Browsing category

ମହାନଗର

ଅର୍ଚ୍ଚନାଙ୍କ କଳାସାମ୍ରାଜ୍ୟ

ଭୁବନେଶ୍ୱର,୧୧/୧୧(ଏସଏସ ନିଉଜ)ଖୋଲିଲା ଅର୍ଚ୍ଚନା ଜଗବନ୍ଧୁଙ୍କ କଳା ସାମ୍ରାଜ୍ୟର ଗୁମର । ଦୁହିଁଙ୍କ ଆକାଉଣ୍ଟରେ ଜମା ହୋଇଛି ଦେଢ଼ କୋଟି ଟଙ୍କା । ୨୦୧୭ ପରଠୁ ଜମା ହୋଇଛି ନଗଦ ଟଙ୍କା । ଏଟିଏମ ଓ ବ୍ୟାଙ୍କ ଜରିଆରେ ଟଙ୍କା ଜମା ହୋଇଛି । କିଏ ଓ କାହିଁକି ଟଙ୍କା ଜମା କରିଛି ତଦନ୍ତ କରୁଛି ଇଡି ।

ଖାଲିଥିବା ଶିକ୍ଷକ ପଦବୀ ପୂରଣହେବ

ଭୁବନେଶ୍ୱର,୧୧/୧୧(ଏସଏସ ନିଉଜ)୭୫୪୦ ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି।ରାଜ୍ୟର ସମସ୍ତ ୪୮୪୮ଟି ସରକାରୀ ହାଇସ୍କୁଲ ର ସବୁ ପଦବୀ ପୂରଣ ହେବ । ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲ ମାନଙ୍କରେ ବିଭିନ୍ନ ବିଷୟରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଖୁବଶୀଘ୍ର ୭୫୪୦ ହାଇସ୍କୁଲ ନିଯୁକ୍ତ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଓଡିଶା ଷ୍ଟାଫ […]

ଆରମ୍ଭ ହେଲା ମାର୍ଗଶିର ମାସ

ଭୁବନେଶ୍ୱର,୯/୧୧(ଏସଏସ ନିଉଜ)ଆଜିଠାରୁ ଆରମ୍ଭ ହେଲା ମାର୍ଗଶିର ମାସ l ସତ୍ୟଯୁଗରେ ଏହି ମାସରୁ ଆରମ୍ଭ ହେଉଥିଲା ବର୍ଷ lଶ୍ରୀମଦ୍ ଭଗବତଗୀତା ଅନୁସାରେ ଏହା ଭଗବାନ୍ ଶ୍ରୀକୃଷ୍ଣଙ୍କର ପ୍ରିୟ ମାସ ଅଟେ ।ଏହିମାସରେ ଭଗବାନ୍ ବିଷ୍ଣୁ ଓ ଶ୍ରୀକୃଷ୍ଣଙ୍କର ବିଶେଷ ପୂଜା କରାଯାଇଥାଏ ।ଏହି ମାସରେ ତୀର୍ଥଯାତ୍ରା କରିବା ଦ୍ୱାରା ରୋଗ , ଶୋକ ଓ କଷ୍ଟରୁ ମୁକ୍ତି ମିଳିଥାଏ ।

ଆଂଶିକ ଦୃଶ୍ୟମାନ ହେଲା ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର ,୮/୧୧(ଏସଏସନିଉଜ)କଟକ, ଭୁବନେଶ୍ୱର, ପୁରୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଂଶିକ ଦୃଶ୍ୟମାନ ହେଲା ବର୍ଷର ଶେଷଚନ୍ଦ୍ରଗ୍ରହଣ ।୨୦୨୩ରେ ପରବର୍ତ୍ତୀ ଚନ୍ଦ୍ରଗ୍ରହଣ ଓଡ଼ିଶାକୁ ଆଂଶିକ ଦୃଶ୍ୟମାନ ହେବ ।୨୦୨୫ ସେପ୍ଟେମ୍ବର ୭ ତାରିଖରେ ହେବ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ।ପଠାଣୀସାମନ୍ତ ପ୍ଲାନେଟାରିୟମ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ମହାନଦୀରେ ବୁଡ଼ି ବ୍ୟବସାୟୀ ନିଖୋଜ

କଟକ,୮/୧୧(ଏସଏସ ନିଉଜ) ମହାନଦୀ ପଠାରେ ଗାଧୋଇବା ବେଳେ ବୁଡ଼ି ବ୍ୟବସାୟୀ ନିଖୋଜ ହୋଇଛନ୍ତି।ବାଲିଯାତ୍ରା ପୂର୍ବରୁ ଅଘଟଣ ଘଟିଛି।ନିଖୋଜ ବ୍ୟକ୍ତିଙ୍କ ଘର ବିହାରରେ ହୋଇଥିବାବେଳେ ବାଲିଯାତ୍ରାରେ ବ୍ୟବସାୟ ପାଇଁ ଆସିଥିଲେ।ଉଦ୍ଧାର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି।

ଆତ୍ମହତ୍ୟା ଘଟଣା ନେଲା ନୁଆ ମୋଡ

ଭୁବନେଶ୍ୱର,୮/୧୧(ଏସଏସନିଉଜ)ଚନ୍ଦକାଥାନା ଅଧିନସ୍ଥ ଥିବା ଏକ ଘରୋଇ ଇଞିନିୟରିଂ କଲେଜରେ ପାଠପଢୁଥିବା ବାଣପୁର ଅଞ୍ଚଳର ରତିକାନ୍ତଙ୍କ ମୃତ୍ୟୁ ଘଟଣାକୁ ନେଇ ତାଙ୍କ ପରିବାର ଲୋକ ଜଣେ ଯୁବତୀଙ୍କ ପାଇଁ ସେ ଆତ୍ମହତ୍ୟା କରିଛି ବୋଲି ଥାନାରେ ଅଭିଯୋଗ କରିଛନ୍ତି ।ଏହାପରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ତାଙ୍କଭାଇଙ୍କୁ ଜଣେଯୁବତୀ ଫୋନକରି ଆପଣଙ୍କ ଭାଇ ବିଷପିଇ ଦେଇଥିବାରୁ ତୁରନ୍ତ ଭୁବନେଶ୍ୱର ଆସିବାକୁ କହିଥିଲେ। ଘରଲୋକ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଲା […]

ଆଜିଠୁ ଆରମ୍ଭ କଟକର ପ୍ରସିଦ୍ଧ ବାଲିଯାତ୍ରା

କଟକ,୮/୧୧(ଏସଏସନିଉଜ) ଆଜିଠୁ ବିଶ୍ୱପ୍ରସିଦ୍ଧ କଟକବାଲିଯାତ୍ରା । ମହାନଦୀପଠାରେ ୯ଦିନ ଧରି ଚାଲିବ ମେଳା ।ଦୁଇବର୍ଷପରେ ଆଜିଠାରୁ ଜମିବ କଟକର ଐତିହାସିକ ବାଲିଯାତ୍ରା। ୧୪୦୦ଷ୍ଟଲ ଓ ୨ହଜାରରୁ ଅଧିକ ବ୍ୟବସାୟୀଙ୍କୁନେଇ ହେଉଛି ଏହି ଐତିହାସିକ ବାଲିଯାତ୍ରା। ଆଜିସଂଧ୍ୟାରେ ଆନୁଷ୍ଠାନିକଭାବେ ମେଳାକୁ ଉଦଘାଟନକରାଯିବ। ଦୋଳି ,ମୀନାବଜାର ସାଙ୍ଗକୁ ଜାତୀୟସ୍ତରୀୟ ପଲ୍ଲୀଶ୍ରୀମେଳା ଯାତ୍ରାର ମୁଖ୍ୟଆକର୍ଷଣ ହେବାକୁ ଯାଉଛି । ଚଳିତବର୍ଷ ବାଲିଯାତ୍ରାରେ ପ୍ରଥମଥରପାଇଁ ଲେଜରଲାଇଟସୋ ହେବ । ଅନ୍ୟପକ୍ଷରେ ଦୁଇବର୍ଷପରେ ବାଲିଯାତ୍ରା ଅନୁଷ୍ଠିତ ହେଉଥିବାରୁ ଲକ୍ଷାଧିକଲୋକଙ୍କ ସମାଗମହେବ। ଏହାକୁ ନଜରରେରଖି ସାଧାରଣଲୋକ […]

ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ପୁରୀ,୮/୧୧(ଏସଏସନିଉଜ) ଆଜି ପବିତ୍ର କାର୍ତ୍ତିକପୂର୍ଣ୍ଣିମା । ପୁଷ୍କରିଣୀ ଓ ନଦୀରେ ଡଙ୍ଗା ଭସାଇଲେ ଲୋକୋ ଚନ୍ଦ୍ରଗ୍ରହଣପାଇଁ ୫ଟା୩୮ମିନିଟ୍ ପୂର୍ବରୁ ଭସାଗଲା ଡଙ୍ଗାା ସେପଟେ ଗ୍ରହଣପାଇଁ ଶ୍ରୀମନ୍ଦିରରେ ହେଉଛି ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତିା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉାଶ୍ରୀମନ୍ଦିରରେ ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । କାର୍ତ୍ତିକପୂର୍ଣ୍ଣିମା ପାଇଁ ରାତିସାରା ମହୋଦଧିରେ ଶ୍ରଦ୍ଧାଳୁ ଡଙ୍ଗା ଭସାଇଛନ୍ତି । ଚନ୍ଦ୍ରଗ୍ରହଣ ପଡ଼ିଥିବାରୁ ରାତିତମାମ ମହୋଦଧିରେ ଶ୍ରଦ୍ଧାଳୁଙ୍କଭିଡ଼ ଲାଗିରହିଥିଲା । ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ରାଜରାଜେଶ୍ୱର ବେଶରେ ଲକ୍ଷାଧିକଭକ୍ତ ଦର୍ଶନ କରିଛନ୍ତି। […]

ଆସୁଛି ୨ଟି ଲଘୁଚାପ!

ଭୁବନେଶ୍ୱର,୭/୧୧(ଏସଏସନିଉଜ)ବଙ୍ଗୋପସାଗରରେ ସୃଷ୍ଟିହେବ ଦୁଇଟି ଲଘୁଚାପ। ଚଳିତସପ୍ତାହ ଓ ତୃତୀୟସପ୍ତାହରେ ଲଘୁଚାପ ହୋଇପାରେ ବୋଲି ଆମେରିକୀୟ ପାଣିପାଗବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି । ଜାସନ୍ ନିକୋଲସ୍ ଲଘୁଚାପକୁ ନେଇ ପୂର୍ବାନୁମାନ କରିଛନ୍ତି ।

୨ଦିନିଆ ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୭/୧୧(ଏସଏସନିଉଜ)୨ଦିନିଆ ଓଡ଼ିଶାଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀମୁର୍ମୁ । ୧୦ତାରିଖରେ ମଧ୍ୟାହ୍ନରେ ପୁରୀରେ ପହଂଚି ଗର୍ଭଗୃହରେ ମହାପ୍ରଭୁଙ୍କୁ କରିବେ ଦର୍ଶନ । ଦର୍ଶନ ସରିବାପରେ ଆନନ୍ଦବଜାରରେ ମହାପ୍ରସାଦ ସେବନକରିବେ ରାଷ୍ଟ୍ରପତି ।