Browsing category

ମହାନଗର

ଆସନ୍ତାବର୍ଷ ଓଡ଼ିଶାରେ5G

ଭୁବନେଶ୍ୱର,୧୬/୧୦(ଏସ ଏସ ନିଉଜ)କେନ୍ଦ୍ର ଆଇଟିମନ୍ତ୍ରୀ ଅଶ୍ବିନୀବୈଷ୍ଣବଙ୍କ ଘୋଷଣା । ମାର୍ଚ୍ଚ ୨୦୨୩ ସୁଦ୍ଧା ଓଡ଼ିଶାକୁ ଆସିବ 5G । ମାର୍ଚ୍ଚରେ ୮ଟି ସହରକୁ ଆସିବ 5G । ବର୍ଷ ଶେଷ ସୁଦ୍ଧା ୮୦ ପ୍ରତିଶତ ଅଞ୍ଚଳରେ 5G ସେବା ।

ଅନୁମତିବିନା କଟକରେ ବାଣଦୋକାନ ମନା

କଟକ,୧୬/୧୦(ଏସଏସ ନିଉଜ)ବାଣଦୋକାନ ଖୋଲିବା ନେଇ କଟକ ଡିସିପି ପିନାକ ମିଶ୍ରଙ୍କ ସୂଚନା ଦେଇଛନ୍ତି। ବିନା ଲାଇସେନ୍ସରେ ବାଣ ଦୋକାନ ଖୋଲି ହେବନି କହିଲେ ଡିସିପି।କଟକରେ ବାଣ ଦୋକାନ ଖୋଲିବାକୁ ଆବେଦନ କରିବାକୁ ପଡ଼ିବ।

ଭୁବନେଶ୍ୱର ରେଳଷ୍ଟେସନର ହେବ ନବକଳେବର

ଭୁବନେଶ୍ୱର,୧୬/୧୦(ଏସଏସ ନିଉଜ)ଭୁବନେଶ୍ୱର ରେଳ ଷ୍ଟେସନର ହେବ ନବକଳେବର । ବିଶ୍ୱସ୍ତରୀୟ ହେବ ଭୁବନେଶ୍ୱର ରେଳଷ୍ଟେସନ । ପ୍ଲାନିଂ,ଡିଜାଇନ ସହ ଟେଣ୍ଡର ପ୍ରକ୍ରିୟା ଶେଷ । ଖୁବଶୀଘ୍ର ଭୂମି ପୂଜନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅନୁରୋଧ କରିଥିବା ସୂଚନା ମିଳିଛି।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ

ଭୁବନେଶ୍ୱର,୧୬/୧୦(ଏସ ଏସନିଉଜ)୭୭ ବର୍ଷରେ ପାଦ ଥାପିଲେ ମୁଖ୍ୟମନ୍ତ୍ରୀ ।ନବୀନଙ୍କୁ ୭୬ ପୂରି ୭୭ ଚାଲିଲା। ଏଥର ପାଳିବେ ନାହିଁ ଜନ୍ମଦିନ ।ନବୀନ ନିବାସ ନ ଯିବାକୁ ସୁଭେଚ୍ଛୁ ମାନଙ୍କୁ କଲେ ଅନୁରୋଧ lମେକ୍ ଇନ୍ ଓଡ଼ିଶା କନକ୍ଲେଭ୍‌ରେ ଯୋଗଦେବା ପାଇଁ ଯିବେ ହାଇଦ୍ରାବାଦ ।ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଆର୍ଶିବାଦ ପାଇଁ ସେ ସର୍ବଦା ଋୁଣି ରହିବେ ବୋଲି କହିଲେ l

ଖସିଗଲା ଛେଳିଚୋର

ବାରଙ୍ଗ,୧୫/୧୦(ଏସଏସନିୟୁଜ) କାଠଯୋଡି ନଦୀପଠାରେ ଚରୁଥିବା ଛେଳିକୁ ଧରାପଡିବାଭୟରେ ଛେଳିକୁ ଛାଡି ଯୁବକ ଜଣଙ୍କ ଫେରାର ହୋଇଯାଇଛନ୍ତି ।ତେବେ ଏହି ଯୁବକଜଣଙ୍କୁ ଧରିବାକୁ ଯାଇ ଅଗ୍ନିଶମବାହିନୀର କର୍ମଚାରୀମାନେ ନୟାନ୍ତ ହୋଇଛନ୍ତି ।କିନ୍ତୁ ଛେଳିଚୋର କୈାଶଳକ୍ରମେ ଫେରାର ହୋଇଯାଇଥିବାବେଳେ ମୃତ ଛେଳିକୁ ନେଇ ଅଗ୍ନିଶମବାହିନୀ ଫେରିଛି ।ଏହି ଘଟଣା ବାରଙ୍ଗଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକାସ ଯେ, ବାରଙ୍ଗଥାନା ଅଧିନସ୍ଥ ବେଂଟକାରପଡାଗ୍ରାମର ପ୍ରଭାତିସ୍ୱାଇଁ ନାମକ ମହିଳା ଶନିବାର ଅପରାହ୍ନରେ କାଠଯୋଡିନଦୀପଠାରେ ଛେଳି ଚରାଉଥିଲେ ।ଏହି ସମୟରେ ବ୍ରାହ୍ମଣୀଗାଁଭୋଇସାହିର ଜଣେ […]

୭ଟିସ୍ଥାନରେ ବିକ୍ରିହେବ ବାଣ

ଭୁବନେଶ୍ୱର,୧୫/୧୦(ଏସଏସ ନିଉଜ)ଦୀପାବଳି ପାଇଁ ଭୁବନେଶ୍ୱରର ୭ଟି ସ୍ଥାନରେ ବାଣ ବିକ୍ରି ପାଇଁ ପ୍ରଶାସନର ଅନୁମତି ଦେଇଛି।ସେଗୁଡ଼ିକ ହେଲା ଗାଡ଼କଣ, ବମିଖାଲ, ପାଣ୍ଡରା, ବାପୁଜୀ ନଗର, ଲକ୍ଷ୍ମୀସାଗର।ଏହାସହ ବଡ଼ଗଡ଼ର ୨ଟି ସ୍ଥାନରେ ବାଣ ବିକ୍ରି ହେବ।

ପ୍ରଭାତଙ୍କ ଅଭିନବ ପ୍ରୟାସ

ମେଣ୍ଢାଶାଳ,୧୪/୧୦ (ଏସ ଏସ ନିଉଜ)ମେଣ୍ଢାଶାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗିରିଙ୍ଗାପୁଟ ଗ୍ରାମର ହରିଜନ ଓ ଡମ ସାହିର ପ୍ରତ୍ୟେକ ପରିବାରକୁ ଆଜି ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ପ୍ରଭାତ କୁମାର ରାଉତରାୟଙ୍କ ଦ୍ୱାରା କଲମି ଆମ୍ବ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ବର୍ଷ ଯେଉଁ ପରିବାର ବୃକ୍ଷକୁ ଉତ୍ତମ ଭାବେ ବଢାଇଥିବେ ତାଙ୍କୁ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ପୁରସ୍କାର ପ୍ରଦାନ କରାଯିବ। ଜଳବାୟୁ ପରିବର୍ତ୍ତନ ସାରା ବିଶ୍ଵ ପାଇଁ ମହାବିପଦ ଡାକିଆଣିଲାଣି। ଯେଉଁଭଳି […]

ନାମାଙ୍କନ ଦାଖଲ କଲେ ରାଜେନ୍ଦ୍ର ଦାସ

ଭୁବନେଶ୍ୱର,୧୪/୧୦(ଏସଏସ ନିଉଜ)ଧାମନଗର ପାଇଁ ନାମାଙ୍କନ ଦାଖଲ କଲେ ରାଜେନ୍ଦ୍ର ଦାସ। ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ରାଜେନ୍ଦ୍ର ଦାସ। ଅତିରିକ୍ତ ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଭରିଲେ। ପଦ ଯାତ୍ରାରେ ସମର୍ଥକଙ୍କ ସହ ଆସି ନାମାଙ୍କନ ଦାଖଲ କଲେ। ବିଜେଡିରୁ ଟିକେଟ ନମିଳିବାରୁ ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି।

ରାସ୍ତା ଅବରୋଧକଲେ ଗ୍ରାମବାସୀ

ବାରଙ୍ଗ,୧୩/୧୦(ଏସଏସନିଉଜ) ମଂଚେଶ୍ୱରଥାନା ଅଧିନସ୍ଥ ରୋକଟଗ୍ରାମର ବୁଡୁନଇରେ ବୁଧବାରଠାରୁ ନିଖୋଜ ହୋଇଥିବା ଯୁବକର ପତାନମିଳିବା ଘଟଣାରେ ଉତ୍ୟକ୍ତ ହୋଇ୍ ଗ୍ରାମବାସୀ ମାନେ ଗୁରୁବାରଦିନ ଗାଁମୁଣ୍ଡରେ ରାସ୍ତାରୋକ କରିଥିଲେ ।ଫଳରେ ୩ଘଂଟାଧରି ଏହିରାସ୍ତାରେ ଯାତାୟତ ବନ୍ଦ ହୋଇଯାଇଥିଲା ।ଖବରପାଇ ମଂଚେଶ୍ୱରଥାନା ପୋଲିସ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତଗ୍ରାମବାସୀମାନଙ୍କୁ ବୁଝାସୁଜା କରିବା ସହ ଶୁକ୍ରବାରଦିନ ସକାଳୁ ସ୍ୱତନ୍ତ୍ରଭାବେ ଦୁଇଟି ଟିମ ଦ୍ୱାରା ଖୋଜାଖୋଜି କରିବାର ପ୍ରତିଶୃତି ଦେବାପରେ ରାସ୍ତା ଅବରୋଧ ଉଠିଥିଲା । ପ୍ରକାସ ଯେ,ବୁଧବାରଦିନ ରୋକଟଗ୍ରାମର୪୫ବର୍ଷୀୟ ରଞ୍ଜନବେଜ ନାମକ ଜଣେ ଯୁବକ […]

ଦେଶୀମଦ ସହ କାର ଜବତ

ବାରଙ୍ଗ,୧୩/୧୦(ଏସଏସନିଉଜ) ବାରଙ୍ଗଥାନା ପୋଲିସ ବୁଧବାରରାତିରେ ପେଟ୍ରୋଲିଂବେଳେ ବଙ୍ଗାଳିସାହି ନିକଟରେ ଏକ ମଦବୋଝେଇ କାରସହ ଜଣଙ୍କୁ ଗିରଫ କରି ଗୁରୁବାରଦିନ କୋର୍ଟଚାଳଣ କରିଛି ।ବାରଙ୍ଗଥାନାପୋଲିସ ପେଟ୍ରୋଲିଂ କରୁଥିବାବେଳେ ବିଶେଷସୁତ୍ରୁ ଖବରପାଇ ଦ୍ରୁତଗତିରେ ଆଠଗଡରୁ ଭୁବନେଶ୍ୱରପଟକୁ ଆସୁଥିବା ଓଆର୦୧-୪୦୦୭ନଂ ମାରୁତିୱାଗନର କାରକୁ ଥାନାଅଧିକାରୀ ଆକାଶ ଚନ୍ଦ୍ର ରାଣାନେତୃତ୍ବରେ ଏକ ଦଳ ରୋକିଥିଲେ । କୈାଶଳକ୍ରମେ ଭରତପୁରଥାନା ଅଧିନ ପାତ୍ରପଡା ଫୁଲେଶ୍ଵରୀ ବସ୍ତିର ମିଥୁନ ବାରିକ ନାମକ କାରଚାଳକ ଖସିପଳାଇଯାଉଥିବାବେଳେ ପୋଲିସ ତାକୁ ଧରିବା ସହ କାର ଭିତରୁ ୧୦ଟି ପ୍ଲାଷ୍ଟିକଜାତରକିନରେ […]