Browsing category

ମହାନଗର

ମନ୍ତ୍ରୀଙ୍କଘର ଆଗରେ ପୋଲିସ ଛାଉଣୀ

ଭୁବନେଶ୍ୱର,୨୭/୯(ଏସଏସ ନିଉଜ)ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ପୋଲିସ ଛାଉଣୀ ହୋଇଛି । ସମୀର ଦାଶଙ୍କ ଘର ଆଗରେ ସୁରକ୍ଷା ବଳୟକୁ ବଢ଼ାଇ ଦିଆଯାଇଛି । ଛାତ୍ର କଂଗ୍ରେସ ର ଘେରାଉ ସୂଚନା ପରେ ବଢିଛି ସୁରକ୍ଷାବ୍ୟବସ୍ଥା ।

୧କେଜି୫୦ଗ୍ରାମ ବ୍ରାଉନସୁଗାର ଜବତ

ଭୁବନେଶ୍ୱର,୨୮/୯(ଏସ ଏସନିଉଜ) ଭୁବନେଶ୍ୱରରୁ ୧ କେଜି ୫୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିବାର ଜଣାପଡିଛି । ସୁନ୍ଦରପଦା-ଜଟଣୀ ରାସ୍ତାରେ ମିଳିତ ଚଢ଼ାଉ କରି କ୍ରାଇମ ବ୍ରାଞ୍ଚ ସ୍ୱତନ୍ତ୍ରଟାସ୍କଫୋର୍ସ ଓ ପୋଲିସଜବତ କରିବାସହ ଏହି ଘଟଣାରେ ଜଣେ ଗିରଫ ହୋଇଛି ।ଜବତ ବ୍ରାଉନ ସୁଗରର ଆନୁମାନିକ ମୁଲ୍ୟ ୧ କୋଟି ଟଙ୍କା ହେବ ବୋଲି ଜଣାପଡିଛି।

୧ରେ ଘୂର୍ଣ୍ଣିବଳୟ

ଭୁବନେଶ୍ୱର,୨୮/୯(ଏସଏସ ନିଉଜ) ୧ରେ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଥିବାରୁ ପୂଜା ମଉଜଫିକା ପଡ଼ିବାର ସମ୍ଭାବନା ଦେଖାଦେଇଛି। ଦୁର୍ଗାପୂଜା ଆରମ୍ଭରୁ ହିଁ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଉତ୍ତର-ପୂର୍ବ ଓ ତତ୍‌ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଥିବାରୁ ୧ ତାରିଖରୁ ଉପକୂଳ ଓଡିଶାରେ ବର୍ଷା ହୋଇ ୨ ଏବଂ ୩ ତାରିଖରେ ଉପକୂଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ବଢିବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର।

ଭିଜିଲାନ୍ସ ହାତରେ ଧରାପଡିଲେ ଜେଇ

ଭୁବନେଶ୍ୱର,୨୭/୯(ଏସଏସ ନିଉଜ) ଭୁବନେଶ୍ୱର ବ୍ଲକ ଜେଇ ରମାକାନ୍ତ ବେହେରା ଆଜି ଜଣେ ଠିକାଦାରଠାରୁ ୫୦ହଜାରେ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।ବାକି ରହିଥିବା ରାସ୍ତାକାମ ବିଲ କରାଇବାକୁ ୫୦ହଜାରେ ଟଙ୍କା ଠିକାଦାର ଓଆଖରୁ ଦାବି କରିଆସୁଥିଲେ।ପୂର୍ବ ପ୍ରସ୍ତୁତି ଅନୁଯାଇ ଆଜି ଠିକାଦାର ଜେଇଙ୍କୁ ୫୦ହଜାରେ ଟଙ୍କା ଦେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ।ଏହି ସଂପର୍କରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ କେସ୍ ନଂ ୩୦/୨୨କେଶ ନମ୍ବରରେ ଏକ ମକଦମା ରୁଜୁହୋଇଛି।

ଟୋକିଓରେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୨୭/୯(ଏସଏସ ନିଉଜ)ଜାପାନ ରାଜଧାନୀ ଟୋକିଓରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ୱର୍ଗତ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ସଂସ୍କାର କାର୍ଯ୍ୟକ୍ରମରେ ଭାଗ ନେବେ।ଦ୍ୱିତୀୟଥର ଜାପାନ ସରକାର ରାଷ୍ଟ୍ରୀୟ ସଂସ୍କାର କାର୍ଯ୍ୟ କରୁଛନ୍ତି।ବିଶ୍ୱଯୁଦ୍ଧ ପରେ କୌଣସି ରାଷ୍ଟ୍ରନେତାଙ୍କ ଜାପାନରେ ଏପରି କାର୍ଯ୍ୟକ୍ରମ ଦ୍ୱିତୀୟ ହୋଇଥିବାବେଳେ ବିଭିନ୍ନ ଦେଶର ରାଷ୍ଟ୍ରନେତା ଆସୁଥିବାରୁ ଟୋକିଓରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ହାର୍ଡଡିସ୍କ ଯାଞ୍ଚ କଲା ପୋଲିସ

ଭୁବନେଶ୍ୱର,୨୭/୯(ଏସଏସ ନିଉଜ)ଧର୍ମେନ୍ଦ୍ରଙ୍କ ଘଣ୍ଟା ଓ ସିସିଟିଭି ହାର୍ଡଡିସ୍କ ଯାଞ୍ଚ କରିଛି ପୋଲିସ।ପୁରୀ ନିର୍ମାପଡ଼ାର ଜିଲ୍ଲା ପରିଷଦସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ପୋଲିସ ଧର୍ମେନ୍ଦ୍ରଙ୍କ ଘଣ୍ଟା ଓ ଘରର ସିସିଟିଭି ହାର୍ଡଡିସ୍କ ଫରେନସିକ୍ ଯାଞ୍ଚ ପାଇଁ ଗଲା। ଧର୍ମେନ୍ଦ୍ରଙ୍କ ହାତ ଘଣ୍ଟା ସହ ମୋବାଇଲ ଓ ସିସିଟିଭି ଲିଙ୍କ୍ ଥିବା ସୂଚନା ମିଳିଛି। କାହାକୁ ମେସେଜ୍ କରିଛନ୍ତି ନା ନାହିଁ ଜାଣିବାକୁ ଯାଞ୍ଚ ହେବ। ଆଜି ଧର୍ମେନ୍ଦ୍ରଙ୍କ ଡ୍ରାଇଭର ଓ ସହକର୍ମୀଙ୍କୁ ପଚରାଉଚରା କରିବ ପୋଲିସ ବୋଲି […]

ଅକ୍ଟୋବର ୨ରୁ ବିଜେଡିର ପଦଯାତ୍ରା

ଭୁବନେଶ୍ୱର,୨୭/୯(ଏସଏସ ନିଉଜ)ଅକ୍ଟୋବର ୨ରୁ ଗାନ୍ଧି ଜୟନ୍ତୀରୁ ରାଜ୍ୟବ୍ୟାପୀ ବିଜେଡି ଜନସଂପର୍କ ପଦଯାତ୍ରା ଆରମ୍ଭ କରିବ।ନଭେମ୍ବର ୨ ତାରିଖ ଯାଏଁ ଏହା ଚାଲିବ ଏହି ପଦଯାତ୍ରା। ପ୍ରେସମିଟ୍‌ରେ ସୂଚନା ଦେଲେ ଦେବୀ ମିଶ୍ର, ଅରୁଣ ସାହୁ ଓ ପ୍ରମିଳା ମଲ୍ଲିକ।

ଆସିବ ଫ୍ଲାଟ ଓନର୍ସ ଆକ୍ଟ

ଭୁବନେଶ୍ୱର,୨୭/୯(ଏସଏସ ନିଉଜ)ଓଡ଼ିଶାରେ ଖୁବ୍ ଶୀଘ୍ର ଆସିବ ଫ୍ଲାଟ ଓନର୍ସ ଆକ୍ଟ ।ଆକ୍ଟ ପ୍ରଣୟନ ନେଇ ହାଇ କୋର୍ଟଙ୍କୁ ଜଣାଇଲେ ରାଜ୍ୟ ସରକାର ।କୋର୍ଟକୁ ଫ୍ଲାଟ ବୁକିଂ ଏଗ୍ରିମେଣ୍ଟ ଡ୍ରାଫ୍ଟ କପି ମଧ୍ୟ ଦେଲେ ସରକାର ।ଏଗ୍ରିମେଣ୍ଟ ସଂପର୍କରେ ଆଇଜିଆର୍ ନିଷ୍ପତ୍ତି ନେଇ ଲାଗୁ କରିବେ କହିଲେ କୋର୍ଟ ।

ଆଜି ବେଙ୍ଗାଳୁରୁ ଯିବେ CM

ଭୁବନେଶ୍ୱର,୨୭/୯(ଏସଏସ ନିଉଜ)ଆଜି ଅପରାହ୍‌ଣରେ ଅପରାହ୍‌ଣ ସାଢ଼େ ୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବେଙ୍ଗାଳୁରୁ ଯିବେ।କାଲି ହେବାକୁଥିବା ଓଡ଼ିଶା ପୁଞ୍ଜିନିବେଶ ସମ୍ମିଳନୀରେ ଯୋଗଦେବେ ନବୀନ।ଶିଳ୍ପ ମନ୍ତ୍ରୀ ଓ ଉଚ୍ଚସ୍ତରୀୟ ପ୍ରତିନିଧି ମଧ୍ୟ ଯିବେ।

ପିଲା ଚୋରିକରିଥିବା ମହିଳା ଅଟକ

କଟକ,୨୭/୯(ଏସଏସ ନିଉଜ)କଟକ SCBରୁ ପିଲା ଚୋରି ଘଟଣାରେ ସମ୍ପୃକ୍ତ ମହିଳା ଅଟକ ରହିଥିବାର ଜଣାପଡିଛି।ଚୋରି ହୋଇଥିବା ନବଜାତକୁ ଫେରାଇବାକୁ ଆସିଥିବା ପ୍ରତାପନଗରୀ ଅଞ୍ଚଳର ମହିଳାଜଣଙ୍କ ଅଟକ ହୋଇଛନ୍ତି।ଭୁଲ ବଶତଃ ଜନ୍ମିତ ପୁଅ ବଦଳରେ ଝିଅ ନେଇଥିବା କଥାକୁ ସ୍ୱୀକାର କରିଥିବା ବେଳେ ମହିଳାଙ୍କ କଥାକୁ ମେଡିକାଲ ପ୍ରଶାସନିକ ଅଧିକାରୀ ଅସ୍ୱୀକାର କରିଛନ୍ତି।ସମ୍ପୃକ୍ତ ମହିଳା ଜଣଙ୍କ SCBରେ ଆଡମିଶନ ହୋଇ ପ୍ରସବ କରି ନଥିବାବେଳେ ମହିଳା ଜଣଙ୍କ ଉଦ୍ଦେଶ୍ୟମୂଳକ ଭାବେ ନେଇ ଥିବାର ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ […]