Browsing category

ମହାନଗର

କନ୍ଦାଇଲା ମୋ ବସ୍

କଟକ,୨୦/୧୦(ଏସଏସ ନିଉଜ) ମଝି ରାସ୍ତାରେ ଯାତ୍ରୀଙ୍କୁ ନାକେଦମ କରିଛି ମୋବସ୍ । କଟକ କାଠଯୋଡି ରିଙ୍ଗରୋଡ ରାଜାବଗିଚା ନିକଟରେ ମଝି ରାସ୍ତାରେ ଅଟକିଯାଇଥିଲା ମୋ ବସ୍ । ବସ୍‌ ଆଗପଛ ଦୁଇଟି ଡୋର୍ ନ ଖୋଲିବାରୁ ଯାତ୍ରୀଙ୍କ ମଧ୍ୟରେ ଛନକାପଶିଯାଇଥିଲା।ଅଧଘଣ୍ଟାକାଳ ସ୍ଥାନୀୟ ଲୋକଙ୍କ ଚେଷ୍ଟା ପରେ ବସ୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି।କନ୍ଦରପୁରରୁ ଧବଳେଶ୍ୱର ଅଭିମୁଖେ ଯାଉଥିବା ୮୩ ନମ୍ବର ରୁଟ୍‌ର ଏକ ମୋ ବସ୍ ରାଜବଗିଚା ନିକଟରେ ହଠାତ ଖରାପ ହୋଇଯାଇଥିଲା […]

ଦେଶୀ ମଦ ବୋଝେଇ ହିରୋହଣ୍ଡା ସହ ଜଣେ ଗିରଫ

ମେଣ୍ଢାଶାଳ,୧୮/୧୦(ଏସଏସନିଉଜ)ଛତାଵର-ଅଙ୍ଗାରପଡା ରାସ୍ତାରେ ଚୋରାଦେଶୀ ମଦ ଚାଲାଣ ହେଉଥିବାର ଖବର ପାଇ ଫାଣ୍ଡିଅଧିକାରୀ ଓ ପିସିଆରଷ୍ଟାପ ଚଢ଼ାଉ କରିଥିଲେ।ଚଢ଼ାଉ ସମୟରେ ବିଞ୍ଝଗିରିଠାରୁ ୨୫ଲିଟର ଦେଶୀମଦ ଜବତ କରିବାସହ ମଦନପୁର ଗାଁର ଗୋପୀନାଥନାୟକ ନାମକ ଯୁବକକୁ ଗିରଫ କରି କୋର୍ଟଚାଲଣ କରିଛନ୍ତି।ଏହାସହ ମଦନେଇ ଆସୁଥିବା ହିରୋହଣ୍ଡାଗାଡିକୁ ମଧ୍ୟ ଜବତ କରିଛନ୍ତି।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

ନନ୍ଦନକାନନ ନିକଟରେ ୧୬ହାତୀ

ବାରଙ୍ଗ,୧୯/୧୦(ଏସ ଏସନିଉଜ)ନନ୍ଦନକାନନ ପାଚେରୀ ନିକଟରେ ୧୬ ଜଙ୍ଗଲୀ ହାତୀ।ରଘୁନାଥପୁର ଗାଁ ପାଖରେ ହାତୀପଲ।ନନ୍ଦନକାନନ ପଛପଟ ପାଚେରୀ କଡ଼ରେ ଅଛନ୍ତି ହାତୀ ପଲ।ଘଟଣାସ୍ଥଳରେ ପହଞ୍ଚିଲା ବନ ବିଭାଗ, ଘଉଡ଼ାଇବାକୁ ଉଦ୍ୟମ ଆରମ୍ଭ କରିଛି।

୨୨ପରେ ବାତ୍ୟା !

ଭୁବନେଶ୍ୱର,୧୮/୧୦(ଏସଏସ ନିଉଜ)ସମ୍ଭାବ୍ୟ ବାତ୍ୟା ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା।୨୨ ତାରିଖ ପରେ ଅବପାତଟି ବାତ୍ୟା ରୂପ ନେଇପାରେ।ବାତ୍ୟାଟି କେଉଁ ରାଜ୍ୟ ଦେଇ ଯିବ ବା ନଯିବ, ପୂର୍ବାନୁମାନ ହୋଇନି ।ଲଘୁଚାପରେ ପରିଣତ ହେଲା ପରେ ଅଧିକ ସ୍ପଷ୍ଟତା ଆସିବ।୨୨ ତାରିଖରେ ବାତ୍ୟା ରୂପ ନେଲା ବେଳକୁ ଏହା ସମୁଦ୍ରରେ ଥିବ।ଏହା କେଉଁ ଦିଗରେ ଯିବ, ତୀବ୍ରତା କେତେ, ପୂର୍ବାନୁମାନ ହୋଇନି।ଲଘୁଚାପ ବା ଅବପାତ ହେଲା ପରେ ବାତ୍ୟାର ଗତିପଥ ସ୍ପଷ୍ଟ ହେବ ।୨୨ତାରିଖ ସକାଳୁ […]

ଆଜିଠୁ ସ୍ପେଶାଲ ଡ୍ରାଇଭ୍

ଭୁବନେଶ୍ୱର,୧୮/୧୦(ଏସଏସ ନିଉଜ)ଆଜିଠୁ ୨୧ତାରିଖଯାଏଁ ଜୋରଦାର ଧରପଗଡ଼ ।ସାରା ରାଜ୍ୟରେ ସ୍ପେଶାଲ ଡ୍ରାଇଭ୍ ।ସକାଳ ୯ରୁ ଅପରାହ୍ନ ୨, ଅପରାହ୍ନ ୩ରୁ ସଂଧ୍ୟା ୬ଟା ଯାଏଁ କଡ଼ା ଚେକିଂ।ଲାଇସେନ୍ସ ନଥିଲେ ଗାଡ଼ି ଜବତ, ବସହେଲମେଟ୍ ନଥିଲେ ୩ ମାସ ପାଇଁ ଡିଏଲ୍ କ୍ୟାନସେଲ୍ ।

ଟ୍ରାଫିକ୍ ହାବିଲଦାରଙ୍କୁ ନୋଟିସ୍

କଟକ,୧୮/୧୦(ଏସ ଏସ ନିଉଜ) ବାଇକରେ ବାନ୍ଧି ୨ କିମି ଯାଏଁ ଯୁବକଙ୍କୁ ଦୌଡ଼ାଇବା ଘଟଣାରେ ଚଣ୍ଡୀ ଛକରେ ଡ୍ୟୁଟିରେ ଥିବା ଟ୍ରାଫିକ୍ ହାବିଲଦାରଙ୍କୁ ନୋଟିସ୍ ଜାରି କରିଛି କମିସିନେରେଟ ପୋଲିସ । ଆସନ୍ତା ୭ ତାରିଖ ସୁଦ୍ଧା ଜବାବ ଦାଖଲ ଲାଗି ନୋଟିସ୍ ରେ କୁହାଯାଇଛି।ବିଚ୍ ରାସ୍ତାରେ ବର୍ବରକାଣ୍ଡ ।ବିଚ୍‌ ରାସ୍ତାରେ ଯୁବକଙ୍କ ହାତବାନ୍ଧି ୨ କି.ମି. ଦୌଡ଼ାଇଲେ ।ଗତକାଲି ଏହି ଭିଡିଓ ଭାଇରାଲ ହୋଇଥିଲା।

ବେଆଇନ ବାଲି ଚୋରିକରି ଧରାପଡିଲେ

ବାରଙ୍ଗ,୧୬/୧୦(ଏସଏସ ନିଉଜ)ଭୁବନେଶ୍ୱର ତହସିଲ ଅନ୍ତର୍ଗତ କଲ୍ୟାଣପୁର ବାଲିଘାଟରୁ ବେଆଇନ ଭାବେ ବାଲି ଉଠାଇବା ଅଭିଯୋଗରେ ନନ୍ଦନକାନନ ଥାନା ପୋଲିସ ଜଣଙ୍କୁ ଗିରଫ କରିଛି।ଏଥିସହ ଏଥିରେ ବ୍ୟବହୃତ ବାଲି ଭର୍ତି ଟ୍ରାକ୍ଟରକୁ ଜବତ କରିଛି।ଗିରଫ ଅଭିଯୁକ୍ତ ହେଉଛନ୍ତି କଟକ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାଚରାମାଳ ଗ୍ରାମର ଜିତୁ ପୁର୍ତି(୨୪)।ପ୍ରକାଶ ଯେ କଲ୍ୟାଣପୁର ବାଲିଘାଟରୁ ବିଗତ ଦିନରେ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ଖବର ପାଇ ଭୁବନେଶ୍ବର ତହସିଲଦାର ଏନେଇ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ।ଏହି […]

୫ଫୁଟଲମ୍ବ ନାଗସାପ ଉଦ୍ଧାର

ମେଣ୍ଢାଶାଳ,୧୬/୧୦(ଏସଏସନିଉଜ) ମେଣ୍ଢାଶାଳ ପଂଚାୟତର ଗିରିଙ୍ଗାପୁଟ ଗାଁ ଅନ୍ତରାଦେଉରୀ ନାମକ ବ୍ୟକ୍ତିଙ୍କଘରୁ ରବିବାରରାତିରେ ଏକ ୫ଫୁଟ ଲମ୍ବର ନାଗସାପଟି ଉଦ୍ଧାର ହୋଇଛି ।ସାପଟି ରୋଷେଇଘରେ ଥିବାର ପରିବାର ସଦସ୍ୟ ଜାଣିବାପରେ ଭୟରେ ଘରେ କେହି ପଶିନଥିଲେ ।ଶେଷରେ ମେଣ୍ଢାଶାଳଗ୍ରାମର ସାପଧରାଳି ସଂଯୁକ୍ତପାତ୍ରଙ୍କୁ ଖବର ଦିଆଯାଇଥିଲା ।ସେ ଆସି ସାପଟିକୁ ଧରିବା ସହ ଚନ୍ଦକା ଜଙ୍ଗଲରେ ଛାଡିଥିବାର କହିଛନ୍ତି ।(ପଦ୍ମଚରଣବଡଜେନାଙ୍କରିପୋର୍ଟ)

ବାବାଙ୍କ ହାତରେ ମଦବୋତଲ !

ବାରଙ୍ଗ,୧୬/୧୦(ଏସଏସନିଉଜ)ବାବାଙ୍କ ହାତରେ ମଦବୋତଲ ।ସିଏ ପୁଣି ବିଦେଶୀବ୍ରାଣ୍ଡ୍ ।ଏମିତି ଏକ ଫଟୋ ଓ ଭିଡିଓ ରବିବାରରାତିରେ ଭାଇରାଲ ହେବାରେ ଲାଗିଛି ।ଏହି ଘଟଣାଟି ବାରଙ୍ଗ ତ୍ରିଶୁଳିଆଛକରେ ଥିବା ଏକ ବିଦେଶୀ ମଦଦୋକାନର ଦୃଶ୍ୟ ।ବାବା ମଦ ପିଇବାପାଇଁ ସାଇକେଲ ନେଇ ମଦ ଦୋକାନରେ ପହଁଚିବା ସହ ଲାଇନରେ ରହି ମଦ କିଣିବା ଓ ସାଙ୍ଗରେ ନେଇ ଆସୁଥିବାର ଦୃଶ୍ୟ ଭାଇରାଲ ହେବାରେ ଲାଗିଛି ।ଆଧ୍ୟାତ୍ମିକତା ଦୀଗରେ ରହି କାମକରୁଥିବା ଓ ସମାଜକୁ ଦିଗଦର୍ଶନ ଦେଉଥିବା ବ୍ୟକ୍ତିବିଶେଷଙ୍କୁ ସାଧାରଣରେ […]

ନିଦରେ ଶୋଇଛନ୍ତି ବାବୁ !

ବାରଙ୍ଗ,୧୬/୧୦(ଏସଏସନିଉଜ)ପୁରୀମେନକେନାଲ ରାସ୍ତାରେ ବିରାଟଗାତ, ତାହା ପୁଣି ୫ଫୁଟର । ବାରଙ୍ଗବ୍ଲକ୍ ଗଡାଛକରୁ ଗୋଡିସାହିକୁ ସଂଯୋଗ କରୁଥିବା କେନାଲବନ୍ଧ ରାସ୍ତାର ଷଣ୍ଢପୁର ଗାଁମୁଣ୍ଡରେ ରହିଛି ଏହି ଗାତ।ଏହିଗାତ ଏବେ ପଥଚାରୀଙ୍କପାଇଁ ମରଣଜନ୍ତା ପାଲଟିଛି।ସ୍ଥାନୀୟ ଲୋକମାନେ ଏବିଷୟରେ କଟକ ରାସ୍ତା ଓ କୋଠା ବିଭାଜନର ମୁଖିଆମାନଙ୍କୁ ପର୍ଯ୍ୟାୟକ୍ରମେ ଖବର ଦେଉଥିଲେ ମଧ୍ୟ ବାବୁମାନଙ୍କର ନିଦ ଭାଙ୍ଗିନାହିଁ।କହିକି ବା ଭାଙ୍ଗିବ, ଦଶହରା ପୂର୍ବରୁ ବାରଙ୍ଗ ମୁଖ୍ୟ ରାସ୍ତାରେ ବାଲିଉଠାଇ ଓ ଘାସ ସଫା କରି ବେଶ ଦିପଇସା ଠିକାଦାର ରୋଜଗାର କରିଥିବାବେଳେ […]