Browsing category

ମହାନଗର

ବିଜେଡି ଆଦୌ ବିଚଳିତ ନୁହେଁ – ନବୀନ

ଭୁବନେଶ୍ୱର,୬/୧୧(ଏସଏସନିଉଜ)ଧାମନଗର ଉପନିର୍ବାଚନ ଫଳାଫଳପରେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ କହିଛନ୍ତି ଯେ,ଧାମନଗରରେ ବିଜେପି ଜିତିବ ବୋଲି ଆଶା କରିଥିଲୁ । କିଛିଦିନତଳେ ଧାମନଗର ବିଧାୟକଙ୍କ ଦେହାନ୍ତ ହୋଇଥିଲା । ସେ ବହୁତ ଲୋକପ୍ରିୟଥିଲେ । ବିଜେପି ତାଙ୍କପୁଅଙ୍କୁ ଟିକେଟ ଦେଇଥିଲାା ସେ ଜିତିବାର ସମ୍ଭାବନା ଥିଲା । ବିଜେଡି ବହୁତ କମ୍ ଉପନିର୍ବାଚନରେ ହାରିଛି ।ଧାମନଗର ଫଳାଫଳନେଇ ବିଜୁଜନତାଦଳ ଆଦୌି ବିଚଳିତ ନୁହେଁ । ଆମେ ଲୋକଙ୍କ ସହ ରହିଛୁ, ସେମାନଙ୍କ ସୁବିଧାଅସୁବିଧାରେ ପାଖରେ ଛିଡ଼ାହୋଇଛୁ ।ତେଣୁ ୨୦୨୪ ନିର୍ବାଚନରେ […]

ଘରୁ ନାଗସାପ ଉଦ୍ଧାର

ମେଣ୍ଢାଶାଳ,୬/୧୧(ଏସଏସନିଉଜ)ରବିବାରରାତିରେ କଂଟାବାଡ ଗ୍ରାମର ନୃଶିଂହ ମହାରଣାଙ୍କ ଘରଭିତରେ ପଶିଥିବା ଏକ ନାଗସାପକୁ ଉଦ୍ଧାର କରାଯାଇଛି ।ଘରଭତରେ ସାପଟି ଥିବା ଦେଖି ମହିଳାମାନେ ଭୟଭିତ ହୋଇଯାଇଥିଲେ ।ଚନ୍ଦକାଅଂଚଳର ସାପଧରାଳି ସଂଯୁକ୍ତପାତ୍ରଙ୍କୁ ଖବର ଦେବାପରେ ସେଆସି ଘର ଭିତରୁ ୫ଫୁଟ ଲମ୍ବର ନାଗସାପଟିକୁ ଧରି ଚନ୍ଦକା ଜଙ୍ଗଲରେ ଛାଡିଥିବାର ଜଣାପଡିଛି ।ଦୁଇଦିନ ତଳେ କୁକୁଡାମୁଣ୍ଡିସ୍ଥିତ ଓପିଟିସିଏଲ କାର୍ଯ୍ୟାଳୟ ପରିସରରୁ ଏକ ନାଗସାପକୁ ପାତ୍ର ଧରି ଦେଉଳିଆପାହଡରେ ଛାଡିଥିଲେ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

ଗାଁମଶାଣି ସଫାକଲେ ଯୁବକ

ବାରଙ୍ଗ,୬/୧୧(ଏସଏସନିଉଜ) ବଡଓଷା ଉପଲକ୍ଷେ ମେଣ୍ଢାଶାଳ ଗାଁର ବାଲୁଙ୍କେଶ୍ୱର ମନ୍ଦିର ନିକଟସ୍ଥ ସାନମଶାଣିକୁ ମେଣ୍ଢାଶାଳ ଗ୍ରାମର ଯୁବକମାନେ ସଫାକରିଛନ୍ତି ।ମେଣ୍ଢାଶାଳ ସରପଂଚ କୈାଶଲ୍ୟାବଳିୟାରସିଂହଙ୍କ ତତ୍ୱାବଧାନରେ ଗଣେଷପୁଜାକମିଟି ,ସେବାସମବାୟସମିତି ସଭାପତି ମହେନ୍ଦ୍ରକୁମାରପ୍ରଧାନଙ୍କ ସମେତ ଗ୍ରାମର ମୁରବୀ ଓ ଯୁବକମାନେ ଏକାଠି ହୋଇ ସାନମଶାଣିର ଚାରପଟକୁ ସଫାକରିବା ସହ ଅଳିଆଆବର୍ଜନାକୁ ଉଠାଇଥିଲେ ।ଏହାସହ ମେଳଣ ପଡିଆମଧ୍ୟ ସଫାକରିଥିଲେ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ )

ଆଜି ବାବାଧବଳେଶ୍ବରଙ୍କ ବଡ଼ଓଷା

ଆଠଗଡ,୬/୧୧(ଏସଏସନିଉଜ)ଆଜି ବାବା ଧବଳେଶ୍ବରଙ୍କ ମହାପର୍ବ ବଡ଼ଓଷା । ବଡ଼ସିଂହାରବେଶ ସହ ରାଜରାଜେଶ୍ବର ବେଶରେ ଦର୍ଶନ ଦେଉଛନ୍ତି ବାବା । ଭକ୍ତଙ୍କ ସିଧାସଳଖ ଦର୍ଶନ ବାରଣ କରାଯାଇଛି । ଭର୍ଚୁଆଲ୍ ମୋଡ୍‌ରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ।  

ଚମକିଲେ ସୂର୍ଯ୍ୟ

ଭୁୁବନେଶ୍ୱର,୬/୧୧(ଏସଏସନିଉଜ) ଟି-୨୦ ବିଶ୍ୱକପ୍ ରେ ଟସ୍ ଜିତି ବ୍ୟାଟିଂ ଆରମ୍ଭ କରିଥିଲା ଭାରତ । ଟି-୨୦ ବିଶ୍ୱକପ୍‌: ଜିମ୍ବାୱେକୁ ୧୮୭ ରନ୍ ଟାର୍ଗେଟ୍ ଦେଇଛି ଭାରତ ।ଦଳ ନିର୍ଦ୍ଧାରିତ ୨୦ଓଭର ଖେଳି ୧୮୬ରନ୍ କରିଛି।ଭାରତପକ୍ଷରୁ ସୂର୍ଯ୍ୟ କୁମାର ଯାଦବ ସର୍ବାଧିକ ୬୧ରନ୍ କରିଥିବାବେଳେ କେଏଲ୍ ରାହୁଲ ୫୧ରନ୍, ବିରାଟକୋହଲି ୨୫ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୮ରନ୍ କରିଛନ୍ତି ।

ଉଦ୍ଧାର ଝିଙ୍କ ନନ୍ଦନକାନନ ଆସିଲା

ବାରଙ୍ଗ,୫/୧୧(ଏସଏସନିଉଜ)ତ୍ରିସୁଳିଆଗାଁରୁ ଶନିବାରଦିନ ଏକ ଝିଙ୍କ ଉଦ୍ଧାର. ହୋଇ ନନ୍ଦନକାନନକୁ ଆସିଛି ।ନନ୍ଦନକାନନକୁ ଆସିବାପରେ ଝିଙ୍କକୁ ତାର ସ୍ୱାସ୍ଥ୍ୟ ପରୀକ୍ଷାପାଇଁ ଡାକ୍ତରଖାନାର କ୍ୱାରେଟାଂଇନରେ ରଖାଯାଇଛି ।ଜଣଙ୍କ ବାଡିରେ ଝିଙ୍କଟିଥିବାର ଦେଖି ପରିବରଲୋକ ବନବିଭାଗକୁ ଖବର ଦେବାପରେ ବନବିଭାଗ ନନ୍ଦନକାନକୁ ଝିଙ୍କୁ ଆଣିଥିଲା ।ଏହି ଝିଙ୍କ ଟି ନନ୍ଦନକାନନକୁ ଆସିବାପରେ ନନ୍ଦନକାନନରେ ଏମାନଙ୍କ ସଂଖ୍ୟା ବୃଦ୍ଧିପାଇ ୪ରେ ପହଁଚିଛି ।

ଶ୍ରୀମଦ ଭାଗବତମହାପୁରାଣ ଜ୍ଞାନଯଜ୍ଞ ଉଦଯାପିତ

ମେଣ୍ଢାଶାଳ,୫/୧୧(ଡିଏନଏ)ମେଣ୍ଢାଶାଳଗ୍ରାମରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିର ପ୍ରାଙ୍ଗଣରେ ଅଷ୍ଟାଦଶ ବାର୍ଷିକ ଶ୍ରୀମଦ ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ପବିତ୍ର ଅଁଳାନବମୀଠାରୁ ଆରମ୍ଭ ହୋଇ ରାସପୁର୍ଣିମାରେ ଶୁକ୍ରବାରଦିନ ଉଦଯାପିତ ହୋଇଯାଇଛି । ସପ୍ତଦିନବ୍ୟାପୀ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକଦିନ ପ୍ରାତ ୫ଘଟିକାଠାରୁ ସାତଘଟିକା ପର୍ଯ୍ୟନ୍ତ ଓଡିଶାର ସୁନାମଧନ୍ୟ ପ୍ରବଚକମାନଙ୍କଦ୍ୱାରା ଭାଗବତ ଆଲୋଚନା ଅନଷ୍ଠିତ ହୋଇଥିଲା ।େôଶଷଦିନ ପୁର୍ଣାହୁତି ଓ ନଗର ସଂଙ୍କିର୍ତନ ମାଧ୍ୟମରେ ଗ୍ରାମ ପରିକ୍ରମାକରାଯାଇଥିଲା ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)  

ଦେଶୀମଦ ବିକିବା ବେଳେ ଧରାପଡିଲେ

ବାରଙ୍ଗ,୫/୧୧(ଏସଏସନିଉଜ)ଶନିବାରଦିନ ନନ୍ଦନକାନନଥାନା ସୂଚନାଯୋଗ୍ୟ ଯେ, ନନ୍ଦନକାନନଥାନା ପୁଲିସ ଥାନାପରିସରଭୁକ୍ତଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଭଗବତୀନଗର ପଦାସାହି ଛକରେ ଅଭିଯୁକ୍ତ ପ୍ରଶାନ୍ତଭୋଇ ଓରଫ ନଟୁ ବେଆଇନ ଦେଶୀମଦ ବିକ୍ରୟ କରୁଥିବାର ସୂଚନା ପାଇବାପରେ ପୁଲିସ ଟୀମ ଉକ୍ତ ସ୍ଥାନରେ ପହଞ୍ଚିଥିଲେ ।ଘଟଣାସ୍ଥଳରୁ ଅଭିଯୁକ୍ତଠାରୁ ୨୮ଲିଟର ଦେଶୀମଦ ଜବତ କରିଥିଲେ। ପୁଲିସ ବେଆଇନ ଦେଶୀମଦ ବିକ୍ରୟ ଅଭିଯୋଗରେ ୧୬୪/୨୨କେଶନଂରେ ଏକ ମକଦ୍ଦମାରଜୁକରି ପ୍ରଶାନ୍ତକୁ ଗିରଫକରି କୋର୍ଟଚାଲାଣ କରିଛନ୍ତି। (ଗୈାତମରାଉତଙ୍କରିପୋର୍ଟ)  

ବେଆଇନ ବାଲି ଚାଲାଣ କରି ଧରାପଡିଲେ

ବାରଙ୍ଗ,୫/୧୧(ଏସଏସନିଉଜ)ଶୁକ୍ରବାରରାତିରେ ନନ୍ଦନକାନନଥାନାପୁଲିସ ନନ୍ଦନକାନନଛକରେ ଏମଭିଚେକିଂ ଏବଂ ବ୍ଲକକିଂ କରୁଥିବା ସମୟରେ ୩ ବାଲି ବୋଝେଇ ହାଇୱା ଟ୍ରକ WB-65-B-1492 , WB-57-B-3942. OD-02- AG-7779 କୁ ଅଟକାଇଥିଲେ। ସେମାନେ ବାଲି ଚାଲାଣ ଜନିତ କୌଣସି କାଗଜ ପତ୍ର ଦେଖାଇ ପରିନଥିଲେ। ଏଣୁ ଉକ୍ତ ବାଲିବୋଝେଇ ଟ୍ରକଗୁଡିକୁ ତହସିଲଦାରଙ୍କୁଡାକୁ ହସ୍ତାନ୍ତର କରାଯାଇଥିଲା। ପରବର୍ତୀ ସମୟରେ ଉକ୍ତ ଟ୍ରକର ମାଲିକ ମାନେ ୫୭ହଜାରେ ଟଙ୍କା ଲେଖାଏଁ ଚାଲାଣ କାଟିଥିଲେ ।(ଗୈାତମରାଉତଙ୍କରିପୋର୍ଟ)

ପ୍ରଥମ ଭୋଟର ଶ୍ୟାମ ଶରନ ନେଗିଙ୍କ ପରଲୋକ

ଭୁବନେଶ୍ୱର,୫/୧୧(ଏସଏସ ନିଉଜ)ସ୍ୱାଧୀନ ଭାରତର ପ୍ରଥମ ଭୋଟର ଶ୍ୟାମ ଶରନ ନେଗିଙ୍କ ପରଲୋକ ଘଟିଛି । ୧୦୬ ବର୍ଷରେ ବୟସରେ ହିମାଚଳ ପ୍ରଦେଶ କାଲ୍ପା ବାସଭବନରେ ପରଲୋକ ଘଟିଛି ।ଶେଷଥର ପାଇଁ ଗତ ୨ ତାରିଖରେ ମତଦାନ କରିଥିଲେ ନେଗି। ୧୯୫୧ ପ୍ରଥମ ସାଧାରଣ ନିର୍ବାଚନରେ ପ୍ରଥମେ ଭୋଟ ଦେଇଥିଲେ । ନିଜ ଜୀବନକାଳ ମଧ୍ୟରେ ମୋଟ୍ ୩୪ ଥର ଭୋଟ୍ ଦେଇଛନ୍ତି।