Browsing category

ମହାନଗର

ଏମଟେକଛାତ୍ର ନିଖୋଜ

ବାରଙ୍ଗ,୮/୧୨(ଏସଏସନିଉଜ) ଚନ୍ଦକାଥାନା ଅଧୀନ ଏକଘରୋଇଇଞ୍ଜିନିୟରିଙ୍ଗ କଲେଜର ଶେଷବର୍ଷର ଏମଟେକ ଛାତ୍ର ନିଖୋଜ ହୋଇଥିବାର ଚନ୍ଦକାଥାନାରେ ପରିବାର ତରଫରୁ ଗୁରୁବାରଦିନ ଅଭିଯୋଗ ହୋଇଛି । ପ୍ରକାସଯେ, ବଡ଼ବିଲ ଅଞ୍ଚଳର ତାରାଖେଣ୍ଡରା ଗ୍ରାମର ପରମେ ଶ୍ୱର ନାୟକ କରିଥିବା ଅଭିଯୋଗ ଅନୁଯାୟୀ ତାଙ୍କ ପୁଅ ସୁମନନାୟକ(୨୫) ଚନ୍ଦକାଥାନା ଅର୍ନ୍ତଗତ କୁଜିମହଲଗାଁପାଖରେ ଥିବା ଏକ ଘରୋଇ ଇଞିନିୟରକଲେଜରେ ଏମଟେକର ଶେଷବର୍ଷର ଛାତ୍ର ଥିଲା ।ସିଏ ୫/୭ଜଣସାଙ୍ଗଙ୍କସହ କଲେଜ ପାଖରେ ଥିବା ଆପାର୍ଟମେଂଟର ସାଙ୍ଗହୋଇରହୁଥିଲେ ।ଗତ୬ତାରିଖ ଦିନ ସକାଳ ୧୦ଟାରେ ରୁମରେ ମୋବାଇଲଫୋନ […]

ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ

ବାରଙ୍ଗ,୮/୧୨(ଏସଏସନିଉଜ)ଗଣ୍ଡରପୁର ମିନିଷ୍ଟାଡିୟମରେ ଚାଲିଥିବା ୨୦ତମ ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଗୁରୁବାର ଥିଲା ପଞ୍ଚମ ଦିବସ।ଆଜି ଗ୍ରାମାଞ୍ଚଳରୁ ୨ଟି ଓ ସହରାଞ୍ଚଳରୁ ଗୋଟିଏ ମ୍ୟାଚ୍ ହୋଇଥିଲା।ସହରାରାଞ୍ଚଳ ବର୍ଗର ବରଗଡ ୟୁନାଇଟେଡ ସହ କେମରୁନ ଇଲେଭେନ ମଧ୍ୟରେ ଖେଳ ହୋଇଥିଲା।ଏଥରେ ଉଭୟ ଦଳ ପ୍ରଥମ ଓ ଦ୍ବିତୀୟାର୍ଦରେ ଗୋଟିଏ ଲେଖାଏଁ ଗୋଲ ଦେଇଥିବାରୁ ମ୍ୟାଚ୍ ଡ୍ର ହେବାରୁ ଟ୍ରାଇବ୍ରେକର ପଦ୍ଧତିର ସହାୟତା ନିଆଯାଇଥିଲା।ଏଥିରେ ବରଗଡ ୟୁନାଇଟେଡ ୫-୪ ଗୋଲରେ ବିଜୟୀ ହୋଇ ସେମିଫାଇନାଲକୁ ପ୍ରବେଶ କରିଛି। ସେହିପରି […]

ଜମି ପାଇଁ ଟଙ୍କାନେଇ ଦେଲାନାହିଁ

ବାରଙ୍ଗ,୮/୧୨(ଏସଏସନିଉଜ)ଜମିଦେବାନାମରେ୧୦ଲକ୍ଷଟଙ୍କାନେଇ ଜମିପଞିକରଣ କରାଇ ବାକୁ ସମୟଗଡାଇବା ଓ ନେଇଥିବା ଟଙ୍କା ଫେରାଇବାକୁ କହି ହତ୍ୟାଧମକଦେବା ଅଭିଯୋଗରେ ଚନ୍ଦକାଥାନାପୋଲିସ ଫେରାରଥିବା ଜଣଙ୍କୁ ଗିରଫ କରି ଗୁରୁବାରଦିନ କୋର୍ଟଚାଳଣ କରିଛି । ପ୍ରକାସଯେ,ଜନାର୍ଦନ ସାହୁ ନାମକ ବ୍ୟକ୍ତି ଅନ୍ଧାରୁଆ ଗାଁପାଖରେ ଏକ କାରାଖାନାକରିବାପାଇଁ ଜମିକିଣିବା ନିମନ୍ତେ ଅନ୍ଧାରୁଆଗାଁର ପ୍ରମୋଦକୁମାର ମାନ୍ଧାତା ନାମକ ବ୍ୟକ୍ତିଙ୍କ ସହ କଥାବାର୍ତା ହୋଇଥିଲେ ।ପରେ ନେବାକୁଥିବା ଜମି ଦେଖିବାସହ କାଗଜପତ୍ର ଯାଂଚ କରି ଅଗ୍ରିମ ଆକାରରେ ୧୦ଲକ୍ଷ୫୦ହଜାରେ ଟଙ୍କା ଦେଇଥିଲେ ।ପରବର୍ତିିସମୟରେ ଜମି ପଞ୍ଜିକରଣ କରିବାକୁ […]

ଗୋଠପାଟଣାଠାରେ କାର୍ଯ୍ୟକ୍ଷମହେବ ପୋଲିସ ସହାୟତାକେନ୍ଦ୍ର

ମେଣ୍ଢାଶାଳ,୮/୧୨(ଏସଏସନିଉଜ)ଚନ୍ଦକାଥାନା ଅଧିନସ୍ଥ ଗୋଠପାଟଣାଠାରେ ଏକ ନୁତନ ପୋଲିସ ସହାୟତା କେନ୍ଦ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ।କମିସିନେରେଟ ପୋଲିସ ପକ୍ଷରୁ କରାଯାଉଥିବା ଏହି ପଦକ୍ଷପ ଫଳରେ ଅପରାଧନିୟନ୍ତ୍ରଣରେ ସହାୟକ ହୋଇପାରିବ ବୋଲି ଜଣାପଡିଛି ।ତେବେ ଆସନ୍ତାକାଲି ଏହାକୁ ପୋଲିସ କମିସନରଙ୍କ ହାତରେ ଉଦଘାଟନ କରାଯିବାନେଇ ଜଣାପଡିଥିବାବେଳେ ବାକି ରହିଯାଇଥିବା କାମକୁ ସାରିବାକୁ ଯୋରଦାର ଉଦ୍ୟମ ଆରମ୍ଭ ହୋଇଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

ଦୁଇ ଗୋରୁବୋଝେଇ ଗାଡି ମଧ୍ୟରେ ଧକ୍କା

ବାରଙ୍ଗ,୭/୧୨(ଏସଏସନିଉଜ)ବୁଧବାର ବଢିଭୋରସମୟରେ ସାନମୁଣ୍ଡଳିଗାଁପାଖରେ ଦୁଇଟି ଗୋରୁବୋଝେଇ ଗାଡିଧକ୍କା ହେବାଫଳରେ ଏହିରାସ୍ତାରେ ଗୋଡିସାହିଫଣ୍ଡିଦେଇ ଗୋରୁଚୋରାଚାଳଣ ହେଉଥିବାର ଜଣାପଡିଛି ।ବୁଧବାରବଢିଭୋରସମୟରେ ଓଆର୦୫-ଏଜେଡ୍‌-୫୭୬୧ନଂ ପିକ୍‌ଅପ୍‌ଭ୍ୟାନ ଓ ଓଆର୦୫-ଏଏମ-୪୫୫୬ନଂ ପିକଅପ୍‌ଭ୍ୟାନରେ ୪ଟି ଗୋରୁକୁ ନେଇ ଆଠଗଡପଟରୁ କଟକଆଡକୁ ଆସୁଥିଲେ ।ଦୁଇଟି ଗାଡିଆଗପଛ ହୋଇଆସୁଥିବାବେଳେ ଦୁହିଁଙ୍କ ମଧ୍ୟରେ ସାନମୁଣ୍ଡଳିଗାଁ ପାଖରେ ଧକ୍କାହୋଇଥିଲା ।ଏହାକୁ ନେଇ ଉଭୟଗାଡିଚାଳକଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଯାଇଥିବାବେଳେ ସ୍ଥାନୀୟଲୋକମାନେ ପହଁଚିଯାଇଥିଲେ ।ଏହାକୁଦେଖି ଉଭୟଚାଳକ ଗାଡିଛାଡି ଦୌଡିପଳାଯାଇଥିଲେ ।ସ୍ଥାନୀୟଲୋକମାନେ ଦୁର୍ଘଟଣାଘଟାଇଥିବା ଗାଡିରୁ ଦୁଇଟି ଗୋରୁକୁ ଫିଟାଇଦେଇଥିବାବେଳେ ଅନ୍ୟଏକ ଗାଡିରେ ଥିବା ଗୋରୁଦୁଇଟି […]

ସାବାସ! କି ଦାୟିତ୍ୱ

ବାରଙ୍ଗ,୭/୧୨(ଏସଏସନଉଜ)ବିବାଦର ପିଛା ନନ୍ଦନକାନନକୁ ଛାଡୁନଥିବାବେଳେ ଏବେ ପୁଣି ଏକ ନୁଆ ବିବାଦରେ ଛନ୍ଦି ହୋଇଯାଇଛି ନନ୍ଦନକାନନ ।ବୁଧବାରଦିନ ଲାଳନପାଳନକେନ୍ଦ୍ରରେ ରହି ବଢୁଥିବା ସିଂହିଛୁଆ ବର୍ଷା ପାଇଁ ଜନ୍ତୁବିଭାଗର ଚିନ୍ତାବଢିଯାଇଛି ।ଲାଳନପାଳନକେନ୍ଦ୍ରର ଦାୟିତ୍ୱରେ ଥିବା କର୍ମଚାରୀର ଦାୟିତ୍ୱହିନତା ଓ ଜନ୍ତୁବିଭାଗର ଖାମଖିଆଲ ନିତୀ ଯୋଗୁ ବଗିଚାରେ ଖେଳୁଥିବାବେଳେ ପାଚେରୀ ଡେଇଁ ପଳାଯାଇଥିବା ବର୍ଷାକୁ ୪୫ମିନଟ ପରେ ଉଦ୍ଧାର କରାଯାଇଛି । ପ୍ରକାସ ଯେ,ଡାକ୍ତରଖାନାପଛପଟେ ରହିଛି ଲାଳନପାଳନକେନ୍ଦ୍ର ।ଜଣେ ଅସ୍ଥାୟୀକର୍ମଚାରୀ ହାତକୁ ଟେକିଦେଇ ଜନ୍ତୁବିଭାଗ ଠିକାଦାରୀକାମରେ ଲାଗିପଡିଛି ।ଏହି କର୍ମଚାରୀ […]

ସର୍ବଭାରତୀୟ ଗଣ୍ଡରପୁରକପ୍ ଫୁଟବଲଟୁର୍ଣ୍ଣାମେଣ୍ଟ

  ବାରଙ୍ଗ,୬/୧୨(ଏସଏସନିଉଜ) ଗଣ୍ଡରପୁର ୟୁନାଇଟେଡ ୟୁଥ୍ ସ୍ପୋର୍ଡସ କ୍ଲବ ଆନୁକୂଲ୍ୟରେ ଗଣ୍ଡରପୁର ଗ୍ରାମ ପାଖ ବିଜୁପଟ୍ଟନାୟକ ମିନିଷ୍ଟାଡିୟମ ରେ ଚାଲିଥିବା ୨୦ତମ ଆମନ୍ତଣୀୟ ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ମଙ୍ଗଳବାର ଥିଲା ତୃତୀୟ ଦିବସ।୩ଟି ପର୍ୟ୍ୟାୟ ରେ ଏହି ଟୁର୍ଣ୍ଣାମେଣ୍ଟ ଖେଳା ଯାଉଛି।ଉଚ୍ଚଶିକ୍ଷା ମନ୍ତ୍ରୀ ଇଂ ରୋହିତ ପୂଜାରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟିତ କରିଥିଲେ।ମଙ୍ଗଳବାର ଗ୍ରାମାଞ୍ଚଳ ବର୍ଗରେ ଦୁଇଟି ଓ ସହରାଞ୍ଚଳରୁ ଗୋଟିଏ ମ୍ୟାଚ୍ ଖେଳା ଯାଇଥିଲା।ଗ୍ରାମାଞ୍ଚଳ ବର୍ଗରେ ପ୍ରଥମ ମ୍ୟାଚ୍ ଗୋଠପୁର […]

ନନ୍ଦନକାନନରେ ଜଙ୍ଗଲମନ୍ତ୍ରୀ

ବାରଙ୍ଗ,୬/୧୨(ଏସଏସନିଉଜ) ମଙ୍ଗଳବାରଦିନ ପ୍ରାଣିଉଦ୍ୟାନ ନନ୍ଦନକାନନକୁ ଜଙ୍ଗଲମନ୍ତ୍ରୀ ପ୍ରଦୀପକୁମାରଅମାତ୍ ପରିଭ୍ରମଣରେ ଆସିଥିଲେ ।ପାଖାପାଖି୧୨ଟାରେ ମନ୍ତ୍ରୀ ନନ୍ଦନକାନନରେ ପହଁଚି ଅପରାହ୍ନ୪ଟାରେ ଫେରିଥିଲେ ।ନନ୍ଦନକାନନରେ ପହଁଚିବାପରେ ଗେଷ୍ଟହାଉସରେ ମଧ୍ୟାନ୍ନଭୋଜନ ସହ ଅଧିକାରିମାନଙ୍କ ସହ ନନ୍ଦନକାନନର ବିକାସ ଓ ହେଉଥିବାଉନ୍ନୟନମୁଳକକାର୍ଯ୍ୟ ଉପରେ ଆଲୋଚନା ସାରି ବଟାନିକାର୍ଲଗାର୍ଡେନର କିଆଖଣିହ୍ରଦର ପୁନଃଉଦ୍ଧାର କାର୍ଯ୍ୟକୁ ଯାଇ ଦୀର୍ଘ ସମୟ ସେଠାରେ ରହି ତର୍ଜମା କରିଥିଲେ ।ଏହାପରେ ବଟାନିକାର୍ଲଗାର୍ଡେନକୁ ସଂଯୋଗକରୁଥିବା ହେଉଥିବା ରାସ୍ତାକାମକୁ ମଧ୍ୟ ଦେଖିଥିଲେ ।ଏହାପରେ ନନ୍ଦନକକାନନକୁ ଆସି ପ୍ରଥମେ ବିହଙ୍ଗସରଣୀକୁ ଯାଇଥିଲେ। ସେଠାରୁ ଆସି ,କୋକିଶିଆଳି […]

ବସୁଦେବଙ୍କ ପୀଠରେ ଗୀତା ଜୟନ୍ତୀ

ମେଣ୍ଢାଶାଳ,୫/୧୨(ଏସଏସ ନିଉଜ)ପ୍ରତ୍ୟେକ ବର୍ଷ ପରି ମାର୍ଗଶୀର ମାସର ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଗୀତା ଜୟନ୍ତୀ, ଖୋର୍ଦ୍ଧା ଜିଲ୍ଲାର ମେଣ୍ଢାଶାଳ ଗ୍ରାମର ଶ୍ରୀ ଭଗବତ ବସୁଦେବଙ୍କ ପୀଠରେ ମେଣ୍ଢାଶାଳ ଗୀତା କମିଟିଙ୍କ ଦ୍ଵାରା ପାରମ୍ପାରିକ ରୀତିରେ ପାଳିତ କରାଯାଇଅଛି। ଚଳିତ ଇଂରାଜୀ ବର୍ଷ ୨୦୨୨ ଗୀତା ଜୟନ୍ତୀର ଠିକ୍‌ ୫୧୫୯ ବର୍ଷ ପୂର୍ବେ ଶ୍ରୀକୃଷ୍ଣ ଏହି ଦିନରେ ଅର୍ଜୁନଙ୍କୁ ଗୀତାର ଜ୍ଞାନ ଦେଇଥିଲେ। ଶ୍ରୀମଦ୍ ଭଗବତ ଗୀତାରେ ୧୮ ଅଧ୍ୟାୟ ଏବଂ ୭୦୦ ଶ୍ଳୋକ ରହିଛି। ଶ୍ରୀମଦ୍ଭଗବତଗୀତା ସବୁ […]

ଶିଳ୍ପାଞ୍ଚଳ ନିକଟରୁ ୧୧ ପୁଟର ଅଜଗର ଉଦ୍ଧାର

ବାରଙ୍ଗ,୫/୧୨(ଏସଏସ ନିଉଜ) ବାରଙ୍ଗଥାନା ଅନ୍ତର୍ଗତ ରାମଦାସ ପୁର ଶିଳ୍ପାଞ୍ଚଳରୁ ୧୧ ପୁଟର ଅଜଗର ଉଦ୍ଧାର ହୋଇଛି । ପ୍ରକାଶ ଯେ, ସୋମବାର ସକାଳେ ଏକ ଘରୋଇ ପାଇପ କମ୍ପାନୀ ନିକଟରେ ଅଜଗର ସାପ ଥିବା ସେହି ଅଞ୍ଚଳରେ କାର୍ଯ୍ୟ କରିବାକୁ ଯାଉଥିବା ଶ୍ରମିକମାନେ ଦେଖିବାକୁ ପାଇଥିଲେ। ଶ୍ରମିକମାନେ ଅଜଗର ସାପଟିକୁ ଦେଖି ଭୟଭିତ ହୋଇପଡିଥିଲେ।ଖବର ପାଇ ସ୍ନେକ ହେଲ୍ପଲାଇନର ସଦସ୍ୟ ଲଳିତ ମୋହନ ପଣ୍ଡା ଆସି ଅଜଗର ସାପଟିକୁ ଉଦ୍ଧାର କରିବା ସହିତ ବାଙ୍କୀ ଗୟଳବାଙ୍କ ନିକଟସ୍ଥ […]