Browsing category

ମହାନଗର

ମଦମୁକ୍ତ ଓଡିଶା ପାଇଁ ପଦଯାତ୍ରା

ମେଣ୍ଢାଶାଳ, ୨/୧୦(ଏସଏସ ନିଉଜ)ଆମ ସମାଜରେ ବିଭିନ୍ନ ପ୍ରକାର ନିଶାସେବନ ହେଉଛି କିନ୍ତୁ ମଦକୁ ସର୍ବାଧିକ ପ୍ରୋତ୍ସାହିତ କରାଯାଉଛି ,ଯାହାଫଳରେ ନିରୀହ ଲୋକମାନେ ନିଶାଗ୍ରସ୍ତ ହୋଇ ସର୍ଵସ୍ୱାନ୍ତ ହେଉଛନ୍ତି।ଅଧିକ ରାଜସ୍ବ ପାଇଁ ଅଧିକ ମଦଦୋକାନ ଖୋଲାଯିବା ଓ ବେଆଇନ ମଦ ବେପାରକୁ ପ୍ରଶାସନ ନରୋକିବାରୁ ନିଶାଗ୍ରସ୍ତ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି।ଫଳସ୍ୱରୂପ ରାସ୍ତା ଦୁର୍ଘଟଣା, ହିଂସାକାଣ୍ଡ, ହତ୍ୟା, ବଳାତ୍କାର ଆଦି ଅଧିକ ସଂଖ୍ୟାରେ ନିଶାସକ୍ତଙ୍କ ଦ୍ଵାରା ହିଁ ହେଉଛି ବୋଲି ଗାନ୍ଧିଜୀଜୟନ୍ତୀ ପାଳନ ଅବସରରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। […]

ନନ୍ଦନକାନନରେ ଚାକିରି ଭୟ!

ବାରଙ୍ଗ,୨୧/୯(ଏସଏସନିୟୁଜ)ଚାକିରି କରିବ ପୁଣି ନନ୍ଦନକାନନରେ ପୋଷ୍ଟିଂ ।ଭାଗ୍ୟରେ ଥିଲେ ଏଭଳି ଚାକିରି ମିଳେ ।ଏକଥା ଆମେ କହୁନାହୁଁ ଯାହା ନନ୍ଦନ କାନନରେ ଚର୍ଚ୍ଚା ଚାଲିଛି ।ଦୁଇଜଣ ଅସ୍ଥାୟୀ କର୍ମଚାରୀ ଚାକିରି ବଂଚାଇବାକୁ ଯାଇ ରେଞରଙ୍କ ଘରେ ଝାଡୁମାରିବା ଓ ରୋଷେଇକରିବା ଭଳି କାମ କରୁଥିବାର ଚର୍ଚ୍ଚା ଚାଲିଛି ।କେମିତି ବା ନକରିବେ ନହେଲେ ଚାକିରି ପଳାଇବନା ।ନନ୍ଦନକାନନରୁ ଏମାନେ ଅନ୍ୟକାମ କରିବାପାଇଁ ଦରମା ପାଉଥିଲେ ମଧ୍ୟ ବଡବାବୁଙ୍କ ଘରକାମ କରୁଥିବାର ଆଲୋଚନା ହେଉଛି । ଏ କ୍ୱାଟର […]

ରକ୍ତରଞ୍ଜିତ ହେଲା ମାଷ୍ଟର କ୍ୟାଣ୍ଟିଂନ

ଭୁବନେଶ୍ୱର,୨୯/୯(ଏସଏସନିଉଜ)ରାଜଧାନୀ ଭୁବନେଶ୍ୱରର ସବୁଠାରୁ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ଭାବେ ପରିଚିତ ମାଷ୍ଟରକ୍ୟାଣ୍ଟିଂନ ଷ୍ଟେସନ ସମ୍ମୁଖ ଆଜି ଅପରାହ୍ନରେ ଦୁଇଜଣ ଅସାମାଜିକ ଓ ମଦ୍ୟପ ଯୁବକଙ୍କ ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇ ଦୁଇଜଣ ଯାକ ଗୁରୁତର ଭାବେ ହୋଇଛନ୍ତି ।ଏହାପରେ ଜଣେ ଫେରାର ହୋଇଯାଇଥିବାବେଳେ ଜଣେ ଆହତଙ୍କୁ ୧୦୮ ଆମ୍ବୁଲାନ୍ସରେ କ୍ୟାପିଟାଲ ହସ୍ପିଟାଲକୁ ଚିକିସ୍‌ାପାଇଁ ଭର୍ତି କରାଯାଇଥିବାର ଜଣାପଡିଛି ।

ଗିରଫ ହେଲେ ଟୁଙ୍ଗୁରୁ ଭୋଳ

ଭୁବନେଶ୍ୱର,୨୯/୯(ଏସଏସନିଉଜ)ଓଡ଼ିଶାରେ ଚହଳ ପକାଇଥିବା ଟୁଙ୍ଗୁରୁ ଭୋଳ ଏବେ ଗିରଫ ହୋଇଛି । ଦୁଷ୍କର୍ମ ଅଭିଯୋଗରେ ଟୁଙ୍ଗୁରୁକୁ ଗିରଫ କରିଛି ଭରତପୁର ଥାନା ପୋଲିସ । ଭରତପୁର ଥାନାରେ ଟୁଙ୍ଗୁରୁ ବିରୁଦ୍ଧରେ କିଛି ଦିନ ପୂର୍ବରୁ ବର୍ଷା ଆସି ଅଭିଯୋଗ କରିଥିଲେ । ଟୁଙ୍ଗୁରୁ ଓ ବର୍ଷାଙ୍କ ପ୍ରେମ କାହାଣୀକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଲାଗିଥିଲା ।

ବିଧାୟକଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର,୨୯/୯(ଏସଏସନିଉଜ)ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ। ମେଟ୍ରୋ ବିଲଡର୍ସ ଏମଡି ମହମ୍ମଦ ମୋକିମଙ୍କୁ ଜେଲ୍ ଦଣ୍ଡ।ପୂର୍ବତନ IAS ବିନୋଦ କୁମାରଙ୍କୁ ମଧ୍ୟ ଜେଲ୍ ଦଣ୍ଡାଦେଶ ହୋଇଛି। ORHDC ଦୁର୍ନୀତି ମାମଲାରେଶୁଣାଣି କରି ଭିଜିଲାନ୍ସ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି।ଏହି ମାମଲାରେ କମ୍ପାନୀ ସେକ୍ରେଟାରୀ ସ୍ୱସ୍ତିରଞ୍ଜନ ମହାନ୍ତି ଓ ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ମଧ୍ୟ ୩ ବର୍ଷର ଜେଲଦଣ୍ଡ ସହ ୫୦ହଜାର ଲେଖାଏଁ ଜରିମାନା ଦେବାକୁ କୁହାଯାଇଛି ।ବିନୋଦ କୁମାର ଓଆରଏଚଡିସି ଅଧ୍ୟକ୍ଷ ଥିବାବେଳେ […]

ଭୁବନେଶ୍ୱରରେ ଜେପି ନଡ୍ଡା

ଭୁବନେଶ୍ୱର,୨୯/୯(ଏସଏସ ନିଉଜ)ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବାକୁ ପହଞ୍ଚିଲେ।ଦୁଇଦିନିଆ ଓଡ଼ିଶା ଗସ୍ତରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ।

କଟକଜିଲ୍ଲାରେ ଅହିଂସାରଥକୁ ଭବ୍ୟସମ୍ବର୍ଦ୍ଧନା

କଟକ,୨୮/୯(ଏସଏସନିଉଜ)ଜଗତସିଂହପୁରଜିଲ୍ଲାର ସୀମାବର୍ତୀ ଗ୍ରାମ କାଇଜଙ୍ଗା ବଜ଼ାରଠାରେ ଆଜି ପୂର୍ବାହ୍ନରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପ୍ରାୟୋଜିତ ଅହିଂସା ରଥ ପରିଭ୍ରମଣ କାର୍ଯ୍ୟକ୍ରମ ଅନ୍ତର୍ଗତ ରଥଦ୍ୱୟକୁ କଟକଜିଲ୍ଲା ପ୍ରଶାସନପକ୍ଷରୁ ଜିଲ୍ଲାସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପତ୍ର,କଟକ ସଦର ବିଡିଓ ରାଜୀବରଞ୍ଜନପରିଡା ଓଅନ୍ୟାନ୍ୟ ଅଧିକାରୀମାନଙ୍କ ସହ ସ୍ଵାଗତ କରିଥିଲେ। ସେଠାରୁ ରଥ ଦ୍ୱୟକୁ କନ୍ଦରପୁର, ଫକୀରପଡା,ନିମେଇସାପୁର ଓ ଗତିରାଉତ ପାଟଣା ଗ୍ରାମପଞ୍ଚାୟତମାନଙ୍କରେ ସମ୍ବର୍ଦ୍ଧନା ଦିଆଯାଇ ତେଲେଙ୍ଗା ପେଣ୍ଠସ୍ଥିତ ଗାନ୍ଧିସ୍ମୃତିପୀଠଠାରେ ପହଂଚିଥିଲା।ଉପରୋକ୍ତ ରାସ୍ତା ଅତିକ୍ରମ କରିବା ସମୟରେ […]

ଉପ-ସ୍ବାସ୍ଥ୍ୟକେନ୍ଦ୍ର ଉଦଘାଟିତ

ମେଣ୍ଢାଶାଳ,୨୮/୯(ଏସଏସ ନିଉଜ)ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ କଣ୍ଟାବାଡ ଗ୍ରାମ ପଞ୍ଚାୟତରେ ଉତ୍ତମ ସ୍ବାସ୍ଥ୍ୟ ସେବା ପାଇଁ ବୁଧବାରଦିନ ଏକ ଉପ- ସ୍ବାସ୍ଥ୍ୟକେନ୍ଦ୍ର ଶୁଭ ଉଦଘାଟନ ହୋଇଯାଇଛି ।ଏହାକୁ ଆନୁଷ୍ଠାନିକ ଭାବେ ରାଜ୍ୟସଭା ସାଂସଦ  ମୁନା ଖାଁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ତଥା ଖୋର୍ଦ୍ଧାଜିଲ୍ଲା ବିଜୁଜନତା ଦଳ ସଭାପତି ବିଭୂତି ଭୂଷଣ ବଳବନ୍ତ ରାୟ,ମେଣ୍ଢାଶାଳ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମୋହନ ହେମ୍ବ୍ରମ. ଭୁବନେଶ୍ୱର ବ୍ଲକ ଅଧକ୍ଷା ନିରୁପମାସାହୁ , ବିଜୁ ଛାତ୍ର ଜନତାଦଳର ରାଜ୍ୟ ଉପ-ସଭାପତି […]

ନମ୍ବରପ୍ଲେଟ ଜବାବ ମାଗିଲେ ହାଇକୋର୍ଟ

କଟକ,୨୮/୯(ଏସଏସ ନିଉଜ)ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଟେନସନ୍ ମାମଲାରେ ପରିବହନ ବିଭାଗଠାରୁ ଜବାବ ମାଗିଲେ ହାଇକୋର୍ଟ। ସମୟ ସୀମା ବୃଦ୍ଧି କରିହେବ କି ନାହିଁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।ଭିତ୍ତିଭୂମି ନଥାଇ ଡେଡଲାଇନ କିଭଳି ବୋଲି ପଚାରିଛନ୍ତି ହାଇକୋର୍ଟ।ନମ୍ବରପ୍ଲେଟ ମାମଲା ନେଇ ହାଇକୋର୍ଟ ଯାଇଥିଲେ ୨ ବସ୍ ମାଲିକ।ସରକାର ଭିତ୍ତିଭୂମି ନକରି ଡେଡ ଲାଇନ୍ ଦେଇଥିବା ଜଣାଇଥିଲେ।ମାମଲାର ଶୁଣାଣି କରି ପରିବହନ ବିଭାଗକୁ ଜବାବ ମାଗିଲେ କୋର୍ଟ।

ବିଜେପି କର୍ପୋରେଟର ଦେଲେ ଧାରଣା

ଭୁବନେଶ୍ୱର,୨୮/୯(ଏସଏସ ନିଉଜ)ଭୁବନେଶ୍ୱର ମହାନଗର ନିଗମ କର୍ପୋରେଟର ମିଟିଂରେ ହଟ୍ଟଗୋଳ ହୋଇଛି।ଗୁରୁତର ଅଭିଯୋଗ କରି ହଟ୍ଟଗୋଳ କଲେ ବିଜେପି କର୍ପୋରେଟର। ବିଧାୟକ, ଅଫିସର ମାନେ ସହଯୋଗ କରୁନଥିବା ଅଭିଯୋଗ ଉଠାଇଛନ୍ତି। ଏହାପରେ ବୈଠକରୁ ବାହାରି ବିଏମସି ଅଫିସ ଆଗରେ ଧାରଣାରେ ବସିଛନ୍ତି।