ବିଧାୟକଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର,୨୯/୯(ଏସଏସନିଉଜ)ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ। ମେଟ୍ରୋ ବିଲଡର୍ସ ଏମଡି ମହମ୍ମଦ ମୋକିମଙ୍କୁ ଜେଲ୍ ଦଣ୍ଡ।ପୂର୍ବତନ IAS ବିନୋଦ କୁମାରଙ୍କୁ ମଧ୍ୟ ଜେଲ୍ ଦଣ୍ଡାଦେଶ ହୋଇଛି। ORHDC ଦୁର୍ନୀତି ମାମଲାରେଶୁଣାଣି କରି ଭିଜିଲାନ୍ସ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି।ଏହି ମାମଲାରେ କମ୍ପାନୀ ସେକ୍ରେଟାରୀ ସ୍ୱସ୍ତିରଞ୍ଜନ ମହାନ୍ତି ଓ ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ମଧ୍ୟ ୩ ବର୍ଷର ଜେଲଦଣ୍ଡ ସହ ୫୦ହଜାର ଲେଖାଏଁ ଜରିମାନା ଦେବାକୁ କୁହାଯାଇଛି ।ବିନୋଦ କୁମାର ଓଆରଏଚଡିସି ଅଧ୍ୟକ୍ଷ ଥିବାବେଳେ ମେଟ୍ରୋ ବିଲଡର୍ସକୁ ଅନୁଚିତ ଅନୁଗ୍ରହଦେଖାଇ ୧୫୦ ଲକ୍ଷଟଙ୍କାର ଋଣ ଦେଇଥିଲା ।ମେଟ୍ରୋ ବିଲଡର୍ସ ଏମଡି ମହମ୍ମଦ ମୋକିମଙ୍କୁ ଜେଲ ଦଣ୍ଡର ଆଦେଶ ମିଳିଥିବା ବେଳେ ଏସଡିଜେଏମ କୋର୍ଟ ଏହି ମାମଲାରେ ତାଙ୍କୁ ଜାମିନ ମଞ୍ଜୁର କରିଛନ୍ତି ।ତାଙ୍କ କହିବା ମୁତାବକ, ଭିଜିଲାନ୍ସ କୋର୍ଟଙ୍କ ରାୟ ବିରୋଧରେ ହାଇକୋର୍ଟ ଯିବେବୋଲି କହିଛନ୍ତି ମହମ୍ମଦ ମୋକିମ ।ସେ ଦେଢ଼ କୋଟି ଟଙ୍କା ଋଣ ନେଉଥିଲୁ ୧.୨୬ କୋଟି ଟଙ୍କା ଶୁଝିସାରିଛନ୍ତିାଏଥିରେ କୈାଣସି ଅନିତୀ ହୋଇନଥିବାବେଳେ ଯିଉ ଦଣ୍ଡାଦେଶ କରିଛନ୍ତି, ସେହି କୋର୍ଟ ଜାମିନ ବି ଦେଇଛନ୍ତି ବୋଲି କହିଛନ୍ତି ବିଧାୟକ ।

Comments (0)
Add Comment