Browsing category

ମହାନଗର

ଆସନ୍ତାକାଲିଠୁ ଐତିହାସିକ ବାଲିଯାତ୍ରା

କଟକ,୭/୧୧(ଏସଏସନିଉଜ)ଆସନ୍ତାକାଲିଠୁ ଐତିହାସିକ ବାଲିଯାତ୍ରା ।ଚଳିତଥର ବାଲିଯାତ୍ରା ନୂଆ କଳେବରରେ ଆକର୍ଷଣୀୟ ଢଙ୍ଗରେ ହେଉଥିବାରୁ ଏହାର ପ୍ରଚାରପ୍ରସାରପାଇଁ ପ୍ରଜ୍ଞାପନ ଶୋଭାଯାତ୍ରା। ଏହା କଟକ , ପୁରୀ , ଭୁବନେଶ୍ବର , ଖୋର୍ଦ୍ଧା , ଯାଜପୁର , ଜଗତସିଂହପୁର ଓ କେନ୍ଦ୍ରାପଡ଼ା ବୁଲି ଲୋକଙ୍କୁ ବାଲିଯାତ୍ରା ଦେଖିବାକୁ ଆସିବାକୁ ସନ୍ଦେଶ ବାଣ୍ଟିବ ବୋଲି କୁହାଯାଇଛି ।  

ଧାମନଗର ପରାଜୟର ସମୀକ୍ଷା କରିବ ବିଜୁଜନତାଦଳ

ଧାମନଗର ,୭/୧୧(ଏସଏସନିଉଜ)ଧାମନଗର ପରାଜୟନେଇ ବିଜେଡି ଉପସଭାପତି ଦେବୀମିଶ୍ର ପ୍ରତିକ୍ରିୟା ରଖିଛନ୍ତି ।ସେ କହିଛନ୍ତି ଧାମନଗର ବିଜେପି ସିଟ୍ ଥିଲା । ବିଷ୍ଣୁ ସେଠୀ ସେଠାରେ ଜିତିଥିଲେ । ପୁନର୍ବାର ବିଜେପି ସେଠାରେ ପ୍ରତ୍ୟାବର୍ତ୍ତନ କରିଛି । ବିଷ୍ଣୁସେଠୀଙ୍କ ନିକଟରେ ଦେହାନ୍ତ ହୋଇଥିଲା । ଭାବାବେଗ ବିଜେପିପ୍ରତି ଥିଲା ।ଦଳର ପ୍ରଦର୍ଶନ ନେଇ ନେତୃତ୍ୱ ସମୀକ୍ଷା କରିବେ ।ସବୁବେଳେ ଦଳର ଆଭ୍ୟନ୍ତରୀଣ ସମୀକ୍ଷା ହୋଇଥାଏ ବୋଲି ଦେବୀ ମିଶ୍ର କହିଛନ୍ତି ।ଅନ୍ୟପଟେ ଧାମନଗର ଉପନିର୍ବାଚନ ଫଳାଫଳକୁ ନେଇ ବିଜେପି […]

ବଡ଼ ନେଲା ସାନଭାଇର ଜୀବନ

କଟକ,୭/୧୧(ଏସଏସନିଉଜ)ବଡ଼ ଭାଇର ଛୁରା ମାଡରେ ସାନ ଭାଇର ଚାଲିଯାଇଛି ଜୀବନ । ମୃତକ ଜଣକ ହେଲେ ବାଉଁଶ ଗଳି ଅଞ୍ଚଳର ସଫିଉଲ୍ଲା ଖାନ । ହତ୍ୟାକାଣ୍ତର କାରଣ ଅସ୍ପଷ୍ଟ ରହିଥିବାବେଳେ ଦରଘାବଜାରଥାନା ପୋଲିସ ବଡ଼ଭାଇକୁ ଅଟକ ରଖି ଘଟଣାର ତଦନ୍ତ କରୁଛି । ପାରିବାରିକ କଳହ ଓ ଜମି ବିବାଦରୁ କଟକରେ ଏହି ହତ୍ୟାକାଣ୍ଡ ଘଟିଥିବାର ଅନୁମାନ କରାଯାଉଛି ।  

ମିଶନଶକ୍ତି ମହିଳାଙ୍କ ଶୋଭାଯାତ୍ରା

କଟକ,୬/୧୧(ଏସଏସନିଉଜ)ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଦୁର୍ନୀତି ମୁକ୍ତ ସମୃଦ୍ଧ ରାଷ୍ଟ୍ର ଗଠନର ବାର୍ତ୍ତାକୁ ପ୍ରଚାର ଓ ପ୍ରସାର କରିବାର ଲକ୍ଷ୍ୟ ନେଇ ଆଜି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଶନଶକ୍ତି କାର୍ଯ୍ୟାଳୟ ଆନୁକୂଲ୍ୟରେ ସଚେତନତା ନିମନ୍ତେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ଶିବୋ ଟୋପୋ ସ୍ଥାନୀୟ ସାରଳା ଭବନ ଠାରେ ପତାକା ଦେଖାଇ ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ।ଉକ୍ତ ଶୋଭାଯାତ୍ରାରେ ମିଶନଶକ୍ତିର ପ୍ରାୟ ଦୁଇସହରୁ ଉର୍ଦ୍ଧ ମହିଳା ଯୋଗଦେଇ ଦୁର୍ନୀତି ନିବାରଣ ନିମନ୍ତେ ବିଭିନ୍ନ […]

ବିଜେଡି ଆଦୌ ବିଚଳିତ ନୁହେଁ – ନବୀନ

ଭୁବନେଶ୍ୱର,୬/୧୧(ଏସଏସନିଉଜ)ଧାମନଗର ଉପନିର୍ବାଚନ ଫଳାଫଳପରେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ କହିଛନ୍ତି ଯେ,ଧାମନଗରରେ ବିଜେପି ଜିତିବ ବୋଲି ଆଶା କରିଥିଲୁ । କିଛିଦିନତଳେ ଧାମନଗର ବିଧାୟକଙ୍କ ଦେହାନ୍ତ ହୋଇଥିଲା । ସେ ବହୁତ ଲୋକପ୍ରିୟଥିଲେ । ବିଜେପି ତାଙ୍କପୁଅଙ୍କୁ ଟିକେଟ ଦେଇଥିଲାା ସେ ଜିତିବାର ସମ୍ଭାବନା ଥିଲା । ବିଜେଡି ବହୁତ କମ୍ ଉପନିର୍ବାଚନରେ ହାରିଛି ।ଧାମନଗର ଫଳାଫଳନେଇ ବିଜୁଜନତାଦଳ ଆଦୌି ବିଚଳିତ ନୁହେଁ । ଆମେ ଲୋକଙ୍କ ସହ ରହିଛୁ, ସେମାନଙ୍କ ସୁବିଧାଅସୁବିଧାରେ ପାଖରେ ଛିଡ଼ାହୋଇଛୁ ।ତେଣୁ ୨୦୨୪ ନିର୍ବାଚନରେ […]

ଘରୁ ନାଗସାପ ଉଦ୍ଧାର

ମେଣ୍ଢାଶାଳ,୬/୧୧(ଏସଏସନିଉଜ)ରବିବାରରାତିରେ କଂଟାବାଡ ଗ୍ରାମର ନୃଶିଂହ ମହାରଣାଙ୍କ ଘରଭିତରେ ପଶିଥିବା ଏକ ନାଗସାପକୁ ଉଦ୍ଧାର କରାଯାଇଛି ।ଘରଭତରେ ସାପଟି ଥିବା ଦେଖି ମହିଳାମାନେ ଭୟଭିତ ହୋଇଯାଇଥିଲେ ।ଚନ୍ଦକାଅଂଚଳର ସାପଧରାଳି ସଂଯୁକ୍ତପାତ୍ରଙ୍କୁ ଖବର ଦେବାପରେ ସେଆସି ଘର ଭିତରୁ ୫ଫୁଟ ଲମ୍ବର ନାଗସାପଟିକୁ ଧରି ଚନ୍ଦକା ଜଙ୍ଗଲରେ ଛାଡିଥିବାର ଜଣାପଡିଛି ।ଦୁଇଦିନ ତଳେ କୁକୁଡାମୁଣ୍ଡିସ୍ଥିତ ଓପିଟିସିଏଲ କାର୍ଯ୍ୟାଳୟ ପରିସରରୁ ଏକ ନାଗସାପକୁ ପାତ୍ର ଧରି ଦେଉଳିଆପାହଡରେ ଛାଡିଥିଲେ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

ଗାଁମଶାଣି ସଫାକଲେ ଯୁବକ

ବାରଙ୍ଗ,୬/୧୧(ଏସଏସନିଉଜ) ବଡଓଷା ଉପଲକ୍ଷେ ମେଣ୍ଢାଶାଳ ଗାଁର ବାଲୁଙ୍କେଶ୍ୱର ମନ୍ଦିର ନିକଟସ୍ଥ ସାନମଶାଣିକୁ ମେଣ୍ଢାଶାଳ ଗ୍ରାମର ଯୁବକମାନେ ସଫାକରିଛନ୍ତି ।ମେଣ୍ଢାଶାଳ ସରପଂଚ କୈାଶଲ୍ୟାବଳିୟାରସିଂହଙ୍କ ତତ୍ୱାବଧାନରେ ଗଣେଷପୁଜାକମିଟି ,ସେବାସମବାୟସମିତି ସଭାପତି ମହେନ୍ଦ୍ରକୁମାରପ୍ରଧାନଙ୍କ ସମେତ ଗ୍ରାମର ମୁରବୀ ଓ ଯୁବକମାନେ ଏକାଠି ହୋଇ ସାନମଶାଣିର ଚାରପଟକୁ ସଫାକରିବା ସହ ଅଳିଆଆବର୍ଜନାକୁ ଉଠାଇଥିଲେ ।ଏହାସହ ମେଳଣ ପଡିଆମଧ୍ୟ ସଫାକରିଥିଲେ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ )

ଆଜି ବାବାଧବଳେଶ୍ବରଙ୍କ ବଡ଼ଓଷା

ଆଠଗଡ,୬/୧୧(ଏସଏସନିଉଜ)ଆଜି ବାବା ଧବଳେଶ୍ବରଙ୍କ ମହାପର୍ବ ବଡ଼ଓଷା । ବଡ଼ସିଂହାରବେଶ ସହ ରାଜରାଜେଶ୍ବର ବେଶରେ ଦର୍ଶନ ଦେଉଛନ୍ତି ବାବା । ଭକ୍ତଙ୍କ ସିଧାସଳଖ ଦର୍ଶନ ବାରଣ କରାଯାଇଛି । ଭର୍ଚୁଆଲ୍ ମୋଡ୍‌ରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ।  

ଚମକିଲେ ସୂର୍ଯ୍ୟ

ଭୁୁବନେଶ୍ୱର,୬/୧୧(ଏସଏସନିଉଜ) ଟି-୨୦ ବିଶ୍ୱକପ୍ ରେ ଟସ୍ ଜିତି ବ୍ୟାଟିଂ ଆରମ୍ଭ କରିଥିଲା ଭାରତ । ଟି-୨୦ ବିଶ୍ୱକପ୍‌: ଜିମ୍ବାୱେକୁ ୧୮୭ ରନ୍ ଟାର୍ଗେଟ୍ ଦେଇଛି ଭାରତ ।ଦଳ ନିର୍ଦ୍ଧାରିତ ୨୦ଓଭର ଖେଳି ୧୮୬ରନ୍ କରିଛି।ଭାରତପକ୍ଷରୁ ସୂର୍ଯ୍ୟ କୁମାର ଯାଦବ ସର୍ବାଧିକ ୬୧ରନ୍ କରିଥିବାବେଳେ କେଏଲ୍ ରାହୁଲ ୫୧ରନ୍, ବିରାଟକୋହଲି ୨୫ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୮ରନ୍ କରିଛନ୍ତି ।

ଉଦ୍ଧାର ଝିଙ୍କ ନନ୍ଦନକାନନ ଆସିଲା

ବାରଙ୍ଗ,୫/୧୧(ଏସଏସନିଉଜ)ତ୍ରିସୁଳିଆଗାଁରୁ ଶନିବାରଦିନ ଏକ ଝିଙ୍କ ଉଦ୍ଧାର. ହୋଇ ନନ୍ଦନକାନନକୁ ଆସିଛି ।ନନ୍ଦନକାନନକୁ ଆସିବାପରେ ଝିଙ୍କକୁ ତାର ସ୍ୱାସ୍ଥ୍ୟ ପରୀକ୍ଷାପାଇଁ ଡାକ୍ତରଖାନାର କ୍ୱାରେଟାଂଇନରେ ରଖାଯାଇଛି ।ଜଣଙ୍କ ବାଡିରେ ଝିଙ୍କଟିଥିବାର ଦେଖି ପରିବରଲୋକ ବନବିଭାଗକୁ ଖବର ଦେବାପରେ ବନବିଭାଗ ନନ୍ଦନକାନକୁ ଝିଙ୍କୁ ଆଣିଥିଲା ।ଏହି ଝିଙ୍କ ଟି ନନ୍ଦନକାନନକୁ ଆସିବାପରେ ନନ୍ଦନକାନନରେ ଏମାନଙ୍କ ସଂଖ୍ୟା ବୃଦ୍ଧିପାଇ ୪ରେ ପହଁଚିଛି ।