ଦୁର୍ଗାପୂଜାରେ ବ୍ୟାଣ୍ଡ୍‌ , ଡିଜେ କଟକଣା!

ଭୁବନେଶ୍ୱର,୨୩/୯(ଏସଏସ ନିଉଜ)ଏଥର ରାଜଧାନୀରେ ଦୁର୍ଗାପୂଜା ପାଳନ ବେଳେ କଟକଣା ମାନିବାକୁ ପଡିବ।ଭୁବନେଶ୍ୱର ଡିସିପିଏନେଇ ପୂଜା କମିଟି ମାନଙ୍କୁ ତାଗିଦ କରିଛନ୍ତି। ସାଉଣ୍ଡ , ଡିଜେ , ଲାଇଟ୍ , ଭସାଣି ଶୋଭାଯାତ୍ରା ନେଇ ତାଗିଦ କରିଛନ୍ତି ଡିସିପି । ମଣ୍ଡପରେ ଓ ଭସାଣରେ ବ୍ୟବହୃତ ସାଉଣ୍ଡ ବକ୍ସ ୬୫ ଡେସିବେଲ୍ ଟପିବନି ବୋଲି ସ୍ପଷ୍ଟ କରିଛନ୍ତି।ଏହାସହ ଭସାଣରେ ଗୋଟିଏ ବ୍ୟାଣ୍ଡ , ଗୋଟିଏ ମ୍ୟୁଜିକ ପାର୍ଟି ସାମିଲ ହେବେ। ଭସାଣି ଶୋଭାଯାତ୍ରା ରେ ସର୍ବାଧିକ ୬ଟି ଟ୍ରଲି ବ୍ୟବହାର କରାଯାଇ ପାରିବ ବୋଲି କୁହାଯାଇଛି।ଦଶହରା ମଣ୍ଡପରେ ୪ରୁ ୫ଟି ସାଉଣ୍ଡ ବକ୍ସ ବାଜିପାରିବ। ସାଉଣ୍ଡ ଲିମିଟର ନଥିବା ଅଡିଓ ସିଷ୍ଟମକୁ ଅନୁମତି ମିଳିବନି। ସାଇଲେନ୍ସ ଜୋନ୍‌ର ଶହେ ମିଟର ପରିଧିରେ ସାଉଣ୍ଡ ବକ୍ସ ବାଜିବା ମନା ହୋଇଛି। ଜାତୀୟ ରାଜପଥ ଉପରେ ମ୍ୟୁଜିକ ପାର୍ଟିଙ୍କୁ ପରିବେଷଣରେ ବାରଣ କରାଯାଇଛି।କଟକଣା ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟା ନୁଷ୍ଠାନ ନେଇ  ଚେତାବନୀ ଦେଇଛନ୍ତି ଡିସିପି ।

Comments (0)
Add Comment