Browsing category

ମହାନଗର

ଆଉ ନାହାନ୍ତି ନରେନ୍ଦ୍ର ନାଥ ନାୟକ

ଭୁବନେଶ୍ୱର,୧୦/୧୦(ଏସ ଏସନିଉଜ)ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଜୟଦେବ ବିଧାନସଭାର ବିଧାୟକ ପ୍ରାର୍ଥୀ ନରେନ୍ଦ୍ର ନାଥନାୟକଙ୍କ ଆଜି ନିଧନ ଘଟିଛି ।ତାଙ୍କ ପାର୍ଥୀବ ଶରୀର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିବା ପରେ ରାଜ୍ୟ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତା ଶେଷ ଦର୍ଶନ କରି ଦଳୀୟ ପତାକା ଘୋଡାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

ରାସ୍ତାରେ ଅଳିଆ ଫିଙ୍ଗିଲେ ୫ହଜାର

ଭୁବନେଶ୍ୱର,୧୦/୧୦(ଏସଏସ ନିଉଜ)ଭୁବନେଶ୍ୱର ୟୁନିଟ୍-୧ ହାଟର ସମସ୍ତ ବ୍ୟବସାୟୀଙ୍କୁ ଚେତାବନୀBMC କମିଶନର। ଏଣିକି ପଚାପରିବା ଓ ବର୍ଯ୍ୟବସ୍ତୁ ରାସ୍ତାକୁ ଫିଙ୍ଗିଲେ ୫ ହଜାର ଜରିମାନା ହେବ।ଅଳିଆକୁ ଅଲଗା ଅଲଗା ନ ପକାଇଲେ ୫ ଶହଟଙ୍କା ଜରିମାନା ହେବ।ରାଜଧାନୀକୁ ପରିଷ୍କାର ରଖିବା ପାଇଁ ସମସ୍ତେ ସହଯୋଗ କରନ୍ତୁ ବୋଲି କହିଲେ କମିଶନର ।

କଳିଙ୍ଗଷ୍ଟାଡିୟମରେ କଡା ସୁରକ୍ଷା

ଭୁବନେଶ୍ୱର,୧୦/୧୦(ଏସଏସ ନିଉଜ)FIFA ଫୁଟବଲ୍ ବିଶ୍ବକପ ପାଇଁ ଚାରି ସ୍ତରୀୟ ସୁରକ୍ଷା ବଳୟରେ ରହିବ କଳିଙ୍ଗ ଷ୍ଟାଡିୟମ।କଳିଙ୍ଗ ଷ୍ଟାଡିୟମର ସମୀକ୍ଷା କଲେ ପୋଲିସ କମିଶନର ଓ ଡିସିପି ।୬ ଅତିରିକ୍ତ DCP, ୧୪ ଏସିପି, ୩୦ ଇନିସପେକ୍ଟର ରହିବେ । ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ।

ମୁଲାୟମସିଂ ଯାଦବଙ୍କ ପରଲୋକ

ଭୁବନେଶ୍ୱର,୧୦/୧୦(ଏସଏସ ନିଉଜ)ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ପରଲୋକ ଘଟିଛି।ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଥୁଲେ ମୁଲାୟମ ସିଂ ଯାଦବ।୮୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି।ସକାଳ ୮ଟା ୧୬ରେ ଗୁରୁଗ୍ରାମର ଏକ ଘରୋଇ ହସପିଟାଲରେ ପରଲୋକ।ଦୀର୍ଘଦିନ ଧରି ଅସୁସ୍ଥ ରହିଥିଲେ ମୁଲାୟମ ସିଂ ଯାଦବ।

ମେଣ୍ଢାଶାଳରେ  ମାଗଜଲକ୍ଷ୍ମୀ ପୂଜା

ମେଣ୍ଢାଶାଳ,୯/୧୦ (ଏସଏସ ନିଉଜ)ପବିତ୍ର କୁମାର ପୁର୍ଣିମା ତିଥି ରେ ମେଣ୍ଢାଶାଳ ଗ୍ରାମ ମା ଦୁଲାଦେବୀ ଛକ ଠାରେ ପ୍ରତି ବର୍ଷ ଭଳି ଏ ବର୍ଷ ମା ଗଜଲଷ୍ମୀ ପୂଜା ଧୁମ ଧାମ ରେ ଅନୁଷ୍ଠିତ ହେଉଅଛି | ସୁଖ, ସମୃଦ୍ଧି, ଐସୂର୍ଯ୍ୟ ଭଣ୍ଡାର ର ମା ଗଜଲକ୍ଷ୍ମୀ ଆଜି ଧରାପୃଷ୍ଠ ରେ ବିରାଜମାନ କରିଛନ୍ତି | ଆଜି ସନ୍ଧ୍ୟା ସମୟ ରେ ଘଣ୍ଟ, ଘଣ୍ଟା, ଶଙ୍ଖନାଦ, ହୁଳହୁଳି ରେ ପୂଜା ମଣ୍ଡପ ପ୍ରକମ୍ପିତ ହେଉଅଛି | ଆଜି […]

କଟକ ବାଲିଯାତ୍ରାପାଇଁ ସ୍ଥାନ ଆବଣ୍ଟନ ନିମନ୍ତେ ପଞ୍ଜିକରଣ ଆରମ୍ଭ

କଟକ,୮/୧୦(ଏସଏସନିଉଜ) ଚଳିତବର୍ଷ ଐତିହାସିକ କଟକ ବାଲିଯାତ୍ରା ଉତ୍ସବ-୨୦୨୨ ନିମନ୍ତେ ବ୍ୟବସାୟୀକ ତଥା ଅନ୍ୟାନ୍ୟ ଅନୁଷ୍ଠାନମାନଙ୍କୁ ସ୍ଵଚ୍ଛତାଅଧାରରେ ସ୍ଥାନବଣ୍ଟନ ପଞ୍ଜିକରଣ ପ୍ରକ୍ରିୟା ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ବାରବାଟୀ ପ୍ୟାଲେସ, ବାରବାଟୀ ଷ୍ଟାଡିୟମଠାରେ କରାଯାଉଛି। ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ହେବାକୁ ଥିବା କଟକ ବାଲିଯାତ୍ରାକୁ ସ୍ୱଚ୍ଛ, ସବୁଜ ଓ ଭିଡ଼ମୁକ୍ତ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଅଛି। ଆଜି ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡ଼ଃ […]

ଏସିଡ ମାଡ଼

କଟକ,୮ ୧୦(ଏସଏସନିଉଜ)ପୂର୍ବ ଶତ୍ରୁତାରୁ ବାଲୁବଜାର ଅଞ୍ଚଳରେ ଯୁବକଙ୍କୁ ଏସିଡ୍ ମାଡ଼ ହୋଇଛି।୨୨ ବର୍ଷୀୟ ଯୁବକଙ୍କୁ ଜଣେ ୫୦ ବର୍ଷୀୟ ବ୍ୟକ୍ତି ଏସିଡ୍ ଫିଙ୍ଗି ଚମ୍ପଟ୍ ହୋଇଛି।ଆହତ ଯୁବକ ଜଣଙ୍କ କଟକ ସିଟି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଏସିଡ୍ ଫିଙ୍ଗିଥିବା ବ୍ୟକ୍ତି ଜଣଙ୍କ ଚାନ୍ଦିନିଚୌକ ଅଞ୍ଚଳର ସୂଚନା ମିଳିଛି।

ଜଳିଗଲା ବସ

ଭୁବନେଶ୍ୱର,୮/୧୦(ଏସଏସ ନିଉଜ)ସକାଳୁସକାଳୁ ଅଘଟଣ ଟ୍ରକ୍‌କୁ ଧକ୍କା ଦେଇ ଜଳିଗଲା ବସ୍‌। ଯାହାଫଳରେ ଚାଲିଗଲା ୧୧ଜଣଙ୍କର ଜୀବନ ।ପ୍ରଥମେ ଟ୍ରକ୍‌କୁ ଧକ୍କା ଦେଲା ତା’ପରେ ହୁତୁହୁତୁ ହୋଇ ଜଳିଗଲା ବସ୍‌। ଫଳରେ ନିଆଁରେ ପୋଡ଼ି ହୋଇ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୮ ଜଣ ଆହତ ହୋଇଛନ୍ତି। ଆଜି ଭୋର ୫ଟା ୧୫ରେ ମହାରାଷ୍ଟ୍ରର ନାସିକରେ ଏକ ଯାତ୍ରୀବାହୀ ବସ୍‌ ଜଳିଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଅଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଚାଉଳବୋଝେଇ ଟ୍ରକ ପାଇଁ ରାସ୍ତା ଜାମ

ଜଟଣୀ,୧୦/୭(ଏସଏସନିଉଜ)ସୀତାରାମଛକନିକଟରେ ଥିବା ରେଳବାଇଭୁତଳ ରସ୍ତାରେ ଓଆର୦୨-କେ-୪୧୮୮ନଂ ଚାଉଳବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ଥ ହେବାରୁ ସାଧରଣଲୋକ ନାହିଁନଥିବା ହଇରାଣ ହେଇଛନ୍ତି ।ଟ୍ରକଟି ଭାରସମ୍ୟ ହରାଇ ନାଳ ମଧ୍ୟକୁ ଖସି ଯିବାରୁ ରାସ୍ତା ଜାମ ହୋଇଯାଇଥିଲା ।ଏଫସିଆ ରୁ ଟ୍ରକଟି ଚାଉଳ ନେଇ ଆସୁଥିବାବେଳେ ଏହି ଦୁର୍ଘଟଣା ହୋଇଥିଲା ।ତେବେ ଚାଉଳ ବୋଝେଇ ଟ୍ରକର କାଗଜପତ୍ର ବୈଧ ନଥିବାର ଜଣାପଡିନଥିବାବେଳେ କିଭଳି ପରିବହନ ପାଇଁ ଅନୁମତି ଦିଆଯାଉଛି ତାହାକୁ ନେଇ ସାଧାରଣରେ ଆଲୋଚନା ଯୋରଧରିଛି ।

ପ୍ରକାଶ ପାଇଲା ଓସିଏସ ରେଜଲ୍ଟ

ଭୁବନେଶ୍ୱର,୭/୧୦(ଏସଏସ ବିଳ)ପ୍ରକାଶ ପାଇଲା ଓସିଏସ ରେଜଲ୍ଟ ।ମୋଟ ୩୯୨ ଜଣ ପ୍ରାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ତେଜସ୍ୱିନୀ ବେହେରା ଓସିଏସ ହେଲେ ଟପର ।୨୪୪ ଜଣ ଛାତ୍ର କୃତକାର୍ଯ୍ୟ ହୋଇଥିବା 148 ଜଣ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି।ପ୍ରଥମ ତିନୋଟି ସ୍ଥାନରେ ଛାତ୍ରୀ ରହିଛନ୍ତି । ଦ୍ୱିତୀୟ ସ୍ଥାନରେ ଶୁଭଙ୍କରୀ ସୁଦେଷ୍ଣା ଦାଶ ରହିଥିବା ବେଳେ ତୃତୀୟ ସ୍ଥାନରେ ସୃଷ୍ଟି ଶତପଥୀ ରହିଛନ୍ତି ।ଶୀର୍ଷ ୧୦ ଜଣଙ୍କ ମଧ୍ୟରେ ୭ ଜଣ ଝିଅ ଏବଂ ତିନି ଜଣ […]