Browsing category

ମହାନଗର

ରାଜଧାନୀରେ ବିଷପିଇ ୨ମୃତ

ଭୁବନେଶ୍ୱର,୨୧/୯(ଏସଏସ ନିଉଜ) ଭରତପୁର ଫୁଲେଶ୍ୱରୀ ବସ୍ତିରେ ବିଷ ପିଇ ଜଣେ ବ୍ୟକ୍ତି ଓ ମହିଳା ମୃତୁବରଣ କରିଛନ୍ତି। ପୁରୁଷ ଜଣଙ୍କ ନିଜ ପତ୍ନୀ ଓ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ଛାଡ଼ି ଏକାଠି ଗୋଟିଏ ଘରେ ରହୁଥିଲେ।ପରିବାର ଠାରୁ ଅଲଗା ହେବା ପରେ ଦୁହେଁ ଏକାଠି ରହୁଥିଲେ।ପାରିବାରିକ କଳହ ପାଇଁ ଦୁହେଁ ବିଷ ପିଇ ଦେଇଥିବା ସୂଚନା ମିଳିଛି।

ପରମାଣୁ ଧମକ ଦେଲେ ପୁଟିନ୍

ଭୁବନେଶ୍ୱର,୨୧/୯(ଏସଏସ ନିଉଜ)ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବଡ଼ ଘୋଷଣା।ଦେଶବାସୀଙ୍କୁ ଟେଲିଭିଜନ ବାର୍ତ୍ତା ଦେଇ ଚେତାଇଲେ ପୁଟିନ୍।ବଡ଼ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି।ରୁଷିଆକୁ ଧ୍ୱଂସ ପାଇଁ ପାଶ୍ଚାତ୍ୟ ରାଷ୍ଟ୍ର ଉଦ୍ୟମ କରୁଛନ୍ତି।ୟୁକ୍ରେନକୁ ଅସ୍ତ୍ର କରି ରୁଷିଆକୁ ଧ୍ୱଂସ ପାଇଁ ଉଦ୍ୟମ କରୁଛନ୍ତି।ଦରକାର ହେଲେ ପରମାଣୁ ଅସ୍ତ୍ରର ପ୍ରୟୋଗ କରାଯିବ ବୋଲି ପୁଟିନ୍ ଚେତାବନୀ ଦେଇଛନ୍ତି।

ଓଭରଲୋଡିଂ ଗାଡ଼ି ସାବଧାନ!

ଭୁବନେଶ୍ୱର,୨୧/୯(ଏସଏସ ନିଉଜ)ଗାଡ଼ି ଓଭରଲୋଡିଂ ନେଉଥିଲେ ସାବଧାନ। ଧରାପଡ଼ିଲେ ଫାଇନ୍‌ ଗଣିବେ।ଏଥିପାଇଁ ସବୁ ଆରଟିଓମାନଙ୍କୁ ଚିଠି ଲେଖି ଜଣାଇଛନ୍ତି ଟ୍ରାନ୍ସପୋର୍ଟ କମିଶନର । ଏହି ଡ୍ରାଇଭରେ ବିଶେଷ କରି ବାଲି, ଚିପ୍ସ, ପାଉଁଶ ଅନ୍ୟାନ୍ୟ ସାମଗ୍ରୀ ପରିବହନ କରୁଥିବା ଟ୍ରକ, ଡମ୍ଫର ଓ ଟିପ୍ପର ଗୁଡିକୁ ଯାଞ୍ଚ କରିବାକୁ ପ୍ଲାନ ପ୍ରସ୍ତୁତ କରିଛି ବିଭାଗ ।ଓଭର ଲୋଡିଂ ପାଇଁ ଧରାପଡିଲେ ୨୦ ହଜାର ଟଙ୍କା ଫାଇନ ସହ ଅତରିକ୍ତ ବୋଝେଇ ମାଲ ଟନ୍ ୨ ହଜାର ଟଙ୍କା ଲେଖାଁଏ […]

ଆଖିବୁଜିଲେ କମେଡିଆନ ରାଜୁ ଶ୍ରୀବାସ୍ତବ

ଭୁବନେଶ୍ୱର,୨୧/୯(ଏସଏସ ନିଉଜ) ୫୮ ବର୍ଷ ବୟସରେ ପ୍ରାଣ ହରାଇଲେ ରାଜୁ ଶ୍ରୀ ବାସ୍ତବ।ଦିଲ୍ଲୀ AIIMS ରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଛି।ଅଗଷ୍ଟ ୧୦ରୁ ଚାଲିଥିଲା ଚିକିତ୍ସା।ଦୀର୍ଘଦିନ ହେବ ହସ୍ପିଟାଲରେ ହେଉଥିଲେ ଚିକିତ୍ସିତ ।

ସ୍ଥଳଭାଗ ମୁହାଁ ଲଘୁଚାପ

ଭୁବନେଶ୍ୱର,୨୧/୯(ଏସଏସ ନିଉଜ)ସ୍ଥଳଭାଗ ମୁହାଁ ହେଉଛି ଲଘୁଚାପ ।ଏହାଫଳରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଦେଖାଦେଇଛି । ପଶ୍ଚିମ ସମେତ ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷିବା ସହ ୨୪ ଘଣ୍ଟା ପରେ କମିବ ବର୍ଷା ଓ ଲଘୁଚାପର ପ୍ରଭାବ।୫ ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି । ଏହାସହ ୨୫ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି।

କାୟା ମେଲାଉଛି ଡେଙ୍ଗୁ

ଭୁବନେଶ୍ବର,୨୧/୯(ଏସଏସ ନିଉଜ)ଭୁବନେଶ୍ବରରେ କାୟା ମେଲାଉଛି ଡେଙ୍ଗୁ । ୨୪ ଘଣ୍ଟାରେ ପୁଣି ଚିହ୍ନଟ ହେଲେଣି ୩୨ ନୂଆ ରୋଗୀ । ରାଜଧାନୀ ରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୯୬୫କୁ ବୃଦ୍ଧି ପାଇଛି। ଏବେ ସୁଦ୍ଧା ୫୭ ଜଣ ରୋଗୀଙ୍କ ପରିଚୟ ମିଳିନଥିବାର ଜଣାପଡିଛି।

ମୋଦିଙ୍କୁ ବିଶ୍ୱନେତାଙ୍କ ତାରିଫ

ଭୁବନେଶ୍ୱର,୨୧/୯(ଏସ ଏସନିଉଜ)ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟକୁ ବିଶ୍ୱନେତାମାନେ ତାରିଫ କରିଛନ୍ତି ।ଜାତିସଂଘରେ ମୋଦିଙ୍କ ମନ୍ତବ୍ୟକୁ ଆମେରିକା ଓ ଫ୍ରାନ୍ସ ସମର୍ଥନ ଦେଇଛି।SCOରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କୁ ଯୁଦ୍ଧ ବନ୍ଦ ପାଇଁ କହିବାସହ ଆଜିର ଯୁଗ ଯୁଦ୍ଧ ପାଇଁ ନୁହେଁ ବୋଲି ରୋକ୍‌ଠୋକ୍‌ କହିଥିଲେ ମୋଦି।ବିଶ୍ୱର ପ୍ରମୁଖ ଗଣମାଧ୍ୟମରେ ମଧ୍ୟ ମୋଦିଙ୍କ ସାହସିକ ମନ୍ତବ୍ୟକୁ ତାରିଫ କରିଛନ୍ତି।

ପଞ୍ଚାୟତସ୍ତରୀୟ ସଫେଇ ଅଭିଯାନ

ବାରଙ୍ଗ,୨୦/୯(ଏସଏସ ନିଉଜ) ଭୁବନେଶ୍ବର ବ୍ଲକ ଅନ୍ତର୍ଗତ ଦାଢାପଞ୍ଚାୟତର ବାଲିପଡା ଗ୍ରାମ ହନୁମାନ ମନ୍ଦିର ଠାରୁ ଭାଗବତ ଘର ପର୍ଯ୍ୟନ୍ତ ରାସ୍ତାରେ ପଞ୍ଚାୟତସ୍ତରୀୟ ସଫେଇ କାର୍ଯ୍ୟକ୍ରମ ସରପଞ୍ଚ ନିଶିପଦ୍ମା କାଣ୍ଡିଙ୍କ ଦ୍ବାରା ମଙ୍ଗଳବାରଦିନ ଶୁଭାରମ୍ଭ ହୋଇଛି।ଏହି ସଫେଇ କାର୍ଯ୍ୟକ୍ରମରେଜିଲ୍ଲାପରିଷଦ ସଭ୍ୟା ବବିତା ରାଉତ,ନାଏବ୍ ସରପଞ୍ଚ ରଣଞିତ୍ କୁମାର ଦାସ,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଦାଶିବ ରଥ ,ଜିଆରଏସ୍ ସଞୟ ପଢିହାରୀ ପ୍ରମୁଖ ସାମିଲ  ହୋଇ ଗ୍ରାମ ରାସ୍ତାମାନଙ୍କରେ ସଫେଇ କରିବା ସହ ନିଜ ପରିବେଶକୁ ସର୍ବଦା ସଫାସୂତରା ରଖିବା ନେଇ […]

ଓଲଟିପଡିଲା ଟୁରିଷ୍ଟ ବସ୍

ଯାଜପୁର,୨୦/୯(ଏସଏସ ନିଉଜ)ଏନ୍ଏଚ୍ ୧୬ ସାହାପୁର ନିକଟରେ ଓଲଟିପଡିଛି ଟୁରିଷ୍ଟ ବସ୍ । ଜଗନ୍ନାଥଙ୍କ ଦର୍ଶନ ସାରି ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି।ଏହାଫଳରେ ୧୯ଜଣ ଆହତ ହୋଇଥିବାବେଳେ ୩ଜଣ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଓ ଆହତମାନେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ୟୁପିରୁ ୮୦ ଜଣ ଯାତ୍ରୀଙ୍କୁ ନେଇ ପୁରୀ ଯାଇଥିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ବଡ଼ଭାଇ ମାଡ଼ରେ ସାନଭାଇ ମୃତୁ

ଭୁବନେଶ୍ୱର,୨୦/୯(ଏସଏସ ନିଉଜ)ରାଜଧାନୀରେ ଅଭାବ ନୀୟ ଘଟଣା ଘଟିଛି। ବଡ଼ ଭାଇ ମାଡ଼ରେ ସାନ ଭାଇ ମୃତୁବାରଣ କରିଛି।ନୟାପଲ୍ଲୀ ଥାନା ନୂଆସାହି ଅଞ୍ଚଳରେ ଘଟିଛି ଅଘଟଣ ଘଟିଛି।ସାନ ଭାଇକୁ ପାଠ ପଢ଼ିବାକୁ ତାଗିଦ କରି ବଡ଼ ଭାଇ ପିଟିିଥିଲେ ।ସାନ ଭାଇର ମୃତ୍ୟୁ ଘଟିବାରୁ ବଡ଼ ଭାଇ ନାଁରେ ହତ୍ୟା ମାମଲା ରୁଜୁ ହୋଇଛି।ଫଳରେ ହତ୍ୟା ଅଭିଜିଗରେ ଉଚ୍ଚ ଶିକ୍ଷିତ MBA ପଢ଼ୁଆ ବଡ଼ ଭାଇ ଗିରଫ ହୋଇଛି।