Browsing category

ମହାନଗର

୨୩ବର୍ଷପରେ ଘରବାହୁଡା

ନିମାପଡ଼ା,୨୧/୧୧(ଏସଏସନିଉଜ) ୨୩ବର୍ଷର ବ୍ୟବଧାନପରେ ଘରକୁ ଫେରିଛନ୍ତି ସରକାରୀକାଗଜପତ୍ରରେ ମୃତ ଘୋଷିତ ହୋଇଥିବା ବ୍ୟକ୍ତି ନିମାପଡ଼ା ବ୍ଲକ୍ ବାମନାଳ ପଞ୍ଚାୟତର ପାତି ପାଇକସାହି ଗ୍ରାମରକୀର୍ତ୍ତିଚନ୍ଦ୍ର ବିଶ୍ବାଳ । ମହାବାତ୍ୟାର ଦୁଇଦିନପୂର୍ବରୁ ଘରୁକେଉଁଆଡ଼େ ଚାଲିଯାଇଥିଲେ ।ଆଉ ଖୋଜଖବର ମିଳିନଥିଲା । ଶେଷରେ ପରିବାରଲୋକ କୀର୍ତ୍ତିଙ୍କର ଶୁଦ୍ଧିକ୍ରିୟାବି କରିସାରିଥିଲେ ।କିନ୍ତୁ ତାଙ୍କର ସ୍ମୃତିଶକ୍ତି ପଳାଇଯିବାପରେ ଶ୍ରୀକାକୁଲମରୁ କୋଲକାତାର ଏକ ହାମରେଡିଓସଂସ୍ଥା ତାଙ୍କୁ ଆଣି ଚିକିସ୍‌ା କରିଥିଲା । ସ୍ମୃତିଶକ୍ତି ଫେରିଆସିବାପରେ ତାଙ୍କ ପରିଚୟ ଜଣାପଡିଥିଲା ।ତେବେ ୭୩ ବର୍ଷରେ ପଦାର୍ପଣକରିଥିବା କୀର୍ତ୍ତିଚନ୍ଦ୍ରଙ୍କ […]

ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷଦିନ

ଭୁବନେଶ୍ୱର,୨୧/୧୧(ଏସଏସନିଉଜ)ପଦ୍ମପୁରଉପନିର୍ବାଚନକୁ ନେଇ ଆରମ୍ଭ ହୋଇଯାଇଛି ସରଗରମ ରାଜନୀତି। ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷଦିନ ଥିବାବେଳେ କେଉଁପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରୁଛନ୍ତି ତାଉପରେ ରହିଛି ସଭିଙ୍କ ନଜରା ଅନ୍ୟପକ୍ଷରେ ଭୋଟରଙ୍କୁ ନିଜ ସପକ୍ଷକୁ ଆଣିବାପାଇଁ ଲାଗିପଡ଼ିଲେଣି ପ୍ରାର୍ଥୀ। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଲାଗି ଧାମନଗରର ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୁରଜ ପ୍ରଚାର ମଇଦାନକୁ ଓହ୍ଲାଇଥିବା ବେଳେ ବିଜେଡି ପ୍ରାର୍ଥୀ ବର୍ଷାରାଣି ବରିହା ମଧ୍ୟ ଜୋରଦାର କ୍ୟାମ୍ପେନିଂ ଚଳାଇଛନ୍ତି। ବିଜେପି ଓ ବିଜେଡି ଫାଇଟ୍ ଭିତରେ ଆଜିଠୁ ପ୍ରଚାର […]

ମାଡ଼ିଗଲା ମାଲବାହୀ ଟ୍ରେନ୍

ଯାଜପୁର୨୧/୧୧(ଏସଏସନିଉଜ) କୋରେଇ ଷ୍ଟେସନରେ ମାଡ଼ିଗଲା ମାଲବାହୀ ଟ୍ରେନ୍। ଯାତ୍ରୀ ବିଶ୍ରାମାଗାର ଭିତରକୁ ମାଡ଼ିଯିବାରୁ ୩ଜଣ ମୃତ୍ୟୁବରଣ କରିଥିବାବେଳେ ଏକାଧିକ ଆହତ ହୋଇଥିବାର ଜଣାପଡିଛି। ୩ରୁ ୪ଟି ବଗି ଷ୍ଟେସନ ଭିତରକୁ ମାଡ଼ିଯାଇ ଓଲଟି ପଡ଼ିଥିବାର ଜଣାପଡିଛି ।ତେବେ ପୂର୍ବତଟ ରେଲେୱେ ପକ୍ଷରୁ ୨ଜଣଙ୍କ ମୃତ୍ୟୁ ଘଟିଛି ବୋଲି କୁହାଯାଇଛି ।ଭଦ୍ରକ-କପିଳାସ ରୋଡ୍‌ରେ କୋରେଇ ଷ୍ଟେସନରେ ଲାଇନଚ୍ୟୁତ.ହୋଇଥିବାବେଳେ ସକାଳ ୬ଟା ୪୪ରେ ଷ୍ଟେସନ ଭିତରେ ଲାଇନଚ୍ୟୁତ ଘଟିଛି ।ମାଲବାହୀ ଲାଇନଚ୍ୟୁତ ଯୋଗୁଁ ଉଭୟ ଲାଇନ ବ୍ଲକ ହୋଇଯାଇଛି ।ଲାଇନଚ୍ୟୁତ […]

ଥାନାରେ କଲେ ଏତଲା

ପୁରୀ,୨୦/୧୧(ଏସ ଏସ ନିଉଜ)ଶ୍ରୀମନ୍ଦିର ଗର୍ଭଗୃହ ଭିଡ଼ିଓ ଭାଇରାଲ୍ ଘଟଣା। ଘଟଣାକୁ ଗୁରୁତର ସହ ନେଲା ଶ୍ରୀମନ୍ଦିର ପ୍ରଶାସନ। ନିଜ ଆଡୁ ଶ୍ରୀମନ୍ଦିର ସିଂହଦ୍ଵାର ଥାନାରେ ଏତଲା ଦେବ ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ସିଂହଦ୍ଵାର ଥାନାରେ ଦେବେ ଏତଲା। ଆକାଶ ଚୌଧୁରୀ ନାମକ ଯୁବକ ଶ୍ରୀମନ୍ଦିର ଗର୍ଭଗୃହ ଭିଡିଓ କରିଥିଲେ ଭାଇରାଲ୍!.*

ଆଜିଠୁ ଫୁଟବଲର ମହାକୁମ୍ଭ ଫିଫା ବିଶ୍ୱକପ

ଭୁବନେଶ୍ୱର,୨୦/୧୧(ଏସ ଏସ ନିଉଜ)ଆଜିଠୁ ଆରମ୍ଭ ହେବ ଫୁଟବଲର ମହାକୁମ୍ଭ ଫିଫା ବିଶ୍ୱକପ। ଆୟୋଜକ କତାର-ଇକ୍ୱେଡର ମଧ୍ୟରେ ଖେଳାଯିବ ଉଦଘାଟନୀ ମ୍ୟାଚ୍। ଡିସେମ୍ବର ୧୮ ତାରିଖ ଯାଏଁ ଚାଲିବ ଫିଫା ବିଶ୍ୱକପ। ଭାଗ ନେବେ ୩୨ଟି ଟିମ୍; ୮ଟି ଷ୍ଟାଡିଅମରେ ଖେଳାଯିବ ୬୪ଟି ମ୍ୟାଚ୍।

ଇଡି ଅଫିସରେ ଅର୍ଚ୍ଚନାଙ୍କ ଏଣ୍ଡେଭର!

ଭୁବନେଶ୍ୱର,୨୦/୧୧(ଏସଏସ ନିଉଜ)ଭୁବନେଶ୍ୱର ଇଡ଼ି ଅଫିସ ପରିସରରେ ଅର୍ଚ୍ଚନା ନାଗଙ୍କ ଏଣ୍ଡେଭର କାର୍।କାଲି ଜବତ ପରେ ଏଣ୍ଡେଭର କାରକୁ ନେଇ ଇଡ଼ିର ଖୋଳତାଡ଼ ଆରମ୍ଭ କରିଛି।ଅର୍ଚ୍ଚନା ନାଗଙ୍କ କାର୍ ନମ୍ବର ପ୍ଲେଟ୍ ଗାଡ଼ି ଭିତରୁ ଠାବ ହୋଇଛି।ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ଏଣ୍ଡେଭର ଜବତ କରିଥିଲା ଇଡ଼ି।କାଲି ଜବତ ବେଳେ ଗାଡ଼ିର ଆଗ ଓ ପଛପଟ ନମ୍ବର ପ୍ଲେଟ୍ ନଥିଲା।

ତହସିଲ ଅଫିସ ଘେରିଲେ ଗ୍ରାମବାସୀ

ବାରଙ୍ଗ, ୧୯/୧୧ (ଏସଏସନିଉଜ) ଶନିବାର ଦିନ ସଦର ଥାନା ଅନ୍ତର୍ଗତ ତଳବାଡ ମୌଜାରେ ଥିବା ଗୋଚର ଜମିକୁ ଜବର ଦଖଲକାରୀଙ୍କ କବଳରୁ ମୁକ୍ତ କରିବା ଦାବିନେଇ ଗ୍ରାମବାସୀମାନେ ବାରଙ୍ଗ ତହସିଲକାର୍ଯ୍ୟାଳୟ କୁ ଘେରିଛନ୍ତି। ସୂଚନା ଅନୁଯାୟୀ ନଗରୀ ଗ୍ରାମପଂଚାୟତର ଦଳବାଡ଼ ଗ୍ରାମ ସମ୍ମୁଖରେ ଥିବା ଗୋଚର ଜମିକୁ ଜବର ଦଖଲକାରୀଙ୍କ କବଳରୁ ମୁକ୍ତ କରିବାକୁ ଗ୍ରାମବାସୀମାନେ ଦାବି କରି ଆସୁଥିଲେ ।କିଛି ପ୍ରଭାଶାଳୀ ବ୍ୟକ୍ତ ଗୋଚର ଜମିକୁ ଜବରଦଖଲ କରି ସେଥିରେ ଯୋରଜବରଦସ୍ତ ରାସ୍ତା ନିର୍ମାଣ କରିଥିଲେ […]

ରାସ୍ତାରେ ଶିକ୍ଷକ ସଂଘ

ବାରଙ୍ଗ, ୧୯/୧୧ (ଏସଏସନିଉଜ) ମିଳିତ ପ୍ରାଥମିକ ମହାସଂଘ ତରଫରୁ ବାରଙ୍ଗ ବ୍ଳକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ତିନିଦଫା ଦାବୀ ସମ୍ବଳିତ ଏକ ଦାବୀପତ୍ର ବାରଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନକରିଛନ୍ତି ।ଶନିବାର ଦିନ ମଧୁବନ ଛକରୁ ମିଳିତ ପ୍ରାଥମିକ ମହାସଂଘର ଶିକ୍ଷକ ଶିକ୍ଷୟିତ୍ରୀମାନେ ଦିନିଦଫା ସମ୍ବଳିତ ଦାବୀକୁ ନେଇ ନାରା ଦେଇ କଟକ ଭୁବନେଶ୍ବରର ମୁଖ୍ୟ ରାସ୍ତାରେ ଶୋଭାଯାତ୍ରାରେ ଯାଇ ତ୍ରିଶୂଳିଆ ଛକ ନିକଟସ୍ଥ ନରଣପୁରସ୍ଥିତ ବାରଙ୍ଗ ମଣ୍ଡଳଶିକ୍ଷାଅଧିକାରୀ କାର୍ଯ୍ୟାଳୟରେ ପହଁଚିଥିଲେ ।୩ଦଫା ଦାବି ମଧ୍ୟରେ […]

ନନ୍ଦନକାନନରେ କାମୁଡୁଛି ମାଙ୍କଡ

ବାରଙ୍ଗ,୧୯/୧୧(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଶନିବାର ଅପରାହ୍ନରେ ବୁଲା ଜଙ୍ଗଲୀ ମାଙ୍କଡ କାମୁଡାରେ ଜଣେ ମହିଳା ବଙ୍ଗୀୟପର‌୍ୟ୍ୟଟକ ଗୁରୁତର ଆହତ ହୋଇଥିବା ଜଣାପଡିଛି।ଆହତ ମହିଳା ଜଣକ ଓ୍ବେଷ୍ଟବେଙ୍ଗଲ ଅଞ୍ଚଳର ମୀନା ଚାଟାର୍ଜୀ (୫୧)।ସେ ପରିବାରଙ୍କ ସହିତ ଆଜି ନନ୍ଦନକାନନ ବୁଲିବାକୁ ଆସିଥିଲେ।ନନ୍ଦନକାନନ ବୁଲିସାରି ଫେରୁଥିବାବେଳେ ନନ୍ଦନକାନନ ମୁଖ୍ୟ ଫାଟକ ନିକଟରେ ଏକ ବୁଲା ପାତିମାଙ୍କଡ ତାଙ୍କ ପାଖକୁ ଦୈାଡିଯାଇଥିଲା।ସେ ପାଟିକରିବାରୁ ମାଙ୍କଡ ତାର ଭ୍ୟାନିଟ ବ୍ୟାଗକୁ ଛଡାଇବାକୁ ଚେଷ୍ଟାକରିଥିଲା।ଏହି ସମୟରେ ପାତି ମାଙ୍କଡ ତାର ପଛପଟ କାନ୍ଦକୁ କାମୁଡି […]

ନନ୍ଦନକାନନରେ ଉଡ଼ନ୍ତା ମୂଷା

ବାରଙ୍ଗ,୧୯/୧୧(ଏସଏସନିଉଜ) ନନ୍ଦନକାନନକୁ ଆସିଛି ଉଡ଼ନ୍ତା ଗୁଣ୍ଡୁଚି ମୂଷା । ଏହି ଉଡନ୍ତା ଗୁଣ୍ଡୁଚିମୂଷାଟି ଖୋର୍ଦ୍ଧା ଅଞ୍ଚଳରୁ ପିପୁଲ ଫର ଅନିମଲର ଜଣେ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର ହୋଇ ଶନିବାର ଦିନ ଚିକିତ୍ସା ପାଇଁ ପ୍ରାଣୀଉଦ୍ୟାନରେ ଛଡାଯାଇଥିବାର ଜଣାପଡିଛି ।ଏହି ବିରଳ ପ୍ରଜାତିର ଉଡ଼ନ୍ତା ମୂଷାଟିର ଡାହାଣ ପଟ ଡେଣାରେ କ୍ଷତ ହୋଇଥିବା ବେଳେ ଆହତ ଅବସ୍ଥାରେ କର୍ମଚାରୀଜଣଙ୍କ ଉଦ୍ଧାର କରିଥିଲେ । ମୂଷାଟିର ହୋଇଥିବା କ୍ଷତକୁ ଡ୍ରେସିଂ କରାଯାଇ ଆଇସିୟୁରେ ରଖାଯାଇଥିବାର ଜଣାପଡିଛି।ନନ୍ଦନକାନନର ଚିକିତ୍ସକ ମାନଙ୍କଦ୍ୱାରା ପ୍ରାଣିଚିକିତ୍ସାଳୟ […]