ନନ୍ଦନକାନନକୁ ଆସିଲା ଝାରସୁଗଡାରୁ ହିମାଳୟଶାଗୁଣା

ବାରଙ୍ଗ ୯/୧୨(ଡିଏନଏ) ଝାରସୁଗଡା ଡିଭିଜନ୍ ବେଲପାହାର ରେଞରୁ ଉଦ୍ଧାର ହୋଇଥିବା ହିମାଳୟ ଶାଗୁଣା ଶୁକ୍ରବାର ରାତିରେ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଆସିଛି।ଶାଗୁଣାଟିର ଲିଙ୍ଗଚିହ୍ନଟ ହୋଇନଥିବାବେଳେ ଦୁଇ ବର୍ଷ ବୟସର ହେବ ବୋଲି ଜଣାପଡିଛି।ଏହି ବିରଳ ପ୍ରଜାତିର ଶାଗୁଣାର ରଙ୍ଗ ଧଳା ହୋଇଥିବାବେଳେ ହିମାଳୟ ଓ ମଧ୍ୟଏସିଆ ପାର୍ବତ୍ୟ ଅଞ୍ଚଳରେ ଏମାନେ ବହୁଳ ଭାବରେ ଦେଖାଯାଆନ୍ତି।ଉଦ୍ଧାର ଶାଗୁଣାକୁ କର୍ତ୍ତୁପକ୍ଷ ବନ୍ୟପ୍ରାଣୀ ଚିକିତ୍ସାଳୟରେ ତାର ଚିକିତ୍ସକଙ୍କ ଦ୍ବାରା ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କଲାପରେ ବନ୍ୟପ୍ରାଣୀ ଚିକିତ୍ସାଳୟର କ୍ବାରେଣ୍ଟାଇନର ପୃଥକୀକରଣ ଖୁଆଡରେ ଚିକିତ୍ସକଙ୍କ ନଜର ବନ୍ଦିରେ ରଖାଯାଇଛି।ଏହି ଶାଗୁଣା ଆସିବା ପରେ ସେମାନଙ୍କ ସଂଖ୍ୟା ୫କୁ ବୃଦ୍ଧିପାଇଛି।

Comments (0)
Add Comment