Browsing category

ମହାନଗର

ପ୍ରଥମ ଟିକେଟ୍ କିଣିଲେ ନବୀନ !

ଭୁବନେଶ୍ୱର, ୨୩/୧୧(ଏସଏସନିଉଜ) ୨୦୨୩ ଜାନୁଆରୀରୁ କଳିଙ୍ଗ ଷ୍ଟାଡିୟମରେ ହେବ ବିଶ୍ୱକପ୍ ହକି। ହକି ଇଣ୍ଡିଆ ସଭାପତି ଦିଲ୍ଲୀପତିର୍କୀଙ୍କଠାରୁ ପ୍ରଥମ ଟିକେଟକୁ ଗ୍ରହଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକି ବିଶ୍ୱକପର ପ୍ରଥମ ଟିକେଟ କିଣିଲେ ୫୦୦ ଟଙ୍କା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

୧୧ରୁଶିକ୍ଷକ ନିଯୁକ୍ତି ଆବେଦନ

ଭୁବନେଶ୍ୱର, ୨୩/୧୧(ଏସଏସନିଉଜ) ୭ ହଜାର୫୪୦ ଶିକ୍ଷକ ନିଯୁକ୍ତିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ୱେବ୍‌ସାଇଟରେ ବିଜ୍ଞପ୍ତି ଜାରି କଲା ଙଝଝଉ ।ଙଝଝଉ ଅଧ୍ୟକ୍ଷ ଅଭୟଙ୍କ ସୂଚନାମୁତାବକ ୧୧ରୁ ଶିକ୍ଷକ ନିଯୁକ୍ତି ଆବେଦନ କରିହେବ ।ଡିସେମ୍ବର ୧୧ରୁ ଜାନୁଆରି ୯ ଯାଏ ଆବେଦନ ସମୟ ଧାର୍ଯ୍ୟ କରାଯାଇଛି ।  

ମୁକ୍ତାକାଶ କାରାଶ୍ରମ ପରିଦର୍ଶନକଲେ ଡିଆଇଜି

ମେଣ୍ଢାଶାଳ,୨୩/୧୧(ଏସଏସନିଉଜ)ଜାମୁଝରିସ୍ଥିତ ବିଜୁପଟ୍ଟନାୟକକାରାଶ୍ରମରେ କଟକରେଞଡିଆଇଜି କୁଳମଣିବେହେରା ବୁଧବାରଦିନ ପରିଦର୍ଶନରେ ଆସି ଫେରିଛନ୍ତି ।ସେ କାରାଶ୍ରମରେ ଥିବା ଅନ୍ତେଃବାସୀମାନଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ କାରଶ୍ରମରେ ସେମାନଙ୍କୁ ମିଳୁଥିବା ସୁବିଧାରେ ସେମାନେ ସନ୍ତୁଷ୍ଟକି ନା ପଚାରିବୁଝିଛନ୍ତି ।ମିଳୁଥିବା ଖାଦ୍ୟପେୟ,ଔଷଧ ଆଦି ବିଷୟରେ କାରାଶ୍ରମରେ ଥିବା ୩୫ଜଣ କଏଦୀଙ୍କ ସହ ଆଲୋଚନା କରିଛନ୍ତି ।ପରିଦର୍ଶନ ମସୟରେ ଅଧିକ୍ଷକ ସରୋଜବିଶ୍ୱାଳ,ଜେଲର ଅଧୃଶୋକୁମାରବେହେରାଙ୍କ ସମେତ କାରାଶ୍ରମଦାୟିତ୍ୱରେ ଥିବା ପଦାଧିକାରୀମାନେ ଉପସ୍ଥିତଥିଲେ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

ଶୀତକାଳୀନ ବିଧାନସଭା ଅଧିବେଶନ ପାଇଁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର,୨୩/୧୧(ଏସଏସ ନିଉଜ)ଶୀତକାଳୀନ ବିଧାନସଭା ଅଧିବେଶନ ଲାଗି କମିଶନରେଟ ପୁଲିସର ସୁରକ୍ଷା ବ୍ୟବସ୍ଥା । ୩୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ। ୩ସ୍ତରୀୟ ସୁରକ୍ଷା ବଳୟରେ ରହିବ ବିଧାନସଭା। ସୁରକ୍ଷା ବ୍ୟବସ୍ଥାକୁ ନେଇ ୫ଜଣ ଅତିରିକ୍ତ ଡିସିପି, ଡିଏସପି/ଏସିପି ୧୧ ଜଣ , ଆଇଆଇସି ୧୩ ଜଣ ,ଏଏସଆଇ,ଏସଆଇ ୬୨ ଜଣ ଦ୍ଵାୟିତ୍ୱରେ ରହିବେ।

ପରଲୋକରେ କଟକର ପୂର୍ବତନ ଡେପୁଟିମେୟର

କଟକ,୨୩/୧୧(ଏସଏସ ନିଉଜ)କଟକ ମହାନଗରନିଗମର ପୂର୍ବତନ ଡେପୁଟିମେୟର ତଥା ଶଙ୍କରପୁର ବାଦାମବାଡ଼ି ପୂଜାକମିଟିର କାର୍ଯ୍ୟକାରୀସଭାପତି ତଥା କଟକ ଘରୋଇବସ୍ ମାଲିକସଂଘର ସମ୍ପାଦକ ଅଜୟ କୁମାରବାରିକଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୫୭ବର୍ଷ ହୋଇଥିଲା । ଶଙ୍କରପୁର ବାରିକ ସାହିରବାସିନ୍ଦା ଅଜୟବାରିକ କ୍ୟାନସରରୋଗରେ ପୀଡ଼ିତଥିଲେ। ଗତକାଲି ବିଳମ୍ବିତରାତିରେ ସେ ଗୁରୁତର ଅସୁସ୍ଥ ହୋଇପଡିବାସହିତ ତାଙ୍କର ବାଦାମବାଡି ଲିଙ୍କରୋଡ୍ ବାସଭବନରେ ଶେଷନିଶ୍ୱାସ ତ୍ୟାଗ କରିଥିଲେ ।

ପରଲୋକରେ ପୂର୍ବତନମନ୍ତ୍ରୀ ଗୋଲକବିହାରୀନାଏକ

ଭୁବନେଶ୍ୱର,୨୩/୧୧(ଏସଏସନିଉଜ)ପୂର୍ବତନମନ୍ତ୍ରୀ ଗୋଲକବିହାରୀନାଏକଙ୍କ ପରଲୋକ ଘଟିଛି । ୬୫ବର୍ଷ ବୟସରେ ହାର୍ଟଆଟାକରେ ତାଙ୍କର ଦେହାନ୍ତହୋଇଥିବା ଜଣାପଡିଛି ।ଦୀର୍ଘଦିନରୁ ଗୋଲକନାଏକ କିଡନୀ ରୋଗରେ ଆକ୍ରାନ୍ତଥିଲେ । ଓଡ଼ିଶା ବିଧାନସଭା ନିର୍ବାଚନରେ ସେ ଖୁଣ୍ଟା ଓ ଉଦଳା ବିଧାନସଭା ନିର୍ବାଚନମଣ୍ଡଳୀରୁ୩ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଜେପିରୁ ରାଜନୈତିକକ୍ୟାରିୟର ଆରମ୍ଭକରି ବୟନଶିଳ୍ପ, ମତ୍ସ୍ୟ ଓପ୍ରାଣୀସମ୍ପଦବିଭାଗର ମନ୍ତ୍ରୀ ଥିଲେ ।ବୁଧବାରସକାଳେ ବେତନଟୀ ଫାର୍ମହାଉସ ବାସଭବନରୁ ବାରିପଦାର ଏକ ଘରୋଇ ନର୍ସିଂହୋମକୁ ବ୍ଳଡ ଡାୟଲେସିସପାଇଁ ଆସିଥିବାବେଳେ ପୂର୍ବାହ୍ନ୧୦ଟାସମୟରେ ଆଖି ବୁଜିଥିଲେ।

ଗଣମାଧ୍ୟମ ଉପରେ ବର୍ଷିଲେ ଅକ୍ଷୟପରିଜା

ଭୁବନେଶ୍ୱର,୨୩/୧୧(ଏସ ଏସନିଉଜ)ଇଡିରେ ହାଜର ବେଳେ କିଛି ଗଣମାଧ୍ୟମ ଉପରେ ବର୍ଷିଲେ ଅକ୍ଷୟ ପରିଜା ।କହିଲେ- କିଛି ଚ୍ୟାନେଲ ଦାୟିତ୍ୱହୀନ ଭାବେ ଖବର ପରିବେଷଣ କରୁଛନ୍ତି।ସମସ୍ତଙ୍କୁ ମୁଁ କୋର୍ଟକୁ ନେଇପାରେ।

ନକ୍ସାରେ ସ୍ଥାନଦେଲେ ଗାଁର ଗୁରୁତ୍ୱପୁର୍ଣ ଜାଗା

ମେଣ୍ଢାଶାଳ,୨୧/୧୧(ଏସଏସନିଉଜ) ଶିକ୍ଷା ଓ ଅନୁସନ୍ଧାନ ସଂସ୍ଥା ଅନୁକୁଲ୍ୟରେ କୃଷିବିଜ୍ଞାନବିଭାଗର ୪ର୍ଥବର୍ଷ ଶିକ୍ଷାର୍ଥୀମାନଙ୍କୁ ନେଇ ଏକ କାର୍ଯ୍ୟଦକ୍ଷତା ଶିବିର ମେଣ୍ଢାଶାଳଗ୍ରାମପଂଚାୟତକାର୍ଯ୍ୟାଳୟ ପରିସରରେ ମଙ୍ଗଳବାରଦିନ ଅନୁଷ୍ଠିତ ହୋଇଯାଇଛି ।ଶିକ୍ଷାର୍ଥୀମାନଙ୍କୁ ଗ୍ରାମାଂଚଳର ଚାଷକାର୍ଯ୍ୟ କାର୍ଯ୍ୟଦକ୍ଷତା ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।ଡ.ସୈାମ୍ୟାମିଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମେଣ୍ଢାଶାଳ ପଂଚାୟତ ସରପଂଚ କୈାଶଲ୍ୟା ବଳିୟାରସିଂହ, ସେବାସମବାୟସମିତିସଭାପତି ମହେନ୍ଦ୍ରକୁମାରପ୍ରଧାନ ସହଯୋଗ କରିଥିଲେ ।ଛାତ୍ରୀମାନେ ରଙ୍ଗସାହାର୍ଯ୍ୟରେ ଏକ ନକ୍ସା ପ୍ରସ୍ତୁତକରି ଗ୍ରାମର ଗୁରୁତ୍ୱପୁର୍ଣ ଜାଗାକୁ ଚିହ୍ନଟ କରିଥିଲେ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

ଚାରିଛୁଆଙ୍କୁ ଜନ୍ମଦେଲା ବିଜଲୀ

ବାରଙ୍ଗ,୨୨/୧୧(ଏସଏସନିଉଜ)ମଙ୍ଗଳବାରଦିନ ଏସୀୟସିଂହୀ ବିଜଲୀ ତାର ତୃତୀୟଗର୍ଭରୁ ୪ଟି ଶାବକକୁ ଜନ୍ମ ଦେଇଛି।ପ୍ରଥମଶାବକକୁ ୨ଟା୩୨,ଦ୍ୱତୀୟଶାବକକୁ୪ଟା୧୬,ତୃତୀୟଶାବକକୁ୫ଟା୩୬ ଓ ଚତୁର୍ଥଶାବକକୁ ୭ଟା୨୧ରେ ଜନ୍ମଦେଇଛି ।ବିଜଲୀର ନବଜାତ ଛୁଆ ୪ଟି ସୁସ୍ଥ ଥିବାବେଳେ ମା\’ ସେମାନଙ୍କୁ ତା ଜିଭରେ ଚାଟୁଥିବା ଦୃଶ୍ୟ ସିସିଟିଭିରେ ଦେଖିବାକୁ ମିଳିଛି।ତେବେ ଜନ୍ମିତ ଛୁଆ ୪ଟିର ଲିଙ୍ଗଚିହ୍ନଟ ହୋଇନାହିଁ ।ସିଂହ ସମ୍ରାଟ ସହ ସିଂହୀ ବିଜଲୀର ମିଳନ ଗତ ଅଗଷ୍ଟ ମାସରେ ହୋଇଥିଲା।ପରେ ସେ ଗର୍ଭବତୀ ହୋଇଥିଲା।ଏହାପରେ କର୍ତ୍ତୁପକ୍ଷ ବିଜଲୀ ପ୍ରତି ସ୍ବତନ୍ର ଦୃଷ୍ଟି ଦେଇଥିଲେ।ସିଂହସଫାରୀ ଫିଡିଙ୍ଗ ଚାମ୍ବର […]

ମହିମାପୀଠରେ ଜବରଦଖଲ ଉଚ୍ଛେଦ

ଢେଙ୍କାନାଳ,୨୨/୧୧(ଏସଏସ ନିଉଜ) ଯୋରନ୍ଦା ମହିମା ପୀଠରେ ଜବରଦଖଲ ଉଚ୍ଛେଦ ହେଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ବକଳ ସମାଜଙ୍କ ମୁଖ୍ୟ ଗାଦି ମନ୍ଦିର ତୃତୀୟ ବେଢ଼ା , କୌପୁନି ସମାଜର ବତୀ ମନ୍ଦିର , ଧୂନି ମନ୍ଦିର , ଟୁଙ୍ଗି ଘର ଆଦିକୁ ଭଙ୍ଗା ଯାଉଛି। ଉପଜିଲ୍ଲାପାଳ ସ୍ୱତନ୍ତ୍ର ମାଜିଷ୍ଟ୍ରେଟେଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଆଇନଶୃଙ୍ଖଳାକୁ ଦୃଷ୍ଟିରେରଖି ୪ପ୍ଲାଟନଫୋର୍ସ ମୁତୟନ କରାଯାଇଛି। ୨ଟି ଜେସିବି ସାହାଯ୍ୟରେ ଉଚ୍ଛେଦ କାର୍ଯ୍ୟ କରାଯାଉଛି।