ନନ୍ଦନକାନନରେ ଜଙ୍ଗଲମନ୍ତ୍ରୀ

ବଢ଼ିବ ନନ୍ଦନକାନନ ସୀମା

ବାରଙ୍ଗ,୬/୧୨(ଏସଏସନିଉଜ) ମଙ୍ଗଳବାରଦିନ ପ୍ରାଣିଉଦ୍ୟାନ ନନ୍ଦନକାନନକୁ ଜଙ୍ଗଲମନ୍ତ୍ରୀ ପ୍ରଦୀପକୁମାରଅମାତ୍ ପରିଭ୍ରମଣରେ ଆସିଥିଲେ ।ପାଖାପାଖି୧୨ଟାରେ ମନ୍ତ୍ରୀ ନନ୍ଦନକାନନରେ ପହଁଚି ଅପରାହ୍ନ୪ଟାରେ ଫେରିଥିଲେ ।ନନ୍ଦନକାନନରେ ପହଁଚିବାପରେ ଗେଷ୍ଟହାଉସରେ ମଧ୍ୟାନ୍ନଭୋଜନ ସହ ଅଧିକାରିମାନଙ୍କ ସହ ନନ୍ଦନକାନନର ବିକାସ ଓ ହେଉଥିବାଉନ୍ନୟନମୁଳକକାର୍ଯ୍ୟ ଉପରେ ଆଲୋଚନା ସାରି ବଟାନିକାର୍ଲଗାର୍ଡେନର କିଆଖଣିହ୍ରଦର ପୁନଃଉଦ୍ଧାର କାର୍ଯ୍ୟକୁ ଯାଇ ଦୀର୍ଘ ସମୟ ସେଠାରେ ରହି ତର୍ଜମା କରିଥିଲେ ।ଏହାପରେ ବଟାନିକାର୍ଲଗାର୍ଡେନକୁ ସଂଯୋଗକରୁଥିବା ହେଉଥିବା ରାସ୍ତାକାମକୁ ମଧ୍ୟ ଦେଖିଥିଲେ ।ଏହାପରେ ନନ୍ଦନକକାନନକୁ ଆସି ପ୍ରଥମେ ବିହଙ୍ଗସରଣୀକୁ ଯାଇଥିଲେ। ସେଠାରୁ ଆସି ,କୋକିଶିଆଳି ,ଭାଲୁ ଦେଖିସାରିବାପରେ ଗଛ ଉପରେ ଥିବା କଲରା ପତାରିଆବାଘକୁ ଦେଖିଥିଲେ ।ଏହାପରେ ଡାକ୍ତରଖାନାକୁ ଆସି ଜୀବଜନ୍ତୁମାନଙ୍କ ଚିକିସ।ବିଷୟରେ ଡାକ୍ତରମାନଙ୍କ ସହ ଆଲୋଚନାକରି କ୍ୱାରେଟାଇନ ବୁଲି ଦେଖିଥିଲେ ।ତାପରେ ବଜ୍ରକାପ୍ତାପ୍ରଜଜନକେନ୍ଦ୍ର ଓ ସିଂହଛୁଆ ବର୍ଷାକୁ ଦେଖିଥିଲେ ।ଏହାପୁର୍ବରୁ ପ୍ରାଣିଉଦ୍ୟାନ ନନ୍ଦନକାନନ ଓ ଅଭୟାରଣ୍ୟ ଚନ୍ଦକାକୁ ନେଇ ହେବାକୁଥିବା ଫରେଷ୍ଟ ଏକାଡେମୀହବ୍ ନିମନ୍ତେ ଚନ୍ଦକାଏସଓଜି ପାଖରେ ହେଥିବା କାମକୁ ବୁଲି ଦେଖିଥିଲେ ।ସେଏହିଭଳିଭାବେ ଚୁଡଙ୍ଗରେ ହେବାକୁଥିବା ନାଇଟସଫାରୀ ଓ ପକ୍ଷୀବିହାର ପାଇଁ ବନ୍ଦରହିଥିବା ପ୍ରାଚୀରକାମ ଶିଘ୍ରସାରିବାପାଇଁ ସେଠାକୁ ଯାଇ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।ଆଉ ଦିନକେଇଟାପରେ ନନ୍ଦନକାନନ ପାଳିବାକୁ ଯାଉଛି ପ୍ରତିଷ୍ଠାଦିବସ ।ସବୁବର୍ଷ ପ୍ରତିଷ୍ଠାଦିବସରେ ନନ୍ଦନକାନନ ପକ୍ଷରୁ ପଯ୍ୟଟକ ମାନଙ୍କୁ ନୁଆନୁଆ ଜୀବଜନ୍ତୁ ମାନଙ୍କୁ ଭେଟି ଦିଆଯାଉଥିବା ବେଳେ ଏଥର ଡିସେମ୍ବର୨୯ ପ୍ରତିଷ୍ଠାଦିବସରେ ବନ୍ଦ ରହିଥିବା ଶିଶୁଉଦ୍ୟାନକୁ ଭେଟି ଦେବା ପାଇଁ ଯୁଦ୍ଧକାଳିନଭିତିରେ କାମ ଚାଲିଥିବାର ଦେଖିବାକୁ ମିଳିଛି ।ଏହାଭିତରେ ସିସିଏଫ ତିନିଥର ଓ ନିଦେ୍ର୍ଦଶକ ଦୁଇଥର ନନ୍ଦନକାନନଆସି ବିଭିର୍ଣ କାର୍ଯ୍ୟ ତର୍ଜମାକରିଯାଇଥିବାବେଳେ ମନ୍ତ୍ରୀ ଜଙ୍ଗଲବିଭାଗର ଦାୟିତ୍ୱ ନେବାପରେ ପ୍ରଥମକରି ନନ୍ଦନକାନନକୁ ଆସିବା ଘଟଣା ଗୁରୁତ୍ୱବହନ କରୁଥିବାର ଆଲୋଚନା ହେଉଛି ।ମନ୍ତ୍ରୀଙ୍କ ନନ୍ଦନକାନନ ପରିଦର୍ଶନ ସମୟରେ ପିସିସଏଫ ଏସକେ ପପ୍ ଲି , ନିର୍ଦେଶକ ମନୋଜ ଭିନାୟାର,ଉପ ନିର୍ଦେଶକ ସଞିତକୁମାରଙ୍କ ସହ ପଦାଧିକାରୀମାନେ ଉପସ୍ଥିତ ଥିଲେ ।ନନ୍ଦନକାନନର ପରିସିମା ବୃଦ୍ଧି ହେବ ।ବର୍ତମାନର ସ୍ଥିତିଅନୁଯାୟୀ ହଜାରେଏକର ପରିମିତ ଜାଗାରେ ଚାଲିଥିବା ନନ୍ଦନକନନ ଅଢେଇହଜାରେ ଜାଗାକୁ ପରିବର୍ଦ୍ଧିତ ହେବ ।ଭାରତବର୍ଷର ସବୁଠାରୁ ବଡଚିଡିଆଖାନା ତିନଟି ମଧ୍ୟରେ ନନ୍ଦନକାନନ ସ୍ଥାନପାଇଛି ।ମୁଖ୍ୟମନ୍ତ୍ରୀଙ୍କର ଦିଗଦର୍ଶନରେ ନନ୍ଦନକାନନକୁ ବିଶ୍ୱସ୍ତରୀୟ ଚିଡିଆଖାନାକରିବାପାଇଁ ବିଭିର୍ଣକାର୍ଯ୍ୟ ହାତକୁ ନିଆଯାଇଛି ।ବିଭାଗପକ୍ଷରୁ ସଠିକଭାବେ କାମ ଚାଲିଛି ବୋଲି ମନ୍ତ୍ରୀ କହିଥିଲେ ।

Comments (0)
Add Comment