Browsing category

ମହାନଗର

ରାଜଧାନୀ ଉପକଣ୍ଠରେ ଯୁବକଙ୍କୁ ହତ୍ୟା !

ବାରଙ୍ଗ,୨୨/୧୧(ଏସଏସନିଉଜ) ଚନ୍ଦକାଥାନା ଅଧିନସ୍ଥ ପାଇକରାପୁର ପାହାଡ଼ତଳୁ ମଙ୍ଗଳବାର ସକାଳୁ ଏକ ମୃତଦେହକୁ ଢାବ କରିଛି ପୋଲିସ । ମୃତ ଯୁବକ ହେଉଛନ୍ତି ରେତଙ୍ଗ ପଞ୍ଚାୟତର ବ୍ରହ୍ମକୁଣ୍ଡଳ ଗାଁର ବଂଶିଧର ବେହେରାାସେ ପାଇକରାପୁର ସ୍କୁଲରେ ପିଅନ୍ ଭାବେ କାମ କରୁଥିଲେ । ଗତକାଲି କେତେକ ଲୋକ ସେଠାରେ ଭୋଜି କରୁଥିଲେ। ‌ ସେମାନେ ବଂଶୀଧରଙ୍କୁ ପିଟିବାସହ ପଥରରେ ଛେଚି ମାରି ଦେଇଥିବା କୁହାଯାଉଛି। ଖବରପାଇ ଚନ୍ଦକାଥାନାପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି। ପ୍ରାଥମିକ ଅନୁସନ୍ଧାନରୁ ପୂର୍ବ ଶତ୍ରୁତାକୁ ନେଇ […]

ଦେଓମାଳିରେ ଲାଗିଲା ୧୪୪

ଭୁୁବନେଶ୍ୱର,୨୨/୧୧(ଏସଏସନିଉଜ)ଆସନ୍ତା ୬୦ଦିନପର‌୍ୟ୍ୟନ୍ତ ରାତି୯ରୁ ସକାଳ୮ ପର‌୍ୟ୍ୟନ୍ତ ଜାରିରହିବ ଏହି କଟକଣା ।ରାତ୍ରିଯାପନ କିମ୍ବା ସଂଧ୍ୟାପରେ ବୁଲିବାଉପରେ ଲାଗିଲା ଏହି କଟକଣା ।ରାତି ଚଳପ୍ରଚଳକୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରାଯାଇଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।  

ଗୁଣ୍ଡିଚାମନ୍ଦିରରେ ଗଜପତିମହାରାଜ

ପୁରୀ,୨୨/୧୧(ଏସଏସନିଉଜ) ଗୁଣ୍ଡିଚାମନ୍ଦିରରେ ଗଜପତିମହାରାଜ ଦିବ୍ୟସିଂହ ଦେବା ଗୁଣ୍ଡିଚାମନ୍ଦିରର ସ୍ଥିତି ତଦାରଖ କରିଛନ୍ତି ଗଜପତି ମହାରାଜାନାଟମଣ୍ଡପର ୩ଟି ପିଲାରରେ ଫାଟ ସୂଚନାପରେ ସ୍ଥିତି ତଦାରଖ ପାଇଁ ଯାଇଥିଲେ ।    

ଶ୍ରୀମନ୍ଦିରରେ ଆରମ୍ଭହେଲା ଦେବଦୀପାବଳି

ପୁରୀ,୨୨/୧୧(ଏସଏସନିଉଜ)ଦେବଦିପାବଳୀର ପ୍ରଥମଦିନ ନୀତିପାଇଁ ଶ୍ରୀମନ୍ଦିରରେ ପ୍ରସ୍ତୁତିଚାଲିଛି । ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କୁ ଦୀପଦାନ କରିବାସହ ଶ୍ରାଦ୍ଧମଧ୍ୟ ପକାଇଥାନ୍ତି ।ପ୍ରଥମଦିନ ମାର୍ଗଶୀରମାସର କୃଷ୍ଣ ଚତୁର୍ଦ୍ଦଶୀତିଥିରେ ସଂଧ୍ୟାଧୂପ ନୀତି ବଢିବାପରେ ମହାପ୍ରଭୁ, ଅଦିତି, ଓ କଶ୍ୟପଙ୍କଉଦ୍ଦେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ ଦିଆଯାଇଥାଏ । ଦ୍ୱିତୀୟଦିନରେ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଦୀପଦାନ ହେବ ।ତୃତୀୟଦିନରେ ଦେବକୀ, ବାସୁଦେବ, ନନ୍ଦ ଓ ଗୁଣ୍ଡିଚା ରାଣୀଙ୍କୁ ଏହି ଦୀପଦାନସହ ଶ୍ରାଦ୍ଧ ଦିଆଯିବାପାଇଁ ବ୍ୟବସ୍ଥା କରାଯାଇଛି ।

ଖଣ୍ଡା ଓ ଫାର୍ସାରେ ପକାଇଲେ ଚୋଟ!

ଭୁବନେଶ୍ୱର,୨୨/୧୧(ଏସଏସନିଉଜ) ପାନଦୋକାନରେ ୨୦ରୁ ଅଧିକ ଯୁବକ ପଶି ୩ଭାଇକୁ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି ।ଏହିଭଳି ଘଟଣା ଭୁବନେଶ୍ୱରର ସୁନ୍ଦରପଦା ଅଞ୍ଚଳରେ ଗତକାଲି ରାତିରେ ଘଟିଛି। ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ୩ଭାଇ ପ୍ରଣବ ସେନାପତି , ପ୍ରଦୋଷ ସେନାପତି ଓ ପ୍ରବୀଣ ସେନାପତିଙ୍କୁ ପୋଲିସ ଉଦ୍ଧାର କରି ଚିକିସ୍‌। ପାଇ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ପ୍ରଣବଙ୍କ କହିବାନୁଯାୟୀ ୨ଦିନ ପୂର୍ବେ ଗାଁର କିଛି ଯୁବକଙ୍କସହ ତାଙ୍କପରିବାରର ଗଣ୍ଡଗୋଳ ହୋଇଥିବାବେଳେ ଏହା ଥାନାରେ ସମାଧାନ ହୋଇଥିଲା। […]

ସଚେତନ କରାଇଲେ

କଟକ,୨୧/୧୧(ଏସଏସନିଉଜ) ବାଲ୍ୟବିବାହ ଭଳି କୁ୍‌ପ୍ରଥାକୁ ରୋକି୍ହେବ ।ଜିଲ୍ଲାପ୍ରଶାସନଆକ୍ସଡେ ୟୁନିସେଫର ମିଳିତ ଆନୁକୁଲ୍ୟରେ ସୋମବାରଦିନ ବିକାଶ ଭବନଠାରେ କିଶୋରବୟସ୍କଙ୍କପାଇଁ ଜୀବନଶୈଳୀ, ନିଯୁକ୍ତିଭିତିକ ଶିକ୍ଷା ଓ ଆର୍ଥିକ ସାକ୍ଷରତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ପ୍ରଗତିମହାନ୍ତି, ସୈାମ୍ୟାସୁଚରିତା ସାହୁ , ଶୁଭଶ୍ରୀବିଶ୍ୱାଳ, , ସ୍ୱାଗତିକାପରିଡା ପ୍ରମୁଖ ଯୋଗଦେଇ ସ୍ୱୟଂସହାୟକଗୋଷ୍ଠିମାନଙ୍କମାଧ୍ୟମରେ ବାଲ୍ୟବିବାହ ନିରୋଧ କାର୍ଯ୍ୟକୁ କିପରି ଗ୍ରାମଂଚଳରେ ପ୍ରଚାର ଓ ପ୍ରସାର କରାଯାଇପାରିବ ସେଉପରେ ମତବ୍ୟକ୍ତ କରିଥିଲେ ।ନିବେଦିତାପାଣିଗ୍ରାହି ଏହାକୁ ସଂଯୋଜନା କରିଥିବାବେଳେ ନିଳେନ୍ଦ୍ରିସାହୁ ଧନ୍ୟବାଦ ଦେଇଥିଲେ । […]

ଜିଲ୍ଲାସ୍ତରୀୟ ବିଶ୍ୱ ମତ୍ସ୍ୟଦିବସ ପାଳିତ

କଟକ,୨୧/୧୧(ଏସଏସନିଉଜ) ସୋମବାରଦିନ ଜିଲ୍ଲାମତ୍ସ୍ୟକାର୍ଯ୍ୟାଳୟ କଟକ ତରଫରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିଶ୍ୱମତ୍ସ୍ୟଦିବସ ପାଳନ ହୋଇଯାଇଛି ।ଏଥିରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ପୂର୍ଣ୍ଣଚନ୍ଦ୍ର ମିଶ୍ର , ବାଙ୍କୀ-ଡମପଡା ଜିଲ୍ଲାପରିଷଦସଦସ୍ୟ ଆଶିଷକୁମାରସାହୁ ଯୋଗଦେଇ ଆନୁଷ୍ଠାନିକଭାବେ ପ୍ରଦୀପପ୍ରଜ୍ଵଳନ କରି ଉଦଘାଟନ କରିଥିଲେ।ବିଶ୍ୱ ମତ୍ସ୍ୟଦିବସକୁ ଅଧିକ ଶ୍ରେଷ୍ଠତ୍ୱ ପ୍ରଦାନ ଉଦେଶ୍ୟରେ,ମତ୍ସ୍ୟବିଭାଗର ବିଭିନ୍ନଯୋଜନାକୁ ସଫଳ ରୂପାୟନ ଦେଇଥିବା ଚାଷୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲାମତ୍ସ୍ୟଅଧିକାରୀ ଇତିଶ୍ରୀରଥ ଜିଲ୍ଲାରେ ମତ୍ସ୍ୟଉତ୍ପାଦନ, ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଓ ସଫଳ ରୂପାୟନସମ୍ବନ୍ଧରେ ଆଲୋକପାତ କରିଥିଲେ। ଅନୁଷ୍ଠିତ […]

ନୂଆ ରୂପପାଇବ ଲୋକନାଥମନ୍ଦିର ଓ ଅଲାରନାଥପୀଠ

ପୁରୀ,୨୧/୧୧(ଏସଏସନିଉଜ) ନୂଆ ରୂପପାଇବ ପୁରୀର ଲୋକନାଥମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥପୀଠ ।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀର ଶ୍ରୀ ଲୋକନାଥ ମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥ ପୀଠର ଉନ୍ନତି ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦନ କରିଛନ୍ତି। ଶ୍ରୀ ଲୋକନାଥ ମନ୍ଦିରର ବିକାଶ ପାଇଁ ୨୮ କୋଟି ଟଙ୍କା ଅଟକଳ ରଖାଯାଇଥିବା ବେଳେ, ଅଲାରନାଥଙ୍କ ପାଇଁ ୮ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଉଭୟ ମନ୍ଦିରର ପୁନଃଉନ୍ନୟନ କାର‌୍ୟ୍ୟ ୧ବର୍ଷ ମଧ୍ୟରେ ସଂପୂର୍ଣ୍ଣ ହେବ।

ଏକାଧିକ ଗାଡ଼ି ଉପରେ ଚଢ଼ିଗଲା ଟ୍ରକ୍‌

ଭୁବନେଶ୍ୱର,୨୧/୧୧(ଏସଏସନିଉଜ)ଭାରସାମ୍ୟ ହରାଇ ଏକାଧିକ ଗାଡ଼ି ଉପରେ ଚଢ଼ିଗଲା ଟ୍ରକ୍ ।୩୦ରୁ ଅଧିକ ଆହତ ହୋଇଥିବାବେଳେ ୪୦ରୁ ଅଧିକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି । ମହାରାଷ୍ଟ୍ର ପୁଣେ-ବେଙ୍ଗଲୁରୁ ହାଇେଓ୍ୱରେ ଏହି ଦୁର୍ଘଟଣା ଘଟିଛି ।ପୁଣେ-ବେଙ୍ଗଳୁରୁ ହାଇେଓ୍ୱର ନାଭାଲେ ବ୍ରିଜରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ବ୍ରିଜରେ ଟ୍ରାଫିକ୍ ଜାମ୍ ଯୋଗୁଁ ଶତାଧିକ ଗାଡ଼ି ପଛକୁ ପଛ ଛିଡାହୋଇଥିବାବେଳେ ଏହି ସମୟରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତାରେ ଥିବା ଅନ୍ୟ ଗାଡ଼ି ଉପରେ ଚଢ଼ି ଯାଇଥିଲା ।ସୌଭାଗ୍ୟବଶତଃ […]

ମାଭାଗବତୀମନ୍ଦିରରେ ୫ଟିସଚିବ

ଭୁବନେଶ୍ୱର,୨୧/୧୧(ଏସଏସନିଉଜ) ବାଣପୁରର ମାଭାଗବତୀମନ୍ଦିର ପରିଦର୍ଶନ କରିଛନ୍ତି ୫ଟି ସଚିବ। ମନ୍ଦିରର ଉନ୍ନତିପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହୋଇଛି। ୫ଟିସଚିବ ଭି.କେ ପାଣ୍ଡିଆନଙ୍କସହ ଆଇଏଏସ୍ ଅଧିକାରୀମାନେ ଉପସ୍ଥିତ ଥିଲେ । ଆଜି ସକାଳୁ ୫ଟିସଚିବଙ୍କର ମାଭଗବତୀ ମନ୍ଦିର ପରିଦର୍ଶନ ପରେ ମାଭଗବତୀ ମନ୍ଦିରର ରୂପରେଖ ବଦଳିବାର ସମ୍ଭାବନା ଦେଖାଦେଇଛି ।