Browsing category

ମହାନଗର

କମିସନରେଟ୍ ପୁଲିସର ବାଇକ୍ ପାଟ୍ରୋଲିଂ

ଭୁବନେଶ୍ବର,୧୨/୯(ଏସ ଏସ ନିଉଜ)ପାର୍ବଣରେ ବଢ଼ୁଥିବା ନିଶା କାରବାର ଓ ଅପରାଧକୁ ଦୃଷ୍ଟିରେ ରଖି ରାଜଧାନୀରେ କମିସନରେଟ୍ ପୁଲିସର ବାଇକ୍ ପାଟ୍ରୋଲିଂ।ଆଡ଼ା ଓ ଖଟିକୁ ଭାଙ୍ଗିବା ସହିତ ଖୋଲାରେ ମଦ୍ୟପାନ କରୁଥିବା ପ୍ରାୟ ୨୦ରୁ ଅଧିକ ଲୋକଙ୍କ ପାଖରୁ ୧୦ହଜାର ଟଙ୍କା ଜରିମାନା ଆଦାୟ କରିଛି ପୁଲିସ। ଆଗାମୀ ଦିନରେ ଏହିଭଳି ସ୍ବତନ୍ତ୍ର ଡ୍ରାଇଭ୍ ଚାଲିବ ବୋଲି କମିସନରେଟ୍ ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସୋମନାଥଙ୍କ ଶରଣରେ ଶାହ!

ଭୁବନେଶ୍ୱର,୧୧/୯(ଏସଏସ ନିଉଜ) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁଜରାଟରେ ସୋମନାଥ ମନ୍ଦିରରେ ମହାଦେବଙ୍କ ଦର୍ଶନ କରିଛନ୍ତି । ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଆଶିଷ ନେଇଛନ୍ତି ଅମିତ ଶାହ।

ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପରଲୋକ

ଭୁବନେଶ୍ୱର,୧୧/୯(ଏସଏସ ନିଉଜ)ଦ୍ୱାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପରଲୋକ ଘଟିଛି। ୯୯ ବର୍ଷ ବୟସରେ ସେ ଦେହ ତ୍ୟାଗ କରିଛନ୍ତି । ମଧ୍ୟପ୍ରଦେଶର ନରସିଂହପୁରରେ ତାଙ୍କର ନିଧନ ହୋଇଛି ।

ଅବପାତର ରୂପ ନେଲା ଲଘୁଚାପ

ଭୁବନେଶ୍ୱର,୧୧/୯(ଏସ ଏସ ନିଉଜ)ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି।ଏହାର ପ୍ରଭାବରେ ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଲାଗି ରହିଛି ବର୍ଷା ।ସମୁଦ୍ର ଅଶାନ୍ତ ରହୁଥିବାରୁ ୧୨ ତାରିଖ ଯାଏଁ ସମୁଦ୍ର ମନା କରିଛି ପାଣିପାଗବିଭାଗ।

ଆଜି ଭାରତରେ ଶୋକ

ଭୁବନେଶ୍ୱର,୧୧/୯(ଏସ ଏସ ନିଉଜ)ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକରେ ଆଜି ଭାରତରେ ଶୋକ ପାଳନ।ଆଜି ଦିନିକିଆ ରାଷ୍ଟ୍ରୀୟ ଶୋକପାଳୁଛି ଭାରତ ।ଆଜି ଦେଶବ୍ୟାପି ଅର୍ଦ୍ଧ ନମିତ ରହିବ ଭାରତର ଜାତୀୟ ପତାକା।ସରକାରୀ ଭାବେ ଆୟୋଜିତ ହେବନି କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ। ଆସନ୍ତା ୧୯ରେ ରାଜକୀୟ ଢଙ୍ଗରେ ହେବ ରାଣୀ ଏଲିଜା ବେଥଙ୍କ ଶେଷକୃତ୍ୟ।

ତିନିଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧/୯(ଏସଏସ ନିଉଜ)ଆସନ୍ତା ୧୩ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନିଦିନିଆ ମୁମ୍ବାଇ ଗସ୍ତରେ ଯିବେ। ସେପ୍ଟେମ୍ବର ୧୪ରେ ମୁମ୍ବାଇର ଟ୍ରାଇଡେଣ୍ଟ୍‌ ହୋଟେଲ ରେ ଆୟୋଜନ ହେବାକୁ ଥିବା ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌’ରେ ମୁଖ୍ୟମନ୍ତ୍ରୀ ଯୋଗଦେବେ। ଏଥି‌ରେ ଦେଶର ବିଶିଷ୍ଟ ଉଦ୍ୟୋଗପତିମାନେ ଯୋଗ ଦେବାର କାର୍ଯ୍ୟକ୍ରମର ରହିଛି। ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅନୁରୋଧ କରିବେ ବୋଲି ଜଣା ପଡ଼ିଛି।ମୁଖ୍ୟମନ୍ତ୍ରୀ ସେପ୍ଟେ ମ୍ବର ୧୫ରେ ଭୁବନେଶ୍ବର ଫେରି ବାର କାର୍ଯ୍ୟକ୍ରମ ରହିଛି।

ମେଣ୍ଢାଶାଳରେ ପୋଷଣଦିବସ ପାଳନ

ବାରଙ୍ଗ,୧୦/୯ (ଏସଏସ ନିଉଜ) ମେଣ୍ଢାଶାଳ ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ର ଓ ଏମ୍ସ ସ୍ୱାସ୍ତ୍ୟ ସଂସ୍ଥା ଆନୁକୂଲ୍ୟ ରେ ଶନିବାର ଦିନ ମେଣ୍ଢାଶାଳ ପଂଚାୟତ ସଭାଗୃହରେ ପୋଷଣ ଦିବସ ପାଳିତ ହୋଇ ଯାଇଛି।ସରମ୍ପଚ କୌଶଲ୍ୟା ବଳିଆରସିଂଙ୍କ ସଭା ପତିତ୍ୱରେ ଅନ୍ୟଷ୍ଟିତ ଉସବରେ ଏମ୍ସ ର ପ୍ରଫେସର ଡ଼.ବିନୋଦ କୁମାର ପାତ୍ର, ସହକାରୀ ପ୍ରଫେ ସର ଡ଼.ପ୍ରିୟ ମାଧବ ବେହେରା ଅତିଥି ଭାବେ ଯୋଗଦେଇ ଥିଲେ।ମହିଳା ମାନଙ୍କ ମଧ୍ୟରେ ମାତୃ ଓ ଶିଶୁ ମାନଙ୍କପାଇଁ ଉଦିଷ୍ଟ ପୋଷଣ ଖାଦ୍ୟଗ୍ରହଣ ଉପରେ […]

ବଢିବ ବର୍ଷା

ଭୁବନେଶ୍ୱର,୧୦/୯(ଏସଏସ ନିଉଜ)]ଲଘୁଚାପ ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷା ପାଇମାଣ ବଢିବାର ସମ୍ଭାବନା ରହିଛି।ଆଜି ପାଇଁ ୧୧ ଜିଲ୍ଲାକୁ ଅରେଞ୍ଜ ଓ ୧୪ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜୈହିଛି।ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଉଛି।

ନିଆରା ଶ୍ରଦ୍ଧାଞ୍ଜଳୀ

ପୁରୀ,୧୦/୯(ଏସ ଏସ ନିଉଜ) ବ୍ରିଟେନ୍‌ ରାଣୀ ଏଲିଜାବେଥ୍‌ -୨ଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧା ଞ୍ଜଳି ଜଣାଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ ଶୁକ୍ରବାର ଦିନ ପୁରୀ ବେଳାଭୂମି ରେ ରାଣୀ ଏଲିଜାବେଥ୍‌ଙ୍କ ବିରାଟ ବାଲୁକା କଳା କରିବା ସହ ଏହାକୁ ଗୋଲାପ ଫୁଲରେ ସଜାଇ ଶ୍ରଦ୍ଧା ଞ୍ଜଳି ଜଣାଇଛନ୍ତି। ଏହି ବାଲୁକା କଳାର ଉଚ୍ଚତା ୬ ଫୁଟ ହୋଇ ଥିବାବେଳେ ଏଥିରେ ସେ ୬ ଟନ୍‌ ବାଲି ଓ ୭୪୦ଟି ଗୋଲାପ […]

ନଭେମ୍ବର୮ ରୁ ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା

ଭୁବନେଶ୍ୱର, ୯/୮(ଏସ ଏସ ନିଉଜ)କଟକର ପ୍ରସିଦ୍ଧ ବାଲିଯାତ୍ରା ନଭେମ୍ବର ୮ ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାକୁ ରାଜ୍ୟସ୍ତରୀୟ ଉତ୍ସବଭାବେ ପାଳନ ପାଇଁ ମୁଖ୍ୟ ଶାସନସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଅଧିକ ସଂଖ୍ୟକ କଳାକାର ଓ ଶିଳ୍ପୀମାନଙ୍କୁ ସାମିଲ କରାଯିବ ।ଏହାସହିତ ଆବଶ୍ୟକ ଥିବା ଯାତ୍ରା ପଡ଼ିଆକୁ ରାସ୍ତା ସଂଯୋଗ, ଟ୍ରାଫିକ୍ ନିୟନ୍ତ୍ରଣ, ପର୍ଯ୍ୟାପ୍ତ ପାର୍କିଂ […]