Browsing category

ମହାନଗର

ନଭେମ୍ବର୧ରୁ ଖୋଲିବ ଶିମିଳିପାଳ

ଭୁୁବନେଶ୍ୱର,୨୭/୧୦(ଏସଏସନିଉଜ)ଦୀର୍ଘଦିନର ବନ୍ଦ ପରେ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବାକୁ ଯାଉଛି ଶିମିଳିପାଳା ନଭେମ୍ବର ୧ରୁ ପର‌୍ୟ୍ୟଟକଙ୍କ ପାଇଁ ଖୋଲିବ ଅଭୟାରଣ୍ୟ । ରାତ୍ରିଯାପନ ପାଇଁ ଅନ୍ଲାଇନ୍‌ରେ ବୁକିଂ କରିବାକୁ ପଡ଼ିବ । ବାରିପଦା ଆଡୁ ୨୫ ଓ ଯଶୀପୁର ଆଡ଼ୁ ୩୫ଟି ବସ୍‌କୁ ଅନୁମତି ମିଳିବ ବୋଲ କୁହାଯାଇଛି ।

ଅର୍ଚ୍ଚନା ମାମଲାର ତଦନ୍ତ କରିବ ଇଡି

ଭୁୁବନେଶ୍ୱର,୨୭/୧୦(ଏସଏସନିଉଜ) ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣାରେ କମିଶନରେଟ ପୋଲିସ ଠାରୁ ୠଓଜ କପି ନେଲା ଋଊ । ଗତକାଲି ପୋଲିସ ଠାରୁ ୠଓଜ କପି ନେଇଥିବା ସୂଚନାମିଳିଛି । ଏହାପରେ ଇଡି ହାତରେ ଅର୍ଚ୍ଚନା ମାମଲା। ୨ଟି ଏତଲା କପି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ହସ୍ତାନ୍ତର କଲା କମିସନରେଟ ପୁଲିସ। ଖଣ୍ଡଗିରି ଓ ନୟାପଲ୍ଲୀ ଥାନାର ଏତଲା କପିକୁ ନେଇ ଅର୍ଚ୍ଚନା ମାମଲାର ତଦନ୍ତ କରିବ ଇଡି।

ରାଜ୍ୟ ମୁଖ୍ୟନିର୍ବାଚନ ଅଧିକାରୀଙ୍କ ପ୍ରେସ୍‌ମିଟ୍

ଭୁୁବନେଶ୍ୱର,୨୭/୧୦(ଏସଏସନିଉଜ) ଆଦର୍ଶ ଆଚରଣ ବିଧିକୁ ନେଇ ରାଜ୍ୟ ମୁଖ୍ୟନିର୍ବାଚନ ଅଧିକାରୀଙ୍କ ପ୍ରେସ୍‌ମିଟ୍ ହୋଇଛି ।ଆଦର୍ଶ ଆଚରଣ ବିଧି ଭାଙ୍ଗିଲେ ଦୃଢକାର୍ଯ୍ୟାନୁଷ୍ଠାନ ହେବ ।ଏହାସହ ଭୋଟରଙ୍କୁ ଲାଞ୍ଚ, ଧମକାଇବା ଓ ପ୍ରଲୋଭିତ କରିବା ଅପରାଧ ବୋଲି କହିଛନ୍ତି ଉଋଙ ।ନିର୍ବାଚନକମିଶନଙ୍କ ସିଭିଜିଲ୍ ଆପରେ ଅଭିଯୋଗ କରିବାକୁ ଅପିଲ ମଧ୍ୟ କରିଛନ୍ତି ଅନ୍ୟପଟେ ବିଜେଡିର ୪ ଜଣିଆ ଟିମ୍ ସାଂସଦ ସସ୍ମିତ ପାତ୍ର, ମୁନା ଖାଁ, ଚନ୍ଦ୍ରଶେଖର ସାହୁ ଓ ନିରଞ୍ଜନ ବିଶି ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି ।

ମନ୍ତ୍ରୀଙ୍କୁ ଦେଖାଇଲେ କଳାପତାକା

ଭୁୁବନେଶ୍ୱର,୨୭/୧୦(ଏସଏସନିଉଜ) ଦୁଇ ମନ୍ତ୍ରୀଙ୍କୁ କଳାପତାକା ଦେଖାଇଲେ ଯୁବ କଂଗ୍ରେସ କର୍ମୀ। ଆଠଗଡ଼ ବସ୍‌ଷ୍ଟାଣ୍ଡ ଉଦଘାଟନ ପାଇଁ ଗଲା ବେଳେ ମନ୍ତ୍ରୀ ଊଷା ଦେବୀ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କଳାପତାକା ଦେଖାଇଲେ। ଚାନ୍ଦବାଲି ଛକରେ କଳାପତାକା ଦେଖାଇ ଯୁବ କଂଗ୍ରେସ କର୍ମୀ ଅଟକ ଥିବାର ଜଣାପଡିଛି ।ଅନ୍ୟପଟେ କେନ୍ଦ୍ରାପଡ଼ା, ମହାକାଳପଡ଼ା, ଜମ୍ବୁ ପଞ୍ଚାୟତରେ ଖାଦ୍ୟୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗମନ୍ତ୍ରୀ ଅତନୁସବ୍ୟସାଚୀନାୟକଙ୍କୁ ବିରୋଧ କରି ମନ୍ତ୍ରୀଙ୍କ ଗାଡି ଅଟକାଇଲେ ଶତାଧିକ ଲୋକେ । ମନ୍ତ୍ରୀ ଗାଡ଼ିରୁ ବାହାରି […]

ପୁଣି ଗର୍ଜିଲା ବିରାଟଙ୍କ ବ୍ୟାଟ

ଭୁୁବନେଶ୍ୱର,୨୭/୧୦(ଏସଏସନିଉଜ) ବିଶ୍ବକପର ଦ୍ବିତୀୟମ୍ୟାଚରେ ଜିତିଛି ଭାରତ ।ନେଦରଲାଣ୍ତ୍ସକୁ ହରାଇ ବିଜୟ ତିଳକ ଲଗାଇଲା ଭାରତ । ଗର୍ଜିଛି ବିରାଟଙ୍କ ବ୍ୟାଟ ଓ ବିସ୍ଫୋରକ ଇନିଂସ ଖେଳିଛନ୍ତି ସୂର୍ଯ୍ୟକୁମାର ।ଭାରତ ପକ୍ଷକୁ ବିରାଟ କୋହଲିଙ୍କ ନାମରେ ସର୍ବାଧିକ ରନ । ଟି-୨୦ ବିଶ୍ବକପରେ ଭାରତର ଦ୍ବିତୀୟ ବିଜୟ ହୋଇଛି । ୫୬ ରନ୍‌ରେ ନେଦରଲାଣ୍ଡକୁ ହରାଇଲା ଟିମ୍ ଇଣ୍ଡିଆ । ଭାରତ ୧୭୯/୨, ନେଦରଲାଣ୍ଡ ୧୨୩/୯ ।ସୂର୍ଯ୍ୟକୁମାର ଯାଦବ ପ୍ଲେୟାର ଅଫ ଦି ମ୍ୟାଚ୍ । ଭୁବନେଶ୍ବର, ଅର୍ସଦୀପଙ୍କୁ […]

ଜାନୁ ଆମେ ଫଶିଗଲେ

  ଭୁବନେଶ୍ୱର,୨୫/୧୦(ଏସଏସ ନିଉଜ)ଜେଲରେ ଅର୍ଚ୍ଚନା- ଜଗବନ୍ଧୁଙ୍କୁ ମିଳୁନି ରାଜପଲଙ୍କ। ଶୋଇବାକୁ ପଡୁଛି ଭଙ୍ଗାଖଟରେ ।ମିଳୁନି ଫାଇଭ୍ଷ୍ଟାର ହୋଟେଲର ଖାଇବା। ୨୦ ମିନିଟ୍ ର କଥା ବାର୍ତ୍ତାରେ କିଛି ଏମିତି ସୁଃଖ ଦୁଃଖ ହୋଇଥିଲେ ଅର୍ଚ୍ଚନା-ଜଗବନ୍ଧୁ ।

ଦୀପାବଳିରେ ଅଘଟଣ

ଭୁବନେଶ୍ୱର,୨୫/୧୦(ଏସଏସ ନିଉଜ)ଦୀପାବଳୀର ଦୁର୍ଘଟଣା ଘଟି ୩ଜଣମୃତ ବରଣ କରିଥିବାବେଳେ ଅନେକ ଆହତ ହୋଇଛନ୍ତି ।ଏହାସହ ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ତ ପାଇଁ ଲକ୍ଷାଧିକ ଟଙ୍କାର ଆସବାସପତ୍ର ପୋଡି ପାଉଁଶ ହୋଇଯାଇଛି। କାମାକ୍ଷାନଗର ବାଣ ଦୋକାନରେ ବିସ୍ଫୋରଣ ଘଟି ଜଣେ ମୃତ ଓ ୩ଆହତ, ଭଦ୍ରକ ବାସୁଦେବପୁରରେ ବାଣ ଫୁଟି ୪ଶିଶୁ ସମେତ ୯ଗୁରୁତର, କୋରାପୁଟ ବନ୍ଧୁଗାଁବ୍ଲକ ନିଲାବାଡ଼ିଗାଁରେ ବାଣପଡ଼ି କାରଟି ଜଳିଯାଇଥିବାର ଜଣାପଡିଛି ।କଳାହାଣ୍ତି ଭବାନୀପାଟଣା ମାଳିପଡ଼ା ସ୍ଥିତ କବାଡ଼ିଖାନାରେ ଅଗ୍ନିକାଣ୍ତ। କଟକ ନୟାସଡ଼କ ସ୍ଥିତ OTM କପଡ଼ା […]

ସୂର୍ଯ୍ୟପରାଗରେ କେତେବେଳୁ ପାକତ୍ୟାଗ କରିବେ ଜାଣନ୍ତୁ

ଭୁବନେଶ୍ୱର,୨୪/୧୦(ଏସଏସ ନିଉଜ)କାର୍ତ୍ତିକ ମାସ ଅମାବାସ୍ୟାରେ ସୂର୍ଯ୍ୟପରାଗ ପଡୁଛି । ଜନସାଧାରଣ ଏହି ପରାଗକୁ ନୀତି ନିୟମରେ ପାଳନ କରିବାକୁ କୁହାଯାଉଛି । ୨୪ତାରିଖ ରାତି ୪ଟା ୫୬ ମିନିଟରୁ ହାଣ୍ଡି ଛାଡ । ସନ୍ଧ୍ୟା ୬ଟା ୨୬ ମିନିଟରେ ସର୍ବମୋକ୍ଷ ହେବ ।

ଖୋଲାମେଲାରେ ଟ୍ରାନ୍ସଫର୍ମର

କଟକ,୨୪/୧୦(ଏସଏସ ନିଉଦୀର୍ଘ ବର୍ଷ ଧରି କଟକ ସଦର ବ୍ଲକ ନିକଟରେ ଖୋଲା ମେଲା ଅବସ୍ଥାରେ ଟ୍ରାନ୍ସଫର୍ମର ପଡିରହିଛି । ବୁଲା ଗୋରୁ ଗାଇ ଭିତରକୁ ପଶୁଛନ୍ତି । ଅଘଟଣ ଘଟିଲେ ଦାଇକିଏ ରହିବ । ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କଲେ କେହି କର୍ଣ୍ଣପାତ କରୁନଥିବା ଅଞ୍ଚଳବାସୀ କୁହନ୍ତି।

ରାଜଧାନୀରେ ଅଗ୍ନିକାଣ୍ଡ

ଭୁବନେଶ୍ବର,୨୩/୧୦(ଏସ ଏସ ନିଉଜ) ଜଗମରା ସ୍ଥିତ ଫିଟନେସ୍ ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଛି।ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି଼ ପାଉଁଶ ସୂଚନା ମିଳିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଦମକଳ ବାହିନୀ ଦ୍ଵାରା ନିଆଁକୁ ଆୟତ୍ତକୁ ନେବାପାଇଁ ଉଦ୍ୟମ ଆରମ୍ଭ ହୋଇଛି ।