାହାର ଶବ ବ୍ୟବଚ୍ଛେଦ କରିବାପରେ ଜେଲ ଭିତରେ ପୋତି ଦେଇଛନ୍ତି। ବାରାହାଟି ଜଙ୍ଗଲରୁ […]

ଚାଲିଗଲା ଚନ୍ଦନବୋଡାର ଜୀବନ

ବାରଙ୍ଗ,୧୯/୧୧(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନର ସରୀସ୍ବପ ଉଦ୍ୟାନର ୪୪ନମ୍ବର(ଗ) ଖୁଆଡରେ ରହୁଥିବା ଏକ ୬ବର୍ଷର ଚନ୍ଦନବୋଡା ସାପ ଗତକାଲି ସନ୍ଦ୍ୟାରେ ମୃତ୍ୟୁ ଘଟିଛି।ମୃତ ସାପ କିଛିଦିନ ହେବ ଅସୁସ୍ଥ ଥିଲା।ନନ୍ଦନକାନନ ବନ୍ୟପ୍ରାଣୀ ଚିକିତ୍ସକମାନେ ତାର ଚିକିତ୍ସା କରୁଥିଲେ।ତେବେ ଏହି ସାପଟିକୁ ପ୍ରାଣୀଉଦ୍ୟାନ ପରିସର ମଧ୍ୟରୁ ଉଦ୍ଧାର କରାଯାଇଥିଲା।ତାର ମୃତ୍ୟୁ ପରେ ଏହି ପ୍ରଜାତିର ଚନ୍ଦନବୋଡା ୨କୁ ହ୍ରାସପାଇଛି।ସେମାନଙ୍କ ମଧ୍ୟରୁ ଗୋଟିଏ ମାଈ ଗୋଟିଏ ଅଣ୍ଡିରା ରହିଲେ।ସାଧାରଣତଃ ଏହି ପ୍ରଜାତିର ସାପ ଭାରତର ସବୁ ସ୍ଥାନରେ ଦେଖାଯାଆନ୍ତି।ବିଶେଷକରି ଦକ୍ଷିଣ-ପୂର୍ବ-ଏସିଆରେ ବହୁଳ […]

ପଦ୍ମପୁରରେ କଟିଲେ୨

ଭୁବନେଶ୍ୱର,୧୮/୧୧(ଏସଏସ ନିଉଜ)ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଯାଞ୍ଚ ପରେ ୨ ଜଣ କଟିଲେ।ନାମାଙ୍କନ କରିଥିବା ୧୩ ଜଣଙ୍କ ମଧ୍ୟରୁ କଟିଲେ ୨ ସ୍ୱାଧୀନ ପ୍ରାର୍ଥୀ।୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସମେତ ୧୧ ପ୍ରାର୍ଥୀଙ୍କ ନାମାଙ୍କନ କାଏମ ରହିଥିବାର ଜଣାପଡିଛି।

ବଙ୍ଗୋପସାଗରରେ ଲଘୁଚାପ!

ଭୁବନେଶ୍ୱର,୧୮/୧୧(ଏସଏସ ନିଉଜ)୧୯ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଅବପାତର ରୂପ ନେବାର ସମ୍ଭାବନା ରହିଛି ।ଆଗାମୀ ୩ ଦିନରେ ଲଘୁଚାପ ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡକୁ ମୁହାଁଇବ ବୋଲି ଆକଳନ କରାଯାଇଛି।ଏହାର ପ୍ରଭାବରେ ୨୧ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ ।

ଉଦ୍‌ଯାପିତ ହେଲା କଟକର ଐତିହାସିକ ବାଲିଯାତ୍ରା

କଟକ,୧୭/୧୧(ଏସଏସ ନିଉଜ)ବାଲିଯାତ୍ରାର ଶେଷ ରାତ୍ରୀରେ ବି ପ୍ରବଳ ଭିଡ।କଟକର ତଳ ଓ ଉପର ବାଲିଯାତ୍ରା ପଡିଆରେ ପଡିଥିବା ୪୨୦ଟି ଷ୍ଟଲରେ ହୋଇଛି ଜବରଦସ୍ତ ବେପାର । ୧୦ ଦିନରେ ପାଖାପାଖି ୨ ଶହ କୋଟିର ହୋଇଛି ବିଜନେସ୍ । ବେପାର ଓ ଗହଳିରେ ବାଲିଯାତ୍ରାର ରେକର୍ଡ଼ ସୃଷ୍ଟି ହୋଇଛି । ଆକର୍ଷଣୀୟ ଲେଜର ସୋ ତାସାଙ୍ଗକୁବଲିଉଡ ଓ ଓଲିଉଡ୍ କଳାକାରଙ୍କୁ ନେଇ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ବି ସାଜିଥିଲା ବାଲିଯାତ୍ରାର ଆକର୍ଷଣ । ଏଥର ବାଲିଯାତ୍ରାକୁ ପ୍ଲାଷ୍ଟିକ […]

ନିମନ୍ତ୍ରଣ ରହିଲା ସାର୍

ଭୁବନେଶ୍ୱର,୧୭/୧୧(ଏସଏସ ନିଉଜ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିବାହର ନିମନ୍ତ୍ରଣପତ୍ର ଦେଲେ ଯୁବ ବୈଜ୍ଞାନିକ ଶେଷ କିଷାନ। କୋର୍ଟମ୍ୟାରେଜ ପରେ ଆନୁଷ୍ଠନିକଭାବେ ବିବାହ କରିବାକୁ ଯାଉଛନ୍ତି ଶେଷ। ବିବାହ ଉତ୍ସବରେ ଯୋଗ ଦେବା ପାଇଁ ନବୀନଙ୍କୁ କଲେ ନିମନ୍ତ୍ରଣ ।