Browsing category

ମହାନଗର

୯ରେ ଆଉଏକ ଘୂର୍ଣ୍ଣିବଳୟ

ଭୁବନେଶ୍ୱର,୭/୧୦(ଏସଏସ ନିଉଜ)ତାମିଲନାଡୁ ଆନ୍ଧ୍ର ଉପକୂଳରେ ହେବ ଘୂର୍ଣ୍ଣିବଳୟ । ଆସନ୍ତା ୯ ତାରିଖରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ୯ ଓ ୧୦ରେ ଦକ୍ଷିଣ ଓଡିଶାରେ ପ୍ରବଳବର୍ଷା ହେବ। କମ୍‌ ରହିବ ଶୀତର ପ୍ରଭାବ । ରାତିର ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

୩୦ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତକଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬/୧୦(ଏସଏସ ନିଉଜ)ରାଜ୍ୟର ସବୁ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି । ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକାରୁ ମନ୍ତ୍ରୀ ସମୀର ରଂଜନ ଦାଶ , ତୁଷାରକାନ୍ତି ବେହେରା, କଟକ ମେୟର ସୁବାସ ସିଂହ , ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ବାଦ ପଡିଛନ୍ତି ।ତେବେ ଦାୟିତ୍ୱ ମିଳିଥିବା ନେତାମାନେ ହେଲେ ବାଲେଶ୍ୱର- ପ୍ରତାପ କେଶରୀ ଦେବ ବରଗଡ଼ – ସୁଧିର କୁମାର ସାମଲ ଭଦ୍ରକ- ପ୍ରଣବ ବଳବନ୍ତରାୟ ବଲାଙ୍ଗୀର ଓ […]

ବିଜୟ ଦଶମୀ

ଆଜିର ଅଶ୍ୱିନମାସ ଶୁକ୍ଲ ଦଶମୀ ତିଥିକୁ ସମଗ୍ର ହିନ୍ଦୁଧର୍ମରେ ବିଜୟଦଶମୀ ଭାବେ ପାଳନ କରାଯାଏ।ବିଜୟଦଶମୀ ଅର୍ଥ ଦଶଟି ବଦଗୁଣ ଉପରେ ବିଜୟ ତଥା ଏହିଦିନଟି ମହିଷାସୁର ଉପରେ ମାଁଦୂର୍ଗାଙ୍କ ବିଜୟକୁ ଦର୍ଶାଇଥାଏ। ପୌରାଣିକତଥ୍ୟ ଏବଂ କିମ୍ବଦନ୍ତୀ ଆଧାରିତତଥ୍ୟ ଅନୁଯାଇ ବିଜୟଦଶମୀଦିନ ଭଗବାନ ଶ୍ରୀରାମ ତାଙ୍କ ଧର୍ମପତ୍ନୀ ମାତାସୀତାଙ୍କୁ ଉଦ୍ଧାର କରିବା ଉଦ୍ୟେଶ୍ୟରେ ଲଙ୍କାର ରାଜା ରାବଣଙ୍କୁ ଯୁଦ୍ଧରେ ପରାସ୍ତ କରିଥିଲେ।ଏହି ବିଜୟଉସ୍ଛବର ସ୍ମରଣରେ ପ୍ରତିବର୍ଷ ଏହି ବିଜୟ ଦଶମୀ ଦିନ ରାବଣର ପୁତ୍ତଳିକା ଦହନ କରାଯାଇଥାଏ ।ବିଜୟ […]

ଦଶହରାକୁ ପାଣିଚିଆ କଲା ବର୍ଷା

ଭୁବନେଶ୍ୱର,୪/୧୦(ଏସଏସନିଉଜ)ଦଶହରାକୁ ପାଣିଚିଆ କରି ଦେଇଛି ଲଘୁଚାପ ବର୍ଷା । ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ଯୋଗୁଁ ସାରା ରାଜ୍ୟରେ ଜାରିରହିଥିବା ବର୍ଷା ଯୋଗୁ ଦଶହରା ମଉଜରେ ଫିକା ପଡିଯାଇଛି । ଲଘୁଚାପକ୍ଷେତ୍ର ବର୍ତ୍ତମାନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ସମୁଦ୍ର ମଧ୍ୟରେ ସକ୍ରିୟ ରହିଛି । ଆସନ୍ତା ୨୪ଘଣ୍ଟାରେ ଏହା ପଶ୍ଚିମଉତ୍ତର ପଶ୍ଚିମଦିଗରେ ଗତିକରିବା ସହ ଆନ୍ଧ୍ର ଉପକୂଳମୁହାଁ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨ ଦିନ ପର‌୍ୟ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ […]

ଫୁଟିଲା ବ୍ରହ୍ମକମଳ ପୁଷ୍ପ

ବାରଙ୍ଗ,୪/୧୦(ଏସଏସ ନିଉଜ)କେନ୍ଦୁପାଟଣା ଗାଁ ସଭାପତି ପ୍ରଦୀପ୍ତ ବେଉରାଙ୍କ ଅଗଣାରେ ଦିତୀୟଥର ପାଇଁ ବ୍ରହ୍ମକମଳ ପୁଷ୍ପ ସୋମବାର ବିଳମ୍ବିତ ରାତିରେ ଫୁଟିବା ପରେ ପରିବାର ଲୋକ ରାତାରାତି ଜଗନ୍ନାଥଙ୍କ ଚରଣରେ ଅର୍ପିତ କରିବା ପାଇଁ ପୁରୀ ଯାତ୍ରା କରିଥିଲେ।ସେହିଁଭଳିଭାବେ ପଞ୍ଚୁପାଳଗାଁର ପ୍ରସନ୍ନ ସଡଙ୍ଗୀଙ୍କ ବାଡ଼ିରେ ଦୁଇଟି ବ୍ରହ୍ମକମଳ ପୁଷ୍ପ ସୋମବାର ରାତିରେ ଫୁଟିଥିଲା।ଏହାପୂର୍ବରୁ କିଛିଦିନ ତଳେ ଆଉ ଦୁଇଟି ମଧ୍ୟ ଫୁଟିଥିଲା।ଏହି ପୁଷ୍ପ ଫୁଟିବାର ଜାଣିପାରି ତାଙ୍କ ପରିବାର ଲୋକ ଉସାହ ଓ ନୀତିକାନ୍ତିରସହ ଅପେକ୍ଷା କରିଥିଲେ।ରାତିରେ ଦୁଇଟିପୁଷ୍ପ […]

ଆସୁଛି ବଡ଼ ବର୍ଷା

ଭୁବନେଶ୍ୱର,୪/୧୦(ଏସଏସ ନିଉଜ)୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।ଏହାସହ ୧୧ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପ ସାଗର ପାର୍ଶ୍ୱବର୍ତ୍ତୀ ସମୁଦ୍ର ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପ୍ରଭାବରେ ୩ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଥିବା ଆକଳନ କରିଛି ପାଣିପାଗ ବିଭାଗ । ଏହାସହ କଟକ ଓ ଭୁବନେଶ୍ୱରରେ ମଧ୍ୟ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ଓଲଟିଲା ପିକଅପଭ୍ୟାନ

ଭୁବନେଶ୍ୱର,୪/୧୦(ଏସଏସ ନିଉଜ)ଭୁବନେଶ୍ୱର ଜୟଦେବ ବିହାରରୁ ଆଚାର୍ଯ୍ୟ ବିହାର ଓଭର ବ୍ରିଜ୍ ଉପରେ ଓଲଟିଲା ପରିବା ବୋଝେଇ ପିକଅପ୍ ଭ୍ଯାନଟି ଓଲଟିପଡିଛି।

ଶାରଦୀୟ ଅଭିନନ୍ଦନ

ଶାରଦୀୟ ଦୁର୍ଗାପୂଜା ପାଇଁ ସବୁଠି ଉତ୍ସବମୁଖର ପରିବେଶ। ଆଜି ପୀଠରେ ମାଙ୍କର ମହା ଦଶମୀ ଥିବାବେଳେ ମଣ୍ଡପରେ ମହାନବମୀ।ପବିତ୍ର ଦଶହରା ପର୍ବ ଓ ଦୁର୍ଗାପୂଜା ଉପଲକ୍ଷେ ଆପଣଙ୍କୁ ଅନେକଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।ଜଗତ ଜନନୀମାଦୁର୍ଗା,ଆପଣ ତଥା ଆପଣଙ୍କ ପରିବାରବର୍ଗଙ୍କୁ ସୁଖ, ଶାନ୍ତି ଓ ସମୃଦ୍ଧି ପ୍ରଦାନ କରନ୍ତୁ।ଏହାହିଁ ମାଙ୍କ ଚରଣାବିନ୍ଦରେ satyasandhana ପରିବାର ପକ୍ଷରୁ ପ୍ରାଥନା ଓ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା, ଅଭିନନ୍ଦନ।  

ଖୁବ୍‌ଶୀଘ୍ର ଧାମନଗର ଉପନିର୍ବାଚନ

ଭୁବନେଶ୍ୱର,୩/୧୦(ଏସଏସ ନିଉଜ)ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଖାଲି ପଡ଼ିଥିବା ଧାମନଗର ବିଧାନସଭା ଆସନ ପାଇଁ ହେବ ଉପନିର୍ବାଚନ। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର ୩ ତାରିଖରେ ମତଦାନ, ଅକ୍ଟୋବର ୭ ତାରିଖରେ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡିଛି।

ଗାନ୍ଧୀ ଜୟନ୍ତୀରେ ଲଗାଇଲେ ଗଛ

ବାରଙ୍ଗ,୨/୧୦(ଏସଏସନିଉଜ)ସ୍ବାଧୀନତାର ଅମୃତ ମହୋତ୍ସବ ତଥା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଅବସରରେ ବାହୁଡା଼ ଠାରୁ ଆରମ୍ଭ ହୋଇଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମର ଉଦଯାପିତ ହୋଇଯାଇଛି। ମରିଚିଆଗ୍ରାମ ନିକଟ ପୁରୀମୁଖ୍ୟକେନାଲ ଠାରୁ ବାଲିପଡ଼ାପର୍ଯ୍ୟନ୍ତ ପ୍ରାଚୀନ କୁଆଖାଇନଦୀବନ୍ଧ କଡ଼ରେ ୫୦ରୁ ଉର୍ଦ୍ଧ ଦେଶୀ ଆମ୍ବ,ଅର୍ଜୁନ,ଲିମ୍ବ,ଅଁଳା , ରାଧାଚୁଡ଼ା, ପାଟୁଳୀ ଇତ୍ୟାଦି ଚାରାରୋପଣ କରାଯାଇ ଥିଲା।ଏହି କାର୍ଯ୍ୟକ୍ରମଟିକୁଅଞ୍ଚଳର ଯୁବନେତା ପ୍ରତାପକୁମାର ରାଉତ ଉଦଘାଟନ କରିଥିଲେ।କୃଷିବିଭାଗର ପୂର୍ବତନ ସ୍ଵତନ୍ତ୍ରଶାସନସଚିବ ମନ୍ମଥକୁମାରପାଣି ମୁଖ୍ୟ ଅତିଥିଭାବେ ଯୋଗଦେଇ ବୃକ୍ଷରୋପଣ କରିଥିଲେ।ମୁଖ୍ୟ ଆକର୍ଷଣ ଥିଲା ଅଞ୍ଚଳର ବହୁ କୁନିକୁନି ପିଲା ସୌଭିତ,ଗୁଡୁ,ପାପୁ […]