ଶିଳ୍ପାଞ୍ଚଳ ନିକଟରୁ ୧୧ ପୁଟର ଅଜଗର ଉଦ୍ଧାର

ବାରଙ୍ଗ,୫/୧୨(ଏସଏସ ନିଉଜ) ବାରଙ୍ଗଥାନା ଅନ୍ତର୍ଗତ ରାମଦାସ ପୁର ଶିଳ୍ପାଞ୍ଚଳରୁ ୧୧ ପୁଟର ଅଜଗର ଉଦ୍ଧାର ହୋଇଛି । ପ୍ରକାଶ ଯେ, ସୋମବାର ସକାଳେ ଏକ ଘରୋଇ ପାଇପ କମ୍ପାନୀ ନିକଟରେ ଅଜଗର ସାପ ଥିବା ସେହି ଅଞ୍ଚଳରେ କାର୍ଯ୍ୟ କରିବାକୁ ଯାଉଥିବା ଶ୍ରମିକମାନେ ଦେଖିବାକୁ ପାଇଥିଲେ। ଶ୍ରମିକମାନେ ଅଜଗର ସାପଟିକୁ ଦେଖି ଭୟଭିତ ହୋଇପଡିଥିଲେ।ଖବର ପାଇ ସ୍ନେକ ହେଲ୍ପଲାଇନର ସଦସ୍ୟ ଲଳିତ ମୋହନ ପଣ୍ଡା ଆସି ଅଜଗର ସାପଟିକୁ ଉଦ୍ଧାର କରିବା ସହିତ ବାଙ୍କୀ ଗୟଳବାଙ୍କ ନିକଟସ୍ଥ ଚନ୍ଦକା -ଡମପଡା ଅଭୟାରଣ୍ୟ ରେ ଛାଡିଥିବାର ଜଣାପଡିଛି ।(ଗୌତମ ରାଉତଙ୍କ ରିପୋର୍ଟ)

Comments (0)
Add Comment