ବସୁଦେବଙ୍କ ପୀଠରେ ଗୀତା ଜୟନ୍ତୀ

ମେଣ୍ଢାଶାଳ,୫/୧୨(ଏସଏସ ନିଉଜ)ପ୍ରତ୍ୟେକ ବର୍ଷ ପରି ମାର୍ଗଶୀର ମାସର ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଗୀତା ଜୟନ୍ତୀ, ଖୋର୍ଦ୍ଧା ଜିଲ୍ଲାର ମେଣ୍ଢାଶାଳ ଗ୍ରାମର ଶ୍ରୀ ଭଗବତ ବସୁଦେବଙ୍କ ପୀଠରେ ମେଣ୍ଢାଶାଳ ଗୀତା କମିଟିଙ୍କ ଦ୍ଵାରା ପାରମ୍ପାରିକ ରୀତିରେ ପାଳିତ କରାଯାଇଅଛି।
ଚଳିତ ଇଂରାଜୀ ବର୍ଷ ୨୦୨୨ ଗୀତା ଜୟନ୍ତୀର ଠିକ୍‌ ୫୧୫୯ ବର୍ଷ ପୂର୍ବେ ଶ୍ରୀକୃଷ୍ଣ ଏହି ଦିନରେ ଅର୍ଜୁନଙ୍କୁ ଗୀତାର ଜ୍ଞାନ ଦେଇଥିଲେ। ଶ୍ରୀମଦ୍ ଭଗବତ ଗୀତାରେ ୧୮ ଅଧ୍ୟାୟ ଏବଂ ୭୦୦ ଶ୍ଳୋକ

ରହିଛି। ଶ୍ରୀମଦ୍ଭଗବତଗୀତା ସବୁ ଯୁଗରେ ମାନବତାର ମାର୍ଗଦର୍ଶନ କରିବା ସହିତ ଅଧ୍ୟାତ୍ମ ଓ ଜୀବନ-ଦର୍ଶନର ପଥ ପ୍ରଦର୍ଶକ ହୋଇ ରହିଆସିଛି।ଏହି କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ବାଙ୍କ ବିହାରୀ ଦାସ ଯଜ୍ଞରେ ଆହୁତି ଦେଇଥିବା ବେଳେ ପୁଦୋହିତ ଶ୍ରୀନିବାସ ଦାଶ ଗୀତା ପରାୟଣ କରିବା ସହିତ ଯଜ୍ଞକୁଣ୍ଡରେ ଅଗ୍ନି ସ୍ଥାପନ ଓ ପୂର୍ଣ୍ଣାହୁତି କାର୍ଯ୍ୟ ସଂପନ୍ନ କରିଥିଲେ। ପ୍ରଫୁଲ୍ଲ କୁମାର ଶ୍ରୀଚନ୍ଦନ, ଭାସ୍କର ଚନ୍ଦ୍ର ସୁବୁଦ୍ଧି ପ୍ରମୁଖ ଏହି କାର୍ଯ୍ୟକୁ ପରିଚାଳନା ଓ ସମ୍ପାଦନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁରେନ୍ଦ୍ର ନାଥ ସାମନ୍ତରାୟ, ସୁରେନ୍ଦ୍ର ନାଥ ବାହିନୀପତି, ବନବିହାରୀ ମହାନ୍ତି, ପ୍ରିୟରଞ୍ଜନ ପଟ୍ଟନାୟକ ସହିତ ଗ୍ରାମର ମହେନ୍ଦ୍ର ପ୍ରଧାନ, ସୁନୀଲ ବଳିଆରସିଂ ଆଦି ବହୁତ ବରିଷ୍ଠ ଗ୍ରାମବାସୀ ଯୋଗଦାନ କରିଥିଲେ। ଶେଷରେ ପ୍ରସାଦ ସେବନ କରାଯାଇଥିଲା।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

Comments (0)
Add Comment