Browsing category

ମହାନଗର

ସରପଂଚ ଦେଲେ ସ୍ମାରକୀପତ୍ର

ମେଣ୍ଢାଶାଳ,୧୩/୧୦(ଏସଏସନିଉଜ) ମେଣ୍ଢାଶାଳ ଗ୍ରାମପଂଚାୟତର ଗିରିଙ୍ଗାପୁଟ ମୈାଜାରେ ୨୨ଏକର ପରିମିତ ଜାଗାକୁ ରାଜ୍ୟସରକାର ଏକ ଶିଳ୍ପାନୁଷ୍ଠାନ ପାଇଁ ଅନୁମତି ଦେଇଛନ୍ତି ।ଏହି ଜାଗାକୁ ଇଡକୋଦ୍ୱାରା ଜମି ଅଧିଗ୍ରହଣ କରାଯାଇ ଏହି ଶିଳ୍ପସଂସ୍ଥାକୁ ହସ୍ତାନ୍ତର କରାଯାଇଛି ।ଏବେ ଏହି ସଂସ୍ଥାଦ୍ୱାରା କାମ ଆରମ୍ଭ ହୋଇଛି ।ଏହି ସଂସ୍ଥାଚାଲିଲେ ଅଂଚଳର ଆର୍ଥିକସ୍ଥିତି ସ୍ୱଛଳ ହେବ ।ଏହାସହ ଦକ୍ଷତାଭିତିରେ ମେଣ୍ଢାଶାଳ ପଂଚାୟତର ଶିକ୍ଷିତ ବେକାର ଯୁବତୀ ଓ ଯୁବକମାନେ ନିଯୁକ୍ତି ପାଇ ଆତ୍ମନିର୍ଭରଶୀଳ ହୋଇପାରିବୋ ସେଥିପାଇଁ ଏକ ସ୍ମାରକୀପତ୍ର ସରଂପଚ କୈାଶଲ୍ୟା ବଳିୟାରସିଂହ […]

ବସମାଲିକ ପୁଅର ଦାଦାଗିରୀ

ବାରଙ୍ଗ,୧୨/୧୦(ଏସଏସନିଉଜ)ନନ୍ଦନକାନନଥାନା ଅଧିନସ୍ଥ ରଘୁନାଥପୁର ପେଟ୍ରୋଲପମ୍ପ ନିକଟରେ ଜଣେ ବସ ମାଲିକ ପୁଅ ଅନୁଗୁଳରୁ ନନ୍ଦନକାନନ ଦେଇ ଭୁବନେଶ୍ୱର ଯାଉଥିବା ଏକ ଯାତ୍ରୀବାହୀ ବସରୁ ମାରଧରକରି ୫ହଜାରେ ଟଙ୍କା ଛଡାଇ ନେଇଥିବାର ଥାନାରେ ଅଭିଯୋଗ ହୋଇଛି ।ପୋଲିସ ଏକ ମକଦ୍ଦମାରୁଜୁକରି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ବସମାଲିକ ପୁଅକୁ ଗିରଫ କରିନଥିବାର ଜଣାପଡିଛି । ପ୍ରକାସ ଯେ,ମଙ୍ଗଳବାର ଅପରାହ୍ନରେ ଓଡି୧୯ଜି -୨୪୭୪ନଂ ଯାତ୍ରୀବାହୀବସଟି ଯାତ୍ରୀନେଇ ବରମୁଣ୍ଡାରୁ ଅନୁଗୁଳକୁ ଯାଉଥିଲା ।ରଘୁନାଥପୁର ଗାଁମୁଣ୍ଡରେ ଓଡି୦୨-ଏୱାଇ-୧୩୦୫ନଂବସ ମାଲିକ ପୁଅ ବାପୁନିସାହୁ ଓ […]

ପୋଖରୀହୁଡ଼ାରୁ ମିଳିଲା ଶିଶୁକନ୍ୟା

ବାରଙ୍ଗ,୧୨/୧୦ (ଏସଏସ ନିଉଜ) ମେଣ୍ଢାଶାଳ ଫାଣ୍ଡି ଅନ୍ତର୍ଗତ ଗିରିଙ୍ଗାପୁଟ ଡାକ ପୋଖରୀ ରାସ୍ତାକଡ଼ରେ ବୁଧବାର ରାତିରେ ଏକ ନବଜାତକ ୪ଦିନର ଶିଶୁକନ୍ୟାକୁ ଉଦ୍ଧର କରାଯାଇଛି। ଗିରିଙ୍ଗାପୁଟ ଗାଁର ଗିତା ସ୍ୱାଇଁ ଓ ଜିତେନ୍ଦ୍ର ସ୍ୱାଇଁ ବୁଧବାର ରାତିରେ ଡାକ ପୋଖରୀକୁ ଶୌଚ ପାଇଁ ଯାଇଥିଲେ।ଏହି ସମୟରେ ଏକ ଛୋଟ ପିଲାର କାନ୍ଦିବା ଶୁଣି ଏହି ଦମ୍ପତି ଟର୍ଚ୍ଚ ମାରି କାନ୍ଦ ଆସୁଥିବା ସ୍ଥାନକୁ ଅନୁସରଣ କରି ଯାଇଥିଲେ।ସେଠାରେ ପହଂଚି ନବଜାତ ଶିଶୁକନ୍ୟା ଟି କାନ୍ଦୁଥିବାର ଦେଖି ଉଦ୍ଧାର […]

ନାଁ ଘୋଷଣା କରିବ ଦଳ

ଭୁବନେଶ୍ୱର,୧୨/୧୦(ଡିଏନଏ) ଆଜି ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀଘୋଷଣା କରିବ ବିଜେଡ଼ି। ପ୍ରାର୍ଥୀଙ୍କନାମ ଚୂଡ଼ାନ୍ତ ହୋଇସାରିଥିବା ବେଳେ ଆଜିନାଁ ଘୋଷଣାକରିବେ ଦଳରସଭାପତି ତଥା ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ। ବଡ଼ବ୍ୟବଧାନରେ ବିଜୟପାଇଁ ବ୍ଲୁପ୍ରିଣ୍ଟ କରିଛି ଶାସକ ଦଳ ।ତେବେ ବିଜେପି ପକ୍ଷରୁ ବିରୋଧୀ ଦଳ ନେତା ବିଷ୍ଣୁ ସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରାଯାଇଛି । ଆଜି କଂଗ୍ରେସପ୍ରାର୍ଥୀ ଭାବେ ବାବା ହରେକୃଷ୍ଣ ସେଠୀଙ୍କ ନାମ ଘୋଷଣା କରିଛି ଏଆଇସିସି ।ବିଧାୟକ ବିଷ୍ଣୁସେଠୀଙ୍କ ମୃତ୍ୟୁପରେ ଏହି ଆସନଟି ଖାଲିପଡିଥିଲା । […]

ଆସୁଛି ମହାବାତ୍ୟା ‘ସିତରଙ୍ଗ!

ଭୁବନେଶ୍ୱର,୧୨/୧୦(ଡିଏନଏ) ଆସୁଛି ଆଉ ଏକ ମହାବାତ୍ୟା । ୨୫ ତାରିଖ ସୁଦ୍ଧା ବଙ୍ଗୋପସାଗରେ ମହାବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି । ମହାବାତ୍ୟା ହେଲେ ଏହାର ପ୍ରଭାବରେ ୨୨୦ରୁ ୨୫୦ କିଲୋମିଟର ବେଗରେ ପବନ ବହିପାରେ । ସମୁଦ୍ରରେ ୧୫ରୁ ୨୦ ଫୁଟ ଉଚ୍ଚତାର ଜୁଆର ଆସିପାରେ । ୧୭ରେ ବଙ୍ଗୋପସାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ୧୮ ତାରିଖ ସୁଦ୍ଧା ସାଇକ୍ଲୋନିକ୍ ଝଡ଼ ସୃଷ୍ଟି କରିବାର ସମ୍ଭାବନା ରହିଛି । ବାତ୍ୟାର ନାମ ‘ସିତାରଙ୍ଗ’ […]

ବିଧାୟକଙ୍କୁ ଭବ୍ୟସମ୍ବର୍ଦ୍ଧିନା ଦେଲେ ବଣିକସଂଘ

ବାରଙ୍ଗ,୧୧/୧୦ (ଏସଏସ ନିଉଜ) ନନ୍ଦନକାନନ ବସଷ୍ଟାଣ୍ଡର ଲକ୍ଷ୍ମୀଦେବୀବଣିକ ସଂଘ ପକ୍ଷରୁ ୩୭ତମ ଗଜଲକ୍ଷ୍ମୀ ପୁଜା ବସଷ୍ଟାଣ୍ଡ ପରିସରରେ ଅନୁଷ୍ଠିତ ହେଉଛି ।କୋଭିଡ କଟକଣା ହଟିବାପରେ ଚଳିତବର୍ଷ ଭକ୍ତଙ୍କ ଗହଣରେ ପୁଜାର୍ଜନା କରାଯାଉଥିବାରୁ ବ୍ୟବସାୟୀମାନେ ବେଶ ଉତ୍ସାହିତ ଅଛନ୍ତି ।ତିନିଦିନଧରି ବିଭିର୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ହାତକୁ ନେଇଛନ୍ତି ବ୍ୟବସାୟୀମାନେ। ସୋମବାର ରାତିରେ ଭୁବନେଶ୍ୱର ଉତରବିଧାୟକ ଶୁସାନ୍ତକୁମାରରାଉତ ପୁଜା ମଣ୍ଡପ ପରିଦର୍ଶନରେ ଆସିଥିବା ବେଳେ ବଣିକ ସଂଘପକ୍ଷରୁ ତାଙ୍କୁ ଭବ୍ୟମ୍ବର୍ଦ୍ଧନାଦେବା ସହ ବଜା ବଜାଇ ବାଣ ଫୁଟାଇ ସ୍ଲୋଗାନ […]

ସିନେମା ଦୁନିଆରେ ଧୋନି

ଭୁବନେଶ୍ୱର,୧୧/୧୦(ଏସଏସନିଉଜ)କ୍ରିକେଟ ପରେ ସିନେମା ଦୁନିଆରେ ପାଦ ରଖିଛନ୍ତି ଧୋନି ।ଖୁବଶୀଘ୍ର ସିଲଭର ଇଣ୍ଡଷ୍ଟ୍ରିରେ ପାଦ ରଖିବାକୁ ଯାଉଛନ୍ତି କ୍ୟାପଟେନ କୁଲ ମାହି ।ଧୋନୀ ଏଣ୍ଟରଟେନମେଣ୍ଟ ନାଁରେ ନିଜର ଏକ ପ୍ରଡକ୍ସନହାଉସ ରଖିଛନ୍ତି ।ମାହିଙ୍କ ଏହି ପ୍ରଡକ୍ସନହାଉସରେ ତାମିଲ, ତେଲୁଗୁ ଓ ମାଲାୟାଲାମ ଫିଲ୍ମ ହେବ ।ଏଣିକି ରଜନୀକାନ୍ତ, ଧନୁଷ, ଜୁନିୟର ଏନଟିଆର ଓ ଥାଲାପତି ବିଜୟଙ୍କଭଳି ଷ୍ଟାରମାନଙ୍କ ସହ କାମକରିବେ ଟିମଇଣ୍ଡିଆର ବାହୁବଳୀ ।

ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଡିୱାଇଚନ୍ଦ୍ରଚୁଡ

ଭୁବନେଶ୍ୱର,୧୧/୧୦(ଏସଏସନିଉଜ) ଜଷ୍ଟିସ ଡିୱାଇଚନ୍ଦ୍ରଚୁଡ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବାନେଇ ମୁଖ୍ୟବିଚାରପତି ଜଷ୍ଟିସ ଉଦୟ ଉମେଶ ଲଲିତ କଲେ ସୁପାରିଶ ।ନଭେମ୍ବର୯ ତାରିଖରେ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡ ସୁପ୍ରିମକୋର୍ଟର ୫୦ତମ ମୁଖ୍ୟବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ।ତାଙ୍କରକାର୍ଯ୍ୟକାଳ ୨ବର୍ଷରୁ ଅଧିକରହିବ ।ସେପଟେ କେନ୍ଦ୍ରସରକାରଙ୍କ ତରଫରୁ ଏନେଇ ଜଷ୍ଟିସଚନ୍ଦ୍ରଚୁଡଙ୍କ ମତ ମଗାଯାଇଥିବାବେଳେ ଏନେଇ କେନ୍ଦ୍ରସରକାରଙ୍କୁ ସକରାତ୍ମକ ଚିଠି ଲେଖିଛନ୍ତି ଜଷ୍ଟିସ ଚନ୍ଦ୍ରଚୁଡ ।

ଆଜି ହାଜର ହୋଇପାରନ୍ତି ଲେଡି ବ୍ଲାକମେଲର୍

ଭୁବନେଶ୍ୱର,୧୧/୧୦(ଏସଏସନିଉଜ)ଆଜି କୋର୍ଟରେ ହାଜର ହୋଇପାରନ୍ତି ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ । ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟରେ ହାଜର ହୋଇପାରନ୍ତି । ଗତକାଲି ଜାମିନ ପାଇଁ ଆବେଦନ କରିଛନ୍ତି ଅର୍ଚ୍ଚନା ନାଗ ।ଅନ୍ୟ ପଟେ ଅର୍ଚ୍ଚନା ନାଗ ମାମଲାରେ ସିବିଆଇ ତଦନ୍ତ ଦାବି କଲେ ସ୍ମୃତି ପଟ୍ଟନାୟକ । କହିଲେଏହି ମାମଲାରେ ବଡ଼ବଡ଼ ନେତା, ମନ୍ତ୍ରୀଙ୍କ ସଂପୃକ୍ତି ରହିଛି । ରାକେଟ ପଛରେ ସରକାରୀଦଳ ପ୍ରତ୍ୟକ୍ଷଭାବେ ସଂପୃକ୍ତ ରହିଛି । ତଦନ୍ତରେ ପୁଲିସ ବିଫଳ ହୋଇଥିବାବେଳେ ସଂପୃକ୍ତ ବ୍ୟକ୍ତିଙ୍କ […]

ଆଜି ଆରମ୍ଭ ହେବ ଫିଫା ମହିଳାବିଶ୍ୱକପ୍

ଭୁବନେଶ୍ୱର,୧୧/୧୦(ଏସଏସନିଉଜ)ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ଇଣ୍ଡିଆ ୨୦୨୨।ଓଡିଶା ଓ ଗୋଆରେ ଟୁର୍ଣ୍ଣାମେଂଟ୍‌ର ଓପ୍‌ନିଙ୍ଗ ଗେମ୍ ଖେଳାଯିବ । ଆୟୋଜକରାଷ୍ଟ୍ର ଭାରତ ଆଜି ରାତି୮ଟାରେ ଭୁବନେଶ୍ୱରର କଳିଙ୍ଗଷ୍ଟାଡିୟମରେ ୟୁଏସ୍‌ଏ ବିପକ୍ଷରେ ପଡିଆକୁ ଓହ୍ଲାଇବ।ସମସ୍ତ ୧୬ଟି ଅଂଶଗ୍ରହଣକାରୀଦଳ ଭେନ୍ୟୁରେ ପହଂଚିସାରିଛନ୍ତି ।ଏଥର ତାଞ୍ଜାନିଆ ପ୍ରଥମଥର ପାଇଁ ଫିଫା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଛି ।