Browsing category

ମହାନଗର

୨୨ରୁ ଯୁକ୍ତ ୨ ପ୍ରଥମ ବର୍ଷ ପିଲାଙ୍କ ପାଠପଢ଼ା

ଭୁବନେଶ୍ୱର,୨୦/୯(ଏସଏସ ନିଉଜ)ଆସନ୍ତା ୨୨ ତାରିଖରୁ ଯୁକ୍ତ ୨ ପ୍ରଥମ ବର୍ଷ ପିଲାଙ୍କ ପାଠପଢ଼ା ଆରମ୍ଭ ହେବାନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସାଢ଼େ ୩ ଲକ୍ଷ ପିଲା ନାମ ଲେଖାଇ ସାରିଥିବାବେଳେ ୨୨ରୁ କ୍ଲାସ୍ ହେବ ବୋଲି ସେ ସୂଚନା ଦେଇଛନ୍ତି।

ସାଲିଆସାହିରେ ପୋଲିସର ଚଢ଼ାଉ

ଭୁବନେଶ୍ୱର,୨୦/୯(ଏସଏସ ନିଉଜ)ଭୁବନେଶ୍ୱର ସାଲିଆ ସାହିରେ ବଡ଼ ଧରଣର ଚଢ଼ାଉ ଚାଲିଛି।ଚଢ଼ାଉରେ ସାମିଲ ହୋଇଛନ୍ତି ନିଜେ DCP ଓ ସ୍ୱତନ୍ତ୍ର ସ୍କ୍ୱାଡ୍ ।ମାଦକ ଦ୍ରବ୍ୟ କାରବାର ସୁରାକ ପାଇ ଚାଲିଛି ଚଢ଼ାଉ।

ଖୋଲାଅଛି ହୀରାକୁଦର ୬ଟିଗେଟ୍‌

ଖୋଲାଅଛି ହୀରାକୁଦର ୬ଟିଗେଟ୍‌ ସମ୍ବଲପୁର,୨୦/୯(ଏସ ଏସ ନିଉଜ)ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍‌ ଖୋଳିଛି । ବାମ ପାର୍ଶ୍ବରୁ ୫ଟି ଓ ଡାହାଣ ପାର୍ଶ୍ବରୁ ଗୋଟିଏ ଗେଟ୍‌ ଖୋଲାରହିଛି । ମୋଟ ୬ଟି ଗେଟ୍‌ ଦେଇ ପ୍ରବାହିତ ହେଉଛି ଜଳଭଣ୍ଡାରର ଜଳ।ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୨୯ ଫୁଟ ରହିଛି।

ଜନ୍ମମାଟିରେ ହେଲା ଶେଷକୃତ୍ୟ

ଭୁବନେଶ୍ୱର,୨୦/୯(ଏସଏସ ନିଉଜ)ପଞ୍ଚଭୂତରେ ବିଲୀନ ହେଲେ ବିରୋଧୀଦଳ ଉପ ନେତା ବିଷ୍ଣୁ ସେଠୀ ।ଜନ୍ମମାଟି ତିହିଡ଼ି ମଙ୍ଗରାଜପୁରରେ ପଞ୍ଚଭୂତରେ ବିଲୀନ ହେଲେ, ବିଳମ୍ବିତ ରାତିରେ ପୁଅ ସୂର୍ଯ୍ୟବଂଶୀ ସୂରଜ ଦେଇଥିଲେ ମୁଖାଗ୍ନି ।ଅଶ୍ରୁଳି ଶ୍ରଦ୍ଧାଞ୍ଜଳି ଜଣାଇଲେ ସମର୍ଥକ ଓ ନିକଟ ସମ୍ପର୍କୀୟ।

ଦାଦାବଟି ରୋକିବାକୁ ହ୍ୱାଟ୍ସଆପ୍ ନଂ

ଭୁବନେଶ୍ୱର,୨୦/୯(ଏସଏସ ନିଉଜ)ଦାଦାବଟି ରୋକିବା ପାଇଁ ଭୁବନେଶ୍ୱର ପୋଲିସର ତତ୍ପରତା ଆରମ୍ଭ ହୋଇଛି।ହ୍ୱାଟ୍ସଆପ୍ ନଂ ୭୦୭୭୭ ୯୮୧୧୧ରେ ସୂଚନା ଦେବାକୁ ଡିସିପିଙ୍କ ପରାମର୍ଶ ଦେଇଛନ୍ତି।ଡ୍ରଗ୍ସ ବ୍ୟବହାର ଓ ଗଳିକନ୍ଦି ଅପରାଧ ନେଇ ଜଣାଇବାକୁ ବି କହିଲେ ଡିସିପି।

ପୁଣି ନକଲିଔଷଧ ଜବତ

କଟକ,୧୯/୯(ଏସଏସ ନିଉଜ) ନକଲି ଟେଲମା-୪୦ ଔଷଧ ଜବତ କଲା ପୋଲିସ।ଦୋଳ ମୁଣ୍ଡାଇ ମହତାବ ରୋଡ୍ ସ୍ଥିତ ଏକ ଟ୍ରାନ୍ସପୋର୍ଟରୁ ଜବତ କରାଯାଇଛି।୧୩୫୦ ଷ୍ଟ୍ରିପ୍ ଔଷଧ ଜବତ କଲା ପୁରୀଘାଟ ଥାନା ପୋଲିସ।

ଆଉ ନାହାନ୍ତି ବିଧାୟକ ବିଷ୍ଣୁ ସେଠୀ

ଭୁବନେଶ୍ବର,୧୯/୯(ଏସଏସ ନିଉଜ)ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀ ଆଉ ନାହାନ୍ତି। ୬୧ ବର୍ଷ ବୟସରେ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି।ସେ ଦୀର୍ଘ ଦିନ ଧରି କିଡନି ରୋଗରେ ପୀଡ଼ିତ ଥିବାବେଳେ ତାଙ୍କୁ ଭୁବନେଶ୍ବର ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇ ଥିଲା।ସେ ଭଦ୍ରକ ଜିଲ୍ଲାର ଧାମନଗର ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ଗତ ବିଧାନସଭା ନିର୍ବାଚନରେ ନିର୍ବାଚିତ ହୋଇଥିଲେ।ଏହାପୂର୍ବରୁ ସେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ଥରେ ନିର୍ବାଚିତ ହୋଇଥିଲେ। ବିରୋଧୀ ଦଳ ଉପନେତା […]

ଷ୍ଟୁଲ୍ ରେ ବିଶ୍ଵକର୍ମା, ସିଂହାସନରେ ସାରଥୀଙ୍କ ଫଟୋ

ଭୁବନେଶ୍ୱର,୧୮/୯(ଏସଏସ ନିଉଜ)ବିଶ୍ଵକର୍ମା ଷ୍ଟୁଲ୍ଉପରେ ସିଂହାସନରେ ଓ ସାରଥୀଙ୍କ ଫଟୋ ସିଂହାସନରେ ରହିଛି। ଏ ଦୃଶ୍ୟ ଭଦ୍ରକ ଜିଲ୍ଲା ଚାନ୍ଦବାଲି ରେ ଦେଖିବାକୁ ମିଳିଛି।ଆଜିକୁ ଦୁଇ ଦିନ ହେବ ଏହି ଲେଦ୍ (ଓଲଡିଂ) ଦୋକାନରେ ପୂଜା ପାଉଛନ୍ତି ଉଭୟ ବିଶ୍ୱକର୍ମା ଓ ସାରଥୀ। ସବୁଠୁ ବଡ଼କଥା ହେଲା ବିଶ୍ଵକର୍ମାଙ୍କ ଛୋଟିଆ ମୂର୍ତ୍ତିଟି ଷ୍ଟୁଲ୍ ଉପରେ ଥୁଆ ହୋଇ ପୂଜା କରାଯାଉଥିବା ବେଳେ ଏକ ସିଂହାସନ ଉପରେ ସାରଥୀଙ୍କ ଏକ ବଡ଼ ଫଟୋ ସୁସଜ୍ଜିତ ହୋଇ ପୂଜା କରା ଯାଉଛି।ଏହି […]

କୃଷ୍ନସାରମୃଗ ମରିଗଲା ନା ମାରିଦେଲେ !

ବାରଙ୍ଗ,୧୮/୯(ଏସଏସ ନିଉଜ)ନନ୍ଦନକାନନରେ ଆଖିବୁଜିଲା କୃଷ୍ଣସାର ମୃଗ । ତେବେ କୃଷ୍ନସାରମୃଗ ମରିଗଲା ନା ମାରିଦେଲେ ଏଭଳି ପ୍ରଶ୍ନ ପଶୁପ୍ରେମୀଙ୍କ ମନରେ ଉଙ୍କି ମାରୁଛି । ପ୍ରଶ୍ନ ଉଠିବା ବି ସ୍ୱାଭାବିକ। ପ୍ରାଣୀଉଦ୍ୟନ ନନ୍ଦନକାନନରେ ଯେଉଁ ଜୀବଜନ୍ତୁ ଅସୁସ୍ଥ ହେବେ ,ସେ ସୁସ୍ଥ ହେବା ପରିବର୍ତ୍ତେ ମୃତ୍ୟୁ ହେବା ଟା ଥୟ । ଏ କଥା ଆମେ କହୁନୁ ଏ କଥା ପ୍ରାଣୀଉଦ୍ୟାନରେ ମୃତ୍ୟୁ ହେଉଥିବା ଜୀବଜନ୍ତୁଙ୍କ ରେକଡ୍ ହିଁ ବୟାନ କରୁଛି । ପୂର୍ବରୁ ବାଘ ହେଉ […]

ସମୀକ୍ଷା କାଲେ 5T ସଚିବ

  ଭୁବନେଶ୍ୱର,୧୮/୯(ଏସଏସ ନିଉଜ)ଭୁବନେଶ୍ୱର ସ୍ଥ ବରମୁଣ୍ଡା inter state bus terminal ରାଜ୍ୟର ବ୍ୟସ୍ତ ବସ terminnal.ପ୍ରତିଦିନ ଏଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳ କୁ ଶହ ଶହ ବସ ଚଳା ଚଳ କରିଥାଏ।ଯାତ୍ରୀଙ୍କ ସୁବିଧା, ନିରାପତ୍ତା ତଥା ଆବଶ୍ୟକତା କୁ ଦୃଷ୍ଟିରେ ରଖି 5T ଉପକ୍ରମରେ ଏହି ବସ terminal ର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ନିର୍ଦେଶ ଅନୁଯାୟୀ କାମ ଚାଲିଚ୍ଛି ।ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ ରେ ମୁଖ୍ୟମନ୍ତ୍ରୀ ଙ୍କ ସଚିବ ( […]