Browsing category

ମହାନଗର

ପୁଣି ଅଳିଆ ଗାଡିନେଲା ଜୀବନ

ବାରଙ୍ଗ,୩୦/୧୦(ଏସଏସ ନିଉଜ) ଗତ ଦୁଇମାସର ବ୍ୟବଧାନ ପରେ ପୁଣି ଦାରୁଠେଙ୍ଗ ଗାଁ ମୁଣ୍ଡରେ ଅଲିଆ ବୋଝେଇ ଗାଡି ଧକାରେ ରବିବାର ସକାଳେ ଜଣଙ୍କର ମୃତୁ ଘଟିଛି।ମୃତ ବ୍ୟକ୍ତିଙ୍କ ନାମ ରାମ ଘାଗରାଇ ବୋଲି ଜଣାପଡିଛି।ଖବର ପାଇ ଚନ୍ଦକା ପୋଲିସ ଘଟଣାସ୍ଥଳରେ ପହଁଚିଛି।ଅନ୍ୟପଟେ ସେଠାରେ ଉତେଜନା ଦେଖାଦେଇଛି।

ଡକାୟତି ମାମଲାରେ ୫ଜଣଙ୍କୁ ଗିରଫ କଲା ପୋଲିସ

କଟକ,୨୯/୧୦(ଏସଏସ ନିଉଜ) ମହାନଦୀ ବିହାରରେ ବିଲଡରଙ୍କ ଘରେ ପଶି ଡକାୟତି ମାମଲାରେ ୫ ଜଣ ଗିରଫ କରିଛି ପୋଲିସ।ସେମାନଙ୍କଠାରୁ ଗୋଟିଏ ଲେଖାଏଁ କାର୍ ଓ ବାଇକ୍ ସମେତ ନଗଦ ୧ ଲକ୍ଷ ୮୦ ହଜାର ଟଙ୍କା, ୭ ମୋବାଇଲ ଜବତ କରିଛି।ଡକାୟତିର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଫେରାର ଥିବା ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ହାଇ ସିକ୍ୟୁରିଟି ନମ୍ବରପ୍ଲେଟ ଅବଧୀ ବଢ଼ିଲା

ଭୁବନେଶ୍ୱର,୨୯/୧୦(ଏସଏସ ନିଉଜ)ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଅବଧୀ ପୁଣି ବଢ଼ିଲା।ଫେବ୍ରୁଆରି ୨୦୨୩ ଯାଏଁ ଅବଧି ବଢ଼ାଇବାକୁ ପରିବହନ ବିଭାଗର ନିଷ୍ପତ୍ତି।ଶେଷ ଅଙ୍କ ଶୂନ କିମ୍ବା ୯ ଥିଲେ, ଫେବ୍ରୁଆରି ମଧ୍ୟରେ ଲଗାଇ ପାରିବେ।

ରାଜଧାନୀରେ ଛାତ୍ରକଂଗ୍ରେସ ଓ ପୁଲିସ୍‌ ମୁହାଁମୁହିଁ

ଭୁବନେଶ୍ୱର,୨୯/୧୦(ଏସଏସ ନିଉଜ)ଜିଲ୍ଲାପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାରେ ମନ୍ତ୍ରୀ ସମୀର ଦାଶଙ୍କ ଇସ୍ତଫା ଦାବିରେ ନବୀନ ନିବାସ ଘେରାଉ ପାଇଁ ଛାତ୍ର କଂଗ୍ରେସର ଉଦ୍ୟମ ହୋଉଛି। ଏହାପରେ ପୋଲିସ ସହ ଛାତ୍ର କଂଗ୍ରେସର ମୁହାଁମୁହିଁ ସ୍ଥିତି ଉପୁଜିଛି। ଛାତ୍ରକଂଗ୍ରେସ ସଦସ୍ୟମାନେ ନବୀନ ନିବାସକୁ ଘେରାଉ କରିବା ସମୟରେ ପୁଲିସ୍‌ ସେମାନଙ୍କୁ ଅଟକାଇ ବାକୁ ଉଦ୍ୟମ କରିବା ଫଳରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଛାତ୍ର କଂଗ୍ରେସର ସଦସ୍ୟମାନେ ପୁଲିସ୍‌ ଉପରକୁ ଅଣ୍ଡା ଓ ଟମାଟର୍‌ ମାରିଥିବା […]

ଶେଷରେ ମାରିଦେଲେ !

ବାରଙ୍ଗ,୨୮/୧୦(ଏସଏସ ନିଉଜ)ମାଳ ମାଳ ଡାକ୍ତର,ଲକ୍ଷାଧିକ ଟଙ୍କାର ମାସିକ ଔଷଧ ବିଲ ସହ ଅନ୍ୟାନ୍ୟ ଖର୍ଚ୍ଚ ହେଉଛି ।ତଥାପି ଜୀବଜନ୍ତୁଙ୍କ ମୃତୁରେ ରୋକ ଲାଗିପାରୁନାହିଁ।ଠିକାଦାରୀ ନିଶା ହିଁ ଅଫିସରମାନଙ୍କୁ ବାଟବଣା କରିଛି ।କାଲିଠାରୁ ହାଟୀସଫରିର ହାତିଶାଳରେ ପଡିଯାଇଥିବା ହାତୀ ପ୍ରେମା ଶେଷରେ ଆଜି ଆଖିବୁଜିଛି।ବଞ୍ଚାଇ ପାରିନାହାନ୍ତି ଏଠାକାର ଡାକ୍ତର। ଗତ ଜୁଲାଇ ମାସରୁ ହାତୀଟି ଅସୁସ୍ଥ ଥିଲା।ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ଏବେ ନନ୍ଦନକାନନରେ ହାତୀ ସଂଖ୍ୟା ହ୍ରାସ ପାଇ ୩ରେ ପହଁଚିଛି।

ଶାନ୍ତିସ୍ତୂପରେ ବୌଦ୍ଧ ସନ୍ନ୍ୟାସୀ

ଭୁବନେଶ୍ୱର,୨୮/୧୦(ଏସଏସ ନିଉଜ)ଧଉଳିର ଶାନ୍ତିସ୍ତୂପ ପ୍ରତିଷ୍ଠାକୁ ଆଜି ପୂରୁଛି ୫୦ ବର୍ଷ lସୁବର୍ଣ୍ଣ ଜୟନ୍ତୀ ଅବସରରେ ଧଉଳିରେ ବିରାଟ ବୌଦ୍ଧ ସମ୍ମିଳନୀର ଆୟୋଜନ lଦେଶ ବିଦେଶରୁ ବହୁ ସଂଖ୍ୟାରେ ବୌଦ୍ଧ ସନ୍ନ୍ୟାସୀ ପହଞ୍ଚିବାରେ ଲାଗିଛନ୍ତି lସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଲେ l

ସ୍ୱଛତାର ବାର୍ତାଦେଲେ ସରପଂଚ

ମେଣ୍ଢାଶାଳ,୨୬/୧୦(ଏସଏସନିଉଜ)ଆଇଗିଣିଆସ୍ଥିତ କେନ୍ଦ୍ରିୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ଅନୁକୁଲ୍ୟରେ ମେଣ୍ଢଶାଳଠାରେ ସ୍ୱଛଭାରତକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମେଣ୍ଢାଶାଳଗ୍ରାମପଂଚାୟତ ସଭାଗୃହରେ ସମସ୍ତୱାର୍ଡସଭ୍ୟ ଓ ଗ୍ରାମର ଯୁବକମାନଙ୍କୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।ମନେଜକୁମାରପଟ୍ଟନାୟକଙ୍କ ପୈାରହତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ଉଦ୍ୟାନକେନ୍ଦ୍ରତରଫରୁ ସୁଚିତ୍ରାବେହେରା,ବିଶ୍ୱନାଥପାଇକରାୟ,ଗୋବିନ୍ଦନାୟକ ପ୍ରମୁଖ ଅତିଥିଭାବେ ଯୋଗଦେଇ ସ୍ୱଛଭାରତ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ।ସରପଂଚ କୈାଶଲା ବଳିୟାରସିଂହ ସମ୍ମାନୀତଅତିଥିଭାବେ ଯୋଗଦେଇଥିବାବେଳେ ମୁଖ୍ୟବକ୍ତାଭାବେ ମେଣ୍ଢାଶାଳ ସେବାସମବାୟ ସମିତି ସଭାପତି ମହେନ୍ଦ୍ରକୁମାରପ୍ରଧାନ, ସିମିତିସଭ୍ୟ ସରୋଜବେହେରା,ନାୟବସରପଂଚ ଗୁଂଠବେହେରା ଯୋଗଦେଇ ଗ୍ରାମରେ ସ୍ୱଛ ଭାରତ କାର୍ଯ୍ୟକ୍ରମ ମାଧ୍ୟମରେ […]

କମ୍ପିବ ବରଗଡ଼

ଭୁୁବନେଶ୍ୱର,୨୭/୧୦(ଏସଏସନିଉଜ)ଆସନ୍ତା ଡିସେମ୍ବର୨୭ରୁ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହେବାକୁ ଯାଉଛି । ଜାନୁଆରୀ ୬ତାରିଖ ପର‌୍ୟ୍ୟନ୍ତ କମ୍ପିବ ବରଗଡ଼ । ଏଥିପାଇଁ ଏବେଠୁ ବରଗଡ଼ ଜିଲ୍ଲାବାସୀଙ୍କ ମନରେ ଦେଖିବାକୁ ମିଳିଲାଣି ଉତ୍ସାହ । ଧନୁଯାତ୍ରାରେ ବିଭିନ୍ନ ଭୂମିକାରେ ଅଭିନୟ କରିବା ପାଇଁ ଆଜି ଫର୍ମ ପୂରଣ ହୋଇଛି ।

୧୭ପର୍ଯ୍ୟଟନସ୍ଥଳୀ ପାଇଁ ମାଷ୍ଟରପ୍ଲାନ୍

ଭୁୁବନେଶ୍ୱର,୨୭/୧୦(ଏସଏସନିଉଜ)ଆସୁଛି ପର୍ଯ୍ୟଟଜ ରୁତୁ ।ପର୍ଯ୍ୟଟନଋତୁ ପାଇଁ ପ୍ରସ୍ତୁତିପର୍ବ ଆରମ୍ଭ କରିଦେଇଛନ୍ତି ରାଜ୍ୟସରକାର ।ପର୍ଯ୍ୟଟକମାନଙ୍କୁ କିଭଳି ଆକୃଷ୍ଟ କରିହେବ ସେଥିପାଇଁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଯାଇଛି । ଡିସେମ୍ବର ପହିଲାରୁ ୭ଟିସ୍ଥାନରେ ଇକୋ-ରି‌ଟ୍ରିଟ୍ ହେବ ।ଖୁବ୍‌ଶୀଘ୍ର ଭିତରକନିକାରେ କ୍ରୁଜ୍ ଟୁରିଜିମ୍ ବୋଲି ଜଣାପଡିଛି ।